ବାରଶ ପନ୍ଦର ଦିନରେ ଭାଷା ଆନ୍ଦୋଳନ : ଜଣେ ଓଡ଼ିଆ – ସେବେ ଧଉଳି ରଣାଙ୍ଗନରେ , ଆଜି ରାଜଧାନୀ ରାସ୍ତାରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବୁଦ୍ଧଙ୍କର ଜନ୍ମସ୍ଥାନକୁ ଅପବିତ୍ର କରି ବୌଦ୍ଧ ଧର୍ମର ମୂଳ ଉତ୍ସକୁ ନଷ୍ଟ କରିବା ପାଇଁ ମଗଧର ଚଣ୍ଡାଶୋକ ଆମକୁ ଆକ୍ରମଣ କରିଥିଲେ । ଶୋଚନୀୟ ପରାଜୟ ଭୋଗିଲେ ଓ ଯେଉଁ ବୌଦ୍ଧ ଧର୍ମକୁ ମାରା କରିବାକୁ ଆସିଥିଲେ, ଜୀବନ ବଞ୍ଚାଇବାକୁ ସେହି ଧର୍ମରେ ଦୀକ୍ଷା ନେଇ ଫେରିଗଲା ପରେ ମଗଧରେ ପ୍ରୌଢୀ ଦେଖାଇ କହିଲେ, ଯୁଦ୍ଧର ବିଭୀଷିକା ଦେଖି ତାଙ୍କ ହୃଦୟ ତରଳିଗଲା ଓ ସେ ବୌଦ୍ଧ ଧର୍ମ ଗ୍ରହଣ କରିଗଲେ।

ଯାହା ହେଉ , ଏ ବିଭୀଷିକା ବର୍ଣନା କରିବାକୁ ସେ ଯେଉଁ ଦୃଶ୍ୟପଟର ଅବତାରଣା କରିଥିଲେ, କପୋଳ କଳ୍ପିତ କିମ୍ବଦନ୍ତୀ ହେଉ ପଛେ ,ତାହା ଆମକୁ ଦିଏ ଅଶୋକଙ୍କ ମାନସପଟରେ ଥିବା ଆମ ଜାତୀୟ ଚରିତ୍ରର ଏକ ଚିତ୍ର । ତାହା ହେଲା, ଧଉଳିଗିରି ପାଦଦେଶରେ ମରି ପଡ଼ିଛନ୍ତି ଆମର ସବୁ ସୈନ୍ୟ ; ଦୟାନଦୀର ନୀଳ ପାଣି ସେମାନଙ୍କ ରକ୍ତରେ ଲାଲ । ଚଣ୍ଡାଶୋକ ଅଟ୍ଟହାସ୍ୟ କରି କହି ଉଠିଲେ – ଯେଉଁ ଜାତି ଏଯାଏଁ ଥିଲା ଅପରାଜେୟ ତାହାକୁ ମୁଁ ଜୟ କରିଗଲି ! ତାଙ୍କୁ ଲାଗିଲା , ମୃତ୍ୟୁର ସେହି ମହା ନିସ୍ତବ୍ଧତା ଭେଦ କରି କିଏ ଯେମିତି କିଛି କହୁଛି । ସେହି ଶବ୍ଦ ଆସୁଥିବା ଦିଗକୁ ଦୃଷ୍ଟି ପକାଇ ସେ ଦେଖିଲେ, ପଡ଼ିରହିଥିବା ଜଣେ ସୈନିକର କଷ୍ଟେମଷ୍ଟେ ଉପରକୁ ଉଠିଥିବା ଗୋଟାଏ ହାତରେ ପଟେ ତଲୱାର ଝଲସି ଉଠୁଛି ଘନକୃଷ୍ଣ ମେଘ ଦେହରେ ବିଦ୍ୟୁତ ଚହଟିଲା ପରି । କୌତୁହଳ ସମ୍ଭରଣ କରିନପାରି ସେ ତା ପାଖକୁ ଗଲେ । ଭୟଙ୍କର ଭାବେ କ୍ଷତାକ୍ତ ହୋଇ ତଳେ ପଡ଼ିଥିବା ସେହି ମୁମୂର୍ଷୁ ସୈନିକ ତଲୱାର ଚହଟାଇ କହୁଥିଲା, “ମୂର୍ଖ ଅଶୋକ, ମୁଁ ତ ଏଯାଏଁ ବଞ୍ଚିଛି , ମୋ ଜାତି ହାରିଗଲା କେତେବେଳେ?”

ଅଶୋକ ଏହା ଦେଖି ଅଭିଭୂତ ହୋଇଗଲେ ଓ ଚିତ୍କାର କରି କହିଲେ, “ଯେଉଁ ଜାତିର ଜଣେ ବି ବ୍ୟକ୍ତି ମୃତ୍ୟୁ ମୁଖରେ ବି ଏକାକୀ ତାର ମାତୃଭୂମି ଓ ତାର ଆଦର୍ଶ ସହ ଅଟଳ ଥାଏ ସେ ଜାତି କେବେ ବି ପରାଜିତ ହୋଇ ନପାରେ ।” ଏବଂ ଏହା କହି, ସେହି ଚଣ୍ଡାଶୋକ ନିଜକୁ ଧିକ୍କାର କଲେ ଓ ଅନୁତାପ ବହ୍ନିରେ ଝାସ ଦେଲେ ।

ପରମ ଦୟାଳୁ ବୁଦ୍ଧଙ୍କର ଜଣେ ଶିଷ୍ୟ ତାଙ୍କୁ ପାପମୁକ୍ତ କରିବା ପାଇଁ ବୌଦ୍ଧ ଧର୍ମରେ ଦୀକ୍ଷା ଦେଲେ ।

ଏହାହିଁ ହେଉଛି ଓଡ଼ିଆ ଜାତିର ଗରିମାର ଏକ ଚିତ୍ର ।

ସେଦିନ ପରି ଆଜି ବି ଜଣେ ଓଡ଼ିଆ ଏ ଭୟଙ୍କର ବର୍ଷାରେ ଏକୁଟିଆ କଳା ପତାକା ତୋଳି ଭାଷା ଜନନୀଙ୍କ ବିଜୟଯାତ୍ରାକୁ ଅବ୍ୟାହତ ରଖିଛନ୍ତି । ଏହି ସର୍ବଶ୍ରେଷ୍ଠ ଓଡ଼ିଆ ହେଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ।

ଆଜି ଥିଲା ଆମ ଆଂଦୋଳନର ୧୨୧୫ ତମ ଦିବସ । ଏହିପରି ଏକଦା କଳା ପତାକା ଧରି ଏକାକୀ ଚାଲିଥିବା ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଆଜିର ଏ ଅଭିଯାନ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ମୁଖରେ ଆରମ୍ଭ କରାଇଥିଲେ ଓ ଭାଷାପ୍ରାଣ ରଞ୍ଜନ କୁମାର ସାହୁ ଓଡ଼ିଆ ଜାତି ପାଇଁ ଏ ବିରଳ ଦୃଶ୍ୟ ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କୁଳବୃଦ୍ଧ ମଧୁସୂଦନଙ୍କ ସମ୍ମୁଖରେ ଭାଷା ବନ୍ଦନାରେ ସହଯୋଗ କରିଥିଲେ ଭାଇ ସୁଭାଷଙ୍କ ସହ ।

ମାତୃଭାଷାପ୍ରେମୀ ସମ୍ମିଳନୀ // ତୁଷାରକାନ୍ତ ଶତପଥୀ

ନିଉଜ ସିଣ୍ଡିକେଟ

ଓଡ଼ିଶା ସରକାରୀ ଭାଷା ଆଇନରୁ ଧାରା ‘୪କ’ର ବିଲୋପନ ତଥା ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭାଷା ନିୟମାବଳୀର ପ୍ରବର୍ତ୍ତନର ଆବଶ୍ୟକତା ଉପରେ ଜୁଲାଇ ୧୭ ତାରିଖରେ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ଭାଷା ଆନ୍ଦୋଳନ ପ୍ରତି ଏକାନ୍ତ ଆଦର୍ଶମୟ ଅବଦାନ ଦେଇଆସିଥିବା ଜନସ୍ଵାର୍ଥର ଅତନ୍ଦ୍ର ପ୍ରହରୀ ବରେଣ୍ୟ ତୁଷାରକାନ୍ତ ଶତପଥୀ ପ୍ରଦାନ କରିଥିବା ଭାଷଣ :

ମାତୃଭାଷାପ୍ରେମୀ ସମ୍ମିଳନୀ // ପ୍ରଫୁଲ୍ଲ ସାମନ୍ତରା

ନିଉଜ ସିଣ୍ଡିକେଟ

ଓଡ଼ିଶା ସରକାରୀ ଭାଷା ଆଇନରୁ ଧାରା ‘୪କ’ର ବିଲୋପନ ତଥା ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭାଷା ନିୟମାବଳୀର ପ୍ରବର୍ତ୍ତନର ଆବଶ୍ୟକତା ଉପରେ :ଜୁଲାଇ ୧୭ ତାରିଖରେ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ଵବିଖ୍ୟାତ ପରିବେଶବିତ୍ , ତ୍ୟାଗୀ ତଥା ଲୋକଶକ୍ତି ଅଭିଯାନର ମୁଖ୍ୟ ବରେଣ୍ୟ ପ୍ରଫୁଲ୍ଲ ସମନ୍ତରା ଦେଇଥିବା ଭାଷଣ :

ମାତୃଭାଷାପ୍ରେମୀ ସମ୍ମିଳନୀ // ପ୍ରଫେସର କମଳା ପ୍ରସାଦ ମହାପାତ୍ର

ନିଉଜ ସିଣ୍ଡିକେଟ
ଓଡ଼ିଶା ସରକାରୀ ଭାଷା ଆଇନରୁ ଧାରା ‘୪କ’ର ବିଲୋପନ ତଥା ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭାଷା ନିୟମାବଳୀର ପ୍ରବର୍ତ୍ତନର ଆବଶ୍ୟକତା ଉପରେ :ଜୁଲାଇ ୧୭ ତାରିଖରେ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଫେସର କମଳାପ୍ରସାଦ ମହାପାତ୍ର ଦେଇଥିବା ଭାଷଣ :

ତୁଷାରକାନ୍ତଙ୍କ କବିତା : ହଜିଯାଇଥିବା ରକ୍ତର ଅନ୍ଵେଷଣରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାଂପ୍ରତିକ ଓଡ଼ିଶାର ଜାଗ୍ରତ ବିବେକ ତୁଲ୍ୟ ଶ୍ରୀ ତୁଷାରକାନ୍ତ ଶତପଥୀ ସଦାସର୍ବଦା ସାହିତ୍ୟରେ ମଧ୍ୟ କ୍ରାନ୍ତିକାରୀ ମାନବିକ ଚେତନାର ସନ୍ଧାନରେ ଥାଆନ୍ତି । ଏବଂ ଏହି ବର୍ଗରେ ଯଦି ଓ ଯେତେବେଳେ କିଛି ଶ୍ରେଷ୍ଠ ସୃଷ୍ଟି ତାଙ୍କ ଦୃଷ୍ଟିପଥାରୁଢ଼ ହୁଏ, ବ୍ୟଗ୍ର ହୋଇ ଉଠନ୍ତି ତାକୁ ଜନସମାଜରେ ସମ୍ପ୍ରସାରିତ କରିବାକୁ ।

ଏହି ଆବେଗ ପ୍ରବାହରେ ତାଙ୍କଠାରୁ ଏହି କବିତାଟି ମୁଁ ପାଇଛି ।

ଏହା ତାଙ୍କ ଦ୍ଵାରା ରଚିତ କବିତା ନୁହେଁ, ତାଙ୍କ ଦ୍ଵାରା ଅନୁଦିତ କବିତା । ଫୈଜ ଅହମ୍ମଦ ଫୈଜଙ୍କ ୧୯୬୫ର କବିତା ‘ଲହୁକା ସୁରାଗ’ ଉର୍ଦ୍ଦୁରୁ ଇଂରାଜୀକୁ ଅନୁବାଦ କରିଥିଲେ ଆଶା ସାହିଦ ଅଲ୍ଲୀ । ତହିଁରୁ ଓଡ଼ିଆକୁ ଅନୁବାଦ କରିଛନ୍ତି ତୁଷାରବାବୁ ।

କବିତାଟିର ମର୍ମ ଯେପରି ମହାନ, ତୁଷାରକାନ୍ତଙ୍କ ଅନୁବାଦ ସେପରି ଆନ୍ତରିକ । ଭାଷା ଆନ୍ଦୋଳନର ବିକାଶ ମୂଳରେ ତୁଷାରବାବୁ । ତେଣୁ ଏହି ଆନ୍ଦୋଳନ ସହ ଜଡ଼ିତ ସମସ୍ତଙ୍କ ପାଇଁ ଏହାକୁ ଏହି ମଞ୍ଚରେ ରଖୁଛି ।