ଯେଉଁ ଓଡ଼ିଆ ଭାଷାକୁ ରାଜ୍ୟ ପରିଚାଳନର ଭାଷା କରିବା ପାଇଁ ସ୍ଵଭାବ କବି ଗଙ୍ଗାଧର ସାରସ୍ଵତ ବିପ୍ଲବ କରିଥିଲେ ତାକୁ ଅକର୍ମଣ୍ୟ କରି ପକାଇରଖି ମାରିଦେବାକୁ ସହ୍ୟ କରାଯିବ ନାହିଁ । ଅମଙ୍ଗ ଲୋକଙ୍କୁ ଓଡ଼ିଆରେ କାମ କରିବାକୁ ଆଇନ ବଳରେ ବାଧ୍ୟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଫେସର ଡଃ ପ୍ରଦ୍ୟୁମ୍ନ କୁମାର ମିଶ୍ର ।
କରୋନା ହେତୁ କଳାପତାକା ଅଭିଯାନ ଭର୍ଟୁଆଲ ଶୈଳୀରେ ଚାଲୁଛି । ଏହାର ୧୭୧୯ତମ ଦିବସରେ ଆଜି ସକାଳ ୧୦ଟାରେ ଭାଷା ଆନ୍ଦୋଳନର ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଫେସବୁକ ଯୋଗେ ପ୍ରଫେସର ମିଶ୍ରଙ୍କ ଅଭିଭାଷଣ ସିଧା ପ୍ରସାରିତ ହୋଇଥିଲା ।
Category: Black Flag Campaign
ଭାଷା ଆନ୍ଦୋଳନ // ଜାଲିଆଙ୍କ ଉପଦ୍ରବ: ନିତିଦିନ ସମ୍ପାଦକ ସୁଧୁରନ୍ତୁ
ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସୁନିଶ୍ଚିତ କରିବାପାଇଁ ମା ଓଡ଼ିଶାର ବହୁ ମେଧାବୀ ସନ୍ତାନ ଭାଷା ଆନ୍ଦୋଳନକୁ ଆଗେଇ ନେଇଚାଲିଛନ୍ତି, ଯେଉଁ ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀଙ୍କ ଅମୋଘ ଅସ୍ତ୍ରରେ ମୋହିତ ହୋଇ କେତେକ ଅର୍ଥଲୋଭୀ ୨୦୧୬ ଜୁଲାଇ ୧୬ ସନ୍ଧ୍ୟାରେ ଛୁରିମାରିଥିଲେ ।
କରୋନା ହେତୁ କାୟିକତଃ ସ୍ଥଗିତ ଥିବା ବେଳେ ବୌଦ୍ଧିକ ସ୍ତରରେ ଏହା ବ୍ୟାପକତର ହୋଇଛି ଓ ରାଜ୍ୟର ସୁବିଖ୍ୟାତ ବିଜ୍ଞ ବ୍ୟକ୍ତିମାନେ ପ୍ରତି ସପ୍ତାହରେ ଏଥିପ୍ରତି ସମର୍ଥନ ବ୍ୟକ୍ତ କରି ଏହାର ଯଥାର୍ଥତା ସାବ୍ୟସ୍ତ କରିଛନ୍ତି । ତେଣୁ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଭାଷା ଆନ୍ଦୋଳନର ନାମ ବ୍ୟବହାର କରି ସେହି ଜାଲିଆମାନେ ଉପଦ୍ରବ ଆରମ୍ଭ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ପୋଷାମନା ଖବରତନ୍ତ୍ର ସେମାନଙ୍କୁ ଏହି କାମରେ ସାହାଯ୍ୟକରୁଛି ।
ଏହିପରି କାମ କରିଥିବା ନିତିଦିନ ସମ୍ପାଦକଙ୍କୁ ସୁଧୁରିଯିବାକୁ ପରାମର୍ଶ ଦେଇଛନ୍ତି ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଏହି ଭିଡ଼ିଓରେ ।
ଗୋଡ଼ାଣିଆ ନହୋଇ ଓଡ଼ିଆ ହୁଅ ; ରାଜଭାଷା ପ୍ରେକ୍ଷାପଟରେ ବିଜେଡିସଭ୍ୟଙ୍କୁ ପରାମର୍ଶ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାତି ବିରୁଦ୍ଧରେ ଦୁଇଟି ଅପରାଧ କରିଛନ୍ତି । ଆମ ଜାତିକୁ ଭାଷା ଅଧିକାରରୁ ବଞ୍ଚିତ କରିବା ପାଇଁ ସେ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ସ୍କାମ୍ ସଂଘଟିତ କରିଥିବା ବେଳେ, ଆଉ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ଜାଲିଆତି କରିଛନ୍ତି ।
କ୍ଷମତାସୀନ ଦଳ ତା ଜନ୍ମଦିନ ପାଳୁଥିବା ବେଳେ ମୁଁ ସେମାନଙ୍କୁ ଗୋଡ଼ାଣିଆ ନହୋଇ ଓଡ଼ିଆ ହେବାକୁ ପରାମର୍ଶ ଦେଇଛି ଓ ଉପରୋକ୍ତ ଅଭିଯୋଗର ସତ୍ୟାସତ୍ୟ ସେମାନଙ୍କ ମାଲିକ (supremo)ଙ୍କ ଠାରୁ ବୁଝନ୍ତୁ ଓ ୨୬.୧୨.୨୦୨୦ରେ ସେମାନେ ପାଳିଥିବା ଦଳୀୟ ଜନ୍ମଦିନରେ ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ହୋଇଥିବା ଘୋଷଣା କୁଆଡ଼େ ଗଲା ବୋଲି ପଚାରନ୍ତୁ ।
ଭର୍ଚୁଆଲ କଳାପତାକା ଅଭିଯାନ // ଓଡ଼ିଆ ଭାଷାରେ ହିଁ ଓଡ଼ିଆଜାତିର ଜୀବନ ଦର୍ଶନ ନିହିତ: ଅଧ୍ୟାପକ ନିରଞ୍ଜନ ପାଢ଼ୀ
ଅଧ୍ୟାପକ ପାଢ଼ୀଙ୍କ ଅଭିଭାଷଣ
ସୂଚନା ଅଧିକାର ଅଭିଯାନ ରଞ୍ଜନଙ୍କ ହତ୍ୟା ତଦନ୍ତକୁ ପଥଭ୍ରଷ୍ଟ ନକରୁ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସୂଚନା ଅଧିକାର ଅଭିଯାନ ଯେଉଁ କଥାଟି କହୁଛି ତାହା ହେଲା , ରଞ୍ଜନ କୁମାର ଦାସ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ସୂଚନା ଅଧିକାର ପ୍ରୟୋଗ କରୁଥିବା ହେତୁ ତଦ୍ଦ୍ଵାରା ଆକ୍ରାନ୍ତ ହେଉଥିବା ଦୁର୍ନୀତିଜୀବୀମାନେ ତାଙ୍କୁ ହତ୍ୟା କରିଥିଲେ ଓ ସେହି ଦୁର୍ନୀତିଜୀବୀମାନଙ୍କ ସହ ପୂର୍ବତନ ମନ୍ତ୍ରୀ , ପଦାସୀନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ସମ୍ପୃକ୍ତ ଥିବା ହେତୁ ପୋଲିସ ଆତତାୟୀକୁ ଧରୁନାହିଁ । ଯଦି କେବଳ ଏହି ଅଭିଯୋଗ ଭିତ୍ତିରେ ତଦନ୍ତ ହୁଏ, ତେବେ ତାହା ପଥଭ୍ରଷ୍ଟ ହୋଇଯାଇପାରେ ।
ହୁଏତ ଏହା ସତ୍ୟ ହୋଇପାରେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର କୌଣସି ଶକ୍ତିଶାଳୀ ଦୁର୍ନୀତିଜୀବୀ ରଞ୍ଜନଙ୍କ ସୂଚନା ଅଧିକାର ପ୍ରୟୋଗରେ ଅତିଷ୍ଠହୋଇ ଏପରି କରିଥାଇପାରନ୍ତି । ମାତ୍ର ଏହା ଆଶଙ୍କା କରିବା ଅମୂଳକ ନୁହେଁ ଯେ, ଭାଷା ଆନ୍ଦୋଳନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରୟୋଗ କରିଥିବା ଅର୍ଥଲୋଭୀ ପଲ କଳାପତାକା ଅଭିଯାନକୁ ଅଟକାଇ ନପାରିବା ମୂଳରେ ରଞ୍ଜନଙ୍କ ଶକ୍ତିଶାଳୀ ସଂଗ୍ରାମ ଏକ ମୁଖ୍ୟ କାରଣ ହୋଇଥିବା ହେତୁ ଓ କଳାପତାକା ସହ ସାଇକଲରେ ସାରା ଓଡ଼ିଶା ବୁଲି ଭାଷା ଆନ୍ଦୋଳନକୁ ସୁଦୃଢ କରିବାକୁ ତାଙ୍କ ବ୍ୟଗ୍ରତା ହେତୁ ଓଡ଼ିଆ ଭାଷାକୁ ରାଜ୍ୟ ପରିଚାଳନାର ଭାଷା ନକରାଇଦେବା ପାଇଁ ବଦ୍ଧପରିକର ଅମଲାଶ୍ରୟୀ ରାଜନୈତିକ କ୍ଷମତାଚକ୍ର ତାଙ୍କୁ ହତ୍ୟାକରିବା ପାଇଁ ଷଡଯନ୍ତ୍ର ବି କରିଥାଇ ପାରେ । ସମ୍ବଲପୁରର ପୁଣ୍ୟଶ୍ଳୋକ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓଡ଼ିଆଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟ ନିର୍ବାହ ଦାବିକରି କିପରି ଅଜ୍ଞାତ ଆତତାୟୀର ଛୁରାମାଡ଼ରେ ପ୍ରାଣତ୍ୟାଗ କରିଥିଲେ ଓ ବିଜୁବାବୁଙ୍କ ରାଜୁତି ସେହି ଆତତାୟୀକୁ ଠାବ କରି ଶାସ୍ତି ଦେଇନଥିଲା, ତାହା ତ ଆମ ଭାଷାରେ ଆମ ରାଜ୍ୟ ଚଳାଇ ନଦେବାକୁ ଚାହୁଁଥିବା କ୍ଷମତାଚକ୍ର କେତେ ତଳକୁ ଯାଇପାରେ, ତହିଁର ଦୃଷ୍ଟାନ୍ତ ହୋଇରହିଛି । ଯେଉଁମାନେ ଆମ ଭାଷାକୁ ଅକାମୀ କରିରଖିବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଭୟଙ୍କର ଜାଲିଆତି କରିପାରନ୍ତି, ସେମାନେ ରଞ୍ଜନଙ୍କୁ ସହ୍ୟ କରିବା ହୁଏତ ସମ୍ଭବ ନଥିଲା ।
ରଞ୍ଜନଙ୍କ ହତ୍ୟା ରହସ୍ୟ କେବଳ ପରିପାର୍ଶ୍ଵିକ ପରିସ୍ଥିତି ଓ ଯୁକ୍ତିଯୁକ୍ତ ଅନ୍ଦାଜ ବଳରେ ଭେଦ କରିହେବ । ତେଣୁ, ଏହି ଦିଗକୁ ଯଦି ଗୁରୁତ୍ଵ ଦିଆ ନଯାଏ, ତେବେ ତଦନ୍ତ ପଥଭ୍ରଷ୍ଟ ହୋଇଯାଇପାରେ । ଏ ସମ୍ପର୍କରେ Ranjan’s murder was political: Necessary is CBI inquiry ଶୀର୍ଷକ ମୋ ଆଲୋଚନା ଏକାନ୍ତ ପ୍ରାସଙ୍ଗିକ ।