ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶାର ଅନ୍ୟତମ ମୁଖ୍ୟ ଖବରକାଗଜ ସମ୍ବାଦ ଅଗଷ୍ଟ ୭ ତାରିଖ ସଂସ୍କରଣର ସମ୍ପାଦକୀୟରେ “ଏକଲବ୍ୟଙ୍କ ଲାଗି ବିକଳ୍ପ” ଶୀର୍ଷକରେ ଯାହା ଲେଖିଛି ତାହା ଭାଷା ଆନ୍ଦୋଳନ ତାର ସପ୍ତାହନ୍ତ ପାଠଚକ୍ରରେ ପ୍ରଦାନ କରିଥିବା ପରମର୍ଶର ଅନୁରୂପ ।
ଅନ୍ଲାଇନ୍ ପାଠପଢ଼ା କିପରି ଏକ ପ୍ରହସନରେ ପରିଣତ ହୋଇଛି ଓ ସର୍ବୋଚ୍ଚ ସଂଖ୍ୟକ ବିଦ୍ୟାର୍ଥୀଙ୍କ ଶିକ୍ଷାର୍ଜନ ଅଧିକାରକୁ ଭୟଙ୍କର ଭାବେ କ୍ଷୁର୍ଣ୍ଣ କରୁଛି ତହିଁ ଉପରେ ବ୍ୟାପକ ଆଲୋଚନା କରି ଗତ ୨୬.୭.୨୦୨୦ ତାରିଖରେ ଭାଷା ଆନ୍ଦୋଳନ ସରକାରଙ୍କୁ ଏହି ପରାମର୍ଶ ଦେଇଥିଲା କି, ୨୦୨୦-୨୧ ଶିକ୍ଷାବର୍ଷ ବାତିଲ ହେଉ ଓ ଛାତ୍ରଛାତ୍ରୀ ପାଠ୍ୟଖସଡ଼ାରୁ ତଥା ଅଧ୍ୟୟନ ଅଭ୍ୟାସରୁ ବିଚ୍ୟୁତ ନହେବା ପାଇଁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉ ।
ଏ କ୍ଷେତ୍ରରେ ଉଦିତ ଏହି ପ୍ରଥମ ପରମର୍ଶ ସମ୍ପର୍କରେ ଉଲ୍ଲେଖ ନକରିଥିଲେ ମଧ୍ୟ, ସଂବାଦ ଖବରକାଗର ଗତ ୭ ତାରିଖ ସମ୍ପାଦକୀୟରେ ଏହାର ମର୍ମ ଅନୁରୂପ ଉଲ୍ଲେଖ କରିଛି :
“ଟେଲିଭିଜନ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ବର୍ତ୍ତମାନ ପରିସ୍ଥିତିରେ ଅଧିକ ସମର୍ଥ ବିକଳ୍ପରେ ପରିଣତ ହୋଇପାରିଥାନ୍ତା ।”
ଆମେ ଆଶା କରୁଛୁ, ସରକାର ଅବିଳମ୍ବେ ଆମ ପରାମର୍ଶ ଗ୍ରହଣ କରିବେ ।