ଭାଷା ଆନ୍ଦୋଳନ ମଞ୍ଚରେ ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ସିଧା ପ୍ରସାରିତ ଭାଷଣର ଲେଖାରୂପ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
କରୋନା ହେତୁ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଅଛି । କିନ୍ତୁ ବୌଦ୍ଧିକତଃ ଏହା ଅବ୍ୟାହତ ଅଛି । ପ୍ରତି ସୋମବାର ଜଣେଲେଖାଏଁ ପ୍ରଥିତଯଶା ଓଡ଼ିଆ ଭାଷା ଆନ୍ଦୋଳନର ଫେସବୁକ ପୃଷ୍ଠାରୁ ନିଜର ବକ୍ତବ୍ୟ ରଖୁଛନ୍ତି ଯାହା ସିଧା ପ୍ରସାରିତ ହେଉଛି ।

ଏହି କ୍ରମରେ ଗତ ୨୪ତାରିଖରେ ନିଜ ବକ୍ତବ୍ୟ ରଖିଥିଲେ ଶିକ୍ଷା-ମନସ୍ତତ୍ତ୍ଵର ବିଶ୍ଵବିଦିତ ପ୍ରଫେସର ଡଃ ଅଜିତ କୁମାର ମହାନ୍ତି । 

ନିମ୍ନରେ ତାଙ୍କ ଭାଷଣର ଲେଖାରୂପ ରହିଲା, ଯାହା  ଉପରେ ଥିବା ତଳମୁହାଁ ତୀର ଚିହ୍ନରେ ଟିପ ଚିପି pdf ରୂପରେ ଥିବା ଏହି ଐତିହାସିକ ଭାଷଣକୁ ଆପଣ ଅନୁଧ୍ୟାନ କରିପାରିବେ ।

ଶୀର୍ଷକ : ପିଲାଙ୍କ ବିକାଶରେ ମାତୃଭାଷା pilanka vasa new

ସିଧା ପ୍ରସାରିତ ଭାଷଣ 

ଚଳିତ ଶିକ୍ଷାବର୍ଷ ବାତିଲ ହେଉ : ଭାଷା ଆନ୍ଦୋଳନ

(ସୂତ୍ର: ଆମ ଭାଷା ଆମ ଅଧିକାର)

ଗତକାଲି ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରରେ ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ ହୋଇଛି ଯେ ଶିକ୍ଷାବର୍ଷ ୨୦୨୦-୨୧ ବାତିଲ ହେଉ ଓ ଛାତ୍ରଛାତ୍ରୀ ପାଠ୍ୟଖସଡ଼ାରୁ ତଥା ଅଧ୍ୟୟନ ଅଭ୍ୟାସରୁ ବିଚ୍ୟୁତ ନହେବା ପାଇଁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସରକାରଙ୍କ ଅପାରଗତା ଉପରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଅନଲାଇନ ଶିକ୍ଷା ଆଳରେ ପିଲାଙ୍କୁ କେବଳ ଶ୍ରେଣୀ ଉଠେଇବା ଛଡ଼ା ଆଉ କୌଣସି ଲକ୍ଷ୍ୟ ସାଧିତ ହେବନାହିଁ । ଅତି ସ୍ଵଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଯଦି ଇଣ୍ଟର୍ନେଟ ସଂଯୋଗ ସୁଦୃଢ଼ ଥିବା ସ୍ଥାନରେ ଖୁବ ବେଗଶୀଳ ଇଣ୍ଟରନେଟ ପାଆନ୍ତି , ତେବେ ହୁଏତ ସେମାନେ କିଛି ଶିକ୍ଷାର୍ଜନ କରିପାରନ୍ତି ; କିନ୍ତୁ ଏପରି ସୁବିଧା ଆଦୌ ନଥିବା ୯୦% ପରିବାରର ପିଲାମାନେ “ଅନଲାଇନ” ଶିକ୍ଷାର୍ଜନ ପାଇଁ କେବେ ବି ସକ୍ଷମ ହେବେ ନାହିଁ ।  ଏତେ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ଏପରି ସଙ୍କଟ କବଳକୁ ଠେଲିଦେଇ ଓଡ଼ିଶାର ଏହି ଶିକ୍ଷାବର୍ଷ ଆଗକୁ ଯିବା ରାଜ୍ୟପାଇଁ ଆତ୍ମଘାତୀ ହେବ । ସୁତରାଂ, ଶିକ୍ଷାବର୍ଷ ବାତିଲ କରି ପରୀକ୍ଷାହୀନ ଜ୍ଞାନ ବିତରଣରେ ସରକାର ଧ୍ୟାନ ଦିଅନ୍ତୁ ଓ ଏହି ଜ୍ଞାନ ଆସନ୍ତା ଶିକ୍ଷାବର୍ଷରେ ବିଦ୍ୟାର ପୁଞ୍ଜି ଭାବେ କାମ କରୁ ।

ଆଲୋଚନାରେ ଭାଗନେଇ ସୁଧାଂଶୁ ଚୌଧୁରୀ ଇଣ୍ଟରନେଟର ସମସ୍ୟା ଉପରେ ଆଲୋକପାତ କରିଥିଲେ । ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଥିବା ମହାମାରୀକୁ କରୋନା ମହାମାରୀ ଲୋକଲୋଚନକୁ ଆଣିଛି ବୋଲି ମତବ୍ୟକ୍ତ କରିଥିଲେ । ପୁରୀରୁ ମହେନ୍ଦ୍ର ତ୍ରିପାଠୀ ଓ ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି ଅନଲାଇନ ଶିକ୍ଷା କିଭଳି ପିଲାମାନଙ୍କୁ ଅନିଶ୍ଚିତତା କବଳକୁ  ନେଇଯାଉଛି ତାହା ଆଲୋଚନା କରି, ସତର୍କ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଗୁଳରୁ ସରୋଜ ମହାନ୍ତି ପୂର୍ବେ କିଭଳି ଦୂରଦର୍ଶନ ଶିକ୍ଷା କ୍ଷେତ୍ରରେ ଏକ ମହାନ ଭୂମିକା ଗ୍ରହଣ କରିଥିଲା ତାହା ସୂଚାଇଥିଲେ । ଆଠଗଡ଼ରୁ ନିର୍ମଳ କୁମାର ପତ୍ରୀ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଅପାରଗତାକୁ ଘୋର ନିନ୍ଦା କରିଥିଲେ ।

ଅନ୍ୟମାନଙ୍କ ଭିତରେ ଦିପ୍ତୀମୟୀ ସାହୁ, କୁନାଲ ପାତ୍ର ଉପସ୍ଥିତ ଥିଲେ । ଏହି ପାଠଚକ୍ରକୁ ରଂଜନ କୁମାର ସାହୁ ପରିଚାଳନା କରିଥିଲେ ।