ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶା କିପରି ସୃଷ୍ଟିହେଲା ? କାହିଁକି ସୃଷ୍ଟି ହେଲା ? କେଉଁମାନେ ଥିଲେ ତାର ପ୍ରକୃତ ନିର୍ମାତା ? କି ତପସ୍ୟା ଥିଲା ତାର ମୂଳାଧାର ? ଏହା ଯତ୍ପରୋନାସ୍ତି ସଂକ୍ଷେପରେ ଓ ସଠିକ ଭାବେ ଜାଣିବା ପାଇଁ ଏହି କ୍ଷୁଦ୍ର ବହିଟିକୁ ପଢ଼ନ୍ତୁ ।
ଓଡ଼ିଶାର ଭାଷା ଭିତ୍ତିକ ଜାତୀୟତାକୁ ପୁନର୍ଜୀବିତ କରିବାପାଇଁ ଏହି ଅମ୍ଲାନ ପ୍ରୟାଶରୁ ଭାଷା ଆନ୍ଦୋଳନର ସୃଷ୍ଟି । ୨୦୦୯ରେ ବିଶ୍ଵବାସୀ ଓଡ଼ିଆଙ୍କ ସମ୍ମୁଖରେ ଏହାର ପ୍ରଥମ ଉପସ୍ଥାପନା ହୋଇଥିଲା scribd.com ମାଧ୍ୟମରେ । ଏହି ସଂଯୋଗ ସରଣୀରୁ ଆପଣ ସମଗ୍ର ବହିଟି ପାଇବେ > https://www.scribd.com/doc/19216578/Role-of-Mass-Media-in-Creation-of-Orissa
ଭୁବନେଶ୍ଵରର ଶବ୍ଦସ୍ପର୍ଶ ଏହାକୁ ପୁସ୍ତକ ରୂପେ ମୁଦ୍ରିତ କରିଛି ଓ ଏ.କେ.ମିଶ୍ର ଏଜେନ୍ସି ଏହାକୁ ବିକ୍ରୟ କରୁଛି । ଆପଣ ଚାହିଁଲେ ନିଜ ପାଠାଗାର ପାଇଁ ଏହାକୁ ସେଠାରୁ କିଣିପାରିବେ ।
ଏଥିରେ ଆପଣ ପାଇବେ କେବଳ ଆମ ଭାଷା ପାଇଁ ହିଁ କିପରି ଆମ ରାଜ୍ୟ ନେଇଛି ଜନ୍ମ । ଓଡ଼ିଆ ଭାଷା ହିଁ କିପରି ଓଡିଶା ସୃଷ୍ଟି କରିଛି ତାର ସମସ୍ତ ପ୍ରାମାଣିକ ତଥ୍ୟ ଗଭୀର ବିଶ୍ଳେଷଣ ସହ ଏଥିରେ ସନ୍ନିହିତ । ଏହାକୁ ମନଦେଇ ପଢ଼ନ୍ତୁ ।
ଏହା ପଢ଼ିବାକୁ ଦି ଘଣ୍ଟା ଲାଗିପାରେ, ଦି ଦିନ ବି ଲାଗିପାରେ । କିନ୍ତୁ ମୋର ବିଶ୍ଵାସ , ଆପଣ ଚାହିଁଲେ ଉତ୍କଳ ଦିବସ ପୂର୍ବରୁ ଏହାକୁ ପଢ଼ିସାରିଥିବେ ।
ଅନ୍ଧ ପରି ଉତ୍କଳ ଦିବସ ପାଳିବା ପରିବର୍ତ୍ତେ ପ୍ରଥମେ ଜାଣନ୍ତୁ କେତେ କାହାର ତପସ୍ୟା ଫଳରେ ଆମ ପ୍ରଦେଶ ସୃଷ୍ଟି ହେଲା ଓ କାହିଁକି ସୃଷ୍ଟିହେଲା ।
ଆମ ପ୍ରଦେଶର ସୃଷ୍ଟି ତତ୍ତ୍ଵ ଜାଣି , ଏହାର ଉଦ୍ଦେଶ୍ୟ ସଫଳ କରିବାକୁ ଆମକୁ ଭାଷା ଆନ୍ଦୋଳନକୁ ସର୍ବବ୍ୟାପୀ କରିବାକୁ ହିଁ ହେବ ।
ବନ୍ଦେ ଓଡ଼ିଆ ଭାଷା ଜନନୀ ।

ସମାଜକଲ୍ୟାଣ ପାଇଁ ବାପ ମାଆ ନିଜ ପୁଅକୁ ଦୀକ୍ଷିତ କରାଇବାର ଉଚ୍ଚ ଓ ଅନନ୍ୟ ପରମ୍ପରା କେବଳ ଓଡ଼ିଶାରେ ହିଁ ସୁପ୍ରତିଷ୍ଠିତ । ଜୀବନ କ୍ଷଣ ଭଙ୍ଗୁର ହୋଇଥିବା ହେତୁ ମଣିଷ ନିସ୍ପୃହ ଓ ନିଷ୍କାମ ଜୀବନ ଯାପନ କରିବା ଉପରେ ଏହି ପରମ୍ପରାରେ ଗୁରୁତ୍ବ ଦିଆଯାଏ । ଯୋଗୀ ପରମ୍ପରା ଭାବେ ଏହା ସୁବିଦିତ । ଏହାର ବୈଶିଷ୍ଟ୍ୟ ହେଲା ଜନ୍ମଦାତ୍ରୀ ଜନନୀ ହିଁ ନିଜ ପୁତ୍ର ସନ୍ତାନକୁ ଏହି ତ୍ୟାଗପୂତ ଜୀବନ ପାଇଁ ଉତ୍ସାହିତ କରନ୍ତି ଓ ସନ୍ତାନଟି ଜଣେ ଯୋଗୀଙ୍କ ଠାରୁ ନିଷ୍କାମ ଜୀବନ ଯାପନର ଦୀକ୍ଷା ଗ୍ରହଣ କରି ପୁନଶ୍ଚ ଗୃହକୁ ଫେରି ଆସେ ଓ ଜନନୀ ତାକୁ ସଂସାରକୁ ପାଛୋଟି ନିଅନ୍ତି ।
ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅନ୍ତର୍ଗତ ନୟାପଲ୍ଲୀ ନିବାସୀ ଭାଷା ଯୋଦ୍ଧା ନାରାୟଣ ଖୁଣ୍ଟିଆ ଓ ତାଙ୍କ ପତ୍ନୀ ଶ୍ରୀମତୀ ସୁକାନ୍ତି ଖୁଣ୍ଟିଆ ଏହି ପରମ୍ପରାରେ ପୁତ୍ର ଚନ୍ଦନଙ୍କୁ ତାଙ୍କ ମାଟ୍ରିକ ପରୀକ୍ଷା ପରେ ପରେ ଯୋଗୀ ବିଜୟ ସ୍ବାଇଁଙ୍କ ଠାରୁ ଦୀକ୍ଷା ଦିଆଇ ଥିଲେ । ଦୀକ୍ଷା ଧାରଣ କରି ସେ ମାତୃକୋଳକୁ ଫେରି ଆସିଛନ୍ତି । ଚିତ୍ରରେ ମା ସୁକାନ୍ତି ନିଷ୍କାମ ଜୀବନତତ୍ତ୍ଵରେ ଦୀକ୍ଷିତ ପୁତ୍ର ଚନ୍ଦନଙ୍କୁ ପାଛୋଟି ନେଉଥିବା ଦୃଶ୍ୟମାନ ।