Suppressed Mail needs be Unveiled with ATR

ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା: ଅସଲ ବିଚାରକଙ୍କ ଚିଠି, ଯାହାକୁ ଚାପିଦେଇ ଇତିହାସକୁ କରାଯାଇଛି ପଥହୁଡା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଶିଷ୍ଟ ସାମ୍ବାଦିକ ଓ ଗବେଷକ ଶ୍ରୀଯୁକ୍ତ ଅସିତ ମହାନ୍ତିଙ୍କ ଏକ ଆଲୋକବର୍ଷୀ ଆଲୋଚନା (ସମ୍ବାଦ, 19 . 10 . 2017) ପ୍ରଥମଥର ପାଇଁ ଓଡ଼ିଶାବାସୀଙ୍କୁ ଅବଗତ କରାଇଲା କି, ଆମ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଯେଉଁ ଏକଚାଟିଆ ଶ୍ରେୟ ହାସଲ କରିଛନ୍ତି ତାହା ଇତିହାସକୁ ପଥହୁଡା କରୁଛି ∣ ଶାସ୍ତ୍ରୀୟ ମାନ୍ୟତା ପାଇଁ ଅସଲ ବିଚାରକ ଥିବା ଭାଷା ବିଶାରଦ ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଦେବୀ ବାବୁଙ୍କ ପ୍ରତିବେଦନରେ ଆଦୌ ସ୍ଥାନିତ ହୋଇନଥିବା ରହସ୍ୟଜନକ ମନେହେଲା ∣ ଯେହେତୁ ଘଟଣାଟି ଉପରେ ମୁଁ ସବିଶେଷ ଗବେଷଣା କରିଛି, ଏବଂ ଅସିତ ବାବୁଙ୍କ ସୂଚନା ଲାଗିଲା ସମ୍ପୂର୍ଣ ପ୍ରାସଙ୍ଗିକ, ସେହେତୁ ପ୍ରଫେସର ପଟ୍ଟନାୟକଙ୍କ ସହ ମୁଁ ସମ୍ପର୍କ ସ୍ଥାପନ କଲି ∣ ସେ ମୋତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ନାମରେ ହିଁ ଦେଇଥିବା ଏକ ପତ୍ରର ନକଲ ଦେଇଛନ୍ତି, ଯାହା ଶାସ୍ତ୍ରୀୟ ମାନ୍ୟତା ବ୍ୟାପାରରେ ଘଟିଥିବା ଇଛାକୃତ ଅବୈଧତା ଉପରେ ଆଲୋକପାତ କରେ ∣ ଚାପି ହୋଇ ରହିଥିବା ଅବୈଧତାର ଉପଯୁକ୍ତ ତଦନ୍ତ କରି ଯେଉଁ ସତ୍ୟ ଲୁଚି ରହିଛି ତାହାକୁ ପଦାକୁ ଆଣିବା ପାଇଁ ଏବଂ ସରକାରୀ ସନ୍ଦର୍ଭଟି ଉପରୁ ସତ୍ତ୍ଵାଧିକାର ସଙ୍କଟ ଅପସାରଣ ପାଇଁ ସେ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପରାମର୍ଶ ଦେଇଥିଲେ ∣

ଏହି ଐତିହାସିକ ଚିଠି, ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଚାପିଦେଇ ଶାସ୍ତ୍ରୀୟ ମାନ୍ୟତା ଇତିହାସକୁ ଭାଷା ମାଫିଆଙ୍କ ମର୍ଜୀ ଅନୁସାରେ ବାଟବଣା କରାଯାଇଛି, ତାହା ପ୍ରଫେସର ପଟ୍ଟନାୟକଙ୍କ ଠାରୁ ପାଇ, ଆମ ଭାଷା ଇତିହାସର ସଠିକତା ପାଇଁ ଏଠାରେ ଆମେ ଉପସ୍ଥାପନା କରୁଛୁ :-