Rabi Kanungo’s Enlightening Editorial

ଆମପାଇଁ ଆନନ୍ଦର କଥା ଯେ, ଓଡ଼ିଶାର ପ୍ରଥିତଯଶା ସାହିତ୍ୟିକ ଓ ସମ୍ବାଦପତ୍ର ସମ୍ପାଦକ ରବି କାନୁନଗୋ, ଯେ କି ସମ୍ପାଦକୀୟ ପ୍ରଦାନରେ ଏକ ନୂତନ ଶୈଳୀର ପ୍ରବର୍ତ୍ତନ କରିଛନ୍ତି, ବିଶ୍ଵାସ କରନ୍ତି ଯେ , ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଓଡିଶା ମନ୍ତ୍ରୀମଣ୍ଡଳ ସ୍ଵତନ୍ତ୍ରଭାବେ ଆହୂତ ପୁରୀ ବୈଠକରେ ଯେଉଁ ନିଷ୍ପତ୍ତି ଗ୍ରହଣକରିଛନ୍ତି ତାହା ଆମ ଭାଷା ଆନ୍ଦୋଳନ ହେତୁ ସମ୍ଭବ ହୋଇଛି  ଆମେ ତ ଏହି ମନ୍ତ୍ରୀମଣ୍ଡଳର ପ୍ରସ୍ତାବ ଉପରେ ଆମ ପ୍ରତିକ୍ରିୟା ରଖିଛୁ ; ମାତ୍ର ସୂର୍ଯ୍ୟପ୍ରଭାରେ ରବି ବାବୁଙ୍କ ସମ୍ପାଦକୀୟ ଓଡ଼ିଆ ଭାଷା ଜନନୀଙ୍କ ଚଳନ୍ତି ଇତିହାସ ପ୍ରତି ଏକ ଅମୁଲ୍ୟ ଅବଦାନ ∣ ଡ଼ିସେମ୍ବର 27 ଓ 28 – ଦୁଇଦିନ ଧରି ଦୁଇଟି ଭିନ୍ନ ଭିନ୍ନ ଶିରୋନାମାରେ ଏ ସମ୍ପାଦକୀୟ : ପ୍ରଥମଟି “ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ !” ଓ ଦ୍ବିତୀୟଟି “ପଶ୍ୟତି ଦିଶି ଦିଶି” ଶୀର୍ଷକରେ ସମୃଦ୍ଧ ∣ ପ୍ରଥମ ଆଲୋକବର୍ଷୀ ସମ୍ପାଦକୀୟଟିକୁ ଏଠାରେ ଆନୁଷ୍ଠାନିକ ସମ୍ମାନର ସହ ସ୍ଥାନିତ କରାଗଲା ∣ 

ସୁଭାଷ  ଚନ୍ଦ୍ର ପଟ୍ଟନାୟକ ,

ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

2 thoughts on “Rabi Kanungo’s Enlightening Editorial”

  1. ଓଡିଶାରେ ରବି କାନୁନଗୋ ଏକ ନିଆରା ଶୈଳୀର ନାମ ! ନିଆରା ଭାବେ ଯେଉଁ କଥା ଉପସ୍ଥାପନ କରିଛନ୍ତି ତାହା ଗଭୀରଭାବେ ପ୍ରଣିଧାନ ଯୋଗ୍ଯ ! ମାତ୍ରରାଗ ଦରବାରୀ ରେ ଯେଉଁ ମାନେ ସଦା ନୃତ୍ୟ ରତ ସେମାନେ ଏହା ବୁଝି ପାରିବେ ନାହିଁ । ଭାଷା ଆନ୍ଦୋଳନ ର ୬୩୧ ଦିନରେ ବଡ ବଡ ତଥାକଥିତ ଲେଖକ ମାନଙ୍କ ଭୂମିକା କ’ଣ ? କ’ଣ ପାଇଁ ଏ ଅହ°କାର ?
    ଓଡିଶାରେ ଲେଖକ ଓ କବି ଙ୍କ ଠାରୁ ପାଠକ ସଂଖ୍ୟା କମ୍ !
    ଏଠାରେ ଲେଖକ ହେବା ଆତ୍ମରତି ସନ୍ତୋଷ ଯାତ୍ରା ଭିନ୍ନ କିଛି ନୁହେଁ ! ଆନ୍ଦୋଳନରେ ଜୀବନୀ ଶକ୍ତି ଭରିଦେବା କଥା ! ମାତ୍ର ସୁଭାଷ ଚନ୍ଦ୍ର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଶତପଥୀ, ପବିତ୍ର ମହାରଥା ଆନ୍ଦୋଳନ କରନ୍ତୁ, ଆମର କିବା ଯାଏ ଆସେ ! ମାତ୍ର ୪.୫ କୋଟି ଲୋକର ୮୦% ଭାଗ ଲୋକଙ୍କ ଓଡିଆରେ ଶାସିତ ହେବାର ସାମ୍ବିଧାନିକ ଅଧିକାର ବଞ୍ଚିତ କରିବାର ଅଧିକାର କାହାର ନାହିଁ, ଏ କଥା ଉଠାଇବାକୁ କ’ଣ ଏକା ରବି କନୁନଗୋ ଅଛନ୍ତି ?
    ଏହାହିଁ ‘ବିଧାତାର ଚରମ ରସିକତା !’

  2. ଯିଏ ମାକୁ ଭଲ ପାଇ ନି, ମା ଭାଷାକୁ ବ୍ୟବହାର କରୁ ନି, ନିଜ ମାଟିକୁ ଅବହେଳା କରି ରଖୁଛି ଯେତେ ଲୋକ ତାକୁ ଯେତେ ଟେକି ରଖିଲେ ବି ଗ୍ୟାନୀଗୁଣି ହୋଇ ଯିବ ନାହିଁ। ଲାଭ ବା ଫାଇଦା ଉଠାଉଥିବା ଯାଏ ଲୋକେ ଟେକୁଥିବେ।ଫାଇଦା ନେବା ସରିଗଲେ ଏମିତି କଚାଡି ଦେବେ ଯେ ମଲି ବୋଲି ପାରିବ ନି କହି। ନୀଳବର୍ଣ ଶୃଗାଳ କେବେ ବି ସିଂହ ହୋଇ ପାରିବ ନାହିଁ। କଂସ, କଂସ ହୋଇ ମରିବ।କଂସ ମଲେ ହିଁ ଲୋକେ ଷୁଷପୁନି ତିହାର ପାଳିବେ ଜାକଜମକ ସହିତ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.