ଏଣିକି ଦୁଇ ଜଣ ଚାଲିବେ କଳାପତାକା ସହ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁମାନେ ଆମ ଭାଷାଜନନୀଙ୍କ ଏହି ଚରମ ଦୁର୍ଦ୍ଦିନରେ ନିଜ ଜାତିର ଅସ୍ମିତା ପାଇଁ କଳାପତାକା ତୋଳି ସଗର୍ବେ ଚାଲିପାରୁଛନ୍ତି ରାଜଧାନୀର ରାଜରାସ୍ତାରେ, ସେହିମାନେ ହିଁ ବାଧ୍ୟ କରିଛନ୍ତି ଅହଂକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଥା ନତ କରି, ଆମ ଭାଷାରେ ଆମକୁ ସେବା ପ୍ରଦାନ କରିବା ପାଇଁ ଏଯାଏଁ ଅସହଯୋଗ କରିଆସିଥିବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ନିୟମାବଳୀର ସଂଶୋଧନ କରିବାକୁ । ଏହି ସାଫଲ୍ଯ ସତ୍ତ୍ବେ ଆନ୍ଦୋଳନ ଚାଲିରହିବ , କାରଣ ଆମ ଜାତୀୟ ସ୍ବାର୍ଥର ସମ୍ପୂର୍ଣ୍ଣ ପରିପନ୍ଥୀ ଧାରା ୪-କ ଆମ ଭାଷା ଆଇନରୁ ଏଯାଏଁ ଉଚ୍ଛେଦ ହୋଇ ନାହିଁ ।

ଦୁଇ ଜଣ ବିଶ୍ବାସଘାତକ ସରକାରଙ୍କ ଦଲାଲ୍ ସାଜି ଭାଷା ଆନ୍ଦୋଳନକୁ ଛୁରୀ ମାରି ଏହା ପ୍ରତ୍ୟାହୃତ ହୋଇସାରିଛି ବୋଲି ମିଥ୍ଯା ପ୍ରଚାର କଲାପରେ ଆମେ ସିଦ୍ଧାନ୍ତ କଲୁ, ସେହି ଦୁଇ ଜଣଙ୍କ ପାପକୁ ପଦାଘାତ କରି ଏଣିକି ଦୁଇ ଜଣ ଶ୍ରେଷ୍ଠ ଓଡ଼ିଆ ହିଁ ପ୍ରତ୍ୟହ କଳାପତାକା ତୋଳି ଭାଷା ମାଆର ବିଜୟ ଅଭିଯାନ ଚଳାଇବେ ।

ଆଜିର ଦୁଇ ଶ୍ରେଷ୍ଠ ଓଡ଼ିଆ ହେଲେ: ସୁଭାଷ ଚନ୍ଦ୍ର ପ୍ରଧାନ ଓ ଆଶିଷ କୁମାର ବେହେରା ।
୨।୩।୨୦୧୯

ଦୁଇ ଜଣ ଭାଷାପ୍ରେମୀ ହିଁ ମନେପକାଇ ଦେବେ ଦୁଇ ବିଶ୍ଵାସଘାତକଙ୍କ ପ୍ରତାରଣା

ଗତ ତିନି ତାରିଖରେ ଦୁଇ ଜଣ ପ୍ରତିବଦ୍ଧ ଭାଷାପ୍ରେମୀଙ୍କ ହାତରେ କଳାପତାକା ଦେଇସାରି ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦେଇଥିବା ବାର୍ତ୍ତା

Bhasha Andolan on Day 586

ପାଞ୍ଚଶହ ଛୟାଶୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ବିଭୁତି ଭୂଷଣ ପଟ୍ଟନାୟକ, ସୁବାସ ଚନ୍ଦ୍ର ଦାସ, ଯୁଧିଷ୍ଠିର ସାମନ୍ତରାୟ, ପ୍ରସନ୍ନ କୁମାର ପଟ୍ଟନାୟକ ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 585

ପାଞ୍ଚଶହ ପଞ୍ଚାଶୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଲଲାଟେନ୍ଦୁ ପାତ୍ର, ପଙ୍କଜ ପୃଷ୍ଟି, ମନୋଜ ଦାସ, ବିଜୟ କୁମାର ପରିଡା ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 584

ପାଞ୍ଚଶହ ଚଉରାଶୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ବିକାଶ କୁମାର ନାୟକ, ନୀଳମଣି ମିଶ୍ର, ବିଜୟ କୁମାର ଦାସ, ନବ କିଶୋର ପ୍ରଧାନ ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣