ସୁଭାଷ ଚନ୍ଦ୍ର ପଟ୍ଟନାୟକ 
ସାମାଜିକ ଗଣମାଧ୍ୟମ ‘ଫେସ ବୁକ’  ପୃଷ୍ଠାରେ ଯେଉଁ ଭାଷା ଆନ୍ଦୋଳନର ଚର୍ଚ୍ଚା ଏବେ ଏତେ ବ୍ୟାପକଭାବେ ଚାଲିଛି ସେହି ଭାଷା ଆନ୍ଦୋଳନକୁ ଏହି ଏକ ଗଣମାଧ୍ୟମରେ ମୁଁ ଆରମ୍ଭ କରିଥିଲି ୨୦୧୬ ଏପ୍ରିଲ ପହିଲାରେ । 
ଏ ବିଷୟରେ ସବିଶେଷ ଆଲୋଚନା ସମୟକ୍ରମେ ହେବ । କିନ୍ତୁ ଏଥିପାଇଁ ମୁଁ ବପନ କରିଥିବା ବୀଜ କିପରି ଥିଲା ତାହା ସେଦିନର ମୋ ଉପସ୍ଥାପନାର ଫଟୋଚିତ୍ରରୁ ଦେଖାଯାଉ ।

	
	
		Author: admin
		
			ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) ।  ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ  ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା  ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।			
				View all posts by admin