ପାଞ୍ଚଶହ ସତାବନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଡ. ମହେଶ୍ବର, ଅର୍ଜୁନ ଚରଣ ସାମନ୍ତରାୟ, ସଞ୍ଜୟ କୁମାର ଆଚାର୍ଯ୍ୟ, ସୌମ୍ୟରଞ୍ଜନ ନାୟକ ∣
ପାଞ୍ଚଶହ ସତାବନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଡ. ମହେଶ୍ବର, ଅର୍ଜୁନ ଚରଣ ସାମନ୍ତରାୟ, ସଞ୍ଜୟ କୁମାର ଆଚାର୍ଯ୍ୟ, ସୌମ୍ୟରଞ୍ଜନ ନାୟକ ∣
ପାଞ୍ଚଶହ ଛପନ ଦିନରେ ଭାଷା ଆନ୍ଦୋଳନ
ଆଜିର ନିଷ୍ଠୁର ବର୍ଷାକୁ ଖାତିର ନକରି ଭାଷା ଜନନୀ ପାଇଁ ନିଜ ତପସ୍ୟାରେ ଆଗେଇ ଚାଲିଥିବା କଳାପତାକା ଅଭିଯାତ୍ରୀ : ପୁଲକ ରଥ, ଡ. ଅସିତ ଦାସ, ନୀଳମଣି ମିଶ୍ର, ନିରଞ୍ଜନ ସାହୁ ∣
କଳାପତାକା ଅଭିଯାନ ସବୁଦିନ ଆରମ୍ଭ ହୁଏ ସନ୍ଧ୍ୟା 5ରେ ∣ ଏ ଅଭିଯାନ ପ୍ରାୟ 300 ଦିନ ଟପିବା ପରଠୁ, କେଜାଣି କାହିଁକି ମୁଖ୍ୟମନ୍ତ୍ରୀ ଠିକ、ସେହି ସମୟରେ ତାଙ୍କ ଘରଠୁ ସଚିବାଳୟ ଆସୁଛନ୍ତି ଓ ସେ ସଚିବାଳୟରେ ପ୍ରବେଶ ନ କରିବା ଯାଏଁ ଅଭିଯାତ୍ରୀମାନଙ୍କୁ ବାଟ ମଝିରେ ପୋଲିସ ଅଟକାଇ ରଖୁଛନ୍ତି ∣ ବିଜୁଳି ସଂତ୍ରାସ ଓ ଭୟଙ୍କର ବର୍ଷା ସତ୍ତ୍ବେ ଅଭିଯାତ୍ରୀମାନେ ନିର୍ଵିଚଳିତ ଚିତ୍ତରେ ଠିଆହୋଇରହନ୍ତି ସଡ଼କ ଉପରେ ∣ ସେମାନେ ଜାଣନ୍ତି ଯେ , ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ ତାହା ଆମ ଭାଷା ଜନନୀକୁ ବଞ୍ଚାଇ ରଖିବାକୁ ଆମର ତପସ୍ୟା ଓ ଓଡ଼ିଆ ଜାତିର ଶେଷ ଉଦ୍ୟମ, ଯାହାକୁ ଭଣ୍ଡୁର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୈଷ୍ଣବ ପରିଡା ଓ ସରକାରୀ କରୁଣାପୁଷ୍ଟ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଚେଷ୍ଟା କରୁଛନ୍ତି ∣ ତେଣୁ ଆମ ସାଥୀମାନେ ସବୁ ଅହେତୁକ ଅତ୍ୟାଚାର ନୀରବରେ ସହିଯାଉଛନ୍ତି ∣ ବେଳେବେଳେ ଏହି ଅତ୍ୟାଚାରକୁ ଅଧିକ ଆଘାତକାରୀ କରିବାପାଇଁ ମୁଖ୍ୟମନ୍ତ୍ରୀ ସଚିବାଳୟ ଆସିବା ବିଳମ୍ବ କରୁଛନ୍ତି ଓ ପୋଲିସ ଆମକୁ ବହୁ ସମୟ ଧରି ଅଟକାଇ ରଖୁଛି ∣ ଆଜି ଥିଲା ଏହିପରି ଏକ ଭୀତିପ୍ରଦ ଦିନ ∣ ଆକାଶରେ ଘନ ଘନ ବିଜୁଳି ∣ ବଜ୍ରପାତ ∣ ତୁହାକୁ ତୁହା ମୂଷଳ ଧାରାରେ ବର୍ଷା ∣ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ରାତିଯାଏଁ ସଡ଼କ ଉପରେ ଅଟକାଇ ରଖିଲା ପୋଲିସ ∣ ମଧୁବାବୁଙ୍କ ପାଖରେ ପହଞ୍ଚିଲା ବେଳକୁ ଅନ୍ଧାର ∣ ତଥାପି ଆମ ଭାଷା-ମୁକ୍ତି-ଯୋଦ୍ଧାମାନଙ୍କ ମୁହଁରେ ଥିଲା ହସ ∣ ଆମ ଭାଷା ଜନନୀଙ୍କୁ ଇଂରେଜୀ ଆଧିପତ୍ୟର ଅନ୍ଧାର କବଳରୁ ଉଦ୍ଧାର କରିବାକୁ ଯେଉଁମାନେ ଜୀବନକୁ ବାଜି ଲଗାଇଦେଉଛନ୍ତି ସେମାନଙ୍କୁ ଏ ଅନ୍ଧାର କେତେ ବା ଡ଼ରାଇବ ?
ପାଞ୍ଚଶହ ପଂଚାବନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଦାଶରଥୀ ଗୁମାନସିଂହ, ବିଶ୍ବମୋହନ ମିଶ୍ର, ବିରଂଚି ନାରାୟଣ ଗଣ୍ଠିଆ, ପ୍ରମୋଦ କୁମାର ସାହୁ ∣
ଆଜି ବି ବର୍ଷାଭରା ସନ୍ଧ୍ୟା ∣ ଆଜି ବି ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣
ପାଞ୍ଚଶହ ଚଉବନ ଦିନରେ ଭାଷା ଆନ୍ଦୋଳନ
ଆଜିର କଳାପତାକା ଅଭିଯାତ୍ରୀ : ଡ. ଅସିତ ଦାସ, ଉମା ଚରଣ ମହାନ୍ତି, ଲକ୍ଷ୍ମଣ ଦାଶ, ଶାରଦା ପ୍ରସାଦ ମହାପାତ୍ର ∣
ମଧୁବାବୁଙ୍କ ପାଦ ତଳେ ଶପଥ ନବୀକରଣ ∣
ସମ୍ବଲପୁରରେ ଭାଷା ଆନ୍ଦୋଳନର 32ତମ କଳାପତାକା ଅଭିଯାନ
ଆଜିର ମୁକ୍ତିଯୋଦ୍ଧା : କଳାରତ୍ନ ବଂଶୀଧର କର (ସଭାପତି), ଆଶୁତୋଷ ହୋତା, ଦେବେନ୍ଦ୍ର କୁମାର ଦାସ (ଆବାହକ) , ଅମରେନ୍ଦ୍ର ଦାଶ (ଯୁଗ୍ମ ଆବାହକ), ସୁଶୀଲ କୁମାର ବେହେରା (ସଂଯୋଜକ), ଦେବାଶିଷ ସାହୁ (ସହ-ସଂଯୋଜକ), ପ୍ରଦ୍ୟୋତ କୁମାର ମିଶ୍ର, ତ୍ରିନାଥ ପ୍ରସାଦ ପଣ୍ଡା, ରବିନାରାୟଣ ପଣ୍ଡା, ଗିରିଶଚନ୍ଦ୍ର ତ୍ରିପାଠୀ, ଜୟକୃଷ୍ଣ ପ୍ରଧାନ, ସୁଶାନ୍ତ କୁମାର ମହାପାତ୍ର, ସ୍ବର୍ଣ୍ଣରେଖା ସାମନ୍ତରାୟ, ବିକ୍ରମ ପ୍ରଧାନ, ଗୋପାଳ ରାଉତ, ସରାଜକୁମାର ସାମନ୍ତରାୟ, ସୁରେନ୍ଦ୍ର କୁମାର ସାହୁ, ବସନ୍ତକୁମାର ସାହୁ, ନିରଞ୍ଜନ ସ୍ବାଇଁ, ତପନ କୁମାର ଖୁଣ୍ଟିଆ, ସୁଭାଷ ଚନ୍ଦ୍ର ଦାଶ , ଅସିତ କୁମାର ସାମନ୍ତରାୟ, ରଂଜିତା ପଣ୍ଡା, ସୂର୍ଯ୍ୟମଣି ପଣ୍ଡା, ଅର୍ଜୁନ ବେଉରା, ସୁଭାଷ ଶର୍ମା, ହରିକିଶନ ଦଧୀଚି, ସୁରଜମଲଲ ଦଧୀଚି , ସଚ୍ଚିଦାନନ୍ଦ ପ୍ରଧାନ, ଭକ୍ତ ପ୍ରସାଦ ପଣ୍ଡା, ଜଗଦାନନ୍ଦ ତ୍ରିପାଠୀ, ରବିନାରାୟଣ ମିଶ୍ର, ରାଧେକୃଷ୍ଣ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ପ୍ରଧାନ, କୁଞ୍ଜବନ ତାଣ୍ଡିଆ , ଅମିନ ବେହେରା ପ୍ରମୁଖ ∣