ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାକୁ ଅଚଳ କରି ରଖି ଓଡ଼ିଆ ସ୍ଵାଭିମାନର ବିପର୍ଯ୍ୟୟ ଘଟାଇଥିବା ହେତୁ ସାଂପ୍ରତିକ ଓଡ଼ିଶାର ଅନ୍ୟତମ ତୀକ୍ଷ୍ନସ୍ଵର କମ୍ରେଡ ସତୀଶ ମିଶ୍ର ଆଜି ନବୀନ ପଟ୍ଟନାୟକଙ୍କ ସରକାରକୁଡ ପ୍ରଚଣ୍ଡ ସମାଲୋଚନା କରିଛନ୍ତି ।
କରୋନା କାରଣରୁ ଭାଷା ଆନ୍ଦୋଳନର କଳା ପତାକା ଅଭିଯାନ କାୟିକ ଭାବେ ନ ଚାଲି ବୌଦ୍ଧିକ ଅଭିଯାନର ରୂପ ପରିଗ୍ରହଣ କରିଛି । ଫେସ୍ ବୁକ୍ ମଞ୍ଚରେ ‘ଭାଷା ମା ପାଇଁ ପଦେ’ ନାମକ ଏକ ସ୍ଵତନ୍ତ୍ର ପ୍ରୁଷ୍ଠା (page) ଖୋଲି ତା ମାଧ୍ୟମରେ ଓଡ଼ିଶାର ଲୋକଙ୍କୁ ମାତୃଭାଷାମନସ୍କ କରିବା ପାଇଁ ଏକ ସାପ୍ତାହିକ ଭିଡ଼ିଓ ସିଧା (live) ପ୍ରସାରିତ ହେଉଛି, ଯହିଁରେ ରାଜ୍ୟର ବିଜ୍ଞ ବ୍ୟକ୍ତିମାନେ ଆମ ଭାଷାରେ କାହିଁକି ଆମ ପ୍ରଦେଶ ପରିଚାଳିତ ହେବା ଆବଶ୍ୟକ ତାହା ଓଡ଼ିଶାବାସୀଙ୍କୁ ବୁଝାଉଛନ୍ତି । ଆଜି ଥିଲା ଭାଷା ଆନ୍ଦୋଳନର ୧୫୫୨ତମ ଦିବସ । ଆଜିର ସିଧା ପ୍ରସାରଣରେ ବକ୍ତା ଥ୍ଗିଲେ ଶ୍ରୀ ମିଶ୍ର ।
Author: admin
ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।
View all posts by admin