(ସୂତ୍ର: ଆମ ଭାଷା ଆମ ଅଧିକାର)

ଗତକାଲି ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରରେ ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ ହୋଇଛି ଯେ ଶିକ୍ଷାବର୍ଷ ୨୦୨୦-୨୧ ବାତିଲ ହେଉ ଓ ଛାତ୍ରଛାତ୍ରୀ ପାଠ୍ୟଖସଡ଼ାରୁ ବିଚ୍ୟୁତ ନହେବା ପାଇଁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସରକାରଙ୍କ ଅପାରଗତା ଉପରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଅନଲାଇନ ଶିକ୍ଷା ଆଳରେ ପିଲାଙ୍କୁ କେବଳ ଶ୍ରେଣୀ ଉଠେଇବା ଛଡ଼ା ଆଉ କୌଣସି ଲକ୍ଷ୍ୟ ସାଧିତ ହେବନାହିଁ । ଅତି ସ୍ଵଚ୍ଛଳ ବରଗଡ଼ ଛାତ୍ରଛାତ୍ରୀ ମାନେ ଯଦି ଇଣ୍ଟର୍ନେଟ ସଂଯୋଗ ସୁଦୃଢ଼ ଥିବା ସ୍ଥାନରେ ଖୁବ ବେଗଶୀଳ ଇଣ୍ଟରନେଟ ପାଆନ୍ତି , ତେବେ ହୁଏତ ସେମାନେ କିଛି ଶିକ୍ଷାର୍ଜନ କରିପାରନ୍ତି ; କିନ୍ତୁ ଏପରି ସୁବିଧା ଆଦୌ ନଥିବା ୯୦% ପରିବାରର ପିଲାମାନେ “ଅନଲାଇନ” ଶିକ୍ଷାର୍ଜନ ପାଇଁ କେବେ ବି ସକ୍ଷମ ହେବେ ନାହିଁ ।  ଏତେ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ଏପରି ସଙ୍କଟ କବଳକୁ ଠେଲିଦେଇ ଓଡ଼ିଶାର ଏହି ଶିକ୍ଷାବର୍ଷ ଆଗକୁ ଜେବ ରାଜ୍ୟପାଇଁ ଆତ୍ମଘାତୀ ହେବ । ସୁତରାଂ, ଶିଖାବର୍ଷ ବାତିଲ କରି ପରିକ୍ଷାହୀନ ଜ୍ଞାନ ବିତରଣରେ ସରକାର ଧ୍ୟାନ ଦିଅନ୍ତୁ ଓ ଏହି ଜ୍ଞାନ ଆସନ୍ତା ଶିକ୍ଷାବର୍ଷରେ ବିଦ୍ୟାର ପୁଞ୍ଜି ଭାବେ କମ କରୁ ।

ଆଲୋଚନାରେ ଭାଗନେଇ ସୁଧାଂଶୁ ଚୌଧୁରୀ ଇଣ୍ଟରନେଟର ସମସ୍ୟା ଉପରେ ଆଲୋକପାତ କରିଥିଲେ । ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଥିବା ମହାମାରୀକୁ କରୋନା ମହାମାରୀ ଲୋକଲୋଚନକୁ ଆଣିଛି ବୋଲି ମତବ୍ୟକ୍ତ କରିଥିଲେ । ପୁରୀରୁ ମହେନ୍ଦ୍ର ତ୍ରିପାଠୀ ଓ ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି ଅନଲାଇନ ଶିକ୍ଷା କିଭଳି ପିଲାମାନଙ୍କୁ ଅନିଶ୍ଚିତତା କବଳକୁ  ନେଇଯାଉଛି ତାହା ଆଲୋଚନା କରି, ସତର୍କ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଗୁଳରୁ ସରୋଜ ମହାନ୍ତି ପୂର୍ବେ କିଭଳି ଦୂରଦର୍ଶନ ଶିକ୍ଷା କ୍ଷେତ୍ରରେ ଏକ ମହାନ ଭୂମିକା ଗ୍ରହଣ କରିଥିଲା ତାହା ସୂଚାଇଥିଲେ । ଆଠଗଡ଼ରୁ ନିର୍ମଳ କୁମାର ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଅପାରଗତାକୁ ଘୋର ନିନ୍ଦା କରିଥିଲେ ।

ଅନ୍ୟମାନଙ୍କ ଭିତରେ ଦିପ୍ତୀମୟୀ ସାହୁ, କୁନାଲ ପାତ୍ର ଉପସ୍ଥିତ ଥିଲେ । ଏହି ପାଠଚକ୍ରାକୁ ରଂଜନ କୁମାର ସାହୁ ପରିଚାଳନା କରିଥିଲେ ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.