ସୁଭାଷ ଚନ୍ଦ୍ର ପଟ୍ଟନାୟକ ଉତ୍କଳଦୀପିକାର ସମ୍ପାଦକୀୟରୁ ଯେଉଁ କଥାଟି ସ୍ପଷ୍ଟ ହୁଏ, ତାହା ହେଲା ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧିନସ୍ଥ ଓଡ଼ିଆ ଇଲାକାରେ ତେଲୁଗୁ ଭାଷାକୁ ସରକାରୀ ଭାଷା ଭାବେ ପ୍ରବର୍ତ୍ତିତ କରାଯାଇଥିବା ବେଳେ ବଙ୍ଗଳା ଗଭର୍ଣ୍ଣମେଣ୍ଟ ଓ ମଧ୍ୟପ୍ରଦେଶ ଚିଫ୍ କମିଶନରଙ୍କ ଅଧିନସ୍ଥ ଓଡ଼ିଆ ଇଲାକାରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ଚାଲୁଥିଲା । କିନ୍ତୁ ସେହି ଉଭୟ ଗଭର୍ଣ୍ଣମେଣ୍ଟ ଦପ୍ତରରେ କାମ କରୁଥିବା “ସ୍ଵାର୍ଥପର ଲୋକେ” ଓଡ଼ିଆ ଭାଷାକୁ କାର୍ଯ୍ୟାଳୟମାନଙ୍କରୁ ଉଠାଇ ଦେବାକୁ ନାନା ଷଡ଼ଯନ୍ତ୍ର ଚଳାଇଥିଲେ । ଉତ୍କଳଦୀପିକା ସମ୍ପାଦକ ଲେଖିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ନହେବା “ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ” ହେବ ବୋଲି ଉଭୟ ବଙ୍ଗଳା ଓ ମଧ୍ୟପ୍ରଦେଶ ସରକାରର ମୁଖ୍ୟ ପଦଧିକାରୀ ବିଚାର କରୁଥିବା ହେତୁ ଓଡ଼ିଆ ଭାଷାର ରାଜଭାଷା ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ଥିଲା ।
ଏହି ଭିତ୍ତି ଉପରେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧୀନସ୍ଥ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ପରିଚାଳନା ପାଇଁ ଗୁମୁସର-ସମ୍ମିଳନୀର ପ୍ରସ୍ତାବ ସପକ୍ଷରେ ଉତ୍କଳଦୀପିକା ଯୁକ୍ତି କରିଥିଲା ।
କ’ଣ ଥିଲା ଏହି ପ୍ରସ୍ତାବ?
(କ୍ରମଶଃ )