
Category: Persons
ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ ? ସୁନିଶ୍ଚିତ ବୋଲି ସମସ୍ତଙ୍କ ମତ

‘ସମ୍ପର୍କ ମିଡ଼ିଆ’ର ‘କୁଳ ତିଳକ’ ଉପାଧି ପ୍ରଦାନ ଅବସରରେ ଜାନୁଆରୀ 7 ଦିନ ତମାମ ଶ୍ରୀ ଜୟ ଦେବଙ୍କ ନାମରେ ପୁନର୍ନାମୀତ ହୋଇଥିବା ରାଜ୍ୟ ସୂଚନା ଭବନ ସଭାକକ୍ଷରେ ‘ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ?’ ପ୍ରଶ୍ନ ଉପରେ ଏକ ଗୁରୁ ଗମ୍ଭୀର ଆଲୋଚନା ହୋଇଥିଲା ∣ ସଭାପତିତ୍ଵ କରିଥିଲେ ସୁବାର୍ତ୍ତାର ସମ୍ପାଦକ ତଥା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ∣
ଆଲୋଚନା ଆରମ୍ଭ କରି ସମ୍ପର୍କ ମିଡ଼ିଆର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ସାହୁ ବ୍ୟଙ୍ଗ ସାହିତ୍ୟର ବୈଶିଷ୍ଟ୍ୟ ଉପରେ ଚର୍ଚ୍ଚା କରି ଓଡିଶା ସାହିତ୍ୟ ଏକାଡେମୀ ବ୍ୟଙ୍ଗ ସାହିତ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେବାପାଇଁ ପରାମର୍ଶ ଦେବା ସହ ଏ ଦିଗରେ ତାଙ୍କ ସଂସ୍ଥା ଯେଉଁ ଅଭିଯାନ ଆରମ୍ଭ କରିଛି ତହିଁର ସମ୍ୟକ ସୂଚନା ଦେଇଥିଲେ ∣
ବ୍ୟଙ୍ଗ ବିଳାସ ପାଇଁ ନୁହେଁ, ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ ବ୍ୟଙ୍ଗ କବି ଜ୍ଞାନ ହୋତା ∣ କବି ସତ୍ୟାନାଶ ଓଡ଼ିଶାରେ ବ୍ୟଙ୍ଗ ସାହିତ୍ୟର ବୈପ୍ଲବିକ ଧାରାର ଏକ ନିଖୁଣ ଚିତ୍ର ଦେଇ, ବ୍ୟଙ୍ଗ ରଚନାକୁ ସାହିତ୍ୟର ଏକ ଉଚ୍ଚାଙ୍ଗ ବିଭବ ବୋଲି ବର୍ଣନା କରିଥିଲେ ∣
ଅନ୍ୟମାନଙ୍କ ମଧ୍ୟରେ ବ୍ରଜବିହାରୀ ସୁବୁଦ୍ଧି , ଅନନ୍ତ ଜେନା, ଉମାକାନ୍ତ ମହାପାତ୍ର, ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ପ୍ରସନ୍ନ ଦାଶ ପ୍ରମୁଖ ବ୍ୟଙ୍ଗ ରଚନାକୁ ଏକ ବୈଶିଷ୍ଟ୍ୟସମ୍ପନ୍ନ ସାହିତ୍ୟ ଭାବେ ସ୍ବୀକୃତି ଦେବାକୁ ଓଡିଶା ସାହିତ୍ୟ ଏକାଡେମୀକୁ ଆହ୍ବାନ ଦେଇଥିଲେ ∣
ଏହି ଦାବି ସହ ଏକମତ ହୋଇ ଅଧ୍ୟକ୍ଷତା କରୁଥିବା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ଶତପଥୀ କହିଥିଲେ , ଅନ୍ତର୍ଭେଦୀ ଦୃଷ୍ଟି ଓ ସାର୍ବଜନିକ ଚେତନାର ନିର୍ଭିକ ଉପଯୋଗ କରି ଲୌକିକ ଭାଷାରେ ଯେଉଁ ସଂସ୍କାରଧର୍ମୀ ସାହିତ୍ୟ ସୃଷ୍ଟିକରାଯାଏ ତାହା ହିଁ ରୂପନିଏ ରମଣୀୟ ବ୍ୟଙ୍ଗର , ଯାହା ତାର ସର୍ଜନଶୀଳତାର ଶାଣୀତ ଶବ୍ଦ ବାଣରେ ଶ୍ରୋତା ଓ ପାଠକର ଚେତନା ଜାଗ୍ରତ କରାଇଥାଏ ଏବଂ ଦେଇଥାଏ ସଦା ଅନିର୍ବଚନୀୟ ବିରଳ ଆନନ୍ଦ ∣ ଏପରି ସାହିତ୍ୟକୁ ତାର ଉପଯୁକ୍ତ ମର୍ଯ୍ୟାଦା ଦେବାପାଇଁ ସମ୍ପର୍କ ମିଡ଼ିଆ ଆରମ୍ଭ କରିଥିବା ଅଭିଯାନକୁ ସେ ଭାଷା ଆନ୍ଦୋଳନ ପକ୍ଷରୁ ପୁର୍ଣ ସମର୍ଥନ ଜ୍ଞାପନ କରିଥିଲେ ∣
ଭାଷା ଆନ୍ଦୋଳନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ମାନବିକ ସମ୍ପର୍କର ସ୍ଵାକ୍ଷର ରଖିଥିବା ବିଶିଷ୍ଟ ଓଡ଼ିଆଙ୍କ ଭିତରୁ ଉପାଧି ଗ୍ରହଣ କରିଥିଲେ ଡାକ୍ତର କମଳାକାନ୍ତ କର, ଡା. ନାରାୟଣ ରାଉତ, ମନୋରଞ୍ଜନ ମହାପାତ୍ର, ରଞ୍ଜନ କୁମାର ମହାପାତ୍ର, ବିପିନ ବିହାରୀ ଜୟସିଂହ , ଭୀମସେନ ପାଇକରାୟ , ଡା. ଚିତ୍ରଲେଖା ଜେନା ଓ ଶ୍ରୀମତୀ ଗୀତା ଦାଶ ∣
MOTHER TONGUE AND MAFIA: A CASE STUDY -23

Rabi Kanungo’s Enlightening Editorial
ଆମପାଇଁ ଆନନ୍ଦର କଥା ଯେ, ଓଡ଼ିଶାର ପ୍ରଥିତଯଶା ସାହିତ୍ୟିକ ଓ ସମ୍ବାଦପତ୍ର ସମ୍ପାଦକ ରବି କାନୁନଗୋ, ଯେ କି ସମ୍ପାଦକୀୟ ପ୍ରଦାନରେ ଏକ ନୂତନ ଶୈଳୀର ପ୍ରବର୍ତ୍ତନ କରିଛନ୍ତି, ବିଶ୍ଵାସ କରନ୍ତି ଯେ , ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଓଡିଶା ମନ୍ତ୍ରୀମଣ୍ଡଳ ସ୍ଵତନ୍ତ୍ରଭାବେ ଆହୂତ ପୁରୀ ବୈଠକରେ ଯେଉଁ ନିଷ୍ପତ୍ତି ଗ୍ରହଣକରିଛନ୍ତି ତାହା ଆମ ଭାଷା ଆନ୍ଦୋଳନ ହେତୁ ସମ୍ଭବ ହୋଇଛି ∣ ଆମେ ତ ଏହି ମନ୍ତ୍ରୀମଣ୍ଡଳର ପ୍ରସ୍ତାବ ଉପରେ ଆମ ପ୍ରତିକ୍ରିୟା ରଖିଛୁ ; ମାତ୍ର ସୂର୍ଯ୍ୟପ୍ରଭାରେ ରବି ବାବୁଙ୍କ ସମ୍ପାଦକୀୟ ଓଡ଼ିଆ ଭାଷା ଜନନୀଙ୍କ ଚଳନ୍ତି ଇତିହାସ ପ୍ରତି ଏକ ଅମୁଲ୍ୟ ଅବଦାନ ∣ ଡ଼ିସେମ୍ବର 27 ଓ 28 – ଦୁଇଦିନ ଧରି ଦୁଇଟି ଭିନ୍ନ ଭିନ୍ନ ଶିରୋନାମାରେ ଏ ସମ୍ପାଦକୀୟ : ପ୍ରଥମଟି “ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ !” ଓ ଦ୍ବିତୀୟଟି “ପଶ୍ୟତି ଦିଶି ଦିଶି” ଶୀର୍ଷକରେ ସମୃଦ୍ଧ ∣ ପ୍ରଥମ ଆଲୋକବର୍ଷୀ ସମ୍ପାଦକୀୟଟିକୁ ଏଠାରେ ଆନୁଷ୍ଠାନିକ ସମ୍ମାନର ସହ ସ୍ଥାନିତ କରାଗଲା ∣
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

MOTHER TONGUE AND MAFIA: A CASE STUDY -22

