Classical Odia: History of the Status marred by linguist D.P.Pattanayak

ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦଲିଲ ଚୋରି : ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିରୁଦ୍ଧରେ ଦଂଡବିଧାନ ଦାବି
(ଭାଷା ଆନ୍ଦୋଳନ )

ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ଯୁକ୍ତିପତ୍ର ଚୋରି  ହୋଇଥିବାର ପ୍ରମାଣ ଜଳଜଳ ଦିଶୁଥିବାରୁ ଦେବୀ ପ୍ରସନ୍ନ ପଟ୍ଟନାୟକ, ସୁବ୍ରତ କୁମାର ପୃଷ୍ଟି, ରାମ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କ ବିରୁଦ୍ଧରେ ଦଂଡବିଧି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଭାଷା ଆନ୍ଦୋଳନ ଅଧ୍ୟକ୍ଷ ସୁଭାଷ ଚ. ପଟ୍ଟନାୟକ | ଗତ ସାତ ତାରିଖରେ ଏହି ଦଲିଲର ପ୍ରସ୍ତୁତକର୍ତ୍ତା ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକାଙ୍କୁ ଭେଟି ସେ ତଳେ ଦିଆଯାଇଥିବା ଅଭିଯୋଗପତ୍ର ତାଙ୍କୁ ଦେଇ କହିଛନ୍ତି କି, ଶାସ୍ତ୍ରୀୟ ମାନ୍ୟତା ଇତିହାସ ବିକୃତ ହୋଇ ନ ରହୁ – ଏଥିପାଇଁ ଏ ପଦକ୍ଷେପ ଏକାନ୍ତ ଆବଶ୍ୟକ |

ମହୋଦୟା ,
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଆପଣଙ୍କ ସଂସ୍ଥା ଏକ ଯୁକ୍ତିପତ୍ର ସମ୍ପୂର୍ଣ୍ଣତଃ ପ୍ରସ୍ତୁତ କରିଥିଲା ଯାହାକୁ କି 31.5.2013ରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପ୍ରସ୍ତୁତକାରୀମାନେ ଅନୁମୋଦନ କରି ସ୍ଵାକ୍ଷର କରିଥିଲେ ଓ ଯହିଁର ପାଞ୍ଚଟି ନକଲ ଆଗୁଆ ମୁଦ୍ରଣ କରାଯାଇ ସେହି ବୈଠକରେ ସଂସ୍କୃତି ମନ୍ତ୍ରୀଙ୍କୁ ଦିଆ ଯାଇଥିଲା | ସଂସ୍କୃତି ମନ୍ତ୍ରୀଙ୍କୁ ଦିଆଯାଇଥିବା ଏହି ପୁସ୍ତକରେ ମୁଦ୍ରିତ ହୋଇଥିଲା , “This document is exclusively prepared for the department of Culture, Government of Odisha and cannot be re-produced, fully or partly, in any form”.

ତହିଁର ପରବର୍ତ୍ତୀ ପୃଷ୍ଠାରେ ଲେଖା ଅଛି:
“Document prepared under overall supervision of
Dr. Debi Prasanna Pattanayak, Former Founder Director, CIIL, Mysore
Retd.Addl. Secy.,MHRD, Govt. of India
with
Sri Subrat Kumar Prusty, M.A., LL.B.

ଶ୍ରୀ ରାମ ଚନ୍ଦ୍ର ଖୁଣ୍ଟିଆ ମୋତେ CLASSICAL ODIA ଶୀର୍ଷକ ଏକ ପୁସ୍ତକ ଉପହାର ଦେଇଛନ୍ତି | ଏହା KIS Foundation ନାମକ ସଂସ୍ଥା ପ୍ରକାଶ କରିଛି ଯହିଁର ଠିକଣା ହେଲା : D-82, Maitri Vihar, Chandrasekharpur, Bhubaneswar, Odisha, 755001

ଏହାର ପ୍ରଥମ ଭିତର ପୃଷ୍ଠାରେ ଲେଖା ଅଛି :
Document Prepared Under the overall supervision of
Dr. Debi Prasanna Pattanayak (Padmashree) ………..
ଏବଂ
Subrat Kumar Prusty (UGC-NET-SRF) ………

ଏହି ପୁସ୍ତକର xxvi ପୃଷ୍ଠାରେ ଲେଖାଅଛି ଯେ , ଏହାକୁ ପ୍ରସ୍ତୁତ କରିଛନ୍ତି Institute of Odia Studies and Research Bhubaneswar in collaboration with AGAMISATABDI, Bhubaneswar PALLIBANI MISSION, New Delhi KIS FOUNDATION, New Delhi ODIA BHASA SURAKSHA ABHIJAN, Bhubaneswar SARALA SAHITYA SANASAD, Cuttack KOREI MANDAL SAHITYA SANSAD, Jajpur, Odisha ଯାହା ତଳେ ଲେଖା ହୋଇଛି :
Drafting Committee for Classical Status to Odia Language
ଓ ଏହି କମିଟିର ସଭ୍ୟ ମାନଙ୍କ ନାମ ବି ଅଛି , ଯହିଁରେ ଆପଣଙ୍କ Document Preparation Committeeରେ ସଭ୍ୟ ଥିବା ଓ ଆପଣଙ୍କଠାରୁ ପାରିଶ୍ରମିକ ପାଇଥିବା ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ , ଡଃ ବସନ୍ତ (କୁମାର) ପଂଡା , ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଓ ସୁବ୍ରତ କୁମାର ପୃଷ୍ଟିଙ୍କ ନାମ ଅଛି |

ଏଥି ସହ ସଂଲଗ୍ନ ଥିବା , 6.6.2013 ତାରିଖର ସଂଚାରରେ ପ୍ରକାଶ ପାଇଥିବା ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକନ୍କ “ଦଲିଲ ଚୋରି ପାଇଁ ସିବିଆଇ ତଦନ୍ତ” ଶୀର୍ଷକ ପ୍ରବନ୍ଧରେ ଏହି ଅପରାଧିକ ସତ୍ୟକୁ ସ୍ବୀକାର କରାଯାଇଛି |

ଓଡିଶା ସରକାରଙ୍କ ପାଇଁ ଆପଣ ପ୍ରସ୍ତୁତ କରିଥିବା ଦଲିଲଟିକୁ ଆପଣ ରାମ ଚନ୍ଦ୍ର ଖୁଣ୍ଟିଆଙ୍କୁ କେନ୍ଦ୍ର ସରକାରଙ୍କ ପାଖରେ ଦାଖଲ କରିବାକୁ ତଥା ତାହାକୁ KIS Foundation ପ୍ରକାଶ କରି ଖଂଡ ପ୍ରତି 1500 ଟଂକା ଦରରେ ବିକି ବ୍ୟବସାୟ କରିବାକୁ ଆପଣ ଯଦି ନ ଦେଇ ଥାନ୍ତି ତେବେ ଉପରୋକ୍ତ ବ୍ୟକ୍ତିମାନେ ଯେଉଁମାନେ କି ଏହାକୁ ପ୍ରସ୍ତୁତ କରିବା ପାଇଁ ରାଜକୋଷରୁ ପାରିଶ୍ରମିକ ପାଇଛନ୍ତି , ଯଥା ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ସୁବ୍ରତ କୁମାର ପୃଷ୍ଟି , ଡଃ ବସନ୍ତ (କୁମାର) ପଂଡା ଓ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ନିଶ୍ଚିତ ଭାବେ ଆପଣଙ୍କ ଦ୍ଵାରା ତିଆରି ହୋଇଥିବା ସରକାରୀ ଦଲିଲ ଚୋରିକରି ରାମ ଚନ୍ଦ୍ର ଖୁଣ୍ଟିଆଙ୍କୁ ଦେଇ ତହିଁର ଘରୋଇ ବ୍ୟବସାୟିକ ଉପଯୋଗ କରିଛନ୍ତି ଓ କେନ୍ଦ୍ରୀୟ ସରକାରଙ୍କ ଗଠିତ ଶାସ୍ତ୍ରୀୟ ମାନ୍ୟତା କମିଟିରେ ରାମ ଚନ୍ଦ୍ର ଖୁଣ୍ଟିଆଙ୍କ ଦ୍ଵାରା ଦାଖଲ ହୋଇଥିବା ଦଲିଲକୁ ଅସଲି ବୋଲି କହି ଓ ଏଥିସହ ସଂଲଗ୍ନ ପ୍ରକାଶିତ ପ୍ରବନ୍ଧରେ ତାହା ତାଙ୍କ ଜାଣତରେ ହୋଇଥିବା ଦର୍ଶାଇ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଏହି ଧାର୍ତ୍ତବ୍ୟ ଅପରାଧକୁ ସ୍ବୀକାର କରିଛନ୍ତି |

ଏହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବେ ଆପଣଙ୍କ ସର୍ବନିମ୍ନ କର୍ତ୍ତବ୍ୟ |

ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ସୁବ୍ରତ କୁମାର ପୃଷ୍ଟି ଓ ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଉପରେ ନାମିତ ବ୍ୟକ୍ତି ତଥା ଅନୁଷ୍ଠାନମାନଙ୍କ ବିରୁଦ୍ଧରେ ଆପଣ ତୁରନ୍ତ ଦଂଡବିଧି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପଦକ୍ଷେପ ନେବାପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଓ ଏହା ଉପରେ ଆପଣ ଯଦି ଆବଶ୍ୟକୀୟ ଦଂଡବିଧି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାର ଖବର ଆପଣଙ୍କ ଠାରୁ ମୁଁ ଆଜିଠାରୁ ଦୁଇ ସପ୍ତାହ ମଧ୍ୟରେ ନ ପାଏ ତେବେ ଏହି ଅପରାଧ ସହ ଆପଣ ସମ୍ପୃକ୍ତ ବୋଲି ଧରିନିଆଯିବ ଓ ଉପଯୁକ୍ତ ପଦକ୍ଷେପ ନିଆଯିବ |

ଇତି
ଅପଣଂକର ,

(ସୁଭାଷ ଚନ୍ଦ୍ର ପଟ୍ଟନାୟକ)
ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡିଶା
ଭୁବନେଶ୍ବର
7.6.2017

Google Input Tools ବ୍ୟବହାର କରି ଏହା ପ୍ରସ୍ତୁତ ହୋଇଛି |