Official Language Act: Prime City of CM’s District cautions him against its Contravention

ବ୍ରହ୍ମପୁରର ଉଦ୍ଘୋଷଣ : ନବୀନ ସୁଧୁରନ୍ତୁ , ଓଡ଼ିଆକୁ ଅଲଂଘ୍ୟ କରନ୍ତୁ

‘ଗଣ ଓ ଗଣମାଧ୍ୟମ ସ୍ଵରରେ ଭାଷା ଆନ୍ଦୋଳନ’ ବିଷୟରେ ଥିଲା ଭାଷା ଆନ୍ଦୋଳନ ବ୍ରହ୍ମପୁର ଶାଖାର ଚିନ୍ତକ ସମାବେଶ ∣ ସ୍ଥାନ ବ୍ରହ୍ମପୁର ଉତ୍କଳ ଆଶ୍ରମ ସଭାକକ୍ଷ ∣ ଦିନ ଡିସେମ୍ବର 16 ∣

ବକ୍ତବ୍ୟ ରଖିଥିଲେ ଭାଷା ଆନ୍ଦୋଳନର କେନ୍ଦ୍ରୀୟ ନେତୃତ୍ବ – ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଆବାହକ ପବିତ୍ର ମହାରଥା ଏବଂ ବ୍ରହ୍ମପୁରର ବିଶିଷ୍ଟ ଵିଦ୍ଵାନ ଡ଼. ପି ଶଙ୍କର ନାରାୟଣ ପାତ୍ର , ଡ଼. କାର୍ତିକ ଚନ୍ଦ୍ର ରାଉତ , ଡ଼. ସନ୍ତୋଷ ଦାସ ଓ ଛତ୍ରପୁର ଭାଷା ଆନ୍ଦୋଳନର କର୍ଣ୍ଣଧାର ସୌମ୍ୟ ନାୟକ ∣

ଭାଷା ଆନ୍ଦୋଳନର ଅଭୂତପୂର୍ବ କଳାପତାକା ଅଭିଯାନ ପ୍ରତି ଦୃଢ ସମର୍ଥନ ଜ୍ଞାପନ କରିଥିଲେ ସମବେତ ସମସ୍ତ ଭାଷାପ୍ରେମୀ ∣ ଏହି ଜିଲ୍ଲାରୁ ବିଧାନସଭାକୁ ଯାଇ ଏହି ମାଟିର ଭାଷାଗାରିମାକୁ ଅବଜ୍ଞା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଧୁରି ଯାଆନ୍ତୁ ବୋଲି ଆହ୍ବାନ ଦେଇ ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା ଅଲଂଘ୍ୟ ହେବା ଓ ଭାଷା ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡବିଧାନ ଆଇନତଃ ପ୍ରଚୋଦିତ ହେବାଯାଏଁ କଳାପତାକା ଅଭିଯାନ ନିଶ୍ଚୟ ଚାଲିବ ବୋଲି ଏହି ସମାବେଶ ସ୍ପଷ୍ଟ କରିଦେଇଥିଲା ∣

ଆବାହକ ଡ଼. ସାଗରରଞ୍ଜନ ତ୍ରିପାଠୀ ଏକ ସଂକ୍ଷିପ୍ତ ବିବରଣୀ ଦେଇ ସାମାଜିକ ଗଣମାଧ୍ୟମରେ କହିଛନ୍ତି, “ଓଡିଶା ମୁକ୍ତି ଆନ୍ଦୋଳନର ସଙ୍କେତ ଦେଇ ସତେ ଯେମିତି ଏହା ଡାକୁଥିଲା ଚାରି କୋଟି ଓଡିଆଙ୍କୁ: ଆସ, ପୁଣି ଏକ ଓଡିଆ ପରିପନ୍ଥୀ ମଣିଷ ହାତରୁ ଓଡ଼ିଶାକୁ ମୁକୁଳାଇ ଭାଷା ଜନନୀର ସୁରକ୍ଷାକରିବା ∣”

ଏହି ଐଁତିହାସିକ ସମାବେଶର କେତେକ ଫଟୋଚିତ୍ର , ଯାହା ଡ଼. ତ୍ରିପାଠୀଙ୍କ ସୂତ୍ରରୁ ମିଳିଛି , ଏଠି ସ୍ଥାନିତ ହେଲା ∣

 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.