କେମିତି ହେବ ଭାଷାମାଆ ପାଇଁ ସାହିତ୍ଯ ଶିବିର ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ରାଜ୍ଯଭାଷା ଓଡ଼ିଆରେ ସରକାରୀ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଚାଲିବ, ବାଧାଦାତାକୁ ଦିଆଯିବ ଦଣ୍ଡ – ଏହି ଦାବି ସପକ୍ଷରେ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ ୬ ବର୍ଷ ଟପିଲା ଏପ୍ରିଲ ପହିଲାରେ ଏବଂ କଳାପତାକା ଅଭିଯାନ ଆସନ୍ତା ୧୩ ତାରିଖରେ ତପିବ ୬ ବର୍ଷ ।

ଆମ୍ଭ ଦାବିର ଯଥାର୍ଥତା ବାରମ୍ବାର ସ୍ଵୀକାର କରିଥିଲେ ମଧ୍ୟ , ଏହି ୬ ବର୍ଷରେ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାନା ଅପଚେଷ୍ଟା କରିଛନ୍ତି । କଳା ପତାକା ଅଭିଯାତ୍ରୀମାନଙ୍କ ମଧ୍ୟରୁ ପେଟପାଟଣାବାଦୀମାନଙ୍କୁ ଠାବ କରି ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି, କ୍ଯାବିନେଟ ସ୍କାମ୍ ଘଟାଇଛନ୍ତି , ବିଧି ବିଭାଗ ଦ୍ଵାରା ପ୍ରସ୍ତୁତ ବିଧେୟକକୁ ଗାୟେବ୍ କରି ତା ସ୍ଥାନରେ ରାଜ୍ୟପାଳଙ୍କ ପାଖକୁ ଜାଲ୍ ଚିଠା ପଠାଇ ସେହି ଜଳିଆତିକୁ ଅଧ୍ୟାଦେଶ ବଳରେ ଆଇନ ରୂପ ଦିଆଇଛନ୍ତି ୨୦୧୬ରେ ଏବଂ ୨୦୧୮ରେ ମଧ୍ୟ ଜାଲ୍ ବିଧେୟକ ଦ୍ଵାରା ଆଇନତଃ ପ୍ରସ୍ତୁତ ବିଧେୟକକୁ ବିଧାନସଭାରେ ବଦଳାଇ ଭାଷା ଆଇନର ଅପସଂଶୋଧନ କରିଛନ୍ତି ।

ଯେଉଁ ଭାଷା କାର୍ଯ୍ୟାଳୟର ଭାଷା ନହୁଏ ସେ ଭାଷା ଜନସାଧାରଣଙ୍କ ପାଇଁ ତାର ବ୍ୟବହାର୍ଯ୍ୟତା ହରାଏ ଓ କାଳକ୍ରମେ ମରଣ ବରଣ କରେ ବୋଲି ସବୁ ସଚେତନ ସାହିତ୍ୟିକ ଜାଣନ୍ତି । ଅଥଚ ଓଡ଼ିଶାର ସାହିତ୍ଯିକମାନେ ନୀରବ ରହିଛନ୍ତି । ନିଜ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରାଇବାକୁ ଅନେକ ସାହିତ୍ୟିକ ଏତେ ବ୍ଯଗ୍ର ଯେ, ଓଡ଼ିଆ ଭାଷା ସ୍ଵାର୍ଥ ପାଇଁ ୬ ବର୍ଷ ଧରି ଚାଲିଥିବା ଆଦର୍ଶନିଷ୍ଠ କଳାପତାକା ଅଭିଯାନ ପ୍ରତି ସେମାନଙ୍କ ସମର୍ଥନ କେବେ ବି ଅନୁଭୂତ ହୋଇନାହିଁ ।

ବସ୍ତୁତଃ, ଓଡ଼ିଶାରେ ଗୋଟିଏ ଦୃଶ୍ୟପଟ ସୁସ୍ପଷ୍ଟ । ତାହା ହେଲା ସ୍ବାର୍ଥପାଇଁ ସାହିତ୍ଯ । ଅର୍ଥ ପାଇଁ, ଯଶ ପାଇଁ, ପୁରସ୍କାର ପାଇଁ, ଆଖିଝଲସା ପଦପଦବୀ ପାଇଁ, କିଛି ନହେଲେ ଯୌନ ଆବେଦନ ଭରା ପ୍ରେମପାଇଁ ଆମ ଶବ୍ଦବଣିଆମାନେ ଆମ ଭାଷାକୁ ବ୍ୟବହାର କରି ସାହିତ୍ଯ ସୃଷ୍ଟି କରୁଛନ୍ତି । ତେଣୁ ଏହି ଶବ୍ଦବଣିଆମାନେ ସେମାନଙ୍କ ନିଜ ନିଜ ସ୍ଵାର୍ଥ ପାଇଁ ଆମ ଭାଷାର ଉପଯୋଗ କରୁଛନ୍ତି । ଏହି ଦୃଶ୍ୟପଟ ବଦଳିବା ଦରକାର । ଆମ ଭାଷା ପାଇଁ ସାହିତ୍ଯ ସୃଷ୍ଟି ହେବା ଆବଶ୍ୟକ ।

ଆମ କବିମାନେ ଗଙ୍ଗାଧର ମେହେର ହେବା ଦରକାର, ଯାହାଙ୍କ ‘ଉତ୍କଳ ଭାରତୀଙ୍କ ରୋଦନ’ ନିଜ ଭାଷାରେ ନିଜ ରାଜ୍ୟ ପାଇଁ ଜଗାଇ ଦେଇଥିଲା ଓଡ଼ିଆ ଜାତିକୁ ।

ଆମ ସାହିତ୍ଯିକମାନେ ଫକୀରମୋହନ ସେନାପତି ହେବା ଦରକାର, ଯାହାଙ୍କ ‘ଡାକମୁନ୍ସି’ ଇଂରାଜୀ ମାୟାରୁ ମୁକ୍ତି ପାଇଁ ପ୍ରତି ଓଡ଼ିଆ ଛାତିରେ ଖେଳାଇ ଦେଇଥିଲା ଚେତନା ।

ଆମ ସାହିତ୍ଯିକମାନେ ବୀର ବିକ୍ରମ ସିଂହ ହେବା ଦରକାର, ଯାହାଙ୍କ ନାଟକ ‘ଉତ୍କଳ ଦୁର୍ଦ୍ଦଶା’ ସନ୍ଦୀପିତ କରିଥିଲା ଭାଷା ଜାତୀୟତାର ଜିବନ୍ତ ଶିଖା ଓଡ଼ିଆ ଜାତିର ଶାୟିତ ସତ୍ତାରେ ।

ଆମ ସାହିତ୍ଯିକମାନେ କୁଳବୃଦ୍ଧ ମଧୁସୂଦନ ହେବା ଦରକାର ତୋଳିବାକୁ ପୁନର୍ବାର ସେଇ ଲେଲିହାନ ପ୍ରଶ୍ନ “ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭୀରୁ? ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ?”

ଏଥିପାଇଁ ଆବଶ୍ୟକ ଏକ ନୂଆ ସାହିତ୍ୟି ମଞ୍ଚ , ଯାହା ‘ସ୍ଵାର୍ଥ ପାଇଁ ସାହିତ୍ଯ’ ପରିବର୍ତ୍ତେ ‘ଭାଷା ପାଇଁ ସାହିତ୍ଯ’ ସୃଷ୍ଟି କରିବ । ତାହାର ନାମ ରହିବ – ‘ଭାଷାମାଆ ପାଇଁ ସାହିତ୍ଯ ଶିବିର’

ଓଡ଼ିଶାର ଯେଉଁ ଭାଷାପ୍ରେମୀମାନେ ଏହି ଶିବିରରେ ଯୋଗ ଦେଇ ଓଡ଼ିଆଭାଷାଜନନୀଙ୍କୁ ବିପଦମୁକ୍ତ କରିବାକୁ ରାଜି, ସେମାନେ ମୋତେ bhashaandolan@gmail.com ଠିକଣାରେ ସମ୍ମତି ଜଣାଇବାକୁ ଅନୁରୋଧ।

‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’ ପୁସ୍ତକ ସହ ମୁଖ୍ୟ ଶାସନ ସଚିବଙ୍କୁ ମାତୃଭାଷାପ୍ରେମୀ ସମ୍ମିଳନୀର ପ୍ରସ୍ତାବ ପ୍ରେରଣ

ଓଡ଼ିଆ ଭାଷାକୁ ସଂହାର କରିବାର ମାରାତ୍ମକ ଅଭିସନ୍ଧି ନେଇ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ଦ୍ଵାରା ଅପସଂଶୋଧନ କରାଯାଇଛି । ଭାଷା ଆନ୍ଦୋଳନର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଉତ୍କଳ ଦିବସ ଦିନ ଅନୁଷ୍ଠିତ ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀରେ ଗୃହିତ ଏ ସମ୍ପର୍କୀୟ  ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପ୍ରେରଣ କରାଯାଇଛି ଓ ଭାଷା ଆଇନରେ ହୋଇଥିବା ଜାଲିଆତିର ପ୍ରାମାଣିକ ପୁସ୍ତକ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ର କୋମଳ କିତା ମଧ୍ୟ ପ୍ରେରିତ ହୋଇଛି।  ନିମ୍ନରେ ସେହି ପତ୍ର: 

ଶ୍ରୀଯୁକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା

 

ବିଷୟ: ଭାଷା ଆନ୍ଦୋଳନ ଆହୁତ ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ ଦ୍ଵାରା ଗୃହିତ ପ୍ରସ୍ତାବ ସହ ପ୍ରାମାଣିକ ପୁସ୍ତକ ‘’ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ର କିତାଏ ପ୍ରେରଣ କରି ଆଶୁ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ

 

ମହାଶୟ,

ସରକାରୀ ଚକ୍ରାନ୍ତ ହେତୁ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଏଯାଏଁ ସମ୍ଭବ ହୋଇନାହିଁ । ଏପ୍ରିଲ ୧୩, ୨୦୧୬ ତାରିଖରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ସ୍ମାରକପତ୍ର ଭିତ୍ତିରେ ନିରବ କଳାପତାକା ଅଭିଯାନ ଅତୁଟ ଅଛି । ଦୁଃଖର କଥା, ଜାଲିଆତି ପ୍ରୟୋଗ କରି ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ଅକର୍ମଣ୍ୟ କରାହୋଇଛି । ଓଡ଼ିଆ ଜାତି ତାର ଭାଷା ଅଧିକାରରୁ ବଞ୍ଚିତ ହୋଇରହିଛି ।  ଏହି ପୃଷ୍ଠଭୂମିରେ ଭାଷା ଆନ୍ଦୋଳନ ଦ୍ଵାରା ଆହୁତ ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ ଉତ୍କଳ ଦିବସ (ଏପ୍ରିଲ ପହିଲା)ରେ ଭୁବନେଶ୍ଵରସ୍ଥ ଲୋହିଆ ଏକାଡ଼େମୀରେ ପ୍ରଫେସର କମଳାପ୍ରସାଦ ମହାପାତ୍ରଙ୍କ ସଭାପତିତ୍ଵରେ ଯେଉଁସବୁ ପ୍ରସ୍ତାବ ଗ୍ରହଣ କରିଛନ୍ତି ମୁଁ ତାହା ଆପଣଙ୍କ ପାଖକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଉଛି ।   

          ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ସମର୍ପିତ “ଓଡ଼ିଆରେ ଶାସନ’ ଶୀର୍ଷକ ୱେବସାଇଟକୁ ସର୍ବସାଧାରଣଙ୍କ ପାଇଁ ପୁନଶ୍ଚ ଅଲଭ୍ୟ କରାଯାଇଥିବାରୁ ଭାଷା ଆନ୍ଦୋଳନ ଦ୍ଵାରା ଆହୁତ ‘ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରି, ତୁରନ୍ତ ତାହାକୁ ସଚଳ ଓ ଅଦ୍ଯତନ କରିବାକୁ ଦାବି କରିଛି । ଯଥା : –

 

ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ

ଭାଷା ଆନ୍ଦୋଳନ, ଓଡ଼ିଶା ,

ସ୍ଥାନ: ଲୋହିଆ ଏକାଡ଼େମୀ, ଭୁବନେଶ୍ଵର

ତାରିଖ: ୧ ଏପ୍ରିଲ ୨୦୨୨ – ଉତ୍କଳ ଦିବସ

 

ପ୍ରସ୍ତାବ -୧

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସମ୍ପର୍କୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କୁ ପ୍ରଦାନ କରିବା ପାଇଁ ଓ ଜନସାଧାରଣଙ୍କଠାରୁ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରୟୋଗ କ୍ଷେତ୍ରରେ ରହୁଥିବା ଅସୁବିଧା ଅବଗତ ହୋଇ ତହିଁର ଦୂରୀକରଣ କରି ତାହା ସେମାନଙ୍କୁ ଅବଗତ କରାଇବା ପାଇଁ ‘ଓଡ଼ିଆରେ ଶାସନ’ ଶୀର୍ଷକ ଯେଉଁ ୱେବସାଇଟ ସୃଷ୍ଟିକରାହୋଇଥିଲା, ତାହାକୁ ରାଜ୍ୟସରକାର ସାଧାରଣଲୋକଙ୍କ ପାଇଁ ଅଲଭ୍ୟ କରିଥିବା ଓ ତଦ୍ଦ୍ଵାରା ଓଡ଼ିଆ ଭାଷାରେ ଓଡ଼ିଶାର କାର୍ଯ୍ୟାଲୟଗୁଡ଼ିକ କାମ କରୁଛନ୍ତି କି ନାହିଁ ତାହା ଜାଣିବା ଅଧିକାରରୁ ଲୋକଙ୍କୁ ବଞ୍ଚିତ କରିଥିବା ରାଜ୍ୟସରକାରଙ୍କର ଓଡ଼ିଆବିଦ୍ଵେଷୀ ମନୋଭାବର ପରିଚାୟକ ।

          ଭାଷା ଆନ୍ଦୋଳନର ୬ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ ଏଥିରେ ଘୋର ଉଦ୍ବେଗ ପ୍ରକାଶ କରୁଛି ଓ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଉଛି କି, ଅବିଳମ୍ବେ ଏହି ୱେବସାଇଟକୁ ସଚଳ କରାଯାଇ, ଓଡ଼ିଆ ଭାଷାରେ ଓଡ଼ିଶା ରାଜ୍ୟ ପରିଚାଳନାର ସମସ୍ତ ଅଗ୍ରଗତି, ଭାଷା ଆଇନ ପ୍ରୟୋଗର ସମସ୍ତ ତଥ୍ୟ ତହିଁରେ ସ୍ଥାନିତ କରି ତାହାକୁ ଅଦ୍ଯତନ କରାଯାଉ ।

ସ୍ଵା: ନିର୍ମଳ କୁମାର ବେହେରା ୧.୪.୨୦୨୨

ପ୍ରସ୍ତାବକ

ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହେଲା

ସ୍ଵା: କମଳାପ୍ରସାଦ ମହାପାତ୍ର

ସଭାପତି

୧.୪.୨୦୨୨

ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଭାଷା ଆଇନ ସଂଶୋଧନ ଓ ନିୟମାବଳୀ ପ୍ରବର୍ତ୍ତନ ପାଇଁ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରି ଭାଷା ଆଇନର ଆଜନ୍ମ ତ୍ରୁଟି ଅପସାରଣ ପାଇଁ ସରକାରଙ୍କୁ ଉପଯୁକ୍ତ ଦିଗ୍ଦର୍ଶନ ଦେଇଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଉପରୋକ୍ତ ଜାଲିଆତିର ସମସ୍ତ ପ୍ରମାଣ ପ୍ରଦାନ କରିଛନ୍ତି ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣ ଆଘାତ’ ଶୀର୍ଷକ ମୁଦ୍ରିତ ପୁସ୍ତକରେ ।

ଏହି ସମ୍ମିଳନୀରେ ଏହି ପୁସ୍ତକ ଉପରେ ଗଭୀର ଆଲୋଚନା ହୋଇ ଏତତ୍କୈନ୍ଦ୍ରିକ ପ୍ରସ୍ତାବରେ ଏପରି ମାରାତ୍ମକ ଅପରାଧର ଉତ୍ତରଦାୟୀତ୍ଵ ନିର୍ଦ୍ଧାରଣ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ଏକ ବିଚାରବିଭାଗୀୟ ତଦନ୍ତ କମିଶନ ନିଯୁକ୍ତି ପାଇଁ ସରକାରଙ୍କୁ ଆହ୍ଵାନ ଦିଆହୋଇଛି । ଏହି ପ୍ରସ୍ତାବରେ ଅଧିକନ୍ତୁ କୁହାହୋଇଛି କି, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪ ଓ ୫ ଏବଂ ୪-କ ଓଡ଼ିଆ ଜାତିର ଭାଷା ସ୍ଵାର୍ଥ ପ୍ରତି ବିପଜ୍ଜନକ ହୋଇଥିବା ହେତୁ ତହିଁର ନିପାତ କରାଯାଇ ସାନି ସଂଶୋଧନ ଦ୍ଵାରା ଭାଷା ଆଇନକୁ ନିର୍ଭୁଲ ଓ ଅଲଙ୍ଘ୍ଯ କରାଯାଉ । ଯଥା :-

ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ

ଭାଷା ଆନ୍ଦୋଳନ, ଓଡ଼ିଶା ,

ସ୍ଥାନ: ଲୋହିଆ ଏକାଡ଼େମୀ, ଭୁବନେଶ୍ଵର

ତାରିଖ: ୧ ଏପ୍ରିଲ ୨୦୨୨ – ଉତ୍କଳ ଦିବସ

 

ପ୍ରସ୍ତାବ-୨

 

ଭାଷା ଆନ୍ଦୋଳନର ୬ ବର୍ଷ ପୂର୍ତ୍ତି ଅବସରରେ ଲୋକାର୍ପିତ ହୋଇଥିବା ପ୍ରାମାଣିକ ପୁସ୍ତକ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ ଅନୁଧ୍ୟାନ କରି ଏହି ସମ୍ମିଳନୀ ଅନୁଭବ କରୁଛି କି, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ଅକର୍ମଣ୍ୟ କରିଦେବା ପାଇଁ ଜାଲିଆତି ପ୍ରୟୋଗ ଦ୍ଵାରା ତହିଁର ଅପସଂଶୋଧନ ହୋଇଛି । ଫଳରେ ଅଦ୍ୟାବଧି ଓଡ଼ିଆ ଭାଷାରେ କାର୍ଯ୍ୟାଳୟମାନେ କାମ କରୁନାହାନ୍ତି ବୋଲି ଲେଖକ ସୁଭାଷ ଚନ୍ଦ୍ର ପଟ୍ଟନାୟକ କରିଥିବା ଅଭିଯୋଗ ଯଥାର୍ଥ ।

          ଏହି ସମ୍ମିଳନୀ ଏପରି ଅସଙ୍ଗତ ବିଧିକ ଆଚରଣ ପାଇଁ ରାଜ୍ୟସରକାରଙ୍କୁ ଭର୍ତ୍ସନା କରୁଛି ଓ ଆହ୍ଵାନ ଦେଉଛି କି, ଉପରୋକ୍ତ ପୁସ୍ତକରେ ଖୋଦିତ ଓ ସ୍ଥାନିତ ପ୍ରମାଣ ସମୂହ ଦୃଷ୍ଟିରୁ ଓଡ଼ିଆ ଜାତି ବିରୁଦ୍ଧରେ ଏପରି ଅପରାଧର ଉତ୍ତରଦାୟୀତ୍ଵ ନିର୍ଦ୍ଧାରଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ନିଯୁକ୍ତ କରାଯାଉ । ଏଥିପାଇଁ ବହିର କିତାଏ ସରକାରଙ୍କୁ ଦିଆଯାଉ ।

          ଜାଲିଆତି ଦ୍ଵାରା ଗୃହିତ ସଂଶୋଧନ ଆଇନ, ୨୦୧୬, ୨୦୧୮ ଓ ତଦ୍ଦ୍ଵାରା ପରିସୃଷ୍ଟ ଧାରା-୪ ଓ ୫  ଏବଂ ଧାରା -୪କ ଓ ତଦୁଦ୍ଭୂତ ନିୟମାବଳି ୨୦୧୬, ୨୦୧୯କୁ ଏହି ସମ୍ମିଳନୀ ପ୍ରତ୍ୟାଖ୍ୟାନ କରୁଛି ଓ ସାନି ସଂଶୋଧନ ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ନିର୍ଭୁଲ ଓ ଅଲଙ୍ଘ୍ଯ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଉଛି ।

ସ୍ଵା: ସୁବାସ ମହାପାତ୍ର , ୧.୪.୨୦୨୨

ପ୍ରସ୍ତାବକ

ସର୍ବସମ୍ମତିକ୍ରମେ ଗୃହିତ ହେଲା

ସ୍ଵା: କମଳାପ୍ରସାଦ ମହାପାତ୍ର

ସଭାପତି,

୧.୪.୨୦୨୨

 

ଯେଉଁ କର୍ମଚାରୀ ଓ ପଦାଧିକାରୀ ଓଡ଼ିଆରେ କାର୍ଯ୍ୟାଳୟ କାମ ନକରୁଛନ୍ତି / ନକରିବେ ତାଙ୍କୁ ରାଜ୍ୟଦ୍ରୋହୀ ଘୋଷିତ କରି ତଦନୁରୂପ ଦଣ୍ଡବିଧାନ ବିଧିକୃତ କରିବାକୁ ଦାବି ହୋଇଛି । ଯଥା :-

 

ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ

ଭାଷା ଆନ୍ଦୋଳନ, ଓଡ଼ିଶା ,

ସ୍ଥାନ: ଲୋହିଆ ଏକାଡ଼େମୀ, ଭୁବନେଶ୍ଵର

ତାରିଖ: ୧ ଏପ୍ରିଲ ୨୦୨୨ – ଉତ୍କଳ ଦିବସ

 

ପ୍ରସ୍ତାବ-୩

 

ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ଦୀର୍ଘ ଆନ୍ଦୋଳନ ମାଧ୍ୟମରେ ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇଥିଲା । ସେଥିପାଇଁ ୧୯୫୪ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ‘ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା । ଆଇନ ସତ୍ତ୍ୱେ ଓଡ଼ିଆରେ କାମ ନକରି କର୍ମଚାରୀ ଓ ପଦାଧିକାରୀମାନେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ପଣ୍ଡ କରୁଛନ୍ତି ।

          ତେଣୁ, ଯେଉଁ କର୍ମଚାରୀ / ପଦାଧିକାରୀ ଓଡ଼ିଆ ଭାଷାରେ କାର୍ଯ୍ୟ କରୁନାହାନ୍ତି, ନକରିବେ, ସେମାନଙ୍କୁ ‘ରାଜ୍ୟଦ୍ରୋହୀ’  ଘୋଷିତ କରିବାକୁ ଓ ତଦନୁରୂପ ଦଣ୍ଡବିଧାନ କରିବାକୁ ଉପଯୁକ୍ତ ବିଧାନ ପ୍ରଣୟନ ସକାଶେ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଉଛି ।

ସ୍ଵା: ତପନ ପାଢ଼ୀ , ୧.୪.୨୦୨୨

ପ୍ରସ୍ତାବକ 

ସର୍ବସମ୍ମତିକ୍ରମେ ଗୃହିତ ହେଲା

ସ୍ଵା: କମଳାପ୍ରସାଦ ମହାପାତ୍ର

ସଭାପତି,

୧.୪.୨୦୨୨ 

ଓଡ଼ିଆ ଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ତିନୋଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଅନୁରୋଧ ସହ ଆଶୁ ଅନୁଧ୍ୟାନ ପାଇଁ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣ ଆଘାତ’ ପୁସ୍ତକର ଏକ କୋମଳ କିତା ସଂଲଗ୍ନ କରାଗଲା ।

 

(ସୁଭାଷ ଚନ୍ଦ୍ର ପଟ୍ଟନାୟକ)

ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା

 

 

ନବୀନ ଏଥର ଋଣ ପରିଶୋଧ କରନ୍ତୁ


ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଲୋକେ ପଞ୍ଚାଯତ ନିର୍ବାଚନରେ ବିଜେଡ଼ି ମୁଖ୍ୟ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଦୟା ପ୍ରଦର୍ଶନ କରିଛନ୍ତି, ତାହା ଅଭୂତପୂର୍ବ । ଅପଶାସନରେ ଭରପୁର ହୋଇଥିବା ସତ୍ତ୍ୱେ ନବୀନଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ଗାଁ ଗହଳର ୫୩ ଶତାଂଶ ସରଳବିଶ୍ଵାସୀ ଅଶିକ୍ଷିତ ଓଡ଼ିଆ, ଯେଉଁମାନେ ନବୀନଙ୍କ ଠାରୁ ଋଣ ପରିଶୋଧ ହାସଲ କରିବାକୁ ଏତେ ବ୍ୟଗ୍ର ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ତାଙ୍କ ଯୋତା ପିନ୍ଧି ଚାଲିଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଜାତୀୟ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଯେଉଁ ପ୍ରଦେଶର ସେ ମୁଖ୍ୟମନ୍ତ୍ରୀ, ସେ ପ୍ରଦେଶ ଦୟାର୍ଦ୍ର ଲୋକମାନଙ୍କ ପ୍ରଦେଶ । ଓଡ଼ିଆ ଭାଷାରେ ନିଜ କାର୍ଯ୍ୟ ପରିଚାଳନା ପାଇଁ ସେମାନେ ବିଦେଶୀ ଶାସନ କାଳରେ ମଧ୍ୟ ଏହି ପ୍ରଦେଶର ଆବିର୍ଭାବ ଘଟାଇଥିଲେ । କୁଳଗୌରବ ମଧୁସୂଦନ ଦାସ ଏ ଜାତିକୁ ଏଥିପାଇଁ ନେତୃତ୍ଵ ଦେଇଥିଲେ । ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟାଳୟ ପରିଚାଳନା ହେଲେ ଆମ ଜାତିର ଦୁର୍ଭାଗ୍ୟ ହଟିବ ବୋଲି ବିଶ୍ଵାସ ଥିଲା । ତେଣୁ ସ୍ୱଭାବକବି ଗଙ୍ଗାଧର ଲେଖିଥିଲେ, “ଶ୍ରୀ ମଧୁସୂଦନ ସର୍ବ ଗୁଣ ଯୁତ/ ଫିଟାଇବେ ପରା ସୌଭାଗ୍ୟର ପଥ ।”

ଏହି “ସୌଭାଗ୍ୟର ପଥ” ମଧୁବାବୁ ଫିଟାଇଥିଲେ ମଧ୍ୟ ବିଜୁ ପଟ୍ଟନାୟକ ବନ୍ଦ କରିଦେଇଥିଲେ ୧୯୬୩ରେ ଆମ ଭାଷା ଆଇନକୁ ଅବୈଧ ଭାବେ ସଂଶୋଧିତ କରି । ‘ବିଜୁଙ୍କ ଛୁରା’ ବହିରେ ମୁଁ ତାହା ସପ୍ରମାଣ ଦର୍ଶାଇଛି । ଓଡ଼ିଆ ଲୋକେ ତାଙ୍କୁ ଥରେ ଭୋଟ ଦେଲେ ପରବର୍ତ୍ତୀ ଦୁଇଥର ପ୍ରତ୍ୟାଖ୍ୟାନ କରୁଥିଲେ । କିନ୍ତୁ ନବୀନଙ୍କ ଭାଗ୍ୟ ନିଆରା । ଲୋକେ ତାଙ୍କୁ ଏ ଯାଏଁ ସେପରି ଅଭିଜ୍ଞତା ନଦେଇ ଋଣଗ୍ରସ୍ତ କରି ରଖିଛନ୍ତି ।

ନବୀନବାବୁ ଋଣଗ୍ରସ୍ତ ଅବସ୍ଥାରେ ବିଦାହେବା ଉଚିତ ନୁହେଁ । ଏହା ମନସ୍ଥ କରି ଲୋକେ ତାଙ୍କୁ ପଞ୍ଚାଯତ ନିର୍ବାଚନରେ ବିଜୟୀ କରାଇଛନ୍ତି । କ୍ଷମତାରେ ରହିଲେ ସିନା ସେ ଋଣ ଶୁଝିବେ ! ସୁତରାଂ ଉଦାରଚେତା ଓଡ଼ିଆ ଜାତି ଋଣ ପରିଶୋଧ ପାଇଁ ନବୀନଙ୍କୁ ଏହି ଶେଷ ସୁଯୋଗ ଦେଇଛି ।

କେବଳ ଗୋଟିଏ କାମ କରି ସେ ଏହି ଋଣ ଶୁଝିଦେଇପାରିବେ । ତାହା ହେଲା, ଜାଲିଆତି ଦ୍ଵାରା ସେ ଭାଷା ଆଇନର ଯେଉଁ ଅପସାଂଶୋଧନ କରିଛନ୍ତି, ତାହା ପ୍ରତ୍ୟାହାର କରିବାକୁ ଓ ଯେଉଁ ବ୍ୟକ୍ତି ଓଡ଼ିଆ ଭାଷାରେ କାର୍ଯ୍ୟାଳୟ କାମ ନକରିବ, ତାକୁ ରାଜ୍ୟଦ୍ରୋହୀ ଅର୍ଥାତ୍ ଦେଶଦ୍ରୋହୀ ଘୋଷଣକରି ତଦନୁଯାୟୀ ନିର୍ଦ୍ଧାରିତ ଦଣ୍ଡ ବିଧାନ ପାଇଁ ଆଇନ ପ୍ରଣୟନ କରିବାକୁ ସେ ବିଧାନସଭାର ଆଗାମୀ ଅଧିବେଶନରେ ପ୍ରସ୍ତାବ ଦେଇ ତଦ୍ଦୃପ ଆଇନ ପ୍ରବର୍ତ୍ତନ କରିପାରିବେ ।

ନିର୍ବାଚନ ଜିଣାରେ ଉଲ୍ଲସିତ ନହୋଇ ନବୀନ ଏହି ଋଣ ପରିଶୋଧ କାମ ଯେତେଶୀଘ୍ର କରିବେ, ସେତେ ଭଲ ।

ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ରାତି ସରନ୍ତି ଭାଗରେ ପ୍ରବେଶ କରିଥିଲା, ବଦଳିଯାଇଥିଲା କ୍ୟାଲେଣ୍ଡରର ତାରିଖ ଫେବ୍ରୁୟାରୀ ୪କୁ । କୁଳବୃଦ୍ଧ ମଧୁସୂଦନ ଆଖି ବୁଜିଥିଲେ । ଓଡ଼ିଆ ଜାତିର ଭାଗ୍ୟାକାଶ ଠେଲି ହୋଇଯାଇଥିଲା ଅସରନ୍ତି ଅନ୍ଧକାର ଭିତରକୁ । ସେହି ଅନ୍ଧକାର ଆଜି ବି ସରିନି, ଅଧିକ ଘଞ୍ଚ ହୋଇଛି । ତା କବଳରୁ ଆମ ଜାତିକୁ ଉଦ୍ଧାର କରି ମଧୁବାବୁଙ୍କ ଅପୂର୍ଣ୍ଣ ସ୍ବପ୍ନକୁ ସମ୍ପୂର୍ଣ୍ଣ କରିବାକୁ ଆମେ ଆମ ଭାଷାରେ ଆମ ରାଜ୍ୟର ପରିଚାଳନା ପାଇଁ ସଂଗ୍ରାମ ରତ; କିନ୍ତୁ ଆମ ରାଜ୍ୟ ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କ କବଳରେ ପଡିଛି, ଯିଏ ତାଙ୍କ ବାପାଙ୍କ ମତଲବକୁ ଚରିତାର୍ଥ କରିବା ପାଇଁ ଆମ ଭାଷା ବିରୁଦ୍ଧରେ ବିଧାନସଭାରେ ଜାଲିଆତି ବି ପ୍ରୟୋଗ କରିଛନ୍ତି । ଓଡ଼ିଆ ଜାତିର ଭାଗ୍ୟାକାଶରେ ଜମିରହିଥିବା ଅନ୍ଧକାରକୁ ଅଧିକ ଭୟଙ୍କର ଭାବେ ଘଞ୍ଚ ହୋଇଉଠିଛି ।

ଏହି ଦାରୁଣ ଦୁର୍ବିପାକ କବଳରେ ଆମେ ଆମ ପରିଚୟ ହରାଇବାକୁ ବସିଥିବା ବେଳେ, ଆମ ଭାଷାର ଲାଭଜନକ ଉପଯୋଗ କରି ନିଜ ନିଜ ପାଇଁ ପୁସ୍ତକୀୟ ଆୟ, ଲେଖକୀୟ ପରିଚୟ, ଅଖିଝଲସା ସମ୍ମାନ ସଂଗ୍ରହ କରୁଥିବା ଭାଷାଜୀବୀମାନେ ମୁହୂର୍ତ୍ତକପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେବେ କହିନାହାନ୍ତି ମଧୁବାବୁଙ୍କ ଜୀବନବ୍ୟାପୀ ତପସ୍ୟାକୁ ବ୍ୟର୍ଥ କରିବା ପାଇଁ ସେ ଯେଉଁ ଷଡ଼ଯନ୍ତ୍ର ଚଲାଇଛକାନ୍ତି, ତହିଁରୁ ନିବୃତ୍ତ ହେବା ପାଇଁ । ଯେଉଁ ଓଡ଼ିଆମାନେ ସରସ୍ଵତୀ ସମ୍ମାନ, ଜ୍ଞାନପୀଠ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନ, ରାଜ୍ୟ ସାହିତ୍ୟ ଏକାଡ଼େମୀ ସମ୍ମାନ, ସାରଳା ସମ୍ମାନ ଆଦି ସମ୍ମାନ ସାଉଁଟିଛନ୍ତି, ସାହିତ୍ୟସେବା ଆଳରେ ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ବିନା ଗବେଷଣାରେ ସମ୍ମାନଜନକ ଡକ୍ଟରେଟ ହାସଲ କରିଛନ୍ତି, ବିଭିନ୍ନ କିସମର ପଦ୍ମ ସମ୍ମାନରେ ବିଭୂଷିତ ହୋଇଛନ୍ତି , ସେ ସମସ୍ତେ ଓଡ଼ିଆ ଭାଷା କରୁଣାରୁ ସେ ସବୁ ଅର୍ଜନ କରିଛନ୍ତି । ଅଥଚ, ଓଡ଼ିଆ ଜାତିକୁ ଭାଷା ଅଧିକାର ମିଳୁନି; ସେମାନଙ୍କ ପଟି ଫିଟୁନି ! ଆମ ଭାଷାଜୀବୀ ସାହିତ୍ୟିକମାନେ ଭାବୁଛନ୍ତି ଯେ, ସେମାନଙ୍କ ପରିସୃଷ୍ଟ ସାହିତ୍ୟ ହେତୁ ଓଡ଼ିଆ ଭାଷା ପରିପୁଷ୍ଟ ହେଉଛି । ମାତ୍ର ସେମାନେ ସ୍ଵୀକାର କରିବା ଆବଶ୍ୟକ ଯେ, ସେମାନଙ୍କୁ ସାହିତ୍ୟିକ ଭାବେ ଝଲସିବାର ଓ ଏତେ ସବୁ ସମ୍ମାନ, ଉପାଧି, ଅର୍ଥ ଅର୍ଜିବାର ପରିସର ଯିଏ ଦେଇଛି, ତାହା କେବଳ ଓଡ଼ିଆ ଭାଷା । ସାହିତ୍ୟ ଆମ ସହଜାତ ନୁହେଁ, ଭାଷା ଆମ ସହଜାତ । ଭାଷାର ସ୍ଵାର୍ଥକୈନ୍ଦ୍ରିକ ଉପଯୋଗ ଦ୍ଵାରା ସାହିତ୍ୟ ସୃଷ୍ତିହୁଏ , କିନ୍ତୁ ଯେଉଁ ଭାଷା କାମର ଭାଷା ନହୁଏ ସେ ଭାଷା ମରିଯାଏ , ଯେମିତି ମରିଯାଇଛି ବିପୁଳ ସାହିତ୍ୟ ସତ୍ତ୍ୱେ ମରିଯାଇଛି ପାଳି, ମରିଯାଇଛି ସଂସ୍କୃତ ।

ଓଡ଼ିଆ ଭାଷା ହିଁ ଆମ ପରିଚୟ । ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ବଙ୍ଗଳା ଯଦି ଆମ ଭାଷା ହୋଇଥାନ୍ତା, ଆମେ ହୋଇଥାନ୍ତେ ବଙ୍ଗାଳୀ ; ତେଲୁଗୁ ଯଦି ଆମ ଭାଷା ହୋଇଥାନ୍ତା, ଆମେ ହୋଇଥାନ୍ତେ ତେଲେଙ୍ଗା । ଆମ ଭାଷାଜୀବୀ ସାହିତ୍ୟିକମାନେ ଏହା ବୁଝିବା ଉଚିତ । ସେଥିପାଇଁ, ସେମାନେ ଓଡ଼ିଆବିଦ୍ଵେଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଵର ତୋଳିବା ଉଚିତ । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଆମ ଭାଷା ଆଇନର ସଂଶୋଧନ ପାଇଁ ମୁଁ ଦେଇଥିବା ପ୍ରସ୍ତାବକୁ ଅକୁଣ୍ଠ ସମର୍ଥନ କରିବା ଉଚିତ ଓ କଳାପତାକା ଅଭିଯାନରେ ଝାସ ଦେବା ଉଚିତ । ଓଡ଼ିଆ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶର ରୂପାଯନ ପାଇଁ ମଧୁବାବୁ ଯେଉଁ ଆନ୍ଦୋଳନ କରିଥିଲେ ଆନ୍ଦୋଳନ କରିଥିଲେ ତାହା ଯେପରି ବିଷୟନିଷ୍ଠ, ଅଥଚ ଆଇନ ସମ୍ମତ ଥିଲା, ଠିକ ସେହି ଢାଞ୍ଚାରେ ମୁଁ ଏହି ଆନ୍ଦୋଳନ ଗଢିଛି । କୌଣସି ଆଇନ ଉଲ୍ଲଂଘନ ନକରି ଆଇନଅମାନ୍ୟକାରୀ ସରକାରକୁ ଆମ ଭାଷା ଆଇନର ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଓ ଓଡ଼ିଆ ଭାଷାକୁ ସର୍ବତୋଭାବେ ଓଡ଼ିଶାର କାର୍ଯ୍ୟଭାଷା କରିବା ପାଇଁ କିପରି ବାଧ୍ୟ କରାଯାଇପାରେ ଏହା ତାହାର ଉତ୍କୃଷ୍ଟତମ ପରୀକ୍ଷଣ । ଆମ ସାହିତ୍ୟିକମାନେ କେବଳ ଭାଷାଜୀବୀ ନୁହନ୍ତି , ସେମାନେ ଭାଷାପ୍ରେମୀ ମଧ୍ୟ, ଏହା ସରକାରଙ୍କୁ ଓ ସାରା ବିଶ୍ଵକୁ ଜଣାଇଦେବା ପାଇଁ ସେମାନେ ସମସ୍ତ କୁଣ୍ଠା ବିସର୍ଜନ କରି କଳାପତାକା ଅଭିଯାନକୁ ଆସନ୍ତୁ ।

ଓଡ଼ିଆ ଭାଷାକୁ ଓଡ଼ିଆ ଜାତିର କାର୍ଯ୍ୟଭାଷା କରିବା ପାଇଁ ଏକ ଭାଷା ଭିତ୍ତିକ ପ୍ରଦେଶ ଭାବେ ଓଡ଼ିଶାର ପରିକଳ୍ପନା କରି ତାହାର ରୂପାଯନ ପାଇଁ ମଧୁବାବୁ ଯେଉଁ ଉତ୍କଳ ସମ୍ମିଳନୀ ଗଢିଥିଲେ, ତହିଁରେ ଯୋଗଦେବାକୁ ସବୁ ଓଡ଼ିଆଙ୍କୁ ଆହ୍ଵାନ ଦେଇ ସେ କହିଥିଲେ –
“ଏହି ସମ୍ମିଳନୀ ଜାତିପ୍ରାଣସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ, ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ ।‘

ଅଭିଯାନ ଏହିପରି ଓଡ଼ିଆ ଜାତିର ଆତ୍ମାର ଅଭିଯାନ । ଏଥିରେ ଝାସ ଦେଇ ଆମ ସାହିତ୍ୟିକମାନେ ନିଜ ଭାଷାଜନନୀଙ୍କୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବାକୁ ଉଦ୍ୟମ କରନ୍ତୁ ।

ଏହି କଥା କହି, ଭାଷାପ୍ରେମୀ ଓଡ଼ିଆ ଜାତି ପକ୍ଷରୁ ମୁଁ ମଧୁବାବୁଙ୍କୁ ଆଭୂମ ପ୍ରଣାମ ଜଣାଉଛି ।

‘I’m fighting for Odia people & pride’ – Subhas Chandra Pattanayak to The Telegraph

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଭାଷା ଆନ୍ଦୋଳନ ୫୦୦ ଦିନ ଅତିକ୍ରମ କଲାପରେ ଭାରତର ଜାତୀୟ ଖବରକାଗଜ The Telegraph ଏକ ସାକ୍ଷାତ୍କାରରେ ମୋର ମତ ନେଇଥିଲେ , ଯେଉଁଥିରେ ବୈଷ୍ଣବ ଚରଣ ପରିଡା ଓ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଭୂମିକା ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ପ୍ରତିକୂଳ ଥିବା ମୁଁ ସ୍ପଷ୍ଟ କରିଥିଲି । 

ଏହି ସାକ୍ଷାତ୍କାର ୨.୯.୨୦୧୭ରେ ପ୍ରକାଶିତ ହେବା ପରେ ନବୀନବାବୁ ଜାଣିଯାଇଥିଲେ ଯେ, ତାଙ୍କ ସେହି ଭେଦିଆମାନେ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାରେ ସଫଳ ହେବେ ନାହିଁ । ତା ପରେ ଆମ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ସେ ଚକ୍ରାନ୍ତ ଚଳାଇଲେ । ତଦନୁଯାୟୀ ୨୬.୧୨.୨୦୧୭ ତାରିଖରେ କାର୍ଯ୍ୟନିୟମାବଳୀର ସଂପୂର୍ଣ୍ଣ ଉଲଂଘନ କରି ପୁରୀ ଠାରେ ମନ୍ତ୍ରୀମଣ୍ଡଳ ବୈଠକର ନାଟକ କରା ହୋଇଥିଲା ଓ ସଂପୂର୍ଣ୍ଣ ଅବୈଧ ଶୈଳୀରେ ୨୦ଟି ଭାଷା ବିଷୟକ ପ୍ରସ୍ତାବ ଗ୍ରହଣ କରି ଓଡ଼ିଆ ଜାତିକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା ହୋଇଥିଲା । 

ସେହି ଅପଚେଷ୍ଟା ଉପରୁ ମୁଁ ପର୍ଦ୍ଦା ଅପସାରଣ କଲା ପରେ ମୋର ଦୁଇ ହାତ ତୁଲ୍ୟ ସହକର୍ମୀଙ୍କୁ କିପରି ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭାଙ୍ଗିବା ଉଦ୍ୟମ କରିଥିଲେ ମୁଖ୍ୟମନ୍ତ୍ରୀ ତାହା ମୋ ପୁସ୍ତକ ‘ଦାନାର ତୋବଡ଼ା’ରେ ସପ୍ରମାଣ ଲିପିବଦ୍ଧ ହୋଇଛି । ଭାଷା ଆନ୍ଦୋଳନ ଚାଲିଛି ; ଓଡ଼ିଶାର ବିଭିନ୍ନ ସ୍ନାୟୁକେନ୍ଦ୍ରରେ ଚାଲିଛି କଳାପତାକା ଅଭିଯାନ । କିନ୍ତୁ ବେଳେବେଳେ ସାମାଜିକ ଗଣମାଧ୍ୟମରେ ମୋତେ କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି , ଯେଉଁ ପ୍ରଶ୍ନ ଏହି ସାକ୍ଷାତ୍କାର ସମୟରେ ମୋତେ ଶ୍ରଦ୍ଧେୟ ସାମ୍ବାଦିକ ଶ୍ରୀ ମହାନ୍ତି ପଚାରିଥିଲେ ଓ ଯାହାର ନୀତିନିଷ୍ଠ ଉତ୍ତର ମୁଁ ଦେଇଥିଲି । 

ସୁତରାଂ ଏହି ଆଲୋକବର୍ଷୀ ସାକ୍ଷାତ୍କାରଟି ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ଆକ୍ଷରିକ ରଖୁଛି  । 

‘I’m fighting for Odia people & pride’

Subhashish Mohanty | Published 02.09.17, 12:00 AM

The movement to enforce Odia language in official work has crossed 500 days. Every day you organise demonstrations near Raj Bhavan pressing for the fulfilment of your demands. How do you manage to organise such protests and mobilise people for the cause on a regular basis?

I am not fighting alone for the cause. It’s for the people as well as for the Odia pride. People come on their own to register their names for these protests in which they carry black flags and march from the Assembly to Madhu Babu Square near Raj Bhavan to lodge their protest against the government’s apathetic attitude to the cause of Odia. Every day at 5pm, you will find people marching on the streets even if the weather conditions are adverse. Sometimes, police block our route to let the convoy of the chief minister and other VIPs pass. But we don’t mind. It’s a tapasya for us.

What is Bhasha Andolan demanding right now?

You must understand the sanctity of the movement. As a part of a greater strategy, the British had split the state into various parts. They took away the southern areas and merged it with Andhra Pradesh, some parts with Bengal, many parts with Bihar and Madhya Pradesh. In all these places, we turned into a linguistic minority. Later, the British ran the administrative work using English and Hindi. But sensing that Odisha was facing a major threat, one Dinabandhu Patnaik of Ghumsur called a meeting of the people residing along the Rushikulya river. They were of the view that if no action was taken to run the administration in our mother tongue, Odia would be destroyed and it would ultimately die an untimely death. Later, Madhu babu (barrister Madhusudan Das) and others set up Utkal Sammilani, which spearheaded the movement for the creation of a separate Odisha province on linguistic basis and the state was born on April 1, 1936. After Independence, freedom fighter Laxminarayan Mishra of Sambalpur, who had been to jail several times, moved a resolution in the Assembly on April 1, 1948, to declare Odia as the official language of the state. But he withdrew it because of pressure from several Odia stalwarts. In 1954, the state government, led by the first chief minister Nabakrushna Choudhury, got the bill passed (Odisha Official Language Act 1954) in the Assembly. There was a grace period of three years to implement the act. But, successive governments headed by Harekrushna Mahatab and Biju Patnaik did not implement it. I am currently exposing how Biju babu sabotaged the bid to implement the Odia language in official work through an amendment to the act in 1963.

But what is your demand?

The Odisha government, in response to our demand, has amended the act through an ordinance on May 21, 2016, so that rules can be framed for doing official work in Odia. But it has turned out to be a gimmick. We want a penalty provisions to punish those not following the law. If any government official failed to implement it, he should be heavily penalised. We have suggested a fine of Rs 10,000 for the first mistake, which may be compounded in the case of repeat offence. What is most interesting is that government accepted our demand and issued a notification. However, this notification has several loopholes that would make enforcement of penal provisions almost impossible.

You need a mindset to implement the Odia language. But do you think penal provisions will be a solution to the problem?

Most of the lower and middle-level government employees are Odias. Only a few IAS, IPS, IFS and IRS officers are non-Odias. They learn Odia before entering the regular service. It’s the officials who deal with the common people. The common people can better express their grievances in their mother tongue. We have to force officials to accept Odia but this can be achieved only through punishment. Once strict penal provision is implemented, the situation will change overnight. But in the case of people who don’t know Odia, officials can communicate with them in English. The officials must know that they are getting their salary from the tax payers’ money. We have suggested that a quasi-judicial body be set up to monitor all these things.

Former Rajya Sabha member Baishnab Parida has also launched a movement for Odia. Why don’t you two join hands?

Parida has never been in this agitation. In fact, the government used him to divert the attention of the public. One advocate Gajanan Mishra, who demanded that court work should be done in Odia language, had got two favourable orders from the high court, which said that the lower court work could be done in the Odia language. Once this was implemented, no one could stop the official work in Odia language. At this point, the Naveen Patnaik government roped in Baishnab Parida, who was earlier a communist, to divert the attention of the public on this issue. He was given a Rajya Sabha ticket. He was denied a ticket this time and he has started raising the issue that we have already raised.

But why can you not join hands with eminent linguist Debi Prasanna Pattanayak, who had worked hard for Odia language to get it the classical status?

Even though the chief minister framed wrong rules for the implementation of Odia, Pattanayak glorified the same by claiming that 84 per cent of Odias were happy with Naveen’s action. This is wrong. I can tolerate everything but not someone usurping our culture and history. He was included as a member of the committee set up by the Bhasa Pratisthana, to prepare a draft to be submitted before the Centre for giving Odia a classical status. But we were shocked to find that that the same draft was submitted by former Parliamentarian Ramachandra Khuntia before the Centre. We want to know which of the two drafts is original. Was it a case of same documents being used for making both the drafts? This is unethical.

What should be our medium of education?

It should be Odia. The students can learn and express themselves best in their mother tongue.

We are demanding implementation of Odia in official works, but we are sending our children to English medium schools. Even those in the frontline of the agitation have their children either studying in English medium schools or having passed out of them. Isn’t this hypocrisy?

We are not saying the English language should be completely banished from the state. Those who want to go abroad, they can learn English. About sending kids to English medium schools, I can say that as the government has failed to improve the standard of education in the government-run Odia medium schools, the parents have been forced to send their children to English medium schools. If the state government improves the conditions of the schools and teaching standards, there will be no problem in sending kids to Odia medium schools.

But our boys and girls cannot compete at the global level without being educated in English…

This is a wrong conception. Those who remain in the state government have to learn Odia. Those who settle abroad should learn English.

What would you have been had you not been in journalism?

I would have worked for the spread of Communism.