ସୁଭାଷ ଚନ୍ଦ୍ର ପଟ୍ଟନାୟକ
କରୋନା ସମ୍ପର୍କୀୟ ସମସ୍ତ ଡାକ୍ତରୀ ଉପଦେଶ ଓ ସରକାରୀ ବିଜ୍ଞପ୍ତି ଓଡ଼ିଆରେ ରଖିବା ପାଇଁ ଏହି ମହାମାରୀ କାୟା ବିସ୍ତାର କଳା ପରଠାରୁ ପ୍ରତିଦିନ ଦାବିକରିଚାଲିଥିଲା ଭାଷା ଆନ୍ଦୋଳନ । ସରକାର କର୍ଣ୍ଣପାତ କରୁନଥିଲେ ।
କିନ୍ତୁ ଦ୍ଵିତୀୟ ଲହର ଓଡ଼ିଶାକୁ ଧକ୍କା ଦେଲା ପରେ ସ୍ୱାସ୍ଥ୍ୟ ବିଭାଗ ଆମ ଦାବି ଶୁଣିଛି ଓ ବିଭାଗୀୟ ୱେବ୍ସାଇଟରେ ଓଡ଼ିଆରେ କିଛି ଅତ୍ୟାବଶ୍ୟକୀୟ ପରାମର୍ଶ ରଖିଛି ।
Covid-treatment-at-home-13052021
ଏହି ଓଡ଼ିଆ ପରିବେଷଣ ଅତ୍ୟନ୍ତ ବୋଧଗମ୍ୟ । ଏଥିପାଇଁ ଭାଷା ଆନ୍ଦୋଳନ ଓଡ଼ିଶା ସରକାର , ବିଶେଷତଃ ସ୍ୱାସ୍ଥ୍ୟ ସଚିବଙ୍କୁ ଡନୟବାଦ ଦେବା ସଙ୍ଗେ ସଙ୍ଗେ ଅନ୍ୟ ସମସ୍ତ ତଥ୍ୟ ଓଡ଼ିଆ ଭାଷାରେ ଇଣ୍ଟର୍ନେଟ ମାଧ୍ୟମରେ ଉପଲବ୍ଧ କରାଇବାକୁ ଅନୁରୋଧ କରୁଛି ।
Author: admin
ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।
View all posts by admin