ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠତା , ଭାଷା ଆନ୍ଦୋଳନ , ଓଡ଼ିଶା

ସମ୍ବଲପୁର ବାହୀକୁ ମଧ୍ୟପ୍ରଦେଶ ଅନ୍ତର୍ଗତ କରି ସେଠାରେ ହିନ୍ଦୀ ଭାଷାକୁ ରାଜଭାଷା କରାଯିବା ଥିଲା ଆମ ପୂର୍ବପୁରୁଷଙ୍କ ପାଇଁ ସମ୍ପୂର୍ଣ ଅସହ୍ୟ । ବିଲାତି କର୍ତ୍ତୃପକ୍ଷଙ୍କ ଯୁକ୍ତି ଥିଲା, ମଧ୍ୟ ପ୍ରଦେଶର ଅନ୍ୟସବୁ ଜିଲ୍ଲାର ଭାଷା ଯେହେତୁ ହିନ୍ଦୀ, ସମ୍ବଲପୁରରେ ସରକାରୀ କାର୍ଯ୍ୟ ସମ୍ପାଦନର ଭାଷା ବି ହେବ ହିନ୍ଦୀ । ଏହି ଯୁକ୍ତିକୁ ଅଗ୍ରାହ୍ୟ କରି , ସମ୍ବଲପୁର ହିତୈଷିଣୀ ଲେଖିଥିଲା, “ଯେବେ ମଧ୍ୟପ୍ରଦେଶାଧୀନରେ ରହିବାରୁ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷା ଚଳାଇବାର ଅସୁବିଧା ହୁଏ, ତେବେ ସମବଲପୁରକୁ ଓଡ଼ିଶା ସଙ୍ଗେ ମିଶାଇ ଦିଆଯାଉ” (ଭାଗ ୬ , ସଂଖ୍ୟା ୧, ସଂସ୍କରଣ ତାରିଖ ୬.୬.୧୮୯୪)

ଏହି ପରି କେତେ ଯେ ଯୁକ୍ତି କରି ଆମ ପୂର୍ବ ପୁରୁଷେ ଆମ ଭାଷାରେ ଆମ କାମ ପାଇଁ ଓଡ଼ିଶା ପ୍ରଦେଶ ତିଆରି କରିଥିଲେ ଏବର ବୁଦ୍ଧିବନ୍ଧ୍ୟା କ୍ଷମତାନ୍ଧମାନେ ସେ କଥା କହୁନ ବ ବୁଝିବେ?
ସେମାନଙ୍କୁ ବୁଝେଇବାକୁ ଓଡ଼ିଆ ଭାଷା ଜନନୀର ବିଜୟଧ୍ଵଜା – କଳା ପତାକା – ଆଜି ମୋ ସହ ତୋଳିଥିଲେ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର । ସହଯୋଗ କରିଥିଲେ ଆଶିଷ କୁମାର ବେହେରା ।
ଆଜି ଥିଲା ଆମ ଆଂଦୋଳନର ୧୩୨୧ତମ ଦିବସ ।

୨୭.୧୧.୨୦୧୯

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.