ପଣ୍ଡିତ ଗୋପବନ୍ଧୁଙ୍କ ଅନୁତ୍ତରିତ ପ୍ରଶ୍ନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଆ ଜାତିର ସମସ୍ତ ରାଜନୈତିକ, ପ୍ରଶାସନିକ, ବ୍ୟବସାୟିକ କାର୍ଯ୍ୟ ସମ୍ପାଦନ ସମ୍ଭବ କରାଇବା ପାଇଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମୂହର ଏକତ୍ରୀକରଣ ଦ୍ଵାରା ଏକ ସ୍ଵତନ୍ତ୍ର ପ୍ରଦେଶ ସ୍ଥାପନ ପାଇଁ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀରେ ଅଧ୍ୟକ୍ଷତା କରି ୧୯୧୯ ଏପ୍ରିଲ ୧୯ ତାରିଖରେ ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ପ୍ରଶ୍ନ ରଖିଥିଲେ ଆମ ଭାଷାଭାଷୀ ଭୂଖଣ୍ଡରେ ଆଧିପତ୍ୟ ଜାରିକରିଥିବା ଇଂରାଜୀ ସରକାର , ସମଗ୍ର ଭାରତବାସୀ ଓ ଏ ଜାତି ସମ୍ମୁଖରେ , ସେହି ପ୍ରଶ୍ନ ଏବେ ବି ଅନୁତ୍ତରିତ , ଅଥଚ ଜୀବନ୍ତ ।

ଓଡ଼ିଶାକୁ ଏକ ଦାସରାଜ୍ୟ (Slave State) ଓ ନିଜକୁ ତାର ମାଲିକ ଭାବୁଥିବା ଭୋଟଭିକାରୀ ନବୀନ ପଟ୍ଟନାୟକଙ୍କ ନିଗ୍ରହରେ ସେତେବେଳଠାରୁ ଆହୁରି ଅଧିକ ସର୍ବନାଶର ଶିକାର ହୋଇପଡ଼ିଥିବା ଶତକଡ଼ା ୯୩ ଭାଗ ଓଡ଼ିଆଙ୍କ ପକ୍ଷରୁ ଆମେ ଆଜି ସେହି ପ୍ରଶ୍ନ ପୁନଃ ଉତ୍ତୋଳନ କରିବା ସହ ଉତ୍କଳମଣିଙ୍କୁ ଜଣାଉଛୁ ସଶ୍ରଦ୍ଧ ପ୍ରଣତି ।



“ଆଜି ଆମମାନଙ୍କ ପଲ୍ଲୀର ଅବସ୍ଥା ଦେଖିଲେ ଛାତି ଫାଟିଯାଏ । ଶ୍ରମଜୀବୀକୁଳ କ୍ରମେ ଛାରଖାର ହୋଇଯାଉଛନ୍ତି – ଖାଦ୍ୟର ଅଭାବ, ଜଳର ଅଭାବ, ବସ୍ତ୍ରର ଅଭାବ । ସ୍ୱାସ୍ଥ୍ୟ ନାହିଁ , ଶିକ୍ଷା ନାହିଁ ଏବଂ ସାହସ ନାହିଁ । ଯେଉଁ ଜାତିର ପନ୍ଦରଅଣା ଲୋକ ଏହିପରି ଯନ୍ତ୍ରଣାରେ ଜୀବନ କଟାଉଛନ୍ତି, ଅଭାବରେ ପେଷି ହୋଇ ହାହାକାର କରି ନିରାଶାରେ ନାନା ରୋଗ ବ୍ୟାଧିରେ ପ୍ରତିଦିନ ଶତ ଶତ ସହସ୍ର ସହସ୍ର ମରିଯାଉଛନ୍ତି , ଯେଉଁ ଜାତିରେ ଦୀନ ଦରିଦ୍ର ପ୍ରଜାକୁଳ ସ୍ଥଳ ବିଶେଷରେ ବିରାଡ଼ି କୁକୁର ପରି କ୍ଷମତାଶାଳୀ ଲୋକଙ୍କ ଦୌରାତ୍ମ୍ୟ ଓ ନିଗ୍ରହ ଭୋଗି ପଡ଼ିରହିଛନ୍ତି , ସେ ଜାତିର ମୂଳ ଭିତ୍ତି ଶକ୍ତ ଓ ସୁଦୃଢ ଆଉ କେତେ ଦିନ ରହିବ ?”