ଏହି ସମ୍ମିଳନୀ ଜାତିପ୍ରାଣସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ

ନିଉଜ ସିଣ୍ଡିକେଟ

ଓଡ଼ିଆ ଜାତିର ପ୍ରାଣସିନ୍ଧୁ ସମ ଉଭା ହୋଇଛି ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ, ଯାହାକୁ ଭେଦିଆ ଓ ସୁପାରିଖିଆଙ୍କୁ ଲଗାଇ ଓଡ଼ିଶା ସରକାର ଭାଙ୍ଗିଦେବାକୁ ଚେଷ୍ଟା କରିଥିଲେ ଓ ବର୍ଷକ ତଳେ, ୧୬.୭.୨୦୧୮ ତାରିଖର ସୂର୍ଯ୍ୟାସ୍ତ ପରେ ପ୍ରାୟତଃ ଭାଙ୍ଗି ଦେଇଥିଲେ । କିନ୍ତୁ ଏହି ଖଳନାୟକମାନଙ୍କୁ ଛାଡ଼ି ସମଗ୍ର ଓଡ଼ିଆ ଜାତି ତା ଭାଷା ମା ସହ ଠିଆ ହେଲା ଓ ୧୭.୭.୨୦୧୮ରେ ମୃତ୍ୟୁ ଶଯ୍ୟାରୁ ଜାଗିଉଠିଲା ଭାଷା ଜନନୀର ଅଭିଯାନ – କଳାପତାକା ଅଭିଯାନ, ଯାହାର ନାମ ଭାଷା ଆନ୍ଦୋଳନ ।

ସେହି ୧୭ ଜୁଲାଇର ପ୍ରଥମ ବର୍ଷ ପୂର୍ତ୍ତୀ ଅବସରରେ ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀର ଯେଉଁ ବିବରଣୀ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି ତହିଁର କେତେକ ଦୃଷ୍ଟାନ୍ତ ନିମ୍ନରେ ରହିଲା ।

(ପ୍ରମେୟ ୧୮.୭.୨୦୧୯)

(ପ୍ରଗତିବାଦୀ ୧୮.୭.୨୦୧୯)

(ସୂର୍ଯ୍ୟପ୍ରଭା, ୧୯.୭.୨୦୧୯)

(ସର୍ବସାଧାରଣ,୧୯.୭.୨୦୧୯)

ଯେଉଁ ସମ୍ବାଦପତ୍ରଗୁଡ଼ିକ ଏହି ବାର୍ତ୍ତା ଓଡ଼ିଶା ସରକାର ଓ ଜନସାଧାରଣଙ୍କ ପାଖରେ ପହଞ୍ଚାଇଛନ୍ତି, ସେମାନେ ସମ୍ବାଦିକତାର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି । ଭାଷା ଆଂଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.