ପାଞ୍ଚଶହ ସତାଅଶୀ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଶରତ ପ୍ରଧାନ, ଭାଗ୍ୟଶ୍ରୀ ପ୍ରଧାନ, ମାମା ପ୍ରଧାନ, ହିମାଂଶୁ ଭୂଷଣ ନାୟକ ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

ଚଳିତ ମାସର 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ‘ସର୍ବସାଧାରଣ’ରେ ‘ସତ୍ୟ-ସନ୍ଧାନରେ ସ୍ତମ୍ଭ-ଯୁଦ୍ଧ’ ଶୀର୍ଷକ ଏକ ପ୍ରତିବେଦନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ∣ ସତ୍ୟ ସନ୍ଧାନ ଆଳରେ ସେ ଯେଉଁ ଅସତ୍ୟ ପରିବେଷଣ କରିଛନ୍ତି ତାହା ଧରାପକାଇ ଦେଇଛନ୍ତି କବି ଗଜାନନ ମିଶ୍ର ଏହି ପୃଷ୍ଠାରେ 13 ତାରିଖରେ ∣ ମାତ୍ର ଭାଷା ଆନ୍ଦୋଳନ ସମ୍ପର୍କରେ ସେ ଯେଉଁ ବିଭତ୍ସ ମିଥ୍ୟା କହିଛନ୍ତି ତାହା କାହିଁକି କହିଛନ୍ତି ? ଏହି ପ୍ରଶ୍ନ ତାଙ୍କୁ ସିଧାସଳଖ ପଚାରି ମୁଁ ତାଙ୍କ ଊହ୍ୟ ଅଭିସନ୍ଧିର ଅନୁସନ୍ଧାନ କରିଛି ଆଜି 20.11.2017ରେ ‘ସର୍ବସାଧାରଣ’ରେ ପ୍ରକାଶିତ ମୋ ସ୍ତମ୍ଭରେ ∣ ଏହା ଏହିପରି –
ମାତୃଭାଷା ପାଇଁ ମମତା ହିଁ ମାତୃଭୂମି ପାଇଁ ମମତାର ନୈସର୍ଗିକ ସ୍ବରୂପ ∣ ଏହି ନୈସର୍ଗିକତା ଏଥି ସନ୍ନିହିତ ନିବନ୍ଧରେ ପରିଦୃଶ୍ୟମାନ ∣ ସନ 2002ରେ ଏହା ପ୍ରକାଶ ପାଇଥିଲା ଦୈନିକ ପ୍ରଗତିବାଦୀରେ ∣ ନିଜ ମାତୃଭାଷାରେ ନିଜ ମାତୃଭୁମିର ସମସ୍ତ ଦାପ୍ତରିକ ପରିଚାଳନା ପାଇଁ ଏବଂ ତହିଁରେ ବାଧାଦାତାକୁ ଦଣ୍ଡବିଧାନ ସକାଶେ ଓଡିଶା ସରକାରୀ ଭାଷା ଆଇନର ଆବଶ୍ୟକୀୟ ସଂଶୋଧନ ପାଇଁ ଦାବି କରୁଥିବା ଭାଷା ଆନ୍ଦୋଳନର ସାଥୀମାନେ ଏହି ନିବନ୍ଧଟି ଦ୍ଵାରା ଉପକୃତ ହେବେ ; ଏହି ଭରସାରେ ସାମାଜିକ ଗଣମାଧ୍ୟମରୁ ଉଦ୍ଧାର କରି ଏଠାରେ ଆମେ ସ୍ଥାନିତ କରୁଛୁ ∣
ପାଞ୍ଚଶହ ବାସ୍ତରୀ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ସନ୍ତୋଷ କୁମାର ନାୟକ, ବିରଞ୍ଚିନାରାୟଣ ମଲ୍ଲିକ, ସୌମ୍ୟକାନ୍ତ ପଣ୍ଡା, ସତ୍ୟନାରାୟଣ ଗୌଡ ∣
ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣