ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଭାଷା ଆନ୍ଦୋଳନ ସହ ଜଡ଼ିତ ସମସ୍ତେ କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କୁ ଜାଣନ୍ତି । ଓଡ଼ିଆ ଭାଷାରେ ଓଡ଼ିଶାର ନ୍ୟାୟ ନିଶାପ ପରିଚାଳନା ପାଇଁ ସେ ଆମରଣ ଅନଶନ କରିଥିଲେ ୨୦୧୫ ଜୁଲାଇ ପହିଲାରେ, ଯାହା ଆମ ଭାଷା ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟର ଅଧିକାରୀ । ସରକାର ଏବେ ଯେଉଁ ଓଡ଼ିଆ ବିଶ୍ୱବିଦ୍ୟାଳୟ କରିଛନ୍ତି ତାହାର ପ୍ରଥମ ସ୍ଵପ୍ନ ଦେଖିଥିଲେ ଗଜାନନ ମିଶ୍ର । ପରବର୍ତ୍ତୀ ସମୟରେ ଆମେ ତାହା ଉପରେ ଆଲୋଚନା କରିବା । ଏବେ ଦେଖିବା, ସେ ଏଇ ମୁହୂର୍ତ୍ତରେ କଣ କରୁଛନ୍ତି ।
ଶିକ୍ଷା ଦ୍ଵାରା ସାଧାରଣ ମଣିଷକୁ ଶକ୍ତିଶାଳୀ କରିବାକୁ ସ୍ଵପ୍ନ ଦେଖିଥିବା ଗଜାନନ ତାଙ୍କ ଟିଟିଲାଗଡ଼ ଜମି ଉପରେ ପ୍ରତିଷ୍ଠା କରିଛନ୍ତି ତପୋବନ ଏକାଡ଼େମୀ ଯାହାକୁ କାଳକ୍ରମେ ଉପାଧି କଲେଜରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ରହିଛି । ଏହା ସମ୍ପର୍କରେ ବି ପରବର୍ତ୍ତୀକାଳରେ ଆମେ ଆଲୋଚନା କରିବା ।
କିନ୍ତୁ ଯାହା ଏହି କ୍ଷଣି ଆଲୋଚ୍ୟ ତାହା ହେଲା ତିତିଲାଗଡ଼ର ଶୁଖାମାଟିର ଚାଷୀମାନଙ୍କୁ କୃଷିକର୍ମଣ ପାଇଁ ଉତ୍ସାହିତ କରିବା ସକାଶେ ତାଙ୍କ ତପୋବନ ପରିସରରେ ଗଢି ତୋଳିଥିବା କ୍ଷେତ । ଲୋକଙ୍କୁ ଆତ୍ମନିର୍ଭରଶୀଳତା ଶିଖାଇବା ସକାଶେ ସେ ନିଜେ ଜମି କମଣ କରି ଫସଲ ଉତ୍ପାଦନ କରୁଛନ୍ତି । ଚାଷ ଜମିରେ ବସି କବିତା ବି ଲେଖୁଛନ୍ତି । ଗରିବ ଲୋକଙ୍କୁ ଆଇନ ସହାୟତା ଦେଉଛନ୍ତି । ତାଙ୍କ ପାଇଁ ସ୍ଵପ୍ନର ଶେଷ ନାହିଁ, ଶ୍ରମର ଶେଷ ନାହିଁ , କବିତାର ଶେଷ ନାହିଁ , ସଙ୍ଘର୍ଷର ଶେଷ ନାହିଁ ।
ତାଙ୍କ ଏହି ତପସ୍ୟାସ୍ଥଳର କେତୋଟି ଚିତ୍ର ସବୁ ଓଡ଼ିଆଙ୍କ ପାଇଁ:
ତପୋବନ ନିକଟସ୍ଥ ଏହି ପାହାଡ଼ ପରି ଅଟଳ ଆଦର୍ଶସମ୍ପନ୍ନ କବି ଗଜାନନ ସମଗ୍ର ଓଡ଼ିଆ ଜାତି ପାଇଁ ଅନୁକରଣୀୟ ।