ପ୍ରତିଜ୍ଞା ଟିଭିରେ ଭାଷା ପାଇଁ ଓଡ଼ିଆର ଲଢ଼େଇ: ଭାଙ୍ଗିଯିବ ବଇରୀଙ୍କ ବଡ଼େଇ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସଂଶୋଧନ ଆଳରେ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ସବୁଦିନପାଇଁ ଅକର୍ମଣ୍ୟ କରିଦେବାକୁ ତହିଁରେ ଧାରା ୩କକୁ କାଏମ ରଖି ଧାରା  ୪ ଓ ଧାରା ୪କ ପରି ଯେଉଁ କ୍ଷତିକାରକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଖଞ୍ଜିଛନ୍ତି ତାହା ଓଡ଼ିଆ ଜାତିର ଆଜନ୍ମ ବଇରୀ ହିଁ କେବଳ କରିପାରେ ।  ସେ ତାହା କରିଛନ୍ତି । କାରଣ ବାବୁ ନବୀନ ପଟ୍ଟନାୟକ ଜଣେ ଆଜନ୍ମ ଓଡ଼ିଆ ବିରୋଧୀ ବ୍ୟକ୍ତି । ତାଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡିଶା ସରକାରୀ ଭାଷା ଆଇନକୁ ଅତି ଅନଧିକୃତ ଭାବେ ୧୯୬୩ରେ ସଂଶୋଧିତ କରି ଇଂରାଜୀ ଭାଷାକୁ ବିଧାନସଭାରେ ସରକାରୀ ଭାଷା କରାଇଦେଇଥିଲେ, ଯାହା ଓଡ଼ିଆ ଭାଷାକୁ ପ୍ରଶାସନିକ କ୍ଷେତ୍ରରେ ବସ୍ତୁତଃ ଅଚଳ କରିଦେଇଛି । ପିତାଙ୍କ ପଥ ଅନୁସରଣ କରି ନବୀନ ବାବୁ ବି ଓଡ଼ିଆ ଭାଷାକୁ ମୁମୂର୍ଷୁତର କରାଇଛନ୍ତି । ଏପରିକି, ଗତ ବିଧାନସଭାରେ ପୁନଶ୍ଚ ଏକ ସଂଶୋଧନ ଆଣି ମୂଳ ଭାଷା ଆଇନକୁ ମଧ୍ୟ ଅକାମି କରିଦେଇଛନ୍ତି । ଏହା ବିରୁଦ୍ଧରେ ମୁଁ ତାଙ୍କୁ ପତ୍ର ଲେଖି ପ୍ରତିକାର ଦାବି କଲାପରେ, ଭାଷା ଆନ୍ଦୋଳନକୁ ଗଳା ମୋଡ଼ି ମାରିଦେବା ପାଇଁ , ଆନ୍ଦୋଳନର କଳାପତାକା ଧରିବାକୁ ଯେଉଁ ଦୁଇଜଣ ବ୍ୟକ୍ତି ସହଯୋଗୀ ଯୋଗାଡ଼ କରୁଥିଲେ ସେହି ଦୁଇଜଣଙ୍କୁ କାବୁ କରି ନେଇଛନ୍ତି । ସାରା ଓଡିଶା ଏହି ହୀନ ଚକ୍ରାନ୍ତ ବିରୁଦ୍ଧରେ ଜାଗି ଉଠିଛି ।

ଏହି ଚକ୍ରାନ୍ତକୁ ଅତ୍ୟନ୍ତ ଦୃପ୍ତତାର ସହ ବ୍ୟର୍ଥ କରିଦେଇଛନ୍ତି କେନ୍ଦ୍ରାପଡ଼ାର ଶ୍ରୀ ରଞ୍ଜନ କୁମାର ଦାସ ଓ ତାଙ୍କ ସହଯୋଗୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ସେମାନେ କୁଳଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଆନ୍ଦୋଳନର କଳାପତାକା ସହ ପାଦରେ ଚାଲି ଚାଲି ଭୁବନେଶ୍ଵରରେ ପହଞ୍ଚି ଓଡ଼ିଶାର ଏହି ନବଜାଗୃତିର ସ୍ଵାକ୍ଷର ରଖିଛନ୍ତି ଏବଂ ଛନକା ସୃଷ୍ଟିକରିଛନ୍ତି ଭାଷା ବିଦ୍ଵେଷୀ ନବୀନ ସରକାରଙ୍କ ଛାତିରେ ।  ସରକାରୀ ଚାପରେ ଓଡ଼ିଶାର ସମସ୍ତ ଗଣମାଧ୍ୟମ ଓଡ଼ିଆ ଜାତିର ଏହି ଶ୍ରେଷ୍ଠ ଲଢ଼େଇର ଦୃଶ୍ୟପଟକୁ ଲୋକଲୋଚନରୁ ଦୂରେଇ ରଖିଥିବା ବେଳେ ଭାଷା ଆନ୍ଦୋଳନର ଛତ୍ରପୁର ଶାଖା ସଂଚାଳକ ତଥା ଯୁବସାମ୍ବାଦିକ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକରେ ଏହାର ସିଧା ପ୍ରସାରଣ କରିଥିଲେ । ଅତ୍ୟନ୍ତ ସୁଖର କଥା, ସାଧାରଣ ଲୋକର ନିଶଙ୍କ ସ୍ଵର ଭାବେ ସୁଖ୍ୟାତି ଅର୍ଜନ କରିଥିବା ପ୍ରତିଜ୍ଞା ଟିଭି ସୌମ୍ୟଙ୍କ ବିବରଣୀକୁ ଓଡ଼ିଆ ଜାତି ସ୍ଵାର୍ଥରେ ବିଶ୍ଵାର୍ପିତ କରିଛି । ଆମେ ଆଶା କରୁଛୁ, ଓଡ଼ିଆ ଜାତିର ବଇରୀଙ୍କ ବଡ଼େଇ ଭାଙ୍ଗିବାରେ ଏହା ସହାୟକ ହେବ ।

ମଧୁବାବୁଙ୍କ ଜନ୍ମପୀଠରୁ ରାଜଧାନୀ ଯାଏଁ ମାଡ଼ିଆସିଲା କଳାପତାକା : ଫସରଫାଟିଗଲା ମୁଖ୍ୟମନ୍ତ୍ରୀଙ୍କ ଫନ୍ଦି

ଭୁବନେଶ୍ୱର, ୧୭-୮-୨୦୧୮
(ବିଶେଷ ସଂବାଦଦାତା)

Posted by Ranjan Kumar Das on Thursday, August 16, 2018

“ମା” ପାଇଁ ଲଢ଼େଇରେ ସନ୍ତାନ କେବେ ହାରିବ ନାହିଁ ! ଏହା ଆଜି ଜଣାଇ ଦେଇଛନ୍ତି କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ଭାଷାପ୍ରାଣ ରଂଜନ କୁମାର ଦାସ ଓ ତାଙ୍କ ସାଥୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଷଡ଼ଯନ୍ତ୍ର ଫସରଫାଟିଯାଇଛି ।

ଏହି ଷଡ଼ଯନ୍ତ୍ର କବଳରୁ ଭାଷା ଜନନୀଙ୍କୁ ରକ୍ଷା କରିବା ପାଇଁ ଭୂବନେଶ୍ୱରରେ ଚାଲିଥିବା ଭାଷା ଆନ୍ଦୋଳନର “କଳା ପତକା ଅଭିଯାନ” ରେ ଯୋଗ ଦେବାପାଇଁ, କାଲିଠୁ (୧୬. ୮. ୨୦୧୮) ରଂଜନଙ୍କ ନେତୃତ୍ୱରେ ଭାଷାମଗ୍ନ ଏକ ୬ ଜଣିଆ (ପରେ କଟକରୁ ୨ଜଣ ସାମିଲ ହୋଇଛନ୍ତି, ମୋଟ ୮ ଜଣ) ଭାଷାପ୍ରାଣ ଦଳ କୁଳଗୌରବ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଓଡ଼ିଆ ଭାଷାଜନନୀଙ୍କ ବିଜୟ ପତାକା “କଳାପତାକା” ଓ ଦାବୀ ଫଳକ ହାତରେ ଧରି ଚାଲି ଚାଲି ଆସି ଆଜି (ତା.୧୭/୮/୨୦୧୮) ଅପରାହ୍ନ ୫ଟାରେ ଭୂବନେଶ୍ୱରରେ ବିଧାନସଭା ସମ୍ମୁଖସ୍ଥ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସାମ୍ମୁକରେ ପହଁଚିଥିଲେ ।

ସେଠାରେ ଭାଷା ଆନ୍ଦୋଳନ ପକ୍ଷରୁ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ତାଙ୍କର ଘନିଷ୍ଠ ସହଯୋଗୀ ପ୍ରଫେସର ଡ଼. କୁଳମଣି ନାୟକ, ବୈଞ୍ଜାନିକ ଡ଼ ଅଶୋକ ମିଶ୍ର, ସଂଜୀବ ପତ୍ରୀ, ପ୍ରମୋଦ ଦେବ, କମଳ ଲୋଚନ ନାୟକ, ଆନନ୍ଦ ମହାପାତ୍ର, ବିପ୍ଲବୀ ତପନ ପାଢ଼ୀ, ଆଡ଼ଭୋକେଟ ଧ୍ରୁବ ଚରଣ ମହାନ୍ତି, ନନ୍ଦିନୀ ଶତପଥୀ ,ପ୍ରଦ୍ୟୋତ କୁମାର ବିଶୋୟୀ ଓ ବୀରକିଶୋର ବେହେରା ପ୍ରମୁଖ ପଦଯାତ୍ରୀ ଭାଷାଯୋଦ୍ଧାମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ।

ଅଭିଯାତ୍ରୀମାନେ ବରିଷ୍ଠ ସଂଚାଳକମାନଙ୍କଠାରୁ କଳାପତାକା ଓ ଦାବିଫଳକ ପୁନଃ ଧାରଣ କରି ଆଗେଇଥିଲେ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ପ୍ରଚଳିତ ଧାରାରେ । ଏହାର ଅଗ୍ରଭାଗରେ ଥିଲେ ସଂଘମିତ୍ରା ଜେନା ।

ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅଭିଯାତ୍ରୀ ମାନକୁ ସ୍ୱାଗତ ଓ ସହଯୋଗ କରିଥିଲେ-ସୂଚନା ଅଧିକାର ଅଭିଯାନର ମୁଖ୍ୟ  ପ୍ରଦୀପ ପ୍ରଧାନ, ସମାଜସେବୀ ଅଶୋକ କୁମାର ଦାସ, ଛତ୍ରପୁର ଭାଷା ଆନ୍ଦୋଳନର କର୍ଣ୍ଣଧାର ସୌମ୍ୟ ରଞ୍ଜନ ନାୟକ, ମାନସ ପଟ୍ଟନାୟକ, ସରୋଜ କୁମାର ମହାପାତ୍ର, ଆଶିଷ କୁମାର ଦାଶ, ରିଂକନ୍ ନାରାୟଣନ୍, ଅମିତ ଅଭିଜିତ ସାମଲ, ଅଭିଷେକ ଦାଶ, ଦିବ୍ୟଜ୍ୟୋତି ଜେନା, ବିଶ୍ୱରଂଜନ ସାହୁ, ହୃଷିକେଶ ଷଡ଼ଙ୍ଗୀ, ପ୍ରସନ୍ନ କୁମାର ପ୍ରଧାନ ଓ ଶିଶିର କୁମାର ସାହୁ ପ୍ରମୁଖ ।


ଯେଉଁଯାଏଁ ଓଡ଼ିଆ ଭାଷାରେ ସେବା ନ ଦେବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନର ନିର୍ଭୁଲ ସଂଶୋଧନ ନ ହୋଇଛି ସେ ଯାଏଁ ଏ ଅଭିଯାନ ଚାଲିବ ବୋଲି ସେମାନେ ଶପଥ ନବୀକୃତ କରିଥିଲେ ।

ଭାଷା ଆନ୍ଦୋଳନର ଛତ୍ରପୁର ଶାଖାର ଆବାହକ ଓ ଯୁବବାଗ୍ମୀ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମରେ ସମଗ୍ର ପଦଯାତ୍ରାର ଜୀବନ୍ତ ପରିବେଷଣ କରିଥିଲେ ।

Posted by Soumya Ranjan Nayak Iimc on Friday, August 17, 2018

ଭାଷା ଆନ୍ଦୋଳନର ଭିତ୍ତି କ’ଣ ?

ଭାଷା ଆନ୍ଦୋଳନର ଭିତ୍ତି କ’ଣ ? କେଉଁ ପ୍ରସ୍ତାବ ସପକ୍ଷରେ ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା ?
ଆମେ ସମସ୍ତେ ଜାଣିବା ଉଚିତ ।

>Orissa Official Language Act has no Drive // Amendment along with Rules Suggested

Posted on September 4, 2015 by Subhas Chandra Pattanayak

As per decision in the Joint Action Committee, i.e. the Ministerial Committee on the implementation of Orissa Official language Act, 1954, linguist Dr.Debi Prasanna Pattanayak is to draft a Language Policy to be placed before it in its next meeting.

But I feel, unless there is a specific set of Rules to drive the Official Language Act ahead,with provisions of punishment against whosoever disobeys the Act, it may stay defunct as it has, since 1954. Because of this lacuna, former Chief Minister Mr. J. B. Patnaik, despite all his sincere attempts, could not implement it.

There are intermittent circulars from various departments for use of Oriya in official works and correspondences, but they have not been honored, simply because, in absence of the Rules, the Act has failed to propel itself.

Therefore, I have advanced a draft of the Rules for consideration in the Committee. Problem is: the Act has no provision for the creation of the Rules. Hence, necessary amendment to the Act is also suggested.

On the other hand, we need Oriya to be used in private, State-based foreign industries, trade and commerce outfits, corporate houses, public sector undertakings, cooperatives, and all autonomous organizations in Orissa. But, these bodies are not “official” in status.

Therefore, the word “Official” in the original Act needs to be replaced with a word that would encompass all such non-official organizations, in order to ensure that the purpose of the Act is not defeated. Hence, I have suggested that the name of the Act be changed into Odisha Public Language Act,1954.

Here are the suggested amendments to the Act and the Draft of the Rules, which, if accepted, will drive the Act effectively ahead.

I have submitted the same to Hon’ble Minister Debi Prasad Mishra, Chairman of the Committee yesterday as per Resolution No.3 of its meeting dated August 1, 2015. Here below is the draft:

ନିମ୍ନସ୍ଥ ସଂଯୋଗ ସରଣୀରେ ଚାପ ଦେଇ ଆପଣ ଉପରୋକ୍ତ ଉପସ୍ଥାପନାର ମୂଳ ସ୍ବରୂପ ଅନୁଧ୍ୟାନ କରିପାରିବେ ।

https://orissamatters.wordpress.com/2015/09/04/orissa-official-language-act-has-no-drive-amendment-along-with-rules-suggested

ଭାଷା ଆନ୍ଦୋଳନ , ତାର କଳାପତାକା ଅଭିଯାନ, ଆରମ୍ଭ ଓ ଅଗ୍ରଗତି (୧)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ‘ଫେସ ବୁକ’ ପୃଷ୍ଠାରେ ଯେଉଁ ଭାଷା ଆନ୍ଦୋଳନର ଚର୍ଚ୍ଚା ଏବେ ଏତେ ବ୍ୟାପକଭାବେ ଚାଲିଛି ସେହି ଭାଷା ଆନ୍ଦୋଳନକୁ ଏହି ଏକ ଗଣମାଧ୍ୟମରେ ମୁଁ ଆରମ୍ଭ କରିଥିଲି ୨୦୧୬ ଏପ୍ରିଲ ପହିଲାରେ ।

ଏ ବିଷୟରେ ସବିଶେଷ ଆଲୋଚନା ସମୟକ୍ରମେ ହେବ । କିନ୍ତୁ ଏଥିପାଇଁ ମୁଁ ବପନ କରିଥିବା ବୀଜ କିପରି ଥିଲା ତାହା ସେଦିନର ମୋ ଉପସ୍ଥାପନାର ଫଟୋଚିତ୍ରରୁ ଦେଖାଯାଉ ।

ସୌଭାଷ୍ୟ.କମ୍ ପୃଷ୍ଠାରୁ “ବନ୍ଦେ ଉତ୍କଳ ଜନନୀ : ଏକ ପ୍ରଶ୍ନ ଓ ପ୍ରାସଙ୍ଗିକତା”

ଓଡ଼ିଶାର ବନ୍ଦନା କି ଉତ୍କଳର ବନ୍ଦନା – ଏକୁ ନେଇ ଏବେ ଯେଉଁ ତର୍କବିତର୍କ ଚାଲିଛି ତାହା ଇତିହାସ ପୃଷ୍ଠାରେ ଆସ୍ଥାନ ଦାବି କଲାଣି । ଓଡ଼ିଆ ଜାତି ପାଇଁ ଓଡ଼ିଆ ହିଁ କାହିଁକି ପ୍ରାଥମିକ ତାହା ମୁଁ ଏହି ମଞ୍ଚରେ ଲେଖିଥିଲି । ବିତର୍କ ଅଧିକ ତୀବ୍ର ହୋଇଛି । ଛଅ ବର୍ଷ ତଳେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ ଉଡ୍ର ଓ କଳିଙ୍ଗ ଆଦି ଉଲ୍ଲେଖ ନ ଥିବାରୁ ଯେଉଁ ଆଲୋଚନା ଚାଲିଥିଲା , ତହିଁ ଉପରେ ପ୍ରତିକ୍ରିୟା ରଖି ମୁଁ ସୌଭାଷ୍ୟ.କମ୍ ପୃଷ୍ଠାରେ ଯାହା ଲେଖିଥିଲି, ତାହାକୁ ଏଠାରେ ଉପସ୍ଥାପିତ କରୁଛି ; କାରଣ ଗୀତଟିକୁ ରାଜ୍ୟ ସଂଗୀତ କରିବାକୁ କେଉଁ କାରଣ ହେତୁ ଆମେ ସକ୍ଷମ ହୋଇନାହୁଁ ତାହା ଯେହେତୁ ମୁଁ ଚର୍ଚ୍ଚା କରିବାକୁ ମନସ୍ଥ କରିଛି, ଉତ୍କଳ ସମ୍ପର୍କରେ ମୋର ଆଲୋଚନା ଉପରେ ପୁନରାବଲୋକନ ବାଞ୍ଛନୀୟ । ତାହା ଥିଲା ଏହିପରି:

ବନ୍ଦେ ଉତ୍କଳ ଜନନୀ : ଏକ ପ୍ରଶ୍ନ ଓ ପ୍ରାସଙ୍ଗିକତା
by Subhas Chandra Pattanayak

ବିଦେଶବାସୀ ଓଡ଼ିଆମାନଙ୍କ ମଧ୍ୟରେ ସୁବିଦିତ , ମାତୃଭୂମିବତ୍ସଳ ପ୍ରଫେସର ଦେବସ୍ମିତ ମିଶ୍ର ଏକ ମହାଶୂନ୍ୟୀୟ ସାମାଜିକ ସମ୍ପର୍କ ମଞ୍ଚରେ ସ୍ବଗତୋକ୍ତି ଛଳରେ ଓଡ଼ିଶାର ନିଜସ୍ବ ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ରେ କୋଶଳ, ଉଡ୍ର ଆଦି ଓଡ଼ିଆ ଜନନୀମାନଙ୍କ ନାମୋଲ୍ଲେଖ ନ ଥିବାରେ ବିସ୍ମୟ ପ୍ରକାଶ କରିଛନ୍ତି ।

ଏହି ସ୍ବଗତୋକ୍ତି ସବୁ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ , କାରଣ ଅନେକ ଅବଚେତନ ମନର ପ୍ରଶ୍ନ ଏଥିରେ ନିନାଦିତ । ସେହେତୁ , ତହିଁ ପ୍ରତି ଯଥା ସମ୍ଭବ ଦୃଷ୍ଟିପାତ ଆବଶ୍ୟକ।

ସାଧାରଣତଃ ଏବେ ଧରିନିଆଯାଉଛି ଯେ ଉତ୍କୃଷ୍ଟ କଳାର ଦେଶ ଉତ୍କଳ । ମାତ୍ର ଶବ୍ଦରୂପ ଦୃଷ୍ଟିରୁ , ଯେଉଁ ମାଟିର ଲୋକଙ୍କ କଳନା ଉତ୍କୃଷ୍ଟ , ସାହିତ୍ୟ ଓ ସଙ୍ଗୀତ ଉତ୍କୃଷ୍ଟ , ପ୍ରେରଣା ଉତ୍କୃଷ୍ଟ , ରକ୍ଷଣ ଶୈଳୀ ଉତ୍କୃଷ୍ଟ , ସେ ମାଟି ହେଲା ‘ଉତ୍କଳ’ (ଉତ୍ = ଉତ୍କୃଷ୍ଟ +କଳ = କଳନା କରିବା, ଶବ୍ଦ କରିବା, ପ୍ରେରଣ କରିବା, ରକ୍ଷଣ କରିବା) । ଅତୀତ ଓଡ଼ିଶାର ଇତିହାସ ଏହି ସମସ୍ତ ବିଭବରେ ଭରପୁର । ଅଧିକନ୍ତୁ , ଗମନ କରିବା ଅର୍ଥରେ ମଧ୍ୟ ‘ଉତ୍କଳ’ ଶବ୍ଦ ସ୍ବୀକୃତ (ଗମ୍ + ଅ ବା ଉତ୍ + କଳା + ଅ) ।

‘ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ’ ଗ୍ରନ୍ଥରେ ଇତିହାସର ସ୍ବୀକୃତ ତଥ୍ୟାବଳି ଆଧାରରେ ମୁଁ ଦର୍ଶାଇଛି ଯେ, ପୃଥିବୀର ବିଭିନ୍ନ ସ୍ଥାନରେ ଉପନିବେଶ ସ୍ଥାପନରେ ଭାରତୀୟମାନଙ୍କ ଭିତରେ ଓଡ଼ିଆମାନେ ହିଁ ସର୍ବ ପ୍ରଥମ ଓ ସର୍ବ ପ୍ରଧାନ ଥିଲେ ଓ ବ୍ରିଟିଶ ଶାସନ କାଳରେ ବିଦେଶୀଙ୍କ ପୋଷାମନା ହୋଇପଡ଼ିଥିବା କେତେକ ଧୂର୍ତ୍ତ ପଡ଼ୋଶୀଙ୍କ ଷଡ଼ଯନ୍ତ୍ର ହେତୁ ଧ୍ବଂସ ପାଇଯିବା ପର୍ଯ୍ୟନ୍ତ ଓଡ଼ିଶାର ନୌବହର, ବିଲାତି ଶାସକମାନଙ୍କ ସ୍ବୀକାରୋକ୍ତି ଅନୁସାରେ ବି , ଭାରତରେ ସର୍ବ ଶ୍ର୍ରେଷ୍ଠ ନୌବହର ହୋଇ ରହିଥିଲା । ଓଡ଼ିଶାରୁ ଉଦ୍ଭୂତ ହୋଇ ବୌଦ୍ଧଧର୍ମ ଯେ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ପ୍ରସରିଗଲା, ତା ମୂଳରେ ଥିଲା ତାର ଅତୂଳନୀୟ ନୌବହର ଏବଂ ବିଶ୍ବର ବିଭିନ୍ନ ସ୍ଥାନକୁ ଗମନ କରିବା ପାଇଁ ପ୍ରାଚୀନ ଓଡ଼ିଆର ଉତ୍ସୁକତା ଓ ସେହେତୁ ବିଭିନ୍ନ ସ୍ଥାନରେ ଉପନିବେଶ ସ୍ଥାପନ ଏବଂ ତହିଁରୁ ବିସ୍ତିର୍ଣ୍ଣ ଆୟ ଉପାର୍ଜନ , ଇତ୍ୟଦି ଇତ୍ୟାଦି । ଓଡ଼ିଆ ସାଧବମାନେ ଥିଲେ ବୁଦ୍ଧଙ୍କର ପ୍ରଥମ ଶିଷ୍ୟ ଓ ସେହିମାନଙ୍କ ସହାୟତାରେ ବୌଦ୍ଧଧର୍ମ ପରିବ୍ୟାପ୍ତ ହୋଇଥିଲା । ଓଡ଼ିଆ ସାଧବମାନେ ବି ଓଡ଼ିଶା ବାହାରେ ବୁଦ୍ଧଙ୍କ ତିରୋଧାନ ସ୍ଥଳରେ ପହଞ୍ଚି ତାଙ୍କର ଶେଷ ସଂସ୍କାର କରିଥିଲେ ଓ ତାଙ୍କର ଦେହାବଶେଷ , ଦାନ୍ତ ସଂଗ୍ରହ କରି ଓଡ଼ିଶା ଆଣିଥିଲେ , ଯାହା ତାଙ୍କ ଜନ୍ମସ୍ଥାନ କପିଳବାସ୍ତୁ (ବର୍ତ୍ତମାନର ଭୁବନେଶ୍ବର ନିକଟବର୍ତ୍ତୀ କପିଳେଶ୍ବର) ଠାରେ ସଂରକ୍ଷିତ ହୋଇ ପୂଜା ପାଉଥିଲା ବୋଲି ବିଶ୍ଵାସ କରାଯାଏ । ପରେ ସିଦ୍ଧାଚାର୍ଯ୍ୟ ଇନ୍ଦ୍ରଭୂତି , ବୁଦ୍ଧଙ୍କ ମରଣୋତ୍ତର କାଳରେ ପରିସୃଷ୍ଟ ‘ଶୂନ୍ୟବାଦ’ର ନିଷ୍ଫଳତା ଲକ୍ଷ୍ୟ କରି , ଅଦୃଶ୍ୟ ‘ଶୂନ୍ୟରୂପ’ରୁ ତାଙ୍କୁ ଏକ ଦୃଶ୍ୟମାନ ରୂପ ପ୍ରଦାନପାଇଁ ଉଦ୍ୟମ କରି ଯେତେବେଳେ ଗଗନୋପମ ଗୁରୁଦେବଙ୍କୁ ‘ଜଗନ୍ନାଥ’ କଲେ, ସେତେବେଳେ ବୁଦ୍ଧଙ୍କର ସେହି ଦନ୍ତ ‘ଧାତୁ’ (ମୂଳ ଭିତ୍ତି) ଭାବେ ସେହି ଜଗନ୍ନାଥଙ୍କ ଉଦରରେ ସଂସ୍ଥାପିତ ହୋଇଥିଲା । କପିଳବାସ୍ତୁରୁ ଭୁବନେଶ୍ବର ଦେଇ କୋଣାର୍କ ବାଟେ ପୁରୀ ପର୍ଯ୍ୟନ୍ତ ତଦାନୀନ୍ତନ କୂର୍ମପାଟକପୁରର ବୁଦ୍ଧାନୁଗାମୀମାନେ ଜଗନ୍ନାଥ ବୁଦ୍ଧଙ୍କ ମନ୍ଦିର ନିର୍ମାଣ କରିଥିଲେ ଓ ତାହା ହୋଇଉଠିଥିଲା ବୌଦ୍ଧଧର୍ମର ପାବନପୀଠ । ଇନ୍ଦ୍ରଭୂତିଙ୍କୁ କିପରି ଇନ୍ଦ୍ରଦ୍ୟୁମ୍ନ ଓ କୂର୍ମ ପାଟକ ପୁରର ସେହି ମନ୍ଦିରନିର୍ମାଣକାରୀମାନଙ୍କୁ ଇନ୍ଦ୍ରଦ୍ୟୁମ୍ନପୋଖରୀର କଇଁଛ ସଜାଇ ବିଭ୍ରାନ୍ତିକର କିମ୍ବଦନ୍ତୀ କବଳରେ ଓଡ଼ିଶାର ସେହି ଅନନ୍ୟ ଉଜ୍ଭଳ ଅଧ୍ୟାୟକୁ ଚାପି ଦିଆଯାଇଛି ତାହା ମୋର ପୂର୍ବ ସୂଚୀତ ପୁସ୍ତକରେ କିଛି ପରିମାଣରେ ଆଲୋଚିତ ହୋଇଛି ; ମାତ୍ର ଏବପାଇଁ ଯାହା ପ୍ରାସଙ୍ଗିକ , ତାହା ହେଲା , ଯେଉଁ ଓଡ଼ିଆ ସାଧବମାନେ ପ୍ରଥମେ ବୌଦ୍ଧଧର୍ମ ଗ୍ରହଣ କରି ତାକୁ ସଂପ୍ରସାରିତ କରିଥିଲେ ଓ ଯେଉଁ ସାଧବମାନଙ୍କ ହେତୁ ବୁଦ୍ଧଙ୍କ ଦେହାବଶେଷ ଦନ୍ତ ଓଡ଼ିଶା ଆସିପାରିଥିଲା ଓ ଜଗନ୍ନାଥ ପରିସର୍ଜନାର ମୂଳାଧାର ହୋଇଥିଲା, ସେହି ଓଡ଼ିଆ ସାଧବମାନେ ନିଜ ନିଜ କଳନାଶକ୍ତିସମ୍ପନ୍ନତା ଓ ଗମନଶୀଳତା ହେତୁ ସେପରି କରିପାରିଥିଲେ ଓ ‘ଉତ୍କଳ’ ଶବ୍ଦର ମୂଳରୂପ (ଉତ୍ + କଳ) ଓ (ଗମ୍ + ଅ ବା ଉତ୍ + କଳା + ଅ)ର ଯଥାର୍ଥତା ପ୍ରତିପାଦିତ କରିଥିଲେ ।

ଦେବସ୍ମିତଙ୍କ ଉତ୍ଥାପିତ ଅଞ୍ଚଳଗୁଡ଼ିକ ଥିଲା ସେହିମାନଙ୍କ ଆବାସସ୍ଥଳୀ ଓ ସେଥିପାଇଁ ସେମାନଙ୍କ ସାମଗ୍ରିକ ଆବାସସ୍ଥଳୀ ଉତ୍କଳ ନାମରେ ବିଦିତ ଥିଲା ।

ବୁଦ୍ଧଙ୍କର ଜନ୍ମସ୍ଥାନ ଭାବେ ଉତ୍କଳ ଥିଲା ବୈଦିକ ଧର୍ମର ପ୍ରଥମ ଓ ପ୍ରଧାନ ପ୍ରତିରୋଧକାରୀ ଅଞ୍ଚଳ । ଜନ ସମାଜର ପରିଚାଳନାପାଇଁ ଉଭୟ ଧର୍ମ ଥିଲେ ଦୁଇ ଭିନ୍ନ ଭିନ୍ନ ରାଜନୈତିକ ଆଦର୍ଶ ; ଦୁଇ ଭିନ୍ନ ଭିନ୍ନ ରାଜନୈତିକ ମଞ୍ଚ । ବୈଦିକଧର୍ମ ରାଜକୈନ୍ଦ୍ରିକ ସାମ୍ରାଜ୍ୟବାଦର ପ୍ରବର୍ତ୍ତକ ଥିଲା ବେଳେ ବୌଦ୍ଧଧର୍ମ ସଂଘୀୟ ଗଣତନ୍ତ୍ରର ପ୍ରଚୋଦକ ଥିଲା । ପ୍ରଥମଟି କର୍ତ୍ତୃବାଦକୁ ଆଧାର କରି ନିଜର ଦାର୍ଶନିକ ତତ୍ତ୍ବ ପ୍ରବର୍ତ୍ତନ କରିଥିଲା । ବ୍ରହ୍ମା ବା ଦୈବ ହିଁ ସୃଷ୍ଟି କର୍ତ୍ତା ବୋଲି ଦାବି କରି ଏହି ଦର୍ଶନ ତାଙ୍କ ଇଛାନୁସାରେ ସମାଜ ଚାଲିବାକୁ ଯେପରି ବାଧ୍ୟ ହୁଏ ତା ପାଇଁ ବ୍ୟବସ୍ଥା ଖଞ୍ଜିଥିଲା ଏବଂ ସେ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ରାଜତନ୍ତ୍ର ଓ ଜାତିତନ୍ତ୍ର ତିଆରି କରିଥିଲା ଓ ତଦ୍ଦ୍ବାରା ଶ୍ରମଶୋଷଣକାରୀ ଅର୍ଥନୀତି ପ୍ରବର୍ତ୍ତନ କରିଥିଲା । ବୌଦ୍ଧଧର୍ମ କର୍ତ୍ତୃବାଦକୁ ପ୍ରତ୍ୟାଖ୍ୟାନ କରି ଶାଂଖ୍ୟ ସୂଚିତ ‘କାରଣବାଦ’ ଉପରେ ଗୁରୁତ୍ବ ଦେଇଥିଲା । କର୍ମ କଲେ ଜଣେ ସେହି କର୍ମର କର୍ତ୍ତା ହୁଏ ; କିନ୍ତୁ ‘କାରଣ’ ନ ଥାଇ କେହି କୌଣସି କର୍ମ କରେ ନାହିଁ । ସୁତରାଂ ‘କାରଣ’ ମୁଖ୍ୟ , ‘କର୍ତ୍ତା’ ଗୌଣ — ଏହି ଯୁକ୍ତି ଉପରେ ଗଢ଼ିଉଠିଥିଲା ‘କାରଣବାଦ’ । ଏତତ୍ଦୃଷ୍ଟିରୁ , ‘କର୍ତ୍ତୃବାଦ’ ପରିସୃଷ୍ଟ ସାମାଜିକ ବୈଷମ୍ୟର ଘୋର ପ୍ରତିରୋଧକ ଥିଲା ‘କାରଣବାଦ’ ।

କୌଣସି ଅଦୃଶ୍ୟ ବ୍ରହ୍ମଲୋକ ନୁହଁ, ପରନ୍ତୁ ଦୃଶ୍ୟମାନ ପୃଥିବୀର କୋଳ ହିଁ କାରଣଭିତ୍ତିକ ସୃଷ୍ଟିର ଭଦ୍ଭବସ୍ଥଳ ବୋଲି କହି, ପୃଥିବୀର ସବୁ ସନ୍ତାନ ପରସ୍ପର ସହବନ୍ଧିତ ବୋଲି ନିର୍ଣ୍ଣୟ ଦେଇ ବୌଦ୍ଧଧର୍ମ ଆଦିମ ଅଧିବାସୀମାନଙ୍କ ଜନରାଜ୍ୟ ଅନୁକ୍ରମେ ସମାଜର ସଙ୍ଘୀୟ ପରିଚାଳନା ଚାହୁଁଥିଲା ଓ ଆଧୂନିକ ସାମ୍ୟବାଦ ପରି ଗଣତାନ୍ତିକ କୈନ୍ଦ୍ରୀକତା ଢାଞ୍ଚାରେ ବୁଦ୍ଧ ନିଜ ସଙ୍ଘ ଗଠନ କରିଥିଲେ ।

ସୃଷ୍ଟିରହସ୍ୟ ସାବ୍ୟସ୍ତିକରଣ ଉପରେ ଏହି ଦୁଇ ବ୍ୟବସ୍ଥାର ରାଜନୈତିକ ଯଥାର୍ଥତା ନିର୍ଭରଶୀଳ ଥିବା ହେତୁ, ସେଗୁଡ଼ିକ ସପକ୍ଷରେ ୟୁକ୍ତିର ପ୍ରବାହ ଭିତରେ ଦୁଇ ଭିନ୍ନ ଭିନ୍ନ ସମାଜ ଦାନା ବାନ୍ଧିଥିଲା । ସେଗୁଡ଼ିକ ହେଲା ‘ବୀଜପ୍ରଧାନ’ ସମାଜ ଓ ‘କ୍ଷେତ୍ରପ୍ରଧାନ’ ସମାଜ ।

ଭୂମି ଥିଲେ ମଧ୍ୟ ତହିଁରେ ମଞ୍ଜି ନ ପଡ଼ିଲେ ଯେପରି ଗଛ ହୁଏ ନାହିଁ , ପୁରୁଷର ବୀଯର୍୍ୟ ବିନା କୌଣସି ନାରୀ ସେପରି ଗର୍ଭବତୀ ହୁଏ ନାହିଁ ବୋଲି ଦର୍ଶାଇ ବ୍ରହ୍ମା ପୁରୁଷ ହୋଇଥିବା ହେତୁ ହିଁ ସୃଷ୍ଟିକର୍ତ୍ତା ଓ ତାଙ୍କ ପ୍ରଦତ୍ତ ବେଦ ଓ ଅଧିକାର ହିଁ ଜନସମାଜର ନିୟନ୍ତ୍ରକ ବୋଲି ଯେଉଁମାନେ ଏକମତ ଥିଲେ ସେମାନେ ଥିଲେ ‘ବୀଜପ୍ରଧାନ’ ସମାଜର ଅନ୍ତର୍ଗତ ।

ଅପରପକ୍ଷେ ପୁରୁଷର ସବୁ ବୀର୍ଯ୍ୟପାତ ସନ୍ତାନ ସମ୍ଭବାଏ ନାହିଁ କି ସବୁ ମଞ୍ଜିରୁ ଗଛ ହୁଏନାହିଁ ବୋଲି ଦର୍ଶାଇ, ମାଆ ବା ମାଟି ବା କ୍ଷେତ୍ର ନିଜେ ସୃଷ୍ଟି କରିବା ଅଭିପ୍ସାରେ ନିଜ ଇଚ୍ଛାମତେ ଚୟିତ ବୀର୍ଯ୍ୟକଣା ବା ମଞ୍ଜିକୁ ବ୍ୟବହାର କରି ନିଜସ୍ବ କୁହୁକ ବଳରେ ନିଜ ଗର୍ଭରେ ନିଜ ସୃଷ୍ଟିକୁ ରୂପ ଦିଏ ଓ ଜନ୍ମ ଦିଏ ଏବଂ ଜନ୍ମ କଲା ପରେ ଖାଦ୍ୟଦେଇ ତାକୁ ବିକଶିତ ଓ ପୂର୍ଣ୍ଣାଙ୍ଗ କରେ ବୋଲି କହି ଯେଉଁମାନେ ‘କ୍ଷେତ୍ର’କୁ ପ୍ରାଥମିକତା ଦେଉଥିଲେ , ସେମାନେ ଥିଲେ ‘କ୍ଷେତ୍ରପ୍ରଧାନ’ସମାଜର ଅନ୍ତର୍ଗତ ।

ଏହି ଉଭୟ ସମାଜ ଭିତରେ ପ୍ରବଳ ପ୍ରତିଦ୍ବନ୍ଦିତା ଚାଲିଥିଲା ଏବଂ ୟୁକ୍ତିଦୁର୍ବଳ ବୀଜପ୍ରାଧାନ୍ୟବାଦୀମାନେ ବାହୁବଳ ଓ ଅସ୍ତ୍ରବଳରେ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ବ୍ୟଗ୍ର ଥିବାରୁ ବ୍ୟାପକ ରକ୍ତପାତ ବି ଘଟୁଥିଲା ।

ବୀଜପ୍ରଧାନ ବା ପୁରୁଷପ୍ରଧାନ ସମାଜର ପର୍ଶୁରାମ , ଯେ କି ନିଜର ଜନ୍ମଦାତ୍ରୀଙ୍କୁ ହତ୍ୟାକରିବାକୁ କୁଣ୍ଠିତ ହୋଇ ନ ଥିଲେ , ପୃଥିବୀକୁ ନିକ୍ଷେତ୍ରୀୟ କରିବାକୁ ଅର୍ଥାତ୍ କ୍ଷେତ୍ରପ୍ରଧାନ ସମାଜକୁ ଧ୍ବଂସ କରିବାକୁ ଏକୋଇଶ ବାର ଉଦ୍ୟମ କରିଥିଲେ ବୋଲି ପୁରାଣମାନଙ୍କରେ ବର୍ଣ୍ଣନା ରହିଛି ।

ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶାର ବାସିନ୍ଦାମାନେ ବେଦବାଦୀମାନଙ୍କଠାରୁ ଦୂରେଇରହିଥିଲେ ଓ ଯଯାତି କେଶରୀ ସାତପାଟ (ପ୍ରାଚୀ କୂଳର କୂର୍ମ ପାଟକ ପୁର) ଅନ୍ତର୍ଗତ ଚୌରାଶୀ ବୌଦ୍ଧାଶ୍ରମର ୭୫୨ ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ୬୬୭ ଜଣଙ୍କୁ ହତ୍ୟା କରି ଓ କନୌଜରୁ ଦଶ ସହସ୍ର ବେଦବିଶାରଦଙ୍କୁ ଆଣି ଓଡ଼ିଶାରେ କର୍ତ୍ତୃବାଦର ପ୍ରଭାବ ବିସ୍ତାର କରିବା ପର୍ଯ୍ୟନ୍ତ ଏଠାରେ ‘କାରଣବାଦୀ’ମାନେ ହିଁ ଅଗ୍ରଣୀ ଥିଲେ ।

ଯେଉଁମାନେ କାରଣବାଦର ଅନୁବର୍ତ୍ତୀ ଓ ପୃଷ୍ଠପୋଷକ ଥିଲେ , ସେମାନେ ‘କରଣ’ ଭାବେ ବିଦିତ ଥିଲେ । ପରବର୍ତ୍ତୀ ଅବସ୍ଥାରେ କରଣ ଏକ ଜାତି ବିଶେଷ ହୋଇଗଲା ; ମାତ୍ର ସେତେବେଳେ ଏହା ଏକ ଦର୍ଶନବାଚକ ଶବ୍ଦ ଥିଲା , ଯାହାର ଆଧାର ଥିଲା ‘କାରଣବାଦ’ ।

ସୁତରାଂ ‘କରଣ’ ଶବ୍ଦ ମନୁ ସଂହିତାରେ ଦେଖିବାକୁ ମିଳେ । ତହିଁରେ ‘ଉତ୍କଳୀୟ କରଣ’ ବୋଲି ଉଲ୍ଲେଖ ଥିବାବେଳେ ଅନ୍ୟ କୌଣସି ଜାତିର ଉଲ୍ଲେଖ ନ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ । ଏହା ସାବ୍ୟସ୍ତ କରେ ଯେ ‘କରଣ’ ନାମକ କୌଣସି ଜାତି ନ ଥିଲା , ପରନ୍ତୁ ଯେଉଁମାନେ ‘କାରଣବାଦ’ ଆଦର୍ଶ ଅବଲମ୍ବନ କରୁଥିଲେ, ସେହିମାନେ ହିଁ କରଣ ଭାବେ ବିଦିତ ଥିଲେ । ତେଣୁ ‘କର୍ତ୍ତୃବାଦ’ ପରିବର୍ତ୍ତେ ‘କାରଣବାଦ’ ଅନୁବର୍ତ୍ତୀ ଭୂଖଣ୍ଡ ଥିଲା ଉତ୍କଳ ଯାହା ବୌଦ୍ଧ ପ୍ରଭାବ ହେତୁ ବର୍ତ୍ତମାନର ଓଡ଼ିଶାର ଭୌଗୋଳିକ ସୀମାଠାରୁ ବହୁ ଅଧିକ ପରିବ୍ୟାପ୍ତ ଥିଲା ।

କାଳକ୍ରମେ ବୌଦ୍ଧ ଧର୍ମ ବିଲୁପ୍ତ ହୋଇଯିବା ପରେ, ଏବଂ ‘କାରଣବାଦ’ ତାର ଦାର୍ଶନିକ ଗୁରୁତ୍ବ ହରାଇଲା ପରେ , ଏହାର ସୀମା ସଙ୍କୁଚିତ ହୋଇ ହୋଇ ପୂର୍ବରେ ମହୋଦଧି (ବିଲାତି ଶାସନ କାଳରେ ବିଭ୍ରାନ୍ତ ବିଦେଶୀଙ୍କ ଦ୍ବାରା ବଙ୍ଗୋପସାଗର)ରୁ ଉତ୍ତରପୂର୍ବ ମେଦିନୀପୁରର କାନ୍ଥୀ ଉପଖଣ୍ଡର ଉତ୍ତରସୀମା ସମୀପ ହଳଦୀନଦୀ ଓ କାଳିଗାଈ ନଈ ଦେଇ ବାଙ୍କୁଡ଼ା ପଯର୍୍ୟନ୍ତ ଯାଇ ସିଂହଭୂମ ଜିଲ୍ଲାର ଷଢ଼େଇକଳା ଧରି ରାଞ୍ଚି ଅଧିତ୍ୟକା ପଯର୍୍ୟନ୍ତ ଯିବା ସଙ୍ଗେ ସଙ୍ଗେ ଯଶପୁର ଦେଇ ରାଏଗଡ଼. ସାରଣଗଡ଼, ସମ୍ବଲପୁର, ରାୟପୁର, ବସ୍ତର ଦେଇ ବିଶାଖା ପାଟଣା, ଗଞ୍ଜାମ ଦେଇ ଗଞ୍ଜାମର ବଡ଼ ବନ୍ଦର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ।

‘ବନ୍ଦେ ଉତ୍କଳ ଜନନୀ’ ଶବ୍ଦଚୟ ମଧ୍ୟରେ ସେହି ଅଖଣ୍ଡ ଓଡ଼ିଶାର, ଯାହା ଭିତରେ ପ୍ରଫେସର ମିଶ୍ର ସ୍ମରଣ କରିଥିବା ଅଞ୍ଚଳଗୁଡ଼ିକ ଅନ୍ତର୍ଗତ , ସେହି ଓଡ଼ିଶାର ବନ୍ଦନାର ରୋମାଞ୍ଚ ଅନୁଭବ କରିହୁଏ , ନ ହେଉ ପଛେ ବିଛିନ୍ନ ଅଂଶଗୁଡ଼ିକ ପୁନର୍ବାର ଉପଲଭ୍ୟ ।

ସୁତରାଂ ‘ବନ୍ଦେ ଉତ୍କଳ ଜନନୀ’ ହିଁ ଏକମାତ୍ର କାମ୍ୟ ଅଭିବ୍ୟକ୍ତି ମାତୃଭୂମି ପାଇଁ ଅନୁରକ୍ତିସମ୍ପନ୍ନ ପ୍ରତି ଓଡ଼ିଆ ପାଇଁ । ଏବଂ ଏହି ବନ୍ଦନାରେ ଦେବସ୍ମିତ ଉଲ୍ଲେଖ କରିଥିବା ସମସ୍ତ ଜନନୀଙ୍କ ବନ୍ଦନା ହିଁ ନିହିତ ।

କିନ୍ତୁ ଦୁର୍ଭାଗ୍ୟ, କାନ୍ତକବିଙ୍କ ଉତ୍ତରାଧିକାରୀମାନଙ୍କ ଅର୍ଥଲୋଭ ହେତୁ ଏହାକୁ ଅନଧିକୃତ ଭାବେ କାଣ୍ଟଛାଣ୍ଟ କରି ତିନିଚାରିବର୍ଷ ତଳେ ଓଡ଼ିଶାର ଜାତୀୟ ସଂଗୀତ କରିବା ପାଇଁ ଓଡ଼ିଶା ବିଧାନସଭାକୁ ବ୍ୟବହାର କରିବାକୁ ଚେଷ୍ଟା ଚାଲିଥିଲା । ସେହି ଦୁରଭିସନ୍ଧି ବର୍ତ୍ତମାନପାଇଁ ବିଫଳ ହୋଇଯାଇଛି । ଭବିଷ୍ୟତରେ ଯେ ଅର୍ଥଲାଳସାରେ କାନ୍ତକବିଙ୍କ ଉତ୍ତରାଧିକାରୀମାନେ ଏହି ଷଡ଼ଯନ୍ତ୍ର ପୁନଶ୍ଚ ନ ଭିଆଇବେ କିଏ କହିବ ?

କାନ୍ତକବିଙ୍କର ଏହି ଅନବଦ୍ୟ ସୃଷ୍ଟିକୁ ଯଦି ତାଙ୍କ ଉତ୍ତରାଧିକାରୀମାନଙ୍କ ଅର୍ଥଲାଳସା ଓ କିଛି ମତଲବଖୋର୍ ରାଜନେତାଙ୍କ ହେତୁ କାଣ୍ଟଛାଣ୍ଟ କରି ବିକୃତ କରାଯାଏ ଓଡ଼ିଆ ଜାତି ତାକୁ ବିରୋଧ କରିବା ଉଚିତ ହେବ, କାରଣ ଏହି ହୃଦୟସ୍ପର୍ଶୀ ମାଟିବନ୍ଦନାର ପ୍ରତ୍ନତାତ୍ତ୍ଵିକ ମୂଲ୍ୟ ଆମ ପାଇଁ ଅସୀମ ଓ ଆମ ପ୍ରଦେଶ ସୃଷ୍ଟିରେ ଏହି ଅଖଣ୍ଡ ସଙ୍ଗୀତର ଭୂମିକା ଚିର ଅମୃତମୟ ।

ସହାୟତା: ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ , ଜଗବନ୍ଧୁଙ୍କ ପ୍ରାଚୀନ ଉତ୍କଳ , ବିନାୟକ ମିଶ୍ରଙ୍କ ପ୍ରାଚୀନ ଓଡ଼ଶାର ଇତିହାସ , ଚକ୍ରଧର ମହାପାତ୍ରଙ୍କ The Real Birthplace of Buddha, ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ Chourashi Siddhacharyas of Orissa: new Light on the Authors of Bauddha Gana O Doha ।