ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା
ସୈତାନ ହରିନାମ ଜପିଲାପରି ମାତୃଭାଷାର ନାମ ଜପୁଥିବା କେତେକ ବ୍ୟକ୍ତି ଆମ ଭାଷା ଜନନୀକୁ ଛୁରିମାରିଚାଲିଛନ୍ତି । ସେମାନଙ୍କ ଭିତରୁ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହ ମିଶି ଶାସ୍ତ୍ରୀୟ ମାନ୍ୟତା ସଂକ୍ରାନ୍ତୀୟ ସରକାରୀ ସନ୍ଦର୍ଭ ଚୋରିକରିଥିବା ସୁବ୍ରତ କୁମାର ପୃଷ୍ଟି ଆତାପୀ ବାତାପୀ ଯୋଡି ପରି ଓଡ଼ିଆ ଭାଷା ଜନନୀକୁ ଭିତରୁ ମାରିବାକୁ ଥରେ ଉଦ୍ୟମ କରିଥିଲେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ । ଯଦିଓ ସଫଳ ହେଲେ ନାହିଁ , ଆଜି ମାତୃଭାଷା ଦିବସରେ ଏହି ଯୋଡିର ସେହି କୁତ୍ସିତ ପ୍ରୟାସ ସମସ୍ତଙ୍କ ଅବଗଟିକୁ ଆସିବା ଆବଶ୍ୟକ ।
ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ରକ୍ଷା ଓ ବିକାଶରେ ଉତ୍କଳ ବିଶ୍ଵବିଦ୍ୟାଳୟର ବିଶେଷ ଭୂମିକା ରହିଛି । ଓଡ଼ିଆ ଭାଷାରେ ଉଚ୍ଚତମ ଅଧ୍ୟୟନ ଓ ଗୁରୁତ୍ବପୂର୍ଣ ଗବେଷଣା ଏହିଠାରେ ହୁଏ । ଓଡ଼ିଆ ଭାଷାର ଯୋଗ୍ୟତମ ବିଦ୍ଵାନମାନେ ଏହି ବିଭାଗରେ ଅଧ୍ୟାପକ ଥିଲେ, ଓ ହେବା କଥା । ମାତ୍ର ସୁବ୍ରତ ପୃଷ୍ଟିଙ୍କ ପରି ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଏଠାରେ ଅଧ୍ୟାପକ ବନାଇବା ପାଇଁ ଦେବୀ ପ୍ରସନ୍ନ ଯେଉଁ ହୀନ ଉଦ୍ୟମ କରିଥିଲେ ତାହା ସଫଳ ହୋଇଥିଲେ ଓଡ଼ିଆ ଭାଷାରେ ଉଚ୍ଚତମ ଶିକ୍ଷା ବିପନ୍ନ ହୋଇଥାନ୍ତା ଓ ଗବେଷଣା ଲକ୍ଷ୍ୟଭ୍ରଷ୍ଟ ହୋଇଥାନ୍ତା ।
ଦେବୀ ପ୍ରସନ୍ନଙ୍କ ସମସ୍ତ ଅପଚେଷ୍ଟା ସତ୍ତ୍ବେ ସୁବ୍ରତ ଯୋଗ୍ୟ ବିବେଚିତ ହେଲେ ନାହିଁ । କିନ୍ତୁ ଏହି ପ୍ରସ୍ଫୁଟିତ ତଥ୍ୟକୁ ଅନୁଶୀଳନ କରି ଯେ କୌଣସି ବିଶ୍ଵବିଦ୍ୟାଳୟ ପାଇଁ ଶିକ୍ଷକ ମନୋନୟନ କ୍ଷେତ୍ରରେ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଯଦି କଳାତାଲିକାଭୁକ୍ତ କରାନଯାଏ ତେବେ ଭବିଷ୍ୟତରେ ଏହି ଆତାପୀ ବାତାପୀ ଯୋଡି ଯେ ଓଡ଼ିଆ ଭାଷା ଜନନୀ ପାଇଁ ଅଧିକ ବିପଦ ସୃଷ୍ଟି ନକରିବେ ତାହା କହି ହେବନାହିଁ । ଅନ୍ୟର ଗବେଷଣା ପ୍ରସୂତ ତଥ୍ୟ ପ୍ରମାଣ ଚୋରିକରିବା ଏହି ଯୋଡିର ଅଭ୍ୟାସ । ଏହି ଉଦ୍ଦେଶ୍ୟରେ ହୁଏତ ଉତ୍କଳ ବିଶ୍ଵବିଦ୍ୟାଳୟରେ ସୁବ୍ରତଙ୍କ ଭର୍ତ୍ତି କରିବା ପାଇଁ ଦେବୀ ପ୍ରସନ୍ନ ଉଡୁଅମ କରିଥିଲେ ଓ ଏହି ଉଦ୍ଦେଶ୍ୟରେ ବି ଭବିଷ୍ୟତରେ ଉଦ୍ୟମ କରିପାରନ୍ତି ।
ଉତ୍କଳ ବିଶ୍ଵବିଦ୍ୟାଳୟର ତତ୍କାଳୀନ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼. ସନ୍ତୋଷ ତ୍ରିପାଠୀ ଓ ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ନିଜ ଭିତରେ କରିଥିବା ଆଲୋଚନାରୁ ଏହି ତଥ୍ୟ ଆମ ଦୃଷ୍ଟିକୁ ଆସିଛି । ମାତୃଭାଷା ଦିବସରେ ଏହି ତଥ୍ୟ ଆମେ ଓଡ଼ିଶାର ମାତୃଭାଷାପ୍ରେମୀ ଜନସାଧାରଣଙ୍କୁ ଭେଟି ଦେଉଛୁ । ଏହାକୁ ଏହି ସଂଯୋଗ-ସରଣୀରେ ଘେନା କରନ୍ତୁ :

ସମାଜ ଓ ସଂସ୍କୃତି ସେବାରେ ସୁପରିଚିତ ପ୍ରତିଷ୍ଠାନ ‘ଭରସା’ ଦ୍ଵାରା ‘ଗଞ୍ଜାମଜ୍ୟୋତି’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଭାଷା ଆନ୍ଦୋଳନର ଗଂଜାମ ଜିଲ୍ଲା ଆବାହକ , ବାଗ୍ମୀ, ସାହିତ୍ୟିକ ଓ ଜିଲ୍ଲାର ଅନ୍ୟତମ ସାଂସ୍କୃତିକ ସାରଥୀ ଡ଼. ସାଗରରଞ୍ଜନ ତ୍ରିପାଠୀ, ଯାହା ଭାଷା ଆନ୍ଦୋଳନ ଉପରେ ‘ଭରସା’ର ଭରସା ହିଁ ପ୍ରକଟ କରେ । 


ଜୁନାଗଡ଼ର ପ୍ରତିନିଧିତ୍ବ କରୁଥିବା ପ୍ରତାପ କେଶରୀ ଗର୍ଜି ଉଠିଥିଲେ , “ଯେଉଁମାନେ ଓଡ଼ିଶାରେ ବାସ କରିବାକୁ ଚାହାନ୍ତି ସେମାନଙ୍କୁ ଓଡ଼ିଆ ନିଶ୍ଚୟ ଶିଖିବାକୁ ପଡ଼ିବ । ସେ ଆମର ଜଣେ ଆନ୍ଧ୍ର ଭାଇ ହୁଅନ୍ତୁ କିମ୍ବା ସେ ଆମର ଚିଫ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ, ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ । They must learn Oriya or else they will have to clear out” – ଏହା କହି ପ୍ରତାପ କେଶରୀ ଯେତେବେଳେ ତାଙ୍କ ଭାଷଣ ଶେଷ କଲେ, ଚୁପ ହୋଇଯାଇଥିଲେ ଓଡ଼ିଆଵିରୋଧୀଏ ଏବଂ ତାଙ୍କ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିବାକୁ ବାଧ୍ୟ ହୋଇଥିଲେ ଯେ, ଅଣଓଡ଼ିଆମାନଙ୍କୁ ଓଡ଼ିଆ ଭାଷାରେ ଧୂରୀଣ ହେବାପାଇଁ ତିନିବର୍ଷ କରୁଣା କାଳ ଦିଆଯିବ ଓ ଯେଉଁମାନେ ତିନିବର୍ଷ ଭିତରେ ଓଡ଼ିଆରେ କାମ କରିବା ନ ଶିଖିବା ସେମାନଙ୍କୁ ଦଣ୍ଡବିଧାନ ହେବ । ପ୍ରତାପ କେଶରୀ ଯଦି “ଓଡ଼ିଆ ନ ଶିଖିବା ଲୋକେ ଓଡିଶା ଛାଡି ପଳାଇବାକୁ ବାଧ୍ୟ” ବୋଲି ଯଦି ନ କହିଥାନ୍ତେ ସେଦିନ , ତେବେ ଓଡ଼ିଆ ଭାଷାରେ କାମ ନକରିବା ଦଣ୍ଡନୀୟ ହେବ ବୋଲି ବିଧାୟକକୀୟ ଉଦ୍ଦେଶ୍ୟ (legislative intention) ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଆଦୌ ଉଚ୍ଚାରିତ ହୋଇନଥାନ୍ତା । ତେଣୁ ସମଗ୍ର ଓଡ଼ିଆଜାତି କଳାହାଣ୍ଡିର ଶେଷ ମହାରାଜାଙ୍କ ଏହି ସମ୍ପୂର୍ଣ ଓଡିଆଜାତିପ୍ରାଣତା ନିକଟରେ ମୁଁ ସଦାକାଳେ ନତମସ୍ତକ ହୋଇରହିଛି ।
ସାଥୀ ସନ୍ତୋଷ ମିଶ୍ର ଏଠାରେ ପ୍ରଦତ୍ତ ଫଟୋଚିତ୍ରଗୁଡ଼ିକ ଦେଇ ଜଣାଇଛନ୍ତି କି, ଯେଉଁମାନେ କଳାହାଣ୍ଡି ଜିଲ୍ଲାରେ ଓଡ଼ିଶାର ଏହି ଅଭିନବ ମୁକ୍ତି ଆନ୍ଦୋଳନର ଭିତ୍ତି ସ୍ଥାପନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ସମେତ ସର୍ବଶ୍ରୀ ଅଶୋକ ସାହୁ, ସୌମେନ୍ଦ୍ର ଚାନ୍ଦ, ନିହାର ମିଶ୍ର, ଭୁପେନ୍ଦ୍ର ପଣ୍ଡା, ଅନୁପ ଜେନା, ରାଜେଶ ନାୟକ, ଲୋକନାଥ ନାୟକ, ପ୍ରଶାନ୍ତ ଭୋଇ, ସନ୍ତୋଷ ସାହୁ, ପରମାନନ୍ଦ ପଣ୍ଡା, ଅନୱର ଭାରତୀ, ରାଜକୁମାର ଛାତିଆ, ପ୍ରତାପ ପ୍ରଧାନ, ପ୍ରଦୀପ ପତ୍ର, ବିରଂଚି ସେଠି, ଲୋକନାଥ ନାୟକ, ସନ୍ତୋଷ ମିଶ୍ର, ପ୍ରକାଶ ହରପାଲ, ରାମଚନ୍ଦ୍ର ଦାସ, ଧର୍ମେନ୍ଦ୍ର ପାତ୍ର ପ୍ରମୁଖ । ଦାବିଫଳକ ସହ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରୁ ଅଭିଯାତ୍ରାରେ ଆସି ଦେୱାନୀ ଅଦାଲତ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦାବି ହାସଲ ଯାଏଁ ସଂଗ୍ରାମ ଅତୁଟ ରହିବ ବୋଲି ସେମାନେ ପ୍ରତିଜ୍ଞା ପ୍ରକଟ କରିଥିଲେ ।