ଓଡ଼ିଆ ଭାଷାରେ କାମ ନକଲେ ଦଣ୍ଡବିଧାନ ଓ ଦଣ୍ଡବିଧାନପାଇଁ ‘ଭାଷା ଅଦାଲତ’ ଗଠନ – ଏହି ଦାବି ଉପରେ ସାରା ବିଶ୍ଵର ଅନନ୍ୟ କଳାପତାକା ଅଭିଯାନ ଓଡ଼ିଆଵିଦ୍ଵେଷୀ ନବୀନ ସରକାରଙ୍କୁ ଅସ୍ତବ୍ୟସ୍ତ କରିଚାଲିଥିବାବେଳେ ଜଣେ ସରକାରୀ ପ୍ରଚୋଦିତ ବ୍ୟକ୍ତିଭାବେ ମୁଖ୍ୟମନ୍ତୀଙ୍କ ଦଳର ପୂର୍ବତନ ସାଂସଦ ବୈଷ୍ଣବ ପରିଡା ‘ଭାଷା ଆୟୋଗ’ ପରି ଏକ ନୂଆ ଦୁହା ତୋଳି ବିଭ୍ରାନ୍ତି ସୃଷ୍ଟିପାଇଁ ଚେଷ୍ଟା ଚଳାଇଛନ୍ତି । ଓଡ଼ିଶାର ଓଡ଼ିଆଵିଦ୍ଵେଷୀ ସରକାର ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କିତ ସରକାରୀ ସନ୍ଦର୍ଭ ଚୋରିକରିଥିବା ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ତଥା ତାଙ୍କ ଗୋଷ୍ଠୀକୁ ଲଗାଇ ଏ ସମ୍ପର୍କୀୟ କ୍ୟାବିନେଟ ପ୍ରସ୍ତାବ ଉପରେ ଖସଡ଼ା ପ୍ରସ୍ତୁତି ପାଇଁ ଆଜି ଏକ ବୈଠକ ଡାକିଛନ୍ତି ।
ଏହି ପ୍ରବଞ୍ଚନା ଉପରେ ମୁଁ ଆଲୋଚନା କରିବି ଆସନ୍ତାକାଲି । ତା ପୂର୍ବରୁ ବୈଷ୍ଣବ ପରିଡା ମୋ ସହ ଟେଲିଫୋନରେ ହୋଇଥିବା କଥାର ଅଡ଼ିଓ ରେକର୍ଡ ମୁଁ ଏଠାରେ ରଖୁଛି ସମସ୍ତଙ୍କ ଅବଗତି ପାଇଁ । କାରଣ ଏହା ଆମ ଭାଷା ଉପରେ ଚାଲିଥିବା ଦୁଷ୍କର୍ମ ଅନୁଧ୍ୟାନ କରିବାରେ ସହାୟକ ହେବ ।




