MOTHER TONGUE AND MAFIA: A CASE STUDY -16

ଚଳିତ ମାସର 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ‘ସର୍ବସାଧାରଣ’ରେ ‘ସତ୍ୟ-ସନ୍ଧାନରେ ସ୍ତମ୍ଭ-ଯୁଦ୍ଧ’ ଶୀର୍ଷକ ଏକ ପ୍ରତିବେଦନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ∣ ସତ୍ୟ ସନ୍ଧାନ ଆଳରେ ସେ ଯେଉଁ ଅସତ୍ୟ ପରିବେଷଣ କରିଛନ୍ତି ତାହା ଧରାପକାଇ ଦେଇଛନ୍ତି କବି ଗଜାନନ ମିଶ୍ର ଏହି ପୃଷ୍ଠାରେ 13 ତାରିଖରେ ∣ ମାତ୍ର ଭାଷା ଆନ୍ଦୋଳନ ସମ୍ପର୍କରେ ସେ ଯେଉଁ ବିଭତ୍ସ ମିଥ୍ୟା କହିଛନ୍ତି ତାହା କାହିଁକି କହିଛନ୍ତି ? ଏହି ପ୍ରଶ୍ନ ତାଙ୍କୁ ସିଧାସଳଖ ପଚାରି ମୁଁ ତାଙ୍କ ଊହ୍ୟ ଅଭିସନ୍ଧିର ଅନୁସନ୍ଧାନ କରିଛି ଆଜି 20.11.2017ରେ ‘ସର୍ବସାଧାରଣ’ରେ ପ୍ରକାଶିତ ମୋ ସ୍ତମ୍ଭରେ ∣ ଏହା ଏହିପରି

 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “MOTHER TONGUE AND MAFIA: A CASE STUDY -16”

  1. ଚତୁରେ ଚତୁରେ କୋଳାକୋଳି । ଗଜାନନଙ୍କ ଅନଶନ ଆୟୋଜନ କାଳରେ ଏହି ପଞ୍ଚାନନ ବାବୁ ସମ୍ବିଧାନ ଅନୁସାରେ ଭାଷା ବ୍ୟବହାର କେଉଁଠି ସମ୍ବିଧାନରେ ନାହିଁ । କେହି ବୁଝି ନାହଁ , କେବଳ ମୁଁ ଠିକ ବୁଝିଛି ବୋଲି ଆମକୁ ବାରମ୍ବାର ହତୋତ୍ସାହିତ କରିଥିଲେ । ଏବେ ଅଲଗା କଥା କହିଲେଣି । ଲେଖାଟି ପାଢୀ ସାରିଲା ପରେ କେବଳ ହସ ଲାଗୁନାହିଁ ; ଦୟା ବି ଆସୁଛି ।

Leave a Reply to umakanta rout Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.