ମୂଳ ଭାଷା ଆଇନ ଅକ୍ଷୁର୍ଣ୍ଣ ରଖି ସାନି ସଂଶୋଧନ କର : ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ପତ୍ର

ବିଶେଷ ପ୍ରତିନିଧିଙ୍କ ଠାରୁ

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବାକୁ ଭାଷା ଆନ୍ଦୋଳନର ଦାବି ପୂର୍ଣ୍ଣତଃ ପୂରଣ କରିବା ସକାଶେ ଭାଷା ଆନ୍ଦୋଳନର ନବ ନିର୍ବାଚିତ ସଭାପତିମଣ୍ଡଳୀ ନଭେମ୍ବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଦେଇଅଛି । ତାହା ନିମ୍ନରେ ପ୍ରଦତ୍ତ ହେଲା –

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “ମୂଳ ଭାଷା ଆଇନ ଅକ୍ଷୁର୍ଣ୍ଣ ରଖି ସାନି ସଂଶୋଧନ କର : ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ପତ୍ର”

  1. ପ୍ରକୃତରେ ଓଡିଶା ଶବମୟ କି? ଆଉ ପ୍ରାଣ ପାଇବେ ନି? ଭାଷା ଆଉ ଫୁଟିବ ନି କାହା ପାଟିରୁ? କି ଦୁର୍ଦ୍ଦଶା! ଆମେ ତୋଷାମଦିଆ କୁକୁର ଠୁ ବି ହୀନ? ଶାଗୁଣା ବିଲୁଆ ଆମେ, ପ୍ରାଣ ଫେରିବ କେମିତି କାହାର? ଏତେ ଦିନ ହୋଇଗଲା ନିଜ ଭାଷା ପାଇଁ ଏତେ ହିନସ୍ତା ହେବାକୁ ହେଉଛି! ଚେତନା ନାହିଁ।
    କେବେ ଫେରିବ ଚେତା?ମା ମାଟି ଭାଷାର ଉନ୍ନତି ହେବ କେମିତି କେବେ??

Leave a Reply to ଗଜାନନ ମିଶ୍ର Gajanan Mishra Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.