ନିଉଜ ସିଣ୍ଡିକେଟ
ଓଡ଼ିଶା ସରକାରୀ ଭାଷା ଆଇନରୁ ଧାରା ‘୪କ’ର ବିଲୋପନ ତଥା ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭାଷା ନିୟମାବଳୀର ପ୍ରବର୍ତ୍ତନର ଆବଶ୍ୟକତା ଉପରେ :ଜୁଲାଇ ୧୭ ତାରିଖରେ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଫେସର କମଳାପ୍ରସାଦ ମହାପାତ୍ର ଦେଇଥିବା ଭାଷଣ :
Author: admin
ତୁଷାରକାନ୍ତଙ୍କ କବିତା : ହଜିଯାଇଥିବା ରକ୍ତର ଅନ୍ଵେଷଣରେ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସାଂପ୍ରତିକ ଓଡ଼ିଶାର ଜାଗ୍ରତ ବିବେକ ତୁଲ୍ୟ ଶ୍ରୀ ତୁଷାରକାନ୍ତ ଶତପଥୀ ସଦାସର୍ବଦା ସାହିତ୍ୟରେ ମଧ୍ୟ କ୍ରାନ୍ତିକାରୀ ମାନବିକ ଚେତନାର ସନ୍ଧାନରେ ଥାଆନ୍ତି । ଏବଂ ଏହି ବର୍ଗରେ ଯଦି ଓ ଯେତେବେଳେ କିଛି ଶ୍ରେଷ୍ଠ ସୃଷ୍ଟି ତାଙ୍କ ଦୃଷ୍ଟିପଥାରୁଢ଼ ହୁଏ, ବ୍ୟଗ୍ର ହୋଇ ଉଠନ୍ତି ତାକୁ ଜନସମାଜରେ ସମ୍ପ୍ରସାରିତ କରିବାକୁ ।
ଏହି ଆବେଗ ପ୍ରବାହରେ ତାଙ୍କଠାରୁ ଏହି କବିତାଟି ମୁଁ ପାଇଛି ।
ଏହା ତାଙ୍କ ଦ୍ଵାରା ରଚିତ କବିତା ନୁହେଁ, ତାଙ୍କ ଦ୍ଵାରା ଅନୁଦିତ କବିତା । ଫୈଜ ଅହମ୍ମଦ ଫୈଜଙ୍କ ୧୯୬୫ର କବିତା ‘ଲହୁକା ସୁରାଗ’ ଉର୍ଦ୍ଦୁରୁ ଇଂରାଜୀକୁ ଅନୁବାଦ କରିଥିଲେ ଆଶା ସାହିଦ ଅଲ୍ଲୀ । ତହିଁରୁ ଓଡ଼ିଆକୁ ଅନୁବାଦ କରିଛନ୍ତି ତୁଷାରବାବୁ ।
କବିତାଟିର ମର୍ମ ଯେପରି ମହାନ, ତୁଷାରକାନ୍ତଙ୍କ ଅନୁବାଦ ସେପରି ଆନ୍ତରିକ । ଭାଷା ଆନ୍ଦୋଳନର ବିକାଶ ମୂଳରେ ତୁଷାରବାବୁ । ତେଣୁ ଏହି ଆନ୍ଦୋଳନ ସହ ଜଡ଼ିତ ସମସ୍ତଙ୍କ ପାଇଁ ଏହାକୁ ଏହି ମଞ୍ଚରେ ରଖୁଛି ।
ଏହି ସମ୍ମିଳନୀ ଜାତିପ୍ରାଣସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ
ନିଉଜ ସିଣ୍ଡିକେଟ
ଓଡ଼ିଆ ଜାତିର ପ୍ରାଣସିନ୍ଧୁ ସମ ଉଭା ହୋଇଛି ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ, ଯାହାକୁ ଭେଦିଆ ଓ ସୁପାରିଖିଆଙ୍କୁ ଲଗାଇ ଓଡ଼ିଶା ସରକାର ଭାଙ୍ଗିଦେବାକୁ ଚେଷ୍ଟା କରିଥିଲେ ଓ ବର୍ଷକ ତଳେ, ୧୬.୭.୨୦୧୮ ତାରିଖର ସୂର୍ଯ୍ୟାସ୍ତ ପରେ ପ୍ରାୟତଃ ଭାଙ୍ଗି ଦେଇଥିଲେ । କିନ୍ତୁ ଏହି ଖଳନାୟକମାନଙ୍କୁ ଛାଡ଼ି ସମଗ୍ର ଓଡ଼ିଆ ଜାତି ତା ଭାଷା ମା ସହ ଠିଆ ହେଲା ଓ ୧୭.୭.୨୦୧୮ରେ ମୃତ୍ୟୁ ଶଯ୍ୟାରୁ ଜାଗିଉଠିଲା ଭାଷା ଜନନୀର ଅଭିଯାନ – କଳାପତାକା ଅଭିଯାନ, ଯାହାର ନାମ ଭାଷା ଆନ୍ଦୋଳନ ।
ସେହି ୧୭ ଜୁଲାଇର ପ୍ରଥମ ବର୍ଷ ପୂର୍ତ୍ତୀ ଅବସରରେ ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀର ଯେଉଁ ବିବରଣୀ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି ତହିଁର କେତେକ ଦୃଷ୍ଟାନ୍ତ ନିମ୍ନରେ ରହିଲା ।
(ପ୍ରମେୟ ୧୮.୭.୨୦୧୯)
(ପ୍ରଗତିବାଦୀ ୧୮.୭.୨୦୧୯)
(ସୂର୍ଯ୍ୟପ୍ରଭା, ୧୯.୭.୨୦୧୯)
(ସର୍ବସାଧାରଣ,୧୯.୭.୨୦୧୯)
ଯେଉଁ ସମ୍ବାଦପତ୍ରଗୁଡ଼ିକ ଏହି ବାର୍ତ୍ତା ଓଡ଼ିଶା ସରକାର ଓ ଜନସାଧାରଣଙ୍କ ପାଖରେ ପହଞ୍ଚାଇଛନ୍ତି, ସେମାନେ ସମ୍ବାଦିକତାର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି । ଭାଷା ଆଂଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ଭାଷା ମା ପାଇଁ ସଭିଏଁ ଠିଆ
ନିଉଜ ସିଣ୍ଡିକେଟ
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ପୋଷା ମନାଇ ଓଡ଼ିଶାର ଓଡ଼ିଆବିଦ୍ଵେଷୀ ସରକାର ଭାବିଥିଲେ, ଭାଷା ଆନ୍ଦୋଳନ ଭାଙ୍ଗିଯିବ ଓ ଓଡ଼ିଆ ଭାଷା ମାଆକୁ ବିପତ୍ତିମୁକ୍ତ କରିବାପାଇଁ ଚାଲିଥିବା ଶେଷ ସଂଗ୍ରାମ ସରିଯିବ । ତାହା ଭୁଲ ପ୍ରମାଣିତ ହୋଇଛି ଓ କତିପୟ ଆତ୍ମକୈନ୍ଦ୍ରିକ ବ୍ୟକ୍ତିଙ୍କୁ ଛାଡି ସମଗ୍ର ଓଡ଼ିଆ ଜାତି ଏହି ଆନ୍ଦୋଳନ ସହ ଜଡ଼ିତ ହୋଇଛି ।
ଓଡ଼ିଆ ଜାତିକୁ ତାର ଭାଷା ଅଧିକାରରୁ ବଞ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଓଡ଼ିଶା ସରକାରୀ ଭାଷା ଆଇନରେ ଯେଉଁ ପ୍ରମାଦପୂର୍ଣ ସଂଶୋଧନ କରାଯାଇଛି ତହିଁର ବିଲୋପନ ଏବଂ ସୁଭାଷ ବାବୁ ଦେଇଥିବା ନିଯମାବଳୀ ବିଧିଭୁକ୍ତ କରାଯିବାର ଆବଶ୍ୟକତା ଉପରେ ଆଲୋଚନା ଓ କର୍ତ୍ତବ୍ୟ ନିରୂପଣ ପାଇଁ ପ୍ରତିଷ୍ଠିତ ମାତୃଭାଷାପ୍ରେମୀମାନଙ୍କ ଏହି ସମ୍ମିଳନୀ ଆଂଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ଜୁଲାଇ ୧୭ରେ ଭୂବନେଶ୍ଵରସ୍ଥ ଲୋହିଆ ଏକାଡ଼େମୀ କକ୍ଷରେ ଅନୁଷ୍ଠିତ ହୋଇ ୪ଟି ଗୁରୁତ୍ବପୂର୍ଣ ପ୍ରସ୍ତାବ ଗ୍ରହଣ କରିଥିବା ସଂବାଦ ପୂର୍ବରୁ ପ୍ରକାଶ ପାଇଛି ।
ଉଲ୍ଲେଖନୀୟ ଯେ, ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଆନ୍ଦୋଳନ ଏବଂ ତା ପ୍ରଭାବରେ ତିନି ତିନି ଥର ଆଇନଟିର ସଂଶୋଧନ ସରିଯାଇଥିବା ପଞ୍ଚଦଶ ବିଧାନସଭା କାଳରେ ହିଁ ଘଟିଛି ଏବଂ ସେହି ବିଧାନସଭା ହିଁ ଆଇନଟିର ଭୁଲ ସଂଶୋଧନ ଘଟାଇବାରେ ସରକାରଙ୍କୁ ସାହାଯ୍ୟ କରିଛି । ତହିଁର ତାତ୍ତ୍ଵିକ ଓ ତଥ୍ୟନିଷ୍ଠ ଚିତ୍ର ରଖିଛନ୍ତି ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ‘ସରିଯାଇଥିବା ବିଧାନସଭା ଓ ଆମ ଭାଷା’ ଶୀର୍ଷକ ପୁସ୍ତକରେ । ଏହି ଅବସରରେ ପୁସ୍ତକଟି ଲୋକାର୍ପିତ ହୋଇଥିଲା ବିଶ୍ଵପ୍ରସିଦ୍ଧ ମାନବଅଧିକାରବାଦୀ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଦ୍ଵାରା, ବିଶ୍ବବିଖ୍ୟାତ ବୈଜ୍ଞାନିକ ଡଃ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ,ଅଧ୍ୟାପକ ବିଶ୍ବରଞ୍ଜନ ଓ ଅଧ୍ୟାପକ କମଳାପ୍ରସାଦ ମହାପାତ୍ରଙ୍କ ଅମୂଲ୍ୟ ଗହଣରେ । ସଭା କକ୍ଷରେ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଭାଷା ଆଂଦୋଳନର ପ୍ରଥମ ପରମର୍ଶଦାତା ସୁବିଖ୍ୟାତ ପରିବେଶବିତ୍ ବିଶ୍ଵଜିତ ମହାନ୍ତି, ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ସର୍ବଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ, କମଳଲୋଚନ ନାୟକ, ଗିରିଜକାନ୍ତ ମିଶ୍ର ।
ଅନ୍ୟମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରୀ ଅଶୋକ ପରିଡ଼ା ,ବିଚିତ୍ର ମହାପାତ୍ର, ସଞ୍ଜୟ ସାହୁ, ବୀରକିଶୋର ବେହେରା, ପ୍ରଫେସର ଗୁରୁ ଚରଣ ଜେନା, ଶତ୍ରୁଘ୍ନ ସାସମଲ,ନାଗେନ କୁମାର ନାୟକ, ଆଶାରାଣୀ ମିଶ୍ର, ବିବେକାନନ୍ଦ ଦାଶ, ବିଶ୍ଵଜିତ ଲେଙ୍କା, ପ୍ରଫେସର ମନୋରଞ୍ଜନ ଦାସ, ସାରଦା ପ୍ରସାଦ ମହାପାତ୍ର, ସରଳ ଦାସ, ସୌମ୍ୟରଞ୍ଜନ ପ୍ରଧାନ, ଶିଶିର ରଞ୍ଜନ ମହାନ୍ତି, ପୂଜା ଦାସ, ଭୁବନମୋହନ ମହାନ୍ତି, ଶିଶିର କୁମାର ସାହୁ, ହରେକୃଷ୍ଣ ଦଳବେହେର, ବିବୁଧେନ୍ଦ୍ର ବିଦ୍ୟାଧର,ପ୍ରଫେସର ଗୀତା କାନୁନଗୋ, ସୌଭାଗ୍ୟ ମହାନ୍ତି, ହରେକୃଷ୍ଣ ପଟ୍ଟନାୟକ, ଲଡୁକିଶୋର ପଢିଆରୀ , ଜଗନ୍ନାଥ ସ୍ଵାଇଁ, ତପନ ସାହୁ, ପୂର୍ଣ ଚନ୍ଦ୍ର ଦାସ, ଗିରିଜା ପ୍ରସାଦ ପଟ୍ଟନାୟକ, ସଂବିତ ଚନ୍ଦ୍ର ଶେଖର ସେଠୀ, ଅଶ୍ଵିନୀ କୁମାର ପ୍ରଧାନ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା, ସିପିଏମ ନେତା ପ୍ରଦୀପ୍ତ ନାୟକ, ବୈପ୍ଳବିକ ବୁଦ୍ଧିଜୀବୀ ତୁଷାରକାନ୍ତ ଶତପଥୀ, ନିରାକାର ସାହୁ, ସଂସାରୀ ସାହୁ, ସାଗର କୁମାର ଜେନା, ରାକେଶ ରଞ୍ଜନ ପଣ୍ଡା, ରାମଶଙ୍କର, ବିଶ୍ବଭୂଷଣ ମହାପାତ୍ର, ଇଂ ପ୍ରଭାତ କୁମାର ବେହେରା, ବିମ୍ବାଧର ଶ୍ରୀଚନ୍ଦନ, ଶ୍ୟାମସୁନ୍ଦର , ରଞ୍ଜିତ କୁମାର ସାହୁ, ବିଶ୍ଵଜିତ ରାଉତ, ସୁବ୍ରତ କୁଣ୍ଡୁ, ଭୁବନ ଚାନ୍ଦ ହାତୀ, ମଧୁସୂଦନ ଛୋଟରାୟ , ନରେନ୍ଦ୍ର କୁମାର ସାହୁ, ବିଜଯ କେତନ ଶତପଥୀ ,ଦେବିପ୍ରସନ୍ନ ନାୟକ, ପ୍ରଦୀପ କୁମାର ସ୍ଵାଇଁ, ଇଂ ସୁବୋଧ କୁମାର ଢଳ, ଅମିତ ଅଭିଜିତ ସାମଲ, ରଞ୍ଜନ କୁମାର ସାହୁ, ଲିଙ୍ଗରାଜ ସାହୁ ପ୍ରମୁଖ ।
ଏଠାରେ ଏହି ଐତିହାସିକ ସମ୍ମିଳନୀର ସାମାନ୍ୟ କେତେକ ଫଟୋ ଚିତ୍ର –
(କେତେକ ସକ୍ରିୟ ଆନ୍ଦୋଳନକାରୀ)

(ସଭା କକ୍ଷରେ ସମବେତ ମାତୃଭାଷାପ୍ରେମୀ)
(ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଭିତ୍ତିପତ୍ର ଉପସ୍ଥାପନା)
(ସରିଯାଇଥିବା ବିଧାନସଭା ଓ ଆମ ଭାଷା ପୁସ୍ତକ ଉନ୍ମୋଚନ)
ଚିତ୍ରେ ସମ୍ବାଦ: ଭାଷା ଆନ୍ଦୋଳନର ରାଜ୍ୟ ମାତୃଭାଷାପ୍ରେମୀ ସମ୍ମିଳନୀ
ନିଉଜସିଣ୍ଡିକେଟ
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଭାଷାରେ ଏହି ଅନନ୍ୟ ଆନ୍ଦୋଳନର ଜୀବନରେ ଜୁଲାଇ ୧୭ ଏପରି ଏକ ଦିନ, ଯାହା ଅଶେଷ ଗୁରୁତ୍ଵ ବହନ କରେ । ଆଜକୁ ବର୍ଷକ ତଳେ, ୨୦୧୮ର ଜୁଲାଇ ୧୬ ତାରିଖ ସନ୍ଧ୍ୟାରେ ସରକାରଙ୍କ ଦ୍ଵାରା ନିଯୁକ୍ତ ସୁପାରି ଘାତକମାନେ ଭାଷା ଆନ୍ଦୋଳନକୁ ଛୁରୀ ମାରି ମୃତପ୍ରାୟ କରିଦେଇଥିଲେ; କିନ୍ତୁ ଓଡିଆ ଜାତି ତା ଭାଷା ଜନନୀ ପାଇଁ ଅଣ୍ଟା ଭିଡ଼ି ଠିଆହେଲା ଜୁଲାଇ ୧୭ରେ । ଏବଂ ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଏହି ଆନ୍ଦୋଳନ ଗ୍ରହମୁକ୍ତ ହୋଇଗଲା । ସରକାର ପୁଣି କିଛି ଛଦ୍ମ ଘାତକ ପଠାଇଥିଲେ । କିନ୍ତୁ ସେମାନେ ପାରିଲେନି । ଆପେ ଆପେ ପଳାଇଲେ । ତେଣୁ ଜୁଲାଇ ୧୭ ହେଉଛି ଗ୍ରହମୁକ୍ତ ଭାଷା ଆଂଦୋଳନର ଜନ୍ମ ଦିବସ । ଏହି ଦିବସର ପ୍ରଥମ ବର୍ଷ ପୂରଣୀ ଅବସରରେ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ହୋଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭାଷାପ୍ରେମୀମାନେ ଭୁବନେଶ୍ବରସ୍ଥ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଜୁଲାଇ ୧୭ ତାରିଖରେ ସମବେତ ହୋଇ ଓଡ଼ିଶା ସରକାରୀ ଭାଷା ଆଇନର ସମ୍ପୂର୍ଣ ତ୍ରୁଟିଶୂନ୍ୟ କାର୍ଯ୍ୟକାରୀତା ପାଇଁ ସର୍ବସମ୍ମତିକ୍ରମେ ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ଯାହା ଏଥିପୂର୍ବରୁ ପ୍ରକାଶିତ ହୋଇଛି । ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜ ଅଭିମତ ବଳରେ ଏହାକୁ ସାର୍ଥକ କରିଥିବା ମାତୃଭାଷାପ୍ରେମୀମାନେ ହେଲେ –
(ଅଶୋକ ପରିଡ଼ା),
(ଭୁବନମୋହନ ମହାନ୍ତି),
(ଦେବୀପ୍ରସନ୍ନ ନାୟକ),
(ଗିରିଜକାନ୍ତ ମିଶ୍ର),
(କମଳଲୋଚନ ନାୟକ),
(ପ୍ରଦୀପ୍ତ ନାୟକ),
(ଲିଙ୍ଗରାଜ ସ୍ଵାଇଁ),
(ରାମାଶଙ୍କର),
(ସାରଦା ପ୍ରସାଦ ମହାପାତ୍ର),
(ତୁଷାରକାନ୍ତ ଶତପଥୀ) ।

