Blacklist Dr. Debi Prasanna Pattanayak: Demands Bhasha Andolan

ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଳାତାଲିକାଭୁକ୍ତ କରିବାକୁ ଭାଷା ଆନ୍ଦୋଳନର ଦାବୀ

 

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡିଶା ସରକାର ପ୍ରସ୍ତୁତ କରିଥିବା ଯୁକ୍ତି ସନ୍ଦର୍ଭ ଚୋରି କରିଥିବା ହେତୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ  କଳାତାଲିକାଭୁକ୍ତ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଦେଇ ଦାବି କରିଛନ୍ତି ∣ ଆନ୍ଦୋଳନର ଆବାହକ ପବିତ୍ର ମୋହନ ମହାରଥା ଉପସ୍ଥିତ ଥିଲେ ∣

 

ଦାବୀପତ୍ରଟି ନିମ୍ନରେ ପ୍ରଦତ୍ତ ହେଲା ∣

 

 

MOTHER TONGUE AND MAFIA – A CASE STUDY 11

ଆମ ମାତୃଭାଷା ପାଇଁ ସବୁଠୁ ବଡ ବିପଦ ହେଉଛି ଭାଷା ମାଫିଆଙ୍କ ଉତ୍ପାତ ∣ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଗୋଟେ ଗୋଷ୍ଠୀ ଗଢ଼ି ଏହି ଉତ୍ପାତ ଚଳାଇଛନ୍ତି ∣ ରାଜ୍ୟ ରାଜକୋଷରୁ ଦରମା ପାଉଥିବା କେତେକ କର୍ମଚାରୀଙ୍କୁ ଧରି ଓଡିଶା ସରକାରଙ୍କ ଶାସ୍ତ୍ରୀୟ ମାନ୍ୟତା ଯୁକ୍ତି ସନ୍ଦର୍ଭ ଯେପରି ଚୋରିକରାଗଲା ତାହା ଏହି ଉତ୍ପାତର ଗୋଟାଏ ଅଂଶ ମାତ୍ର ∣ 16.10.2017 ତାରିଖର ଦୈନିକ ସର୍ବସାଧାରଣରେ ପ୍ରକାଶିତ ଏହି ପ୍ରତିବେଦନ ∣