କଳା ପତାକା ଅଭିଯାନର ନୀରବ ପଦ୍ଧତ୍ତି ସାଙ୍ଗକୁ ଭାଷା ଆନ୍ଦୋଳନର ସରବ ପଦ୍ଧତ୍ତି ହେବ ମଧୁଜନତା

ଓଡ଼ିଆ ଜାତିର ଭାଷା ଅଧିକାର ହାସଲ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନର ପ୍ରୟୋଗାତ୍ମକ ପଦ୍ଧତ୍ତି ‘ନୀରବ କଳାପତାକା ଅଭିଯାନ’ ସାଙ୍ଗକୁ ଏକ ସରବ ପଦ୍ଧତ୍ତି ଭାବେ ପ୍ରଫେସର ମନୋରଞ୍ଜନ ଦାସଙ୍କ ପରିକଳ୍ପିତ ‘ମଧୁଜନତା’ କାମ କରିବ ବୋଲି ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ୨୪ରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଏହାର ଉଦ୍ଘାଟନ କରିଥିଲେ ।

ଏହି ଖବର ନିମ୍ନମତେ ଫେସବୁକରେ ପ୍ରଦାନ କରିଛନ୍ତି ପ୍ରଫେସର ଦାସ :

ଆଜି(୨୪/୩/୨୪)ପୂର୍ବାହ୍ନ ୧୧ଟା ସମୟରେ ବର୍ଷୀୟାନ ସାମ୍ବାଦିକ ଓ ଓଡ଼ିଆ ଅସ୍ମିତାର ଜାଗ୍ରତ ପ୍ରହରୀ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଅର୍ଦ୍ଧ ରାଜନୈତିକ ସଂଗଠନ”ମଧୁଜନତା” ଏବଂ ମନୋରଞ୍ଜନ ଦାସଙ୍କ ରଚିତ କବିତା ସଂକଳନ “ଜାଗରେ ଜାଗରେ ମଧୁଜନତା” ଲୋକାର୍ପିତ ହୋଇଯାଇଛି ।
ପ୍ରାରମ୍ଭରେ ମଧୁଜନତା ସଂଗଠନର ଆବାହକ ମନୋରଞ୍ଜନ ଦାସ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” ଗାନ କରାଯାଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା ।
ଉଦ୍ଘାଟକ ଶ୍ରୀଯୁକ୍ତ ପଟ୍ଟନାୟକ ମଧୁବାବୁଙ୍କ ଅବଦାନ ଓ ବୁଦ୍ଧଙ୍କ ଓଡିଆତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ ।ଓଡ଼ିଆ କୈନ୍ଦ୍ରିକ ଯବକାଚରେ ଓଡ଼ିଶାର ଇତିହାସ ଓ ଓଡ଼ିଆ ଜାତିର ଅସ୍ମିତାର ଅନୁଧ୍ୟାନ ଓ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର ଆନ୍ଦୋଳନର ସାରଥୀ ଶ୍ରୀ ପ୍ରଦୀପ ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକର ପ୍ରକାଶକ ଜେନାମଣି ଦିଲ୍ଲୀପ କୁମାର ରାୟ,ମିସନ୍ ଜଷ୍ଟିସ୍ ନେତା ଶ୍ରୀ ତପନ ପାଢୀ,ଓଡ଼ିଆ ଜାତୀୟ ସମ୍ମିଳନର ସଂପାଦକ ଶ୍ରୀକାନ୍ତ ଦାଶ,ସମୃଦ୍ଧ ଓଡିଶା ଢେଙ୍କାନାଳ ସଭାପତି ଶ୍ରୀ ବିନାୟକ ଶତପଥୀ,ଶ୍ରୀ ଲଳିତ କୁମାର ବେହେରା ଓ ଶ୍ରୀ କରୁଣାକର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଫେସର ଶ୍ରୀମତୀ ସବିତା ରାଣୀ ପଟ୍ଟନାୟକ ସମସ୍ତଙ୍କୁ ଜଳଯୋଗରେ ଆପ୍ୟାୟିତ କରିଥିଲେ ।
ମଧୁଜନତାର ବୈଶିଷ୍ଟ୍ୟ ତଥା ଅଭିଳାଷ ସମ୍ପର୍କରେ ମାର୍ଚ୍ଚ ୨୫ ତାରିଖରେ ଫେସବୁକ ଲାଇଭରେ ପ୍ରସାରିତ ସୁଭାଷବାବୁଙ୍କ ବାର୍ତ୍ତା ୟୁଟ୍ଯୂବରେ ସ୍ଥାନିତ ହୋଇଛି । ଭାଷା ଆନ୍ଦୋଳନ ସହ ସମ୍ପୃକ୍ତ ସମସ୍ତଙ୍କ ଅବଗତି ପାଇଁ ତାହା ଏଠାରେ ଉପସ୍ଥାପିତ ହେଲା । 
https://www.youtube.com/watch?v=EvXDvz6Q4-4&t=77s
 
 
 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.