ଓଡ଼ିଆ ଭାଷାଭିମାନ ଉପରେ ଆକ୍ରମଣ : ପ୍ରଥମ ବିରୋଧର ବଜ୍ରଘୋଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏଥିରେ ମୁଁ ଯେଉଁ ଦୃଶ୍ୟପଟର ବର୍ଣନା କରିଛି ତାହା ହିଁ ମୋତେ ଓଡ଼ିଆ ଭାଷାଭିମାନର ପୁନଃ ପ୍ରତିଷ୍ଠା ପାଇଁ ଆହ୍ବାନ ଦେଇଥିଲା ଓ ସେହି ଦିନ ଠାରୁ ଆଜି ଯାଏଁ ମୁଁ ମୋ ନିଜ ଶୈଳୀରେ ଆମ ମାତୃଭାଷା ପାଇଁ କାମ କରି ଆସିଛି । ଭାଷା ଆନ୍ଦୋଳନ ଯଦି ଓଡ଼ିଆ ଭାଷା-ଅସ୍ମିତାର ଆନ୍ଦୋଳନ, ତେବେ ତାର ଗର୍ଭବାସର ପ୍ରଥମ ବଜ୍ରଘୋଷ ଥିଲା ସମ୍ବାଦ ଖବରକାଗଜର ୩୦.୧୧.୧୯୯୫ ତାରିଖର ସଂସ୍କରଣରେ ପ୍ପ୍ରକାଶିତ ମୋର ଏହି ନିବନ୍ଧ । କାରଣ, ସେ ପର୍ଯ୍ୟନ୍ତ , ୧୯୬୩ରେ ବିଜୁ ପଟ୍ଟନାୟକ ଆମ ଭାଷାକୁ ଛୁରୀ ମାରି ଇଂରାଜୀ ଭାଷାଧିପତ୍ୟ କବଳରେ ଆମକୁ ପକାଇବା ପରଠାରୁ ଆମ ଭାଷା ଓ ସଂସ୍କୃତିର ଏହି ପ୍ରକାରର ଅବମାନନା ବିରୁଦ୍ଧରେ କେହି ବି କୌଣସି ପ୍ରତିବାଦ କରିନଥିଲେ ।

ଭାଷା ଆନ୍ଦୋଳନ ପ୍ରେକ୍ଷାପଟରେ ୨୩ ବର୍ଷ ତଳର ଏହି ପୁରୁଣା ଲେଖାଟିକୁ ଭାଷା ଆନ୍ଦୋଳନ ସହ ସମ୍ପୃକ୍ତ ସମସ୍ତଙ୍କ ଅବଗତି ପାଇଁ ମୁଁ ଏଠି ସ୍ଥାନିତ କରୁଛି :

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.