ଭାଷା ଆନ୍ଦୋଳନର ସାପ୍ତାହନ୍ତ ସିଦ୍ଧାନ୍ତ: ବ୍ୟଙ୍ଗ ସାହିତ୍ୟକୁ ବିଧିକ ମାନ୍ୟତା ପ୍ରଦାନ ହେଉ

(ସୂତ୍ର: ଆମ ଭାଷା ଆମ ଅଧିକାର )

ଗତ ରବିବାର(୩୦/୦୮/୨୦୨୦)ସନ୍ଧ୍ୟାରେ, ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ପୂର୍ବ ଥର ପରି ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ । 

ଶ୍ରୀଯୁକ୍ତ ଶ୍ୟାମଘନ ମହାରଣାଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା “ଓଡ଼ିଆ ଭାଷା-ସାହିତ୍ୟ ପ୍ରତି ଯୁବ-ସମାଜର ଆଭିମୁଖ୍ୟ।”

ମହାନ ଆମ ମାତୃଭାଷା ସଂଗଠନ ର ପ୍ରତିଷ୍ଠାତା ଶ୍ରୀ ରାଜେଶ କୁମାର ଶତପଥୀ ନିଜ ଆଲୋଚନା ମାଧ୍ୟମରେ ନିମ୍ନ କେତୋଟି ମୁଖ୍ୟ ଦିଗ ପ୍ରତି ଆଲୋକପାତ କରିଥିଲେ। ସେଗୁଡିକ ହେଲା-

୧.ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟ ଗୁଡିକରେ ମାତୃଭାଷା ଶିକ୍ଷା ଢାଞ୍ଚାରେ ଏକ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ;
୨. ଯୁବ-ସମାଜର ଆଶା ଓ ଆକାଂକ୍ଷାକୁ ଓଡ଼ିଆ ଭାଷା-ସାହିତ୍ୟ ନିଜ ବକ୍ଷରେ ସ୍ଥାନ ଦେବା ଦରକାର;
୩. ଛନ୍ଦ-ମୟ, ରାଗ-ରାଗିଣୀ ଯୁକ୍ତ,ଅଳଙ୍କାର ଯୁକ୍ତ ତଥା ସରଳ ଓ ସାଧାରଣ ମଣିଷର ବୋଧଗମ୍ୟ ହେଲା ଭଳି କାବ୍ୟ କବିତା ସୃଷ୍ଟି ହେବା ଉଚିତ; ଏବଂ ୪.ଯୁବ-ସମାଜକୁ ଭାଷାର ଆଵଶ୍ୟକତା ବିଷୟରେ ଅବଗତ/ସଚେତନ କରାଯିବା ଆବଶ୍ୟକ ।

ଏହି ଆଲୋଚନାଚକ୍ରରେ ଭାଗ ନେଇଥିବା ଭାଷାପ୍ରେମୀ ସୁଶାନ୍ତ କୁମାର ମାହାଳି,ଶ୍ୟାମଘନ ମହାରଣା,ସୌଭାଗ୍ୟ ରାଉତ,ମହେନ୍ଦ୍ର ତ୍ରିପାଠୀ, ସୁଶାନ୍ତ ସେଠୀ, ସରୋଜ କୁମାର ମହାନ୍ତି,ଜନ୍ମେଜୟ ପୁରୋହିତ,ନମାକ୍ଷୀ ପୁରୋହିତ,ଶ୍ରୀଲଷ୍ମୀ ନାୟକ,ଦୁର୍ଯ୍ୟୋଧନ ଦାସ, ନିଜ ନିଜ ମତାମତ ପ୍ରଦାନ କରିଥିଲେ।

ପରିଶେଷରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ  ଦୁଇଟି ନୂତନ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

୧.ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏକ Facebook page ସୃଷ୍ଟି କରି, ନୂତନ ପ୍ରତିଭାମାନକୁ ସୁଯୋଗ ଦେବା  ଓ ୨.ବ୍ୟଙ୍ଗାତ୍ମକ ଲେଖାଗୁଡ଼ିକୁ ବିଦ୍ଧିବଦ୍ଧ ସାହିତ୍ୟର ସ୍ୱୀକୃତି ପ୍ରଦାନ କରିବା ଉପରେ ଭାଷା ଆନ୍ଦୋଦାନଳନର ଗୁରୁତ୍ବ ପ୍ରଦାନ ।

ଏହି ପ୍ରସ୍ତାବଗୁଡ଼ିକୁ  ଉପସ୍ଥିତ ସମସ୍ତେ ସମର୍ଥନ କରିଥିଲେ । ଧନ୍ୟବାଦ ଅର୍ପଣ ସହ ଆଲୋଚନାଚକ୍ର ଶେଷ ହୋଇଥିଲା।

ଭାଷା ଆନ୍ଦୋଳନ ମଞ୍ଚରେ ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ସିଧା ପ୍ରସାରିତ ଭାଷଣର ଲେଖାରୂପ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
କରୋନା ହେତୁ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଅଛି । କିନ୍ତୁ ବୌଦ୍ଧିକତଃ ଏହା ଅବ୍ୟାହତ ଅଛି । ପ୍ରତି ସୋମବାର ଜଣେଲେଖାଏଁ ପ୍ରଥିତଯଶା ଓଡ଼ିଆ ଭାଷା ଆନ୍ଦୋଳନର ଫେସବୁକ ପୃଷ୍ଠାରୁ ନିଜର ବକ୍ତବ୍ୟ ରଖୁଛନ୍ତି ଯାହା ସିଧା ପ୍ରସାରିତ ହେଉଛି ।

ଏହି କ୍ରମରେ ଗତ ୨୪ତାରିଖରେ ନିଜ ବକ୍ତବ୍ୟ ରଖିଥିଲେ ଶିକ୍ଷା-ମନସ୍ତତ୍ତ୍ଵର ବିଶ୍ଵବିଦିତ ପ୍ରଫେସର ଡଃ ଅଜିତ କୁମାର ମହାନ୍ତି । 

ନିମ୍ନରେ ତାଙ୍କ ଭାଷଣର ଲେଖାରୂପ ରହିଲା, ଯାହା  ଉପରେ ଥିବା ତଳମୁହାଁ ତୀର ଚିହ୍ନରେ ଟିପ ଚିପି pdf ରୂପରେ ଥିବା ଏହି ଐତିହାସିକ ଭାଷଣକୁ ଆପଣ ଅନୁଧ୍ୟାନ କରିପାରିବେ ।

ଶୀର୍ଷକ : ପିଲାଙ୍କ ବିକାଶରେ ମାତୃଭାଷା pilanka vasa new

ସିଧା ପ୍ରସାରିତ ଭାଷଣ 

ସମୁଦ୍ର ଲଙ୍ଘିଲେ ଗିରି କେତେ ମାତର?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ଫେସବୁକ ମଞ୍ଚରେ ଅଖିଳ ଭାରତ ଯୁବ ସଂଘର ସିଧା ପ୍ରସାରିତ ବକ୍ତୃତାମାଳାର ମଇ୨୮ ତାରିଖ ସନ୍ଧ୍ୟା ପାଇଁ ନିର୍ଦ୍ଧାରିତ ବିଷୟର ଶୀର୍ଷକ ଥିଲା ଜାତିର ବିକାଶରେ ମାତୃଭାଷାର ଭୂମିକା । ଭାଷା ଆନ୍ଦୋଳନର ବନ୍ଧୁମାନଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପାଇଁ ସେହି ସିଧା ପ୍ରସାରିତ ବକ୍ତୃତାର ଅଧିକ ପ୍ରାସଙ୍ଗିକ ଅଂଶ ବିଶେଷକୁ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଦାନ କରାଯାଉଛି । ଏହା ତହିଁର ୩ୟ କିସ୍ତି । 

ପ୍ଲେ-ସ୍କୁଲ୍

(ଅଣୁ-ଗଳ୍ପ)

ଲେଖକ : ସରୋଜ କୁମାର ମହାନ୍ତି 

[ଭାଷା ଆନ୍ଦୋଳନର ସକ୍ରିୟ ସାଥୀ, ସରୋଜ କୁମାର ମହାନ୍ତି ଓଡ଼ିଆ ଜାତିକୁ ଭାଷାମନସ୍କ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ଏହି ଅଣୁଗଳ୍ପଟି ତହିଁର ଏକ ଅଂଶ । ]

ଓଁର  ଆଜି ଖଡ଼ିଛୁଆଁ ଥିଲା । ଅବଧାନେ ଯେତେଥର ତା’ ହାତଧରି କଳା ସିଲଟ ଉପରେ ବ୍ରହ୍ମା, ବିଷ୍ଣୁ,ମହେଶ୍ୱର ଲେଖି ଗୋଲ ବୁଲେଇଲେ ବି, ସେ କିନ୍ତୁ ବାରମ୍ବାର ଶିବ, ଗଣେଶ,କୃଷ୍ଣ କହୁଥିଲା । ସମସ୍ତ ଚେଷ୍ଟା ସତ୍ତ୍ବେ ସେ ତା’ ନିଜ ଜିଦରେ ଅଟଳ ଥିଲା । ଘରେ ସମସ୍ତେ ବ୍ୟସ୍ତ ହୋଇ ପଡିଲେ।

ଅଫିସ କାମରେ ବ୍ୟସ୍ତ ରହି ରାତିରେ ଘରକୁ ଫେରିଲେ ତା’ ବାପା । ସବୁ କଥା ଶୁଣିସାରି, ଖୁବ ଜୋରରେ ହସି ଉଠିଲେ । ପୁଅ ପରେ, ବାପାର ଏପରି ଆଚରଣ ଅବୋଧ୍ୟ ଥିଲା ।

“ପୁଅ ମୋର ଅଜା, ଆଈଙ୍କ ପ୍ଲେ-ସ୍କୁଲରେ ଏତେ କଥା ଶିଖିଲାଣି ! ଅଯଥା ଟଙ୍କା ଖର୍ଚ୍ଚ କରି ଲାଭ କଣ? ମୋ’ ଘରେ ଥିବା ଏହି ସୁନ୍ଦର ବିଦ୍ୟାଳୟରେ ପାଠ ପଢ଼ା ସରିଲେ, ବାକି କଥା ଆଗକୁ ଚିନ୍ତା କରିବା । ମୋ’ ପୁଅର ପାଠ୍ୟକ୍ରମ ବଦଳି ଯାଇଛି । ତେଣୁ ସେ ନୂଆ ପାଠ୍ୟକ୍ରମ ଅନୁସାରେ ଶିବ,ଗଣେଶ, କୃଷ୍ଣ କହୁଛି ।

ଏତିକି କହି ତା’ ବାପା ହସି ହସି ଚାଲିଗଲେ,ଗାଧୁଆ ଘରକୁ ।

ସମସ୍ତେ ଚକିତ ।


ଜାତୀୟ ଶିକ୍ଷାନୀତି ମାତୃଭାଷାର ପରିପନ୍ଥୀ : ପ୍ରଫେସର ଡଃ ଅମିୟ କୁମାର ମହାନ୍ତି

ଫେସବୁକରେ ସିଧା ପ୍ରସାରିତ ଏହି ଉଦ୍ବୋଧନ ସ୍ଵୟଂ ସମ୍ପୂର୍ଣ୍ଣ  । ଭାଷଣତିର ଲିଖିତ ରୂପ ପରେ ପ୍ରକାଶିତ ହେବ ।