ଦୁଇଶ ପଚାଶ ଦିନ ଟପିଲା ବ୍ୟାସ ନଗରରେ ଦୈନିକ କଳାପତାକା ଅଭିଯାନ

ଏଇ ଡିସେମ୍ବର ତେଇଶିରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ବ୍ୟାସ ନଗରରେ ଟପିଲା 250 ଦିନ ∣  ବିଶିଷ୍ଟ ସମାଜସେବୀ ଶ୍ରୀ ରାଜେନ୍ଦ୍ର ବିଶ୍ଵାଳ ଯାହାଙ୍କ ନେତୃତ୍ବରେ ଏ ଅଭିଯାନ ସେଠାରେ ଚାଲିଛି, ଏହି ବିଶେଷ ଦିବସ ଉପଲକ୍ଷେ ଆୟୋଜିତ ସକ୍ରିୟସାଥୀ ସମାରୋହରେ ସଭାପତିତ୍ଵ କରିଥିଲେ 

ବ୍ୟାସନଗର ଶାଖାର ନାରାୟଣ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ପାତ୍ର, ଚିନ୍ତାମଣି ପାଢ଼ୀ, ଭୁବନାନନ୍ଦ ମହାନ୍ତି, ବ୍ରଜକିଶୋର ସିଂହ, ଉପେନ୍ଦ୍ର ନାଥ, ପ୍ରଫୁଲ୍ଲ ସାହାଣୀ, ଚନ୍ଦ୍ରଶେଖର ପଣ୍ଡା, ମହେଶ୍ବର ନାୟକ, ଚନ୍ଦ୍ରମଣି ସାମଲ, ବିଶ୍ବଜିତ ମହାନ୍ତି, ଗଜାନନ ମିଶ୍ର, ସଂଯୁକ୍ତା ମହାପାତ୍ର ପ୍ରମୁଖ ନିଜ ନିଜ ଭାଷଣରେ ଭାଷା ଆନ୍ଦୋଳନର ଦାବି ହିଁ କାହିଁକି ଜନହୃଦୟର ଦାବି ତାହା ବର୍ଣନା କରିଥିଲେ ଓ ଯେଉଁଯାଏଁ ଏହି ଦାବି ମାନି ଓଡ଼ିଆ ଭାଷାରେ ଦାପ୍ତରିକ କାମ ନ କରିବା ବ୍ୟକ୍ତିକୁ ଦଣ୍ଡ ବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜା ନହୋଇଛି ସେ ପର୍ଯ୍ୟନ୍ତ କଳାପତାକା ଅଭିଯାନ ଚାଲିବ ବୋଲି ଘୋଷଣା କରିଥିଲେ ∣ 

ଭାଷାତପସ୍ବୀ ଗଜାନନ ମିଶ୍ର, ଭାଷା ଆନ୍ଦୋଳନ,ଓଡ଼ିଶାର ଆବାହକ ପବିତ୍ର ମହାରଥା ଆନ୍ଦୋଳନର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କଲା ପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସକ୍ରିୟସାଥୀ ସମାରୋହ ପରେ ପଟୁଆର ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆନ୍ଦୋଳନକୁ ଅଧିକ ସମ୍ପ୍ରସାରିତ କରିବାକୁ ଶପଥ ନବୀକୃତ ହୋଇଥିଲା 

ବ୍ୟାସଭୂମି ମହିମା ସେବା ଚ୍ୟାରିଟେବଲ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରିତ ହୋଇ ଭାଷା ଆନ୍ଦୋଳନର କେନ୍ଦୀୟ ନେତୃତ୍ବ ବ୍ୟାସ ନଗର ସ୍ଥିତ ସୁବିଖ୍ୟାତ ବ୍ୟାସ ସରୋବର ପରିଦର୍ଶନରେ ଯାଇ ତହିଁର ପରିବେଶ ପ୍ରତି ସରକାରୀ ଉଦାସୀନତା କାରଣରୁ ସେହି ପୁରାଣପ୍ରସିଦ୍ଧ ଜଳଖଣ୍ଡ କିପରି ଅସ୍ତିତ୍ବ ହରାଇବାକୁ ବସିଲାଣି ତାହା ଦେଖି ଘୋର ଉଦ୍ବେଗ ପ୍ରକାଶ କରିଥିଲେ ∣ 

 

 

Bhasha Andolan on Day 617

ଛଶହ ସତର ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଉମା ଚରଣ ମହାନ୍ତି, ଚକ୍ରଧର ମହାନ୍ତ, ଶିବରାମ ମହାପାତ୍ର, ନବ କିଶୋର ପ୍ରଧାନ ∣

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 616

ଛଶହ ଷୋଳ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ନିଳମଣି ମିଶ୍ର, ସଂଜୟ ପରିଡ଼ା, ଇଂ ସୁବୋଧ ଚନ୍ଦ୍ର ଧଲ, ସୁଦର୍ଶନ ସାହୁ ∣

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 615

ଛଶହ ପନ୍ଦର ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ପବିତ୍ର ମହାରଥା, ଡଃ ଅସୀତ ଦାସ, ସଞ୍ଜୟ ବସ୍ତିଆ ଓ ଲକ୍ଷ୍ମଣ ଦାଶ ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣