ଇସ୍ତାହାରରେ ଭାଷା ଅଧିକାର ପାଇଁ ବଚନ ନାହିଁ ତ ଭୋଟ ନାହିଁ : ରାଉରକେଲା

“ଓଡ଼ିଆଭାଷା,ସାହିତ୍ୟ ଓ ସଂସ୍କୃତିକୁ ପ୍ରାଧାନ୍ୟ ପ୍ରଦାନକରି ଏହାକୁ ସୁରକ୍ଷା ପ୍ରଦାନ ପାଇଁ ଆଗାମୀ ନିର୍ବାଚନରେ ଯେଉଁ ଯେଉଁ ରାଜନୈତିକଦଳମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ସ୍ଥାନିତ ନ କରିବେ, ସେହି ରାଜନୈତିକଦଳମାନଙ୍କୁ ଭୋଟ ବର୍ଜନ ସକାଶେ” ଓଡ଼ିଶାର ଜନସାଧାରଣଙ୍କୁ ଆହ୍ବାନ ଦେଇଛି ରାଉରକେଲା ।

??
??
ବିଶ୍ଵ ମାତୃଭାଷା ଦିବସ ପାଳନ ଅବସରରେ ପ୍ରଗତି ଉତ୍କଳ ସଙ୍ଘ ସଭାଗୃହରେ ଏହି ସଂଘ ସମେତ ଉତ୍କଳ ସମ୍ମିଳନୀ ଓ ଓଡ଼ିଆଭାଷା ବିକାଶ ମଞ୍ଚର ଏକ ମିଳିତ ସମାବେଶରେ ଏହି ଆହ୍ବାନ ଦିଆଯିବା ସଂଗେ ସଂଗେ ଗୃହୀତ ସାତଗୋଟି ପ୍ରସ୍ତାବରେ ଓଡ଼ିଶାର ଭାଷା ସ୍ଵାର୍ଥ ପାଇଁ ଦିଗ୍ଦର୍ଶନ ଦିଆଯାଇଛି ଏବଂ କୁହାଯାଇଛି କି, ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଓ ପ୍ରଶାସନରେ ମାତୃଭାଷା ଓଡ଼ିଆକୁ ଅଗ୍ରାଧିକାର ଦେଇ ପ୍ରାୟ ୬୦ କିସମର ଜୀବନ୍ତ ଜନଜାତି ଭାଷାକୁ ମୁଖ୍ୟ ଓଡ଼ିଆ ଭାଷାର ପରିପୂରକ କରିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରନ୍ତୁ  ।

ଗୃହୀତ ପ୍ରସ୍ତାବର ଶେଷ ପୃଷ୍ଠା =

ଏଣିକି ଦୁଇ ଜଣ ଚାଲିବେ କଳାପତାକା ସହ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁମାନେ ଆମ ଭାଷାଜନନୀଙ୍କ ଏହି ଚରମ ଦୁର୍ଦ୍ଦିନରେ ନିଜ ଜାତିର ଅସ୍ମିତା ପାଇଁ କଳାପତାକା ତୋଳି ସଗର୍ବେ ଚାଲିପାରୁଛନ୍ତି ରାଜଧାନୀର ରାଜରାସ୍ତାରେ, ସେହିମାନେ ହିଁ ବାଧ୍ୟ କରିଛନ୍ତି ଅହଂକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଥା ନତ କରି, ଆମ ଭାଷାରେ ଆମକୁ ସେବା ପ୍ରଦାନ କରିବା ପାଇଁ ଏଯାଏଁ ଅସହଯୋଗ କରିଆସିଥିବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ନିୟମାବଳୀର ସଂଶୋଧନ କରିବାକୁ । ଏହି ସାଫଲ୍ଯ ସତ୍ତ୍ବେ ଆନ୍ଦୋଳନ ଚାଲିରହିବ , କାରଣ ଆମ ଜାତୀୟ ସ୍ବାର୍ଥର ସମ୍ପୂର୍ଣ୍ଣ ପରିପନ୍ଥୀ ଧାରା ୪-କ ଆମ ଭାଷା ଆଇନରୁ ଏଯାଏଁ ଉଚ୍ଛେଦ ହୋଇ ନାହିଁ ।

ଦୁଇ ଜଣ ବିଶ୍ବାସଘାତକ ସରକାରଙ୍କ ଦଲାଲ୍ ସାଜି ଭାଷା ଆନ୍ଦୋଳନକୁ ଛୁରୀ ମାରି ଏହା ପ୍ରତ୍ୟାହୃତ ହୋଇସାରିଛି ବୋଲି ମିଥ୍ଯା ପ୍ରଚାର କଲାପରେ ଆମେ ସିଦ୍ଧାନ୍ତ କଲୁ, ସେହି ଦୁଇ ଜଣଙ୍କ ପାପକୁ ପଦାଘାତ କରି ଏଣିକି ଦୁଇ ଜଣ ଶ୍ରେଷ୍ଠ ଓଡ଼ିଆ ହିଁ ପ୍ରତ୍ୟହ କଳାପତାକା ତୋଳି ଭାଷା ମାଆର ବିଜୟ ଅଭିଯାନ ଚଳାଇବେ ।

ଆଜିର ଦୁଇ ଶ୍ରେଷ୍ଠ ଓଡ଼ିଆ ହେଲେ: ସୁଭାଷ ଚନ୍ଦ୍ର ପ୍ରଧାନ ଓ ଆଶିଷ କୁମାର ବେହେରା ।
୨।୩।୨୦୧୯

ଦୁଇ ଜଣ ଭାଷାପ୍ରେମୀ ହିଁ ମନେପକାଇ ଦେବେ ଦୁଇ ବିଶ୍ଵାସଘାତକଙ୍କ ପ୍ରତାରଣା

ଗତ ତିନି ତାରିଖରେ ଦୁଇ ଜଣ ପ୍ରତିବଦ୍ଧ ଭାଷାପ୍ରେମୀଙ୍କ ହାତରେ କଳାପତାକା ଦେଇସାରି ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦେଇଥିବା ବାର୍ତ୍ତା

ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ନିର୍ବାଚନ ଇସ୍ତାହାରରେ ଘୋଷଣା କରିବାକୁ ସବୁ ଦଳଙ୍କୁ ପତ୍ର ପ୍ରଦାନ

“ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆମ ଦଳ ପ୍ରତିଶୃତି ପ୍ରଦାନ କରୁଛି । ”

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଆନ୍ଦୋଳନର ସଭାପତିମଣ୍ଡଳୀ ସର୍ବଶ୍ରୀ ଗଜାନନ ମିଶ୍ର,ସୁଭାଷ ଚନ୍ଦ୍ର ପ୍ରଧାନ, କମଳଲୋଚନ ନାୟକ,ଅର୍ଜୁନ ଚରଣ ସାମନ୍ତରାୟ,ଡ଼.ଅଶୋକ ମିଶରର, ଗିରିଜକାନ୍ତ ମିଶ୍ର ଓ ଧ୍ରୁବଚରଣ ମହାନ୍ତି ଫେବୃଆରୀ ୬ ତାରିଖରେ ସମସ୍ତ ରାଜନୈତିକ ଦଳକୁ ପତ୍ର ଲେଖି ଓ ସାକ୍ଷାତ କରି ସେମାନଙ୍କ ନିଜ ନିଜ ନିର୍ବାଚନ ଇସ୍ତାହାରରେ ଉପରୋକ୍ତ ପ୍ରତିଶୃତି ଦେବାପାଇଁ ଅନୁରୋଧ କରିଛନ୍ତି ।

ପ୍ରଦତ୍ତ ପତ୍ରର ନକଲ
ନିର୍ବାଚନ ଇସ୍ତାହାରରେ ଭାଷା ପାଇଁ ଭାଷା ଆଂଦୋଳନର ଅନୁରୋଧ

ସରକାରୀ ଭାତିଆ ଭିତ୍ତିରେ ଭାଷା ଯୋଦ୍ଧା ! ଭାଷା ତପସ୍ବୀ ଗଜାନନଙ୍କ ଐତିହାସିକ କଟାକ୍ଷ

ଭାଷା ଯୋଦ୍ଧା
ଗଜାନନ ମିଶ୍ର

ଭାଷା ଯୋଦ୍ଧାର
ମୂଲ୍ଯ କେତେ?
ଗୋଟିଏ ଫୁଲକଢି!
ଗୋଟିଏ କପଡା!
ଗୋଟିଏ କାଗଜ!

ଭାଷା ଯୋଦ୍ଧା କିଏ?
ଭାଷା ଯୋଦ୍ଧା କଣ କରେ?
ମନ୍ତ୍ରୀ ଅମଲାର ଗୋଡ ଚାଟେ?
ସ୍ତ୍ରୀ ପିଲା ବିକେ?
ଗାଡି, ଘର, ଚାକିରୀ ମାଗେ?

ଭାଷା ଯୋଦ୍ଧା କୋଉଠି?
ରାଜଧାନୀରେ!
ଖଟିର ଚା କପ୍ ରେ!
ଟିଭିର ରଡାରଡିରେ!
ଖବରକାଗଜ ପୃଷ୍ଠାରେ!

ଭାଷା ଯୋଦ୍ଧା , ଭାଷା ଯୋଦ୍ଧା!
କିଏ ଖୋଜେ? କଣ ପାଇଁ ଖୋଜେ?
ଭାଷା ଯୋଦ୍ଧା କଣ ଗୋଟେ ଶିଢି?
ଭାଷା ଯୋଦ୍ଧା କଣ ଗୋଟେ ଯାଦୁଛଡି?
ଭାଷା ଯୋଦ୍ଧା କଣ ବେତବାଡି?

ଭାଷା!
ପୁଣି ଯୋଦ୍ଧା!
ଭାଷା ତ ମୂଳରୁ ନାଇଁ ,
ଯୋଦ୍ଧା ଆସିବ କେଉଁଆଡୁ!

ଭାଷା ନାଇଁ,
ରାଜ୍ୟ ନାଇଁ।
ରାଜ୍ୟ ନାଇଁ,
ମନ୍ତ୍ରୀ ଅମଲା କାହାପାଇଁ?

ଭାଷା ଆସେ ମାଆଠୁ ,
ମାଆ ଥାଏ ରକ୍ତରେ,
ମାଆ ଥାଏ
ନିଶ୍ୱାସପ୍ରଶ୍ୱାସର ପବନରେ,
ମାଆ ଥାଏ ମାଟିରେ,
ମାଆ ଥାଏ ହୃଦୟ ଭିତରେ,
ମାଆ ଥାଏ ଆକାଶରେ।

ମାଆ ମାଆ ମାଆ
ମାଆ ଭାଷାରେ
ଝଟକୁଥାଏ ପରିଚୟ,
ପରିଚୟର ନ ଥାଏ ପରାଜୟ।
ଯୁଦ୍ଧର ନ ଥାଏ ପ୍ରଶ୍ନ ,
ହାରଜିତର ନ ଥାଏ ଚିହ୍ନ।
ଲାଂଚଖୋର, ରକ୍ତଶୋଷା
ମନ୍ତ୍ରୀ ଅମଲା ଜାଣିବେ କଣ
ଗୋଟେ ଜାତିର ଅମୂଲ୍ଯ ରତ୍ନ!

ଅବିକା-ଅକିଣା ଜୀବନ
ଝଟକୁ ଥାଏ ଖୋଲାମେଲା
ଆକାଶ ତଳେ ସବୁଦିନ।
ସରକାର ଆସେ , ସରକାର ଯାଏ
ମୁଣ୍ଡାଇ କେବଳ କଳଙ୍କ ।
ମା ଭାଷା ପାଇଁ
କାନ୍ଦୁଥାଏ କେବଳ କାକୁସ୍ଥ ପ୍ରାଣ।
ନ ଥାଏ କାହାଠି କିଛି ଉପଶମ,
କଉଣସି ପ୍ରକାରର ମଲମ।

ତପୋବନ,ଟିଟିଲାଗଡ, ବଲାଙ୍ଗିର
29/1/2019