Bhasha Andolan on Day 556

ପାଞ୍ଚଶହ ଛପନ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର ନିଷ୍ଠୁର ବର୍ଷାକୁ ଖାତିର ନକରି ଭାଷା ଜନନୀ ପାଇଁ ନିଜ ତପସ୍ୟାରେ ଆଗେଇ ଚାଲିଥିବା କଳାପତାକା ଅଭିଯାତ୍ରୀ : ପୁଲକ ରଥ, ଡ. ଅସିତ ଦାସ, ନୀଳମଣି ମିଶ୍ର, ନିରଞ୍ଜନ ସାହୁ ∣

 

 

 

 

 

କଳାପତାକା ଅଭିଯାନ ସବୁଦିନ ଆରମ୍ଭ ହୁଏ ସନ୍ଧ୍ୟା 5ରେ ∣ ଏ ଅଭିଯାନ ପ୍ରାୟ 300 ଦିନ ଟପିବା ପରଠୁ, କେଜାଣି କାହିଁକି ମୁଖ୍ୟମନ୍ତ୍ରୀ ଠିକ、ସେହି ସମୟରେ ତାଙ୍କ ଘରଠୁ ସଚିବାଳୟ ଆସୁଛନ୍ତି ଓ ସେ ସଚିବାଳୟରେ ପ୍ରବେଶ ନ କରିବା ଯାଏଁ ଅଭିଯାତ୍ରୀମାନଙ୍କୁ ବାଟ ମଝିରେ ପୋଲିସ ଅଟକାଇ ରଖୁଛନ୍ତି ∣ ବିଜୁଳି ସଂତ୍ରାସ ଓ ଭୟଙ୍କର ବର୍ଷା ସତ୍ତ୍ବେ ଅଭିଯାତ୍ରୀମାନେ ନିର୍ଵିଚଳିତ ଚିତ୍ତରେ ଠିଆହୋଇରହନ୍ତି ସଡ଼କ ଉପରେ ∣ ସେମାନେ ଜାଣନ୍ତି ଯେ , ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ ତାହା ଆମ ଭାଷା ଜନନୀକୁ ବଞ୍ଚାଇ ରଖିବାକୁ ଆମର ତପସ୍ୟା ଓ ଓଡ଼ିଆ ଜାତିର ଶେଷ ଉଦ୍ୟମ, ଯାହାକୁ ଭଣ୍ଡୁର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୈଷ୍ଣବ ପରିଡା ଓ ସରକାରୀ କରୁଣାପୁଷ୍ଟ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଚେଷ୍ଟା କରୁଛନ୍ତି ∣ ତେଣୁ ଆମ ସାଥୀମାନେ ସବୁ ଅହେତୁକ ଅତ୍ୟାଚାର ନୀରବରେ ସହିଯାଉଛନ୍ତି ∣ ବେଳେବେଳେ ଏହି ଅତ୍ୟାଚାରକୁ ଅଧିକ ଆଘାତକାରୀ କରିବାପାଇଁ ମୁଖ୍ୟମନ୍ତ୍ରୀ ସଚିବାଳୟ ଆସିବା ବିଳମ୍ବ କରୁଛନ୍ତି ଓ ପୋଲିସ ଆମକୁ ବହୁ ସମୟ ଧରି ଅଟକାଇ ରଖୁଛି ∣ ଆଜି ଥିଲା ଏହିପରି ଏକ ଭୀତିପ୍ରଦ ଦିନ ∣ ଆକାଶରେ ଘନ ଘନ ବିଜୁଳି ∣ ବଜ୍ରପାତ ∣ ତୁହାକୁ ତୁହା ମୂଷଳ ଧାରାରେ ବର୍ଷା ∣ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ରାତିଯାଏଁ ସଡ଼କ ଉପରେ ଅଟକାଇ ରଖିଲା ପୋଲିସ ∣ ମଧୁବାବୁଙ୍କ ପାଖରେ ପହଞ୍ଚିଲା ବେଳକୁ ଅନ୍ଧାର ∣ ତଥାପି ଆମ ଭାଷା-ମୁକ୍ତି-ଯୋଦ୍ଧାମାନଙ୍କ ମୁହଁରେ ଥିଲା ହସ ∣ ଆମ ଭାଷା ଜନନୀଙ୍କୁ ଇଂରେଜୀ ଆଧିପତ୍ୟର ଅନ୍ଧାର କବଳରୁ ଉଦ୍ଧାର କରିବାକୁ ଯେଉଁମାନେ ଜୀବନକୁ ବାଜି ଲଗାଇଦେଉଛନ୍ତି ସେମାନଙ୍କୁ ଏ ଅନ୍ଧାର କେତେ ବା ଡ଼ରାଇବ ?

 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.