ତୁଷାରକାନ୍ତଙ୍କ କବିତା : ହଜିଯାଇଥିବା ରକ୍ତର ଅନ୍ଵେଷଣରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାଂପ୍ରତିକ ଓଡ଼ିଶାର ଜାଗ୍ରତ ବିବେକ ତୁଲ୍ୟ ଶ୍ରୀ ତୁଷାରକାନ୍ତ ଶତପଥୀ ସଦାସର୍ବଦା ସାହିତ୍ୟରେ ମଧ୍ୟ କ୍ରାନ୍ତିକାରୀ ମାନବିକ ଚେତନାର ସନ୍ଧାନରେ ଥାଆନ୍ତି । ଏବଂ ଏହି ବର୍ଗରେ ଯଦି ଓ ଯେତେବେଳେ କିଛି ଶ୍ରେଷ୍ଠ ସୃଷ୍ଟି ତାଙ୍କ ଦୃଷ୍ଟିପଥାରୁଢ଼ ହୁଏ, ବ୍ୟଗ୍ର ହୋଇ ଉଠନ୍ତି ତାକୁ ଜନସମାଜରେ ସମ୍ପ୍ରସାରିତ କରିବାକୁ ।

ଏହି ଆବେଗ ପ୍ରବାହରେ ତାଙ୍କଠାରୁ ଏହି କବିତାଟି ମୁଁ ପାଇଛି ।

ଏହା ତାଙ୍କ ଦ୍ଵାରା ରଚିତ କବିତା ନୁହେଁ, ତାଙ୍କ ଦ୍ଵାରା ଅନୁଦିତ କବିତା । ଫୈଜ ଅହମ୍ମଦ ଫୈଜଙ୍କ ୧୯୬୫ର କବିତା ‘ଲହୁକା ସୁରାଗ’ ଉର୍ଦ୍ଦୁରୁ ଇଂରାଜୀକୁ ଅନୁବାଦ କରିଥିଲେ ଆଶା ସାହିଦ ଅଲ୍ଲୀ । ତହିଁରୁ ଓଡ଼ିଆକୁ ଅନୁବାଦ କରିଛନ୍ତି ତୁଷାରବାବୁ ।

କବିତାଟିର ମର୍ମ ଯେପରି ମହାନ, ତୁଷାରକାନ୍ତଙ୍କ ଅନୁବାଦ ସେପରି ଆନ୍ତରିକ । ଭାଷା ଆନ୍ଦୋଳନର ବିକାଶ ମୂଳରେ ତୁଷାରବାବୁ । ତେଣୁ ଏହି ଆନ୍ଦୋଳନ ସହ ଜଡ଼ିତ ସମସ୍ତଙ୍କ ପାଇଁ ଏହାକୁ ଏହି ମଞ୍ଚରେ ରଖୁଛି ।