ସୂତ୍ର: ମାତୃଭାଷା ବାହିନୀ
କେନ୍ଦ୍ର ସରକାରଙ୍କ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଭାଷା କ୍ଷେତ୍ରରେ ମାଫିଆ-ମତାଣକୁ ପ୍ରୋତ୍ସାହିତ କରୁଥିବା ଜଣା ପଡ଼ିଲା ପରେ ତାର ପ୍ରତିକାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ପରିଷଦ ଅଧ୍ୟକ୍ଷଙ୍କୁ ଆଜି ଏକ ପତ୍ର ଲେଖି ଓଡ଼ିଆ ଭାଷାରେ ଯାନ୍ତ୍ରିକ ଶିକ୍ଷା ପ୍ରଦାନ ପାଇଁ ଯଦି ପୁସ୍ତକ ପ୍ରଣୟନ ଦରକାର, ତେବେ ଓଡ଼ିଶା ସରକାରଙ୍କ ‘ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା’ ତଥା ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’କୁ ଦାୟିତ୍ଵ ଦେବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ରର ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାବିତ କରି ‘ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ନାମକ ମଫିଆ ଗୋଷ୍ଠୀ ଏହି ଆଳରେ ୫ କୋଟି ଟଙ୍କାର ଲାଭକରୀ ବେପାର ହାତେଇବା ପାଇଁ ଉପରୋକ୍ତ ପରିଷଦକୁ ବାଧ୍ୟ କରିଥିବା ଖବର ଘୁରିବୁଲୁଛି ଓଡ଼ିଶା ରାଜଧାନୀରେ ।
ଏହି ସଂସ୍ଥା ତାର ବେପାର ପାଇଁ କିପରି ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଶାସ୍ତ୍ରୀୟମାନ୍ୟତା ଯୁକ୍ତି ସନ୍ଦର୍ଭକୁ ଚୋରୀ କରିନେଇଛି ତାର ସବିଶେଷ ତଥ୍ୟ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରାମାଣିକ ଗ୍ରନ୍ଥ ‘ମିଛ କେବେ ସତ ହୁଏନା’ରେ ଖୋଦିତ ହୋଇଛି । ଶ୍ରୀ ପଟ୍ଟନାୟକ ପରିଷଦ ଅଧ୍ୟକ୍ଷଙ୍କୁ ତାହା ସୁଚାଇ, କେନ୍ଦ୍ରୀୟ ପାଣ୍ଠିକୁ ସନ୍ଦର୍ଭ ଚୋରଙ୍କ ଲାଭରେ ଲଗାଇବାରୁ ନିବୃତ୍ତ ହେବାକୁ ଅନୁରୋଧ କରିଛନ୍ତି ।
ଭାଷା କ୍ଷେତ୍ରରେ ମାଫିଆ-ମତାଣକୁ ପ୍ରତିହତ କରିବା ପାଇଁ ଆସନ୍ତା ବୁଧବାର ଭୁବନେଶ୍ଵରରେ ମାତୃଭାଷାପ୍ରେମୀମାନଙ୍କର ଏକ ଜରୁରୀ ବୈଠକ ଆହୁତ ହୋଇଛି ।
Author: admin
ସିଧା ପ୍ରସାରଣରେ ବାଧା ସୃଷ୍ଟି ସତ୍ତ୍ୱେ ଲୋକାର୍ପିତ ହେଲା ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆମ ଭାଷାରେ ଆମ କାର୍ଯ୍ୟ ପାଇଁ ଆମ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକାଠି କରି ଏକ ସ୍ଵତନ୍ତ୍ର ପ୍ରଦେଶ ତିଆରି କରାଯାଉ ବୋଲି ପ୍ରଥମ ସ୍ଵର ଉଠିଥିଲା ଗଞ୍ଜାମ ଜିଲ୍ଲାର ଘୁମୁସରରେ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଜାତିର କୁଳବୃଦ୍ଧ , ମହାତ୍ୟାଗୀ ମଧୁସୂଦନଙ୍କ ସହାୟତାରେ ଏହି ସ୍ଵର ସାର୍ଥକ ହୋଇଥିଲା ; ଆବିର୍ଭୂତ ହୋଇଥିଲା ମା ଓଡ଼ିଶା, ଭାଷା-ଜାତୀୟତାର ମହାଯଜ୍ଞରୁ ।
ଅଥଚ ସେହି ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ ସୃଷ୍ଟିର ଏହି ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଜଘନ୍ୟ ଷଡ଼ଯନ୍ତ୍ରରେ ଲିପ୍ତ । ଏହି ଦୁଃଖଦ ଦୃଶ୍ୟପଟର ପ୍ରାମାଣିକ ତଥ୍ୟ ଉପସ୍ଥାପିତ ହୋଇଛି ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’ ଶୀର୍ଷକ ମୋ ପୁସ୍ତକରେ ।
ଓଡ଼ିଶା ପ୍ରଦେଶ ସୃଷ୍ଟି କରି ଓଡ଼ିଆ ଭାଷାରେ ତାର ପରିଚାଳନା ପାଇଁ ଉଠିଥିବା ପ୍ରଥମ ସ୍ଵରର ସ୍ମୃତିବିଜଡ଼ିତ ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଫେସବୁକ ମଞ୍ଚରେ ସିଧା ପ୍ରସାରଣ ଶୈଳୀରେ ମୁଁ ମୋ ରାଜ୍ୟବାସୀ ଭାଇଭଉଣୀମାନଙ୍କ ହାତରେ ଏହି ବହିଟିକୁ ଅର୍ପଣ କରିଛି ଏହି ଆଶାରେ ଯେ, ଗୋଟେ ଇଂରାଜୀମନସ୍କ ସରକାରର ଜଘନ୍ୟ ଷଡ଼ଯନ୍ତ୍ର କବଳରୁ ନିଜ ଭାଷାଜନନୀଙ୍କୁ ରକ୍ଷା କରିବା ପାଇଁ ସେମାନେ ଜାଗ୍ରତ ହେବେ ।
କୌଣସି ଅଜ୍ଞାତ କାରଣରୁ ଏହି ସିଧା ପ୍ରସାରଣ ବାଧା ପାଇଥିଲେ ମଧ୍ୟ କେତେକ ସହୃଦୟ ବନ୍ଧୁଙ୍କ ତତ୍କାଳ ଅଭିମତ ସମଗ୍ର ଜାତିର ଅବଗତି ପାଇଁ ଉପସ୍ଥାପିତ କରୁଛି । ଏହାର ପ୍ରସାରଣରେ ବାଧା ଦେଇଥିବା ବ୍ୟକ୍ତି ଅନୁଭବ କରିବା ଆବଶ୍ୟକ ଯେ, କୌଣସି ବାହ୍ୟ ହସ୍ତକ୍ଷେପ ଦ୍ଵାରା କୌଣସି ଜାତିର ଜାତୀୟ ବ୍ୟାକୁଳତାକୁ ଅଟକାଯାଇନପାରେ । ଓଡ଼ିଆ ଭାଷାରେ ଓଡ଼ିଶା ଚାଲିବ । କାରଣ ଓଡ଼ିଆ ଜାତି ତାର ପରିଚୟ ହଜିଯିବାକୁ ଦେବନାହିଁ । ଏହି “ସ୍କ୍ରିନଶଟ”ଗୁଡ଼ିକରେ ଯେଉଁ ଅଭିମତ ଦୃଶ୍ୟମାନ ତାହା ଏହି ମହିମାମଣ୍ଡିତ ଜାତିର ଭାବନାର ପ୍ରତିଫଳନ । ଆମ ଭାଷାକୁ ମାରିଦେବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହା ଅନୁଭବ କରନ୍ତୁ ଓ ନିଜ ନିଜକୁ ସଜାଡ଼ନ୍ତୁ ।
ଦଲାଲମାନେ କିପରି ହୁଅନ୍ତି? ଯେମିତି ପ୍ରଦ୍ୟୁମ୍ନ ଶତପଥୀ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ମୁଁ ଦିନେ ତାଙ୍କୁ ବିଶ୍ଵାସ କରି ଭାଷା ଆନ୍ଦୋଳନର ସଭାପତି ପଦରେ ନିଯୁକ୍ତ କରିଥିଲି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସୁପାରି ନେଇ ସେ ଭାଷା ଆନ୍ଦୋଳନକୁ ଛୁରି ମାରିଥିଲେ । ସେ ସବୁକଥା ମୁଁ ଦାନାର ତୋବଡ଼ା ବହିରେ ସପ୍ରମାଣ ଲେଖିଛି । ଏ ଯଦି ଭାଷା ଆନ୍ଦୋଳନକୁ ଛୁରି ମାରିନଥାନ୍ତେ, କଳାପତାକା ଅଭିଯାନର ବ୍ୟାପକ ଲୋକପ୍ରିୟତାରୁ କଳା ଶବ୍ଦ ପ୍ରତି ସମ୍ମାନ ଆହରଣ କରି, ପୂର୍ବରୁ ଝିଅମାନଙ୍କ ଠାରୁ କଳା ଓଢଣୀ ଖୋଲାଇ ଦେଉଥିବା ନବୀନ ପଟ୍ଟନାୟକ କାଳିଆ ଯୋଜନା କରିନଥାନ୍ତେ କି ଗତ ନିର୍ବାଚନ ବୈତରଣୀ ପରିହୋଇପରିନଥାନ୍ତେ । କଳାପତାକା ଅଭିଯାନକୁ ନବୀନ ପଟ୍ଟନାୟକ ଏପରି ଡରିଯାଇଥିଲେ ଯେ, ନିର୍ବାଚନ ପୂର୍ବରୁ ଯେକୌଣସି ପ୍ରକାରେ ହେଉ ସେହି ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ମୋର ଦୁଇଜଣ ସହକର୍ମୀଙ୍କୁ ସୁପାରି ଦେବା ପରି ଅପମାନଜନକ ଅବସ୍ଥାକୁ ସେ ଖସି ଆସିଥିଲେ ।
ନବୀନଙ୍କ ସୁପାରି ଖାଇ, ନୂଆ ଡାହାଣୀ ପୁଅ ଖେଳାଇଲା ପରି ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ବେସରକାରୀ ଲୋକ ସମ୍ପର୍କ ଅଧିକାରୀ ଭୂମିକା ଆପଣାଇ ନେଇଥିଲେ । ଏବଂ, ନବୀନବାବୁଙ୍କୁ ସମାଲୋଚନା ହେଲେ ସମାଲୋଚକଙ୍କୁ କୁତ୍ସିତ ଭାବେ ଗାଳିଗୁଲଜ କରୁଥିଲେ ।
ଗୋଟିଏ ଦୃଷ୍ଟାନ୍ତ
ଭାଷା ପ୍ରଚଳନ କ୍ଷେତ୍ରରେ ଅପାରଗ ନବୀନ ପଟ୍ଟନାୟକ ଇସ୍ତଫା ଦେବା ଉଚିତ ବୋଲି ଯେଉଁଦିନ ବୈଷ୍ଣବ ପରିଡ଼ା ଦାବି କଲେ ସେଦିନ ସେ ଆଦୌ ସୁସ୍ଥ ନଥିଲେ । କର୍କଟ ରୋଗରେ ପଡି ଜୀବନର ଶେଷ ମୁହୂର୍ତ୍ତରେ ପହଞ୍ଚିଥିଲେ । ଏହା ସମସ୍ତେ ଜାଣିଥିଲେ । ପ୍ରଦ୍ୟୁମ୍ନ ଶତପଥୀଙ୍କ ଗ୍ୟାଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁପାରି ନେଇ ଭାଷା ଆଇନ ନିର୍ଭୁଲ ହୋଇଯାଇଥିବା ହେତୁ କଳାପତାକା ଅଭିଯାନ ପ୍ରତ୍ୟାହୃତ ହୋଇଯାଇଛି ବୋଲି ଯେଉଁ ଅଧିକାର ବହିର୍ଭୂତ ପ୍ରଚାର କରିଥିଲେ ତାହାକୁ ସଂପୂର୍ଣ୍ଣ ମିଛ ବୋଲି ସାବ୍ୟସ୍ତ କରିଥିଲେ ଅଭିଯାନ ଚଳାଇ ରଖିଥିବା କଳାପତାକା ଅଭିଯାତ୍ରୀମାନେ । ଅଗତ୍ୟା ୨୦୧୮ର ସଂଶୋଧନକୁ ଆଉ ଥରେ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏହି ସଂଶୋଧନ ବି ଭାଷା ଆଇନର ସୁଧାର ଆଣି ନଥିଲା । ବିରକ୍ତିରେ ସେ କହି ଉଠିଥିଲେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କୁ କଂଗ୍ରେସ ଦଳ କାମରାଜ ଯୋଜନାରେ ବାହାର କଲା ପରି ବିଜେଡି ନବୀନ ପଟ୍ଟନାୟକଙ୍କୁ ବାହାର କରିଦେବା ଉଚିତ । ବିଜେଡ଼ିର ଲୋକମାନେ ଚୁପ ଥିବା ବେଳେ, ନବୀନଙ୍କ ସୁରକ୍ଷା ପାଇଁ ଧାଇଁ ଆସିଲେ ପ୍ରଦ୍ୟୁମ୍ନ ଶତପଥୀ । କୌଣସି ଜଣେ ବୁଂଧାରୀଙ୍କୁ ସେ ଦେଇଥିବା ବିବୃତ୍ତି ସାମାଜିକ ଗଣମାଧ୍ୟମରେ ପହଁରା ମାରୁଥିବା ବେଳେ ଆମେ ତାହା ସଂଗ୍ରହ କରିଥିଲୁ । ମୁମୁର୍ଷୁ ଅବସ୍ଥାରେ ପଡିଥିବା ବୈଷ୍ଣବ ପରିଡାଙ୍କୁ ତାଙ୍କ ମୃତ୍ୟୁ ପାଖେଇ ଆସିଥିବା ଚେତାଇ ଦେଇ ସେ ଅତି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ଭିଡ଼ିଓଟିକୁ ଦେଖନ୍ତୁ । ଏହି ମାନବିକତାହୀନ ଅଭଦ୍ର ବ୍ୟକ୍ତି ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଅର୍ଗସ ଟିଭିରେ ଦେଇଥିବା ଏକ ବୟାନକୁ କେଇଦିନ ତଳେ ସାମାଜିକ ଗଣମାଧ୍ୟମରେ ପୁନଃ ପ୍ରସାରିତ କରିଛନ୍ତି । ଉଦ୍ଦେଶ୍ୟ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସୁପାରି ଖାଇ ଭାଷା ଆନ୍ଦୋଳନକୁ ସେ ଛୁରି ମାରିଥିବାର ପ୍ରାମାଣିକ ପୁସ୍ତକ ‘ଦାନାର ତୋବଡ଼ା’ ପ୍ରକାଶ ପାଇସାରିଲା ପରେ , ମୁଖ୍ୟମନ୍ତ୍ରୀଙ୍କ ସମାଲୋଚକ ଭାବେ ଏକ ଭିନ୍ନ ରୂପ ଲୋକଙ୍କୁ ଦେଖାଇବା ।
ଦଲାଲମାନେ କେତେବେଳେ କେଉଁ ମତଲବରେ କେଉଁ ରୂପ ଧାରଣ କରିପାରନ୍ତି ତାହା ପ୍ରଦ୍ୟୁମ୍ନ ଶତପଥିଙ୍କ ପ୍ରତି ଦ୍ରୁଷ୍ଟି ଦେଲେ ହୁଏତ ଅନ୍ଦାଜ କରିହେବ ।
‘ମିଛ କେବେ ସତ ହୁଏନା’ ମିଛ ଓଗାଳୁଛି : ସତ ଜାଣିବା ପାଇଁ ସିବିଆଇ ତଦନ୍ତ ଦରକାର
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରସ୍ତୁତ ସରକାରୀ ସନ୍ଦର୍ଭ କିପରି ସେହି ପ୍ରକଳ୍ପରେ କାମ କରୁଥିବା ଲୋକେ ଚୋରୀ କରିନେଇ ତତ୍କାଳୀନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ମାଧ୍ୟମରେ ସରକାରୀ ସତ୍ତ୍ଵାଧିକାର ଉପରେ ଏକ ଦଣ୍ଡନୀୟ ସତ୍ତ୍ଵାଧିକାର ସୃଷ୍ଟି କରିଛନ୍ତି ଓ ସରକାରୀ ସନ୍ଦର୍ଭଟିକୁ ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଅପ୍ରାପ୍ୟ କରାଯାଇଛି ତହିଁର ପ୍ରାମାଣିକ ତଥ୍ୟ ‘ମିଛ କେବେ ସତ ହୁଏନା’ ପୁସ୍ତକରେ ପ୍ରଘଟ ହେବା ପରେ ଏହି ଦଣ୍ଡନୀୟ ଆଚରଣରେ ଜଡ଼ିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟି ନିଜ ନିଜ ସ୍ତରରେ ଭିଡିଓ ଜାରିକରି ସର୍ବ ସାଧାରଣଙ୍କୁ ନିଜ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି । କୌତୁହଳର କଥା, ସତ୍ୟ ସ୍ଵୀକାର କରିବା ପରିବର୍ତ୍ତେ, ଏ ଉଭୟେ ଯାହା କହିଛନ୍ତି ତାହା ଅଧିକ ମିଥ୍ୟା ଓଗାଳିଲା ପରି ପ୍ରତୀତ ହେଉଛି । ମନେ ହେଉଛି , ଏହି ଅପରାଧ ଉପରେ ସରକାର ଗତ ୪ ବର୍ଷ ଧରି ତଦନ୍ତର ଯେଉଁ ନାଟକ ଚଳାଇଛନ୍ତି ତାହା ବନ୍ଦ କରି ସତ୍ୟ ଜାଣିବା ପାଇଁ ସିବିଆଇର ଆଶ୍ରୟ ନେବାକୁ ହେବ ।
ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଥିବା ବହିରେ ଡ. ପଟ୍ଟନାୟକଙ୍କୁ ତହିଁର ଲେଖକ ଭାବେ ସ୍ଥାନିତ କରିଛନ୍ତି । ଶ୍ରୀ ପୃଷ୍ଟି ତାଙ୍କ ଭିଡ଼ିଓରେ ନିଜକୁ ସେହି ସନ୍ଦର୍ଭର ଲେଖକ ବୋଲି ଜାରି କଲେଣି । କୌଣସି ଗ୍ରହଣଯୋଗ୍ୟତା ନଥିବା ପୃଷ୍ଟିଙ୍କ କେଇପୃଷ୍ଠାର ଚିଠାକୁ ୮୦ ପ୍ରୁଷ୍ଠା ପର୍ଯ୍ୟନ୍ତ ବଢାଇ ଏହାର ଭିତ୍ତିପତ୍ର ତିଆରି କରିଥିବାର ଦାବି ରଖିଥିବା ନଟବର ଶତପଥୀ ପୃଷ୍ଟିଙ୍କ ଭିଡ଼ିଓରେ ଆଦୌ ଉଚ୍ଚାରିତ ବି ହୋଇନାହାନ୍ତି । ତେଣୁ ତାଙ୍କରି ନିର୍ମିତ ଭିତ୍ତିପତ୍ରକୁ ନିଜ କୃତ ବୋଲି ଡ. ପଟ୍ଟନାୟକ ଦେଖେଇଥିବାର ଯେଉଁ ଦାବି ଶ୍ରୀ ଶତପଥୀ “ସାହିତ୍ୟ ମନ୍ଥନ”ରେ କରିଥିଲେ ତାହା ଏବେ ସନ୍ଦେହର ଆବର୍ତ୍ତରେ ।
ଅସଲ ପ୍ରସଙ୍ଗ ହେଉଛି, ସରକାରୀ ସନ୍ଦର୍ଭ ପ୍ରକଳ୍ପରେ ଏମାନେ ନିଯୁକ୍ତ ରହି ସରକାରଙ୍କଠାରୁ ଟଙ୍କା ନେଇଛନ୍ତି । ଯୌଥ ବିଜ୍ଞତା ବଳରେ ପ୍ରସ୍ତୁତ ହୋଇଥିବା ସେହି ସରକାରୀ ସନ୍ଦର୍ଭକୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତିଆରି କରିଥିବା ସନ୍ଦର୍ଭ ବୋଲି ଅନୁମୋଦନ ଦେଇ ଏମାନେ ତହିଁରେ ସ୍ଵାକ୍ଷର କରିଛନ୍ତି ଓ ତାହାର କୌଣସି ଅଂଶ କେହି ଅନ୍ୟଥା କୌଣସି ପ୍ରକାରେ ହଡଫ କରିପାରିବେ ନାହିଁ ବୋଲି ଜାଣି ମଧ୍ୟ ଶ୍ରୀ ଖୁଣ୍ଟିଆଙ୍କୁ ତାର ଚୋରା ନକଲ ଦେଇ ତହିଁ ଉପରେ ସମାନ୍ତରାଳ ସତ୍ତ୍ଵାଧିକାର ତିଆରି କରିଛନ୍ତି ଓ ଗତ ୪ ବର୍ଷ ଧରି ତହିଁ ଉପରେ ଚାଲିଥିବା ସରକାରୀ ତଦନ୍ତ ଆଗେଇ ପାରୁନଥିବା ବେଳେ ମିଛ କେବେ ସତ ହୁଏନା ପୁସ୍ତକରେ ବର୍ଣ୍ଣିତ ରାଜକୋଷ ଲୁଣ୍ଠନ ଏମାନେ ବାରମ୍ବାର କରିଛନ୍ତି । ଓଡ଼ିଆ ଭାଷା କ୍ଷେତ୍ରରେ ମାଫିଆ ମତାଣ ଅବାରିତ ହୋଇଉଠିଛି ।
ଓଡିଶା ସରକାର ଏମାନଙ୍କ ସହ ହାତ ମିଳାଇଛନ୍ତି । କାରଣ, ଏମାନେ ଭାଷା ଆନ୍ଦୋଳନକୁ ବିରୋଧ କରି ଲୋକଙ୍କୁ ବିଭ୍ରାନ୍ତ କରିବାରେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଏଣୁ ସିବିଆଇ ଦ୍ଵାରା ତଦନ୍ତର ଆବଶ୍ୟକତା ଅଛି ।
ନବୀନ ରାଜୁତି: ଥାନା ଭାଷା ବି ଇଂରାଜୀ ଅବା ହିନ୍ଦୀ , ଓଡ଼ିଆ ନାସ୍ତି
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ୧୯୫୪ ଭାଷା ଆଇନ ପ୍ରବର୍ତ୍ତିତ ହେବାର ୧୮ ବର୍ଷ ପରେ ୬ ଜୁନ ୧୯୭୨ ତାରିଖରେ ଓଡ଼ିଶାର ଆଇନ ଶୃଙ୍ଖଳାର ଭାଷା ଓଡ଼ିଆ ହେଲା (ଓଡ଼ିଶା ଅଶଧାରଣ ରାଜପତ୍ର, ସଂଖ୍ୟା -୮୯୪)।
କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ରାଜୁତି ଚଳାଇଛନ୍ତି ଯେ, ପୋଲିସ ଏତଲା ପଞ୍ଜିକରଣ କରୁଛି ଇଂରାଜୀରେ ଅଥବା ହିନ୍ଦୀରେ ; ଓଡ଼ିଆରେ ନୁହେଁ । କାରଣ ଓଡ଼ିଶା ସରକାର ଏତଲା ପଞ୍ଜିକରଣର ଯେଉଁ ମୁଦ୍ରିତ ଫର୍ମ ଥାନାମାନଙ୍କୁ ଯୋଗାଇଛନ୍ତି ତହିଁରେ ଓଡ଼ିଆ ନାହିଁ, କେବଳ ଇଂରାଜୀ/ହିନ୍ଦୀ ଅଛି । ତଳେ ଥିବା ଦସ୍ତାବିଜ ନିଠେଇ ଦେଖନ୍ତୁ ।







