ଓଡ଼ିଆରେ ଶାସନ ପାଇଁ ଭାଷା ଆନ୍ଦୋଳନର କେତୋଟି ଉଲ୍ଲେଖନୀୟ ଘଟଣାକ୍ରମ
ଚାରିଶହ ତେଷଠି ଦିନରେ ଭାଷା ଆଂଦୋଳନ
ଭୀଷଣ ବର୍ଷା | ସତେ ଯେମିତି ଝରି ପଡୁଥିଲା ଭାଷା ଜନନୀର ଅବାରିତ ଆଶୀର୍ବାଦ ସେହି ଅବିରାମ ବାରିଧାରାରେ, ଓଡିଶା ରାଜଧାନୀର ବକ୍ଷ ଉପରେ |
ଆଜିର କଳାପତାକା ଅଭିଯାନରେ ଓଡ଼ିଶାର ଏହି ଚାରି ମହାନ ମୁକ୍ତିଯୋଦ୍ଧା ଥିଲେ : ଦାଶରଥୀ ଗୁମାନସିଂହ , ମାନଗୋବିନ୍ଦ ସେଠୀ , ଗୋବିନ୍ଦ ଚନ୍ଦ୍ର ଶତପଥୀ ଓ ନାରାୟଣ ଖୁଣ୍ଟିଆ |
ଏବଂ ଅନ୍ୟମାନେ –
ଚାରିଶହ ବାଷଠି ଦିନରେ ଭାଷା ଆଂଦୋଳନ
ଆଜିର କଳାପତାକା ଅଭିଯାନରେ ସାମିଲ ହେଲେ ତ୍ରିଲୋଚନ ବେହେରା , ପ୍ରଫୁଲ୍ଲ ମହାପାତ୍ର , ସୂର୍ଯ୍ୟକାନ୍ତ ମହାଲି ଓ ରଞ୍ଜନ ରାୟସିଂ
ଏବଂ ଅନ୍ୟମାନେ-
ଚାରି ଶହ ଏକଷଠିତମ ଦିବସରେ ଭାଷା ଆଂଦୋଳନ
ଆଜିର କଳାପତାକା ଅଭିଯାନରେ ସାମିଲ ହେଲେ ଶ୍ୟାମାଶଂକର ମିଶ୍ର, ବିଭୁତି ଭୂଷଣ ଆଚାର୍ଯ୍ୟ, ଜ୍ଞାନେନ୍ଦ୍ର ମହାପାତ୍ର ଓ ବିଶ୍ବରଂଜନ ସାମନ୍ତରାୟ :
ଏବଂ ଅନ୍ୟମାନେ :