ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆଜି ଏହି ପବିତ୍ର ଦିବସରେ ସାମାଜିକ ଗଣମାଧ୍ୟମରେ ମୁଁ କେବେଳ ଏତିକି କହିଛି :
କୁଳବୃଦ୍ଧ ମଧୁସୂଦନଙ୍କ ଜୟ ହେଉ , ଓଡ଼ିଆ ଜାତିର ଜୟ ହେଉ ।
ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଯେଉଁପର୍ଯ୍ୟନ୍ତ ନଚାଲିଛି, ସେପର୍ଯ୍ୟନ୍ତ ମଧୁବାବୁଙ୍କ ବିଜଯ ଲାଭ ବାକିଅଛି ; ଇଂରାଜୀ ଅଧସ୍ଥାନତାରୁ ଓଡ଼ିଆ ଜାତିର ମୁକ୍ତି ନାହିଁ ।
ଏତିକି କହି, ମୁଁ ଆଜି ମଧୁବାବୁଙ୍କ ଜୟଲାଭ ପାଇଁ ଚାଲିଥିବା ଭାଷା ଆନ୍ଦୋଳନର ଦୁଇଜଣ ବିଶିଷ୍ଟ କଳାପତାକା ଅଭିଯାତ୍ରୀଙ୍କ ରଚିତ ଦୁଇଟି ମଧୁବନ୍ଦନା ଉପସ୍ଥାପିତ କରୁଛି :
ପ୍ରଥମ ବନ୍ଦନାର ଲେଖକ ଅଧ୍ୟାପକ ମନୋରଞ୍ଜନ ଦାସ ।
ମଧୁ ଚଉପଦୀ
————–
ଓଡ଼ିଆ ଜାତିର ହାତପାଆନ୍ତାରେ ଓଡିଶା ଥୋଇ,ଜୀବନର ଋଣ ଶୁଝିଦେଇ ସତେ ପଡିଲ ଶୋଇ ।ଉଠିଲନି ଆଉ କାତରେ ଡାକିଲା ଯେତେ ଏ ଜାତି,ତୁହାଇ ତୁହାଇ କହୁଥିଲା ଉଠ ହେଲା ପାହାନ୍ତି ।
ଓଡ଼ିଆ ଜାତିର ପରିଚୟ ପରା ଓଡ଼ିଆ ଭାଷା,ଓଡ଼ିଆ ଭାଷାର ଆଧାରେ ହୋଇଛି ଆମ ଓଡିଶା ।ସ୍ଵାଧୀନତା ପରେ ଓଡ଼ିଆ ଭାଷାରେ ଶାସନ ଆମ,ଚାଲିବାର ବିଧି-ଅବିଧି-ଜାଲରେ ଘଟେ କି ଭ୍ରମ !ଆଜି ନାହଁ ତୁମେ ନାହିଁ ତୁମ ସମ ଜଣେ ଓଡ଼ିଆ,ଜଣେ ଓଡ଼ିଆ ତ ଥିଲ ବୋଲି ତୁମେ କହିଛ ଯାହା ।ମନେ ପଡେ ଆଜି ଭାଷାଜନନୀର ଦୁର୍ଦ୍ଦଶା ଦେଖି,ତୁମେ ଥିଲେ ସତେ ପାରନ୍ତା ମୋ ଭାଷା ଅଣ୍ଟା ସଳଖି ।
ଲଢିଥାନ୍ତ ତୁମେ ନବପରାକ୍ରମେ ତମସା ନାଶି,ଅସ୍ତହୀନ ସୂର୍ଯ୍ୟ ପ୍ରଦୀପ୍ତ କିରଣେ ଶୋଭାପ୍ରକାଶି ।ଉଜ୍ଜ୍ୱଳ ଦିଶନ୍ତା ଏ ଓଡ଼ିଆ ଜାତି ହୋଇ ନିଃଶଙ୍କ,ମଧୁପ୍ରବାହରେ ହଟାଇ ଓଡ଼ିଆ- ଦ୍ଵେଷ-କଳଙ୍କ ।***
ଦ୍ଵିତୀୟ ବନ୍ଦନାର ଲେଖକ ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ। ସେ ଢେଙ୍କାନାଳ ଥିଙ୍କର୍ଷ ଫୋରମର ସମ୍ପାଦକ
ତୁମ ଭଳି ଓଡ଼ିଆ ଟେ କାହିଁ ?——————ଏମିତି କୋଉ ଓଡ଼ିଆଟେ ଅଛିଯାହାକୁ ଅଣ୍ଡାରୁ ଭେଣ୍ଡା ଯାଏଢ଼ିଙ୍କିଶାଳରୁ ଢେଙ୍କାନାଳ ଲୋକେବାବୁ ଡାକନ୍ତିଜହ୍ନକୁ ମାମୁ ଡାକିଲା ଭଳି?
ଏମିତି କିଏ ସେ ଓଡ଼ିଆ ଅଛିଯିଏ ଗୋଟେ ଓଡିଶା ର ନିର୍ମାତା ସାଜିବତୁମ ଭଳିଖାଲି ଭାଷା ମାଧ୍ୟମ ରେସାରା ଜାତି ଟାକୁ ବାନ୍ଧି ଦେବଓଡ଼ିଆ ର ଅସ୍ମିତା ରେଏକତା ରଜ୍ଜୁରେ?ଏମିତି ଓକିଲ କିଏ କାଇଁଯିଏ ତା ଜାତିର ଠାକୁର ପାଇଁଲଢେଇ କରିବକୋର୍ଟ କଚେରୀରେତା ପୁଣି ବିନା ପାଉଣାରେତା ଜାତିର ସ୍ୱାଭିମାନ ପାଇଁ?ଏମିତି କୋଉ ଶିଳ୍ପଦ୍ୟୋଗୀ କାହିଁଯିଏ ବାରିଷ୍ଟର ହେଇମୃତ୍ୟୁ ଶେଯେ ଶୋଇଯିବଦେବାଳିଆ ହେଇଓଡ଼ିଆ ଜାତି ଟାକୁଯଥା ଯୋଗ୍ୟ ମୁରବୀ ନଦେଇ?ହେ ମଧୁ ସୁଦନଏ ଜାତି ର ଭୀଷ୍ମ ପିତାମହତୁମ ଭଳି ମଣିଷ ଟେ କାହିଁଓଡ଼ିଆ ର ଅସ୍ମିତା କୁ ପ୍ରତିଷ୍ଠା ସକାଶେଆଜୀବନ କରିବ ଲଢେଇଅଣ ଓଡ଼ିଆ ଙ୍କ ମୁହେଁ ତୁଣ୍ଡି ଦେଇସତରେ….ତୁମ ଭଳି ଓଡ଼ିଆଟେ କାଇଁ?ଆହେ କୂଳବୃଦ୍ଧ,ଉତ୍କଳ ଗୌରବ ,ଏ ଜାତିର ସାଇଁଫେରିବ କି ଓଡିଶାକୁନୂଆ ଜନ୍ମ ନେଇ?ଦେଖିବ କି ଆମେ ସବୁଅଣବୀର୍ଯ୍ୟ ମାନେ ନିଦରେ କେମିତିଯାଇଅଛୁ ଶୋଇଅଣ ଓଡ଼ିଆ ଙ୍କ ଛୁରୀକାଘାତରେକେମିତି ବହୁଛି ଏଠିକ୍ଷତାକ୍ତ ଅସ୍ମିତାର ରକ୍ତ ଭିଜା ନଈ
ସତରେ ସାଆନ୍ତେ ତୁମେ ଭୂଲ ବୁଝ ନାହିଁଯେତେ ଖୋଜିଲେ ବିଓଡିଶା ରେ ତୁମ ଭଳି ଓଡ଼ିଆ ଟେ ନାହିଁତୁମେ ଥିଲେ ବୋଧେ ଆଜିଓଡ଼ିଆ ଭାଷାଟା ମୋରକାନ୍ଦୁନଥାନ୍ତା କଳାପାହାଡ଼ ଙ୍କ ବନ୍ଧକ ଭିତରେନିରୀହ ଶିଶୁଟି ଭଳିକୁଆଁ କୁଆଁ ହେଇ |ସେଇଥିପାଇଁ ତ କହେହେ ମଧୁସୂଦନ..ତୁମ ଭଳି ଓଡ଼ିଆଟେଆଜିର ଏ ଓଡିଶାରେ ନାହିଁ |
ହେ ମଧୁବାବୁ, ହେ ମଧୁସୂଦନ, ଓଡ଼ିଶାର ଅସ୍ତହୀନ ସୂର୍ଯ୍ୟ ! ଆପଣଙ୍କୁ ହିଁ ପ୍ରଣାମ ।