MOTHER TONGUE AND MAFIA: A CASE STUDY – 18

Suppressed Mail needs be Unveiled with ATR

ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା: ଅସଲ ବିଚାରକଙ୍କ ଚିଠି, ଯାହାକୁ ଚାପିଦେଇ ଇତିହାସକୁ କରାଯାଇଛି ପଥହୁଡା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଶିଷ୍ଟ ସାମ୍ବାଦିକ ଓ ଗବେଷକ ଶ୍ରୀଯୁକ୍ତ ଅସିତ ମହାନ୍ତିଙ୍କ ଏକ ଆଲୋକବର୍ଷୀ ଆଲୋଚନା (ସମ୍ବାଦ, 19 . 10 . 2017) ପ୍ରଥମଥର ପାଇଁ ଓଡ଼ିଶାବାସୀଙ୍କୁ ଅବଗତ କରାଇଲା କି, ଆମ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଯେଉଁ ଏକଚାଟିଆ ଶ୍ରେୟ ହାସଲ କରିଛନ୍ତି ତାହା ଇତିହାସକୁ ପଥହୁଡା କରୁଛି ∣ ଶାସ୍ତ୍ରୀୟ ମାନ୍ୟତା ପାଇଁ ଅସଲ ବିଚାରକ ଥିବା ଭାଷା ବିଶାରଦ ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଦେବୀ ବାବୁଙ୍କ ପ୍ରତିବେଦନରେ ଆଦୌ ସ୍ଥାନିତ ହୋଇନଥିବା ରହସ୍ୟଜନକ ମନେହେଲା ∣ ଯେହେତୁ ଘଟଣାଟି ଉପରେ ମୁଁ ସବିଶେଷ ଗବେଷଣା କରିଛି, ଏବଂ ଅସିତ ବାବୁଙ୍କ ସୂଚନା ଲାଗିଲା ସମ୍ପୂର୍ଣ ପ୍ରାସଙ୍ଗିକ, ସେହେତୁ ପ୍ରଫେସର ପଟ୍ଟନାୟକଙ୍କ ସହ ମୁଁ ସମ୍ପର୍କ ସ୍ଥାପନ କଲି ∣ ସେ ମୋତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ନାମରେ ହିଁ ଦେଇଥିବା ଏକ ପତ୍ରର ନକଲ ଦେଇଛନ୍ତି, ଯାହା ଶାସ୍ତ୍ରୀୟ ମାନ୍ୟତା ବ୍ୟାପାରରେ ଘଟିଥିବା ଇଛାକୃତ ଅବୈଧତା ଉପରେ ଆଲୋକପାତ କରେ ∣ ଚାପି ହୋଇ ରହିଥିବା ଅବୈଧତାର ଉପଯୁକ୍ତ ତଦନ୍ତ କରି ଯେଉଁ ସତ୍ୟ ଲୁଚି ରହିଛି ତାହାକୁ ପଦାକୁ ଆଣିବା ପାଇଁ ଏବଂ ସରକାରୀ ସନ୍ଦର୍ଭଟି ଉପରୁ ସତ୍ତ୍ଵାଧିକାର ସଙ୍କଟ ଅପସାରଣ ପାଇଁ ସେ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପରାମର୍ଶ ଦେଇଥିଲେ ∣

ଏହି ଐତିହାସିକ ଚିଠି, ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଚାପିଦେଇ ଶାସ୍ତ୍ରୀୟ ମାନ୍ୟତା ଇତିହାସକୁ ଭାଷା ମାଫିଆଙ୍କ ମର୍ଜୀ ଅନୁସାରେ ବାଟବଣା କରାଯାଇଛି, ତାହା ପ୍ରଫେସର ପଟ୍ଟନାୟକଙ୍କ ଠାରୁ ପାଇ, ଆମ ଭାଷା ଇତିହାସର ସଠିକତା ପାଇଁ ଏଠାରେ ଆମେ ଉପସ୍ଥାପନା କରୁଛୁ :-

Blacklist Dr. Debi Prasanna Pattanayak: Demands Bhasha Andolan

ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଳାତାଲିକାଭୁକ୍ତ କରିବାକୁ ଭାଷା ଆନ୍ଦୋଳନର ଦାବୀ

 

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡିଶା ସରକାର ପ୍ରସ୍ତୁତ କରିଥିବା ଯୁକ୍ତି ସନ୍ଦର୍ଭ ଚୋରି କରିଥିବା ହେତୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ  କଳାତାଲିକାଭୁକ୍ତ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଦେଇ ଦାବି କରିଛନ୍ତି ∣ ଆନ୍ଦୋଳନର ଆବାହକ ପବିତ୍ର ମୋହନ ମହାରଥା ଉପସ୍ଥିତ ଥିଲେ ∣

 

ଦାବୀପତ୍ରଟି ନିମ୍ନରେ ପ୍ରଦତ୍ତ ହେଲା ∣