ଭାଷା ଆନ୍ଦୋଳନ ମଞ୍ଚରେ ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ସିଧା ପ୍ରସାରିତ ଭାଷଣର ଲେଖାରୂପ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
କରୋନା ହେତୁ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଅଛି । କିନ୍ତୁ ବୌଦ୍ଧିକତଃ ଏହା ଅବ୍ୟାହତ ଅଛି । ପ୍ରତି ସୋମବାର ଜଣେଲେଖାଏଁ ପ୍ରଥିତଯଶା ଓଡ଼ିଆ ଭାଷା ଆନ୍ଦୋଳନର ଫେସବୁକ ପୃଷ୍ଠାରୁ ନିଜର ବକ୍ତବ୍ୟ ରଖୁଛନ୍ତି ଯାହା ସିଧା ପ୍ରସାରିତ ହେଉଛି ।

ଏହି କ୍ରମରେ ଗତ ୨୪ତାରିଖରେ ନିଜ ବକ୍ତବ୍ୟ ରଖିଥିଲେ ଶିକ୍ଷା-ମନସ୍ତତ୍ତ୍ଵର ବିଶ୍ଵବିଦିତ ପ୍ରଫେସର ଡଃ ଅଜିତ କୁମାର ମହାନ୍ତି । 

ନିମ୍ନରେ ତାଙ୍କ ଭାଷଣର ଲେଖାରୂପ ରହିଲା, ଯାହା  ଉପରେ ଥିବା ତଳମୁହାଁ ତୀର ଚିହ୍ନରେ ଟିପ ଚିପି pdf ରୂପରେ ଥିବା ଏହି ଐତିହାସିକ ଭାଷଣକୁ ଆପଣ ଅନୁଧ୍ୟାନ କରିପାରିବେ ।

ଶୀର୍ଷକ : ପିଲାଙ୍କ ବିକାଶରେ ମାତୃଭାଷା pilanka vasa new

ସିଧା ପ୍ରସାରିତ ଭାଷଣ 

ସମୁଦ୍ର ଲଙ୍ଘିଲେ ଗିରି କେତେ ମାତର?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ଫେସବୁକ ମଞ୍ଚରେ ଅଖିଳ ଭାରତ ଯୁବ ସଂଘର ସିଧା ପ୍ରସାରିତ ବକ୍ତୃତାମାଳାର ମଇ୨୮ ତାରିଖ ସନ୍ଧ୍ୟା ପାଇଁ ନିର୍ଦ୍ଧାରିତ ବିଷୟର ଶୀର୍ଷକ ଥିଲା ଜାତିର ବିକାଶରେ ମାତୃଭାଷାର ଭୂମିକା । ଭାଷା ଆନ୍ଦୋଳନର ବନ୍ଧୁମାନଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପାଇଁ ସେହି ସିଧା ପ୍ରସାରିତ ବକ୍ତୃତାର ଅଧିକ ପ୍ରାସଙ୍ଗିକ ଅଂଶ ବିଶେଷକୁ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଦାନ କରାଯାଉଛି । ଏହା ତହିଁର ୩ୟ କିସ୍ତି । 

ପ୍ଲେ-ସ୍କୁଲ୍

(ଅଣୁ-ଗଳ୍ପ)

ଲେଖକ : ସରୋଜ କୁମାର ମହାନ୍ତି 

[ଭାଷା ଆନ୍ଦୋଳନର ସକ୍ରିୟ ସାଥୀ, ସରୋଜ କୁମାର ମହାନ୍ତି ଓଡ଼ିଆ ଜାତିକୁ ଭାଷାମନସ୍କ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ଏହି ଅଣୁଗଳ୍ପଟି ତହିଁର ଏକ ଅଂଶ । ]

ଓଁର  ଆଜି ଖଡ଼ିଛୁଆଁ ଥିଲା । ଅବଧାନେ ଯେତେଥର ତା’ ହାତଧରି କଳା ସିଲଟ ଉପରେ ବ୍ରହ୍ମା, ବିଷ୍ଣୁ,ମହେଶ୍ୱର ଲେଖି ଗୋଲ ବୁଲେଇଲେ ବି, ସେ କିନ୍ତୁ ବାରମ୍ବାର ଶିବ, ଗଣେଶ,କୃଷ୍ଣ କହୁଥିଲା । ସମସ୍ତ ଚେଷ୍ଟା ସତ୍ତ୍ବେ ସେ ତା’ ନିଜ ଜିଦରେ ଅଟଳ ଥିଲା । ଘରେ ସମସ୍ତେ ବ୍ୟସ୍ତ ହୋଇ ପଡିଲେ।

ଅଫିସ କାମରେ ବ୍ୟସ୍ତ ରହି ରାତିରେ ଘରକୁ ଫେରିଲେ ତା’ ବାପା । ସବୁ କଥା ଶୁଣିସାରି, ଖୁବ ଜୋରରେ ହସି ଉଠିଲେ । ପୁଅ ପରେ, ବାପାର ଏପରି ଆଚରଣ ଅବୋଧ୍ୟ ଥିଲା ।

“ପୁଅ ମୋର ଅଜା, ଆଈଙ୍କ ପ୍ଲେ-ସ୍କୁଲରେ ଏତେ କଥା ଶିଖିଲାଣି ! ଅଯଥା ଟଙ୍କା ଖର୍ଚ୍ଚ କରି ଲାଭ କଣ? ମୋ’ ଘରେ ଥିବା ଏହି ସୁନ୍ଦର ବିଦ୍ୟାଳୟରେ ପାଠ ପଢ଼ା ସରିଲେ, ବାକି କଥା ଆଗକୁ ଚିନ୍ତା କରିବା । ମୋ’ ପୁଅର ପାଠ୍ୟକ୍ରମ ବଦଳି ଯାଇଛି । ତେଣୁ ସେ ନୂଆ ପାଠ୍ୟକ୍ରମ ଅନୁସାରେ ଶିବ,ଗଣେଶ, କୃଷ୍ଣ କହୁଛି ।

ଏତିକି କହି ତା’ ବାପା ହସି ହସି ଚାଲିଗଲେ,ଗାଧୁଆ ଘରକୁ ।

ସମସ୍ତେ ଚକିତ ।


ଜାତୀୟ ଶିକ୍ଷାନୀତି ମାତୃଭାଷାର ପରିପନ୍ଥୀ : ପ୍ରଫେସର ଡଃ ଅମିୟ କୁମାର ମହାନ୍ତି

ଫେସବୁକରେ ସିଧା ପ୍ରସାରିତ ଏହି ଉଦ୍ବୋଧନ ସ୍ଵୟଂ ସମ୍ପୂର୍ଣ୍ଣ  । ଭାଷଣତିର ଲିଖିତ ରୂପ ପରେ ପ୍ରକାଶିତ ହେବ । 

ଗୁରୁକଲ୍ୟାଣ କୁଆଡ଼େ ଗଲେ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

କାନ୍ତକବିଙ୍କ ନାତି ବୋଲି ନିଜକୁ ପରିଚିତ କରାଉଥିବା ଗୁରୁ କଲ୍ୟାଣ ମହାପାତ୍ର ଗତ ଜୁନ ମାସରେ ମୋ ଉପରେ ଏକ ଅତ୍ୟନ୍ତ କୁତ୍ସିତ କୁତ୍ସା ପ୍ରଚାର କରିଥିଲେ ସାମାଜିକ ଗଣମାଧ୍ୟମ ଫେସବୁକରେ ତାଙ୍କ କାନ୍ଥରେ ଓ ତାହାକୁ ତୀବ୍ରତର କରିଥିଲେ ଅର୍ଥଲୋଭ ହେତୁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ପବିତ୍ର ମହାରଥା ଏବଂ ୧୬.୭.୨୦୧୮ରାତିରେ ତାଙ୍କ ଦାରୀ ସାକ୍ଷୀ ମାଦଳ ସାଜିଥିବା ଜନକୀଶ ବଡପଣ୍ଡା  । ମୁଁ ଯେଉଁ ପ୍ରତିକ୍ରିୟା ରଖିଥିଲି ତାହା ଏହି  ସଂଯୋଗସରଣୀ ରେ ଉପଲଭ୍ୟ । 

ସେ ତାଙ୍କ ଏହି କୁତ୍ସିତ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଦେଇନାହାନ୍ତି । ନିଜର ଅଭିଯୋଗକୁ ସେ ପ୍ରମାଣିତ କରିବା ଉଚିତ ବା ମିଥ୍ୟା କହିଥିବା ସ୍ଵୀକାର କରି ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ।

କିନ୍ତୁ ତାଙ୍କ ଅପରାଧର ଅଦ୍ୟତନତା ଯାଞ୍ଚ ପାଇଁ ପୋଲିସ ଯେତେବେଳେ ସେ ପ୍ରଚାର କରିଥିବା କୁତ୍ସାର ଲିଙ୍କ (link) ଖୋଜୁଛନ୍ତି ତାହା ମିଳୁନାହିଁ  ବୋଲି ଖବର ପାଇ ମୁଁ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟାକଲି । ଏହି ରିପୋର୍ଟ ମିଳିଲା – ଯେଉଁଥିରେ ଫେସବୁକ କହୁଛି , ପୋଷ୍ଟିଂକର୍ତ୍ତା ଗୁରୁକଲ୍ୟାଣ ହୁଏତ ନିଜ ପୋଷ୍ଟକୁ ହଟାଇ ଦେଇଛନ୍ତି । 

ଯେଉଁମାନେ ମୋ ଉପରେ କୁତ୍ସିତ ଗାଳିବର୍ଷଣ କରି ଭାଷା ଆନ୍ଦୋଳନ ଶିବିରରେ ବିଭ୍ରାନ୍ତି ଉପୁଜାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ମୁହଁ ଇସ୍ପାତ , ଅଥଚ ପଛ ଏପରି ସନ୍ନିପାତ କାହିଁକି ?