ଭାଷା ଆନ୍ଦୋଳନ: ସ୍ବାଗତଯୋଗ୍ୟ ଚୈତନ୍ୟୋଦୟ


ଆଜି ସାମାଜିକ ଗଣମାଧ୍ୟମ -ଫେସବୁକ – ପୃଷ୍ଠାରେ ଏକ ସୁଖଦାୟକ ଖବର ନଜରକୁ ଆସିଲା ।

ମୋ ପାଇଁ ଅତ୍ୟନ୍ତ ଆନନ୍ଦର କଥା , ମୋର ଯେଉଁ ସାଥିମାନେ ଭ୍ରମିତ ହୋଇ ଭାବିଥିଲେ, ନବୀନ ପଟ୍ଟନାୟକ ଭାଷା ଆଇନରେ ଆଣିଥିବା ସଂଶୋଧନ ନିର୍ଭୁଲ,  ଓ ସେହି ବିଶ୍ୱାସରେ ଆନ୍ଦୋଳନର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ଘୋଷଣା କରି କଳାପତାକା ଅଭିଯାନରୁ ଓହରି ଯାଇଥିଲେ, ସେମାନଙ୍କ ଭ୍ରମ ତୁଟିଛି । ସେମାନେ ଘୋଷଣା କରିଛନ୍ତି , ଓଡ଼ିଆ ନୂଆବର୍ଷଠାରୁ ପୁନଶ୍ଚ କଳାପତାକା ଅଭିଯାନ ଚଳାଇବେ ।

ସେମାନଙ୍କର ଏହି ଚୈତନ୍ୟୋଦୟକୁ ସର୍ବାନ୍ତଃକରଣରେ ମୁଁ ସ୍ଵାଗତ କରୁଛି ଓ ନିଜ ଭାଷା ଅଧିକାର ହାସଲ କରିବା ପାଇଁ ସମଗ୍ର ଓଡ଼ିଆ ଜାତି ଭାଷା ମାଆର ଜୈତ୍ରବାନା – କଳାପତାକା – ଉତ୍ତୋଳନ କରି ଏହି ଅଭିଯାନକୁ ସଫଳ କରିବାକୁ ମୁଁ ନିବେଦନ କରୁଛି ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପ୍ରତିଷ୍ଠାତା , ଭାଷା ଆନ୍ଦୋଳନ,ଓଡ଼ିଶା

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.