ପ୍ରକାଶ ପାଇଲା ବର୍ଷର ପ୍ରଥମ ବୈଦ୍ୟୁତିକ ପୁସ୍ତକ ‘ବିଜୁଙ୍କ ଛୁରା’

ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ନେହେରୁ ଯୁବ କେନ୍ଦ୍ର କକ୍ଷରେ ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ ପୁସ୍ତକ ‘ବିଜୁଙ୍କ ଛୁରା ।

ଓଡ଼ିଆ ଜାତିର କୁଳଗୌରବ ଚିରପୂଜ୍ୟ ମଧୁସୂଦନ ଦାସଙ୍କ ପ୍ରତିଛବିରେ ପୁଷ୍ପାର୍ପଣ ପରେ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ସଦସ୍ୟ ସୁଭାଷ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଆ ଭାଷାଜନନୀଙ୍କ ଵନ୍ଦନା ସହ ଲୋକାର୍ପଣ ଉତ୍ସବ ଆରମ୍ଭ ହୋଇଥିଲା ।

ଭାଷା ଆନ୍ଦୋଳନର ଏକ ସହାୟକ ସାହିତ୍ୟ ଭାବେ ପ୍ରସ୍ତୁତ ଏହି ପୁସ୍ତକରେ କେଉଁ କାରଣ ହେତୁ ଓଡ଼ିଆ ଭାଷା ଓଡ଼ିଶାରେ ଅକର୍ମଣ୍ୟ ହୋଇପଡ଼ିଛି, ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାହାର ପ୍ରମାଣଭିତ୍ତିକ ତଥ୍ୟ ଏଥିରେ ସନ୍ନିହିତ କରିଛନ୍ତି ।

ଏହା ଓଡି଼ଶାରେ ଏ ବର୍ଷର ପ୍ରଥମ ବୈଦ୍ୟୁତିକ ପୁସ୍ତକ ଭାବେ ପ୍ରକାଶିତ ହୋଇଛି ଓ https://orissamatters.com/books/ ସଂୟୋଗସରଣୀ (link)ରେ ଏହା ଉପଲଭ୍ୟ ।

ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ସଦସ୍ୟ, ବିଶିଷ୍ଟ ଅଧିବକ୍ତା ଅର୍ଜୁନ ଚରଣ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଅବସରରେ ପ୍ରଫେସର ନିରଞ୍ଜନ ପାଢ଼ୀ ପମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ପୁସ୍ତକଟିର ଐତିହାସିକ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ ।

ସଭାକକ୍ଷରେ ଉପସ୍ଥିତ ଥିଲେ ଭାଷା ଆନ୍ଦୋଳନର ସଭାପତିମଣ୍ଡଲୀର ସଦସ୍ୟ, ଡ. ଅଶୋକ ମିଶ୍ର, କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ ଓ ଧ୍ରୁବ ଚରଣ ମହାନ୍ତି । ଭାଷା ଆନ୍ଦୋଳନର ଅଗ୍ରଣୀ ଅଭିଯାତ୍ରୀ ଇଂ.ସୁବୋଧ କୁମାର ଧଳ ,ଶିଶିର କୁମାର ସାହୁ,ବିବୁଧେନ୍ଦ୍ର ବିଦ୍ୟାଧର,ଅମିତ ଅଭିଜିତ ସାମଲ,ଆଶିଷ କୁମାର ବେହେରା, ହରେକୃଷ୍ଣ ଦଳବେହେରା ପ୍ରମୁଖଙ୍କ ସମେତ ସୂଚନା ଅଧିକାର କ୍ଷେତ୍ରରେ ଓଡିଶାକୁ ନେତୃତ୍ବ ଦେଉଥିବା ପ୍ରଦୀପ ପ୍ରଧାନ, ନିର୍ମଳ କୁମାର ବେହେରା ଆଦି ଭାଷାପ୍ରଣମାନେ ଲୋକାର୍ପଣରେ ଅଂଶ ଗ୍ରହଣ କରିଥିଲେ ।

ଏହି ଅନନ୍ୟ ଆନ୍ଦୋଳନକୁ ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ନେତୃତ୍ବ ପ୍ରଦାନ କରିଥିବା ଓଡ଼ିଶାର ଅନମନୀୟ ବିବେକରକ୍ଷାକ ତୁଷାରକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.