ନିର୍ବାଚନରେ ପ୍ରସଙ୍ଗ ହେଉ ଭାଷା : ସୂର୍ଯ୍ୟପ୍ରଭା ପଥ ଦେଖାଇଛି , ଅନ୍ୟମାନେ ଚାଲନ୍ତୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନର ସଭାପତି ମଣ୍ଡଳୀ ଓଡ଼ିଶାରେ ନିର୍ବାଚନ ଲଢ଼ୁଥିବା ସମସ୍ତ ରାଜନୈତିକ ଦଳଙ୍କୁ ଗତ ମାସ ୬ ତାରିଖରେ ପତ୍ର ଲେଖି ଓ ସାକ୍ଷାତ କରି ସେମାନଙ୍କ ନିର୍ବାଚନ ଇସ୍ତାହାରରେ “ଓଡିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡ ବିଧାନ ବ୍ୟବସ୍ଥା ପାଇଁ” ପ୍ରତିଶ୍ରୁତି ଦେବାକୁ ଅନୁରୋଧ କରିଥିଲେ । ଏ ପର୍ଯ୍ୟନ୍ତ କେବଳ ଭାରତୀୟ ଜନତା ପାର୍ଟି ନେତୃତ୍ବ ସାର୍ବଜନୀନ ସଭାରେ ଏହି ପ୍ରତିଶୃତି ଦେଇଥିଲେ ମଧ୍ୟ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଲେ ହିଁ ଏହାର ପ୍ରକୃତ ଆଭିମୁଖ୍ୟ ଜଣାଯିବ ।

ଉତ୍କଳ ସମ୍ମିଳନୀ, ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚ ମିଳିତ ଭାବେ ରାଉରକେଲାରୁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି କି, ଓଡ଼ିଆ ଭାଷା ସ୍ଵାର୍ଥକୁ ନିର୍ବାଚନ ଇସ୍ତାହାରରେ ନ ରଖିବା ଦଳକୁ ଭୋଟ ଦିଆ ନ ଯାଉ ।

ସୁଖର କଥା, ସୂର୍ଯ୍ୟପ୍ରଭାର ସମ୍ପାଦକ, ସୁଲେଖକ ଓ ଚିନ୍ତକ ରବି କାନୁନଗୋ “ଓଡ଼ିଆ ଭାଷା ନିର୍ବାଚନୀ ପ୍ରସଙ୍ଗ ହେବ କି?” ବୋଲି ଆଜିର ସମ୍ପାଦକୀୟରେ ଉତ୍ଥାପିତ କରିଛନ୍ତି ଏହି ପ୍ରସଙ୍ଗ ।

ସରକାରୀ ବିଜ୍ଞାପନପୁଷ୍ଟ ଓଡ଼ିଶାର ଖବରକାଗଜଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ରୋଷ ଭୟରେ ଭାଷା ଆନ୍ଦୋଳନର ଅନାହଟ ଥିବା କଳାପତାକା ଅଭିଯାନକୁ ଲୋକଚକ୍ଷୁରୁ ଲୁଚାଇରଖିବା ପରି ସାମ୍ବାଦିକୀୟ କୃଷ୍ଟି ବିରୋଧୀ କୁତ୍ସିତ ଆଚରଣ ପ୍ରଦର୍ଶନ କରିବାକୁ ଲଜ୍ଜ୍ୟାବୋଧ କରୁନଥିଲେ ମଧ୍ୟ ମାତୃଭାଷା ଓଡ଼ିଆର ସ୍ଵାର୍ଥ ରକ୍ଷା ପାଇଁ ରବିବାବୁ ଦେଖାଇଥିବା ମାର୍ଗରେ ଚାଲିପାରିବେ ବୋଲି ଆଶା କରିବା ଦୁରାଶା ହୋଇନପାରେ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “ନିର୍ବାଚନରେ ପ୍ରସଙ୍ଗ ହେଉ ଭାଷା : ସୂର୍ଯ୍ୟପ୍ରଭା ପଥ ଦେଖାଇଛି , ଅନ୍ୟମାନେ ଚାଲନ୍ତୁ”

  1. ଭାଷା ହେଉଛି ଜାତିର ପ୍ରାଣ, ପରିଚିତି ରହିଛି ଭାଷାରେ। ସଂପାଦକୀୟ ପାଇଁ କୋଟି ଜୁହାର ପୂଜ୍ୟ ସଂପାଦକ ରବି କାନୁନ୍ ଗୋ ଙ୍କୁ। ଭାଷା ନ ଥିଲେ, ଆମ ରାଜ୍ୟ ନାହିଁ, ରାଜ୍ୟ ନ ଥିଲେ ନିର୍ବାଚନ କାହାପାଇଁ! ଏକ ନମ୍ୱର ଭାବରେ ଭାଷାକୁ ନିଜ ଦଳ ଇସ୍ତାହାରରେ ସବୁ ରାଜନୈତିକ ଦଳ ଦେବା ନିହାତି ଆବଶ୍ୟକ, ନ ହେଲେ ସେମାନେ ରାଜ୍ୟର ହିତ ପାଇଁ ଅଛନ୍ତି କେମିତି ଜାଣିବା? ଶାସକଦଳର ପତି ତ 19/20 ବର୍ଷ ହେଲା ପଛେ କହି ବୋଲି ଲେଖି ପାରିଲେ ନାହିଁ, ଧନ୍ୟ ରାଜ୍ୟବାସୀ ସହ୍ୟ କରିଛନ୍ତି!

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.