ଇସ୍ତାହାରରେ ଭାଷା ଅଧିକାର ପାଇଁ ବଚନ ନାହିଁ ତ ଭୋଟ ନାହିଁ : ରାଉରକେଲା

“ଓଡ଼ିଆଭାଷା,ସାହିତ୍ୟ ଓ ସଂସ୍କୃତିକୁ ପ୍ରାଧାନ୍ୟ ପ୍ରଦାନକରି ଏହାକୁ ସୁରକ୍ଷା ପ୍ରଦାନ ପାଇଁ ଆଗାମୀ ନିର୍ବାଚନରେ ଯେଉଁ ଯେଉଁ ରାଜନୈତିକଦଳମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ସ୍ଥାନିତ ନ କରିବେ, ସେହି ରାଜନୈତିକଦଳମାନଙ୍କୁ ଭୋଟ ବର୍ଜନ ସକାଶେ” ଓଡ଼ିଶାର ଜନସାଧାରଣଙ୍କୁ ଆହ୍ବାନ ଦେଇଛି ରାଉରକେଲା ।

??
??
ବିଶ୍ଵ ମାତୃଭାଷା ଦିବସ ପାଳନ ଅବସରରେ ପ୍ରଗତି ଉତ୍କଳ ସଙ୍ଘ ସଭାଗୃହରେ ଏହି ସଂଘ ସମେତ ଉତ୍କଳ ସମ୍ମିଳନୀ ଓ ଓଡ଼ିଆଭାଷା ବିକାଶ ମଞ୍ଚର ଏକ ମିଳିତ ସମାବେଶରେ ଏହି ଆହ୍ବାନ ଦିଆଯିବା ସଂଗେ ସଂଗେ ଗୃହୀତ ସାତଗୋଟି ପ୍ରସ୍ତାବରେ ଓଡ଼ିଶାର ଭାଷା ସ୍ଵାର୍ଥ ପାଇଁ ଦିଗ୍ଦର୍ଶନ ଦିଆଯାଇଛି ଏବଂ କୁହାଯାଇଛି କି, ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଓ ପ୍ରଶାସନରେ ମାତୃଭାଷା ଓଡ଼ିଆକୁ ଅଗ୍ରାଧିକାର ଦେଇ ପ୍ରାୟ ୬୦ କିସମର ଜୀବନ୍ତ ଜନଜାତି ଭାଷାକୁ ମୁଖ୍ୟ ଓଡ଼ିଆ ଭାଷାର ପରିପୂରକ କରିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରନ୍ତୁ  ।

ଗୃହୀତ ପ୍ରସ୍ତାବର ଶେଷ ପୃଷ୍ଠା =

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.