ଇସ୍ତାହାରରେ ଭାଷା ଅଧିକାର ପାଇଁ ବଚନ ନାହିଁ ତ ଭୋଟ ନାହିଁ : ରାଉରକେଲା

“ଓଡ଼ିଆଭାଷା,ସାହିତ୍ୟ ଓ ସଂସ୍କୃତିକୁ ପ୍ରାଧାନ୍ୟ ପ୍ରଦାନକରି ଏହାକୁ ସୁରକ୍ଷା ପ୍ରଦାନ ପାଇଁ ଆଗାମୀ ନିର୍ବାଚନରେ ଯେଉଁ ଯେଉଁ ରାଜନୈତିକଦଳମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ସ୍ଥାନିତ ନ କରିବେ, ସେହି ରାଜନୈତିକଦଳମାନଙ୍କୁ ଭୋଟ ବର୍ଜନ ସକାଶେ” ଓଡ଼ିଶାର ଜନସାଧାରଣଙ୍କୁ ଆହ୍ବାନ ଦେଇଛି ରାଉରକେଲା ।

??
??
ବିଶ୍ଵ ମାତୃଭାଷା ଦିବସ ପାଳନ ଅବସରରେ ପ୍ରଗତି ଉତ୍କଳ ସଙ୍ଘ ସଭାଗୃହରେ ଏହି ସଂଘ ସମେତ ଉତ୍କଳ ସମ୍ମିଳନୀ ଓ ଓଡ଼ିଆଭାଷା ବିକାଶ ମଞ୍ଚର ଏକ ମିଳିତ ସମାବେଶରେ ଏହି ଆହ୍ବାନ ଦିଆଯିବା ସଂଗେ ସଂଗେ ଗୃହୀତ ସାତଗୋଟି ପ୍ରସ୍ତାବରେ ଓଡ଼ିଶାର ଭାଷା ସ୍ଵାର୍ଥ ପାଇଁ ଦିଗ୍ଦର୍ଶନ ଦିଆଯାଇଛି ଏବଂ କୁହାଯାଇଛି କି, ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଓ ପ୍ରଶାସନରେ ମାତୃଭାଷା ଓଡ଼ିଆକୁ ଅଗ୍ରାଧିକାର ଦେଇ ପ୍ରାୟ ୬୦ କିସମର ଜୀବନ୍ତ ଜନଜାତି ଭାଷାକୁ ମୁଖ୍ୟ ଓଡ଼ିଆ ଭାଷାର ପରିପୂରକ କରିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରନ୍ତୁ  ।

ଗୃହୀତ ପ୍ରସ୍ତାବର ଶେଷ ପୃଷ୍ଠା =

Rourkela marches with Bhubaneswar on Day 552

ପାଞ୍ଚଶ ବାଉନ ଦିନରେ ଭୁବନେଶ୍ଵର ସହ ରାଉରକେଲା

ଆଜିର କଳାପତାକା ଅଭିଯାତ୍ରୀ : ଶିବପ୍ରସାଦ ତ୍ରିପାଠୀ , ଦୀପକ କୁମାର ସ୍ବାଇଁ , ଶଶୀଭୂଷଣ ତ୍ରିପାଠୀ , ସୁଶାନ୍ତ ସୁତାର , କୁଞ୍ଜ ବିହାରୀ ରାଉତ, ଆର୍ତ୍ତତ୍ରାଣ ମହାପାତ୍ର ∣