Subhas Chandra Pattanayak

Subhas Chandra Pattanayak

ଓଡ଼ିଆରେ ଓଡ଼ିଶାବାସୀଙ୍କୁ ସେବା ନଦେବା / ନ ଦେଉଥିବା ବ୍ୟକ୍ତିକୁ ଦଣ୍ଡବିଧାନ ପାଇଁ ଆଇନଗତ ବ୍ୟବସ୍ଥା ଦାବିକରି ଚାଲିଥିବା କଳାପତାକା ଅଭିଯାନ ୪୦୦ ଦିନ ଅତିକ୍ରମ କରି ନାହିଁନଥିବା ଜନଜାଗୃତି ଉପୁଜାଇବା ପରେ ସମାଧାନର ବାଟ ଖୋଜିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆନ୍ଦୋଳନକୁ ନିମନ୍ତ୍ରଣ କରିଥିଲେ । ତଦନୁଯାୟୀ ଗତକାଲି ସନ୍ଧ୍ୟାରେ ଆନ୍ଦୋଳନର ନେତୃତ୍ବ – ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ , ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଆବାହକ ପବିତ୍ର ମହାରଥା – ତାଙ୍କ ସହ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଆଲୋଚନା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମନ୍ତ୍ରୀସ୍ତରୀୟ କମିଟିରେ ଓଡିଶା ସରକାରୀ ଭାଷା ଅଧିନିୟମର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଅଧିନିୟମଟିର ସଂଶୋଧନ ପାଇଁ ସେ ଯେଉଁ ଚିଠା ପ୍ରଦାନ କରିଥିଲେ ଓ ଯେଉଁ ଚିଠା ନିୟମାବଳୀ ଦେଇଥିଲେ ତାହାକୁ ଗ୍ରହଣ କରିନେଇଥିଲେ କମିଟିଟିର ଉଦ୍ଦେଶ୍ୟ ସାଧିତ ହୋଇଥାନ୍ତା ଓ ଆନ୍ଦୋଳନର ଆବଶ୍ୟକତା ପଡ଼ିନଥାନ୍ତା । ଆନ୍ଦୋଳନର ୪୦ ଦିନଠି ଉପରୋକ୍ତ ସଂଶୋଧନ ପ୍ରସ୍ତାବର ଯଥାର୍ଥତା ସ୍ବୀକାର କରି ତାଙ୍କ ପ୍ରଦତ୍ତ ଚିଠା ଅନୁକରଣରେ ସରକାର ୨୧. ୫. ୨୦୧୬ରେ ଯେଉଁ ଆଇନ ସଂଶୋଧନ ଅଧ୍ୟାଦେଶ ଜାରିକଲେ ତାହାର ଭାଷା ଯଦି ତାଙ୍କ ପ୍ରଦତ୍ତ ଚିଠା ଅନୁରୂପ ହୋଇଥାନ୍ତା ବା ଆନ୍ଦୋଳନ ନେତୃତ୍ବ ସହ ଆଲୋଚନା ଦ୍ଵାରା ସ୍ଥିରୀକୃତ ହୋଇଥାନ୍ତା ତେବେ ତାହା କାର୍ଯ୍ୟକ୍ଷମ ହୋଇପାରିଥାନ୍ତା । ଅପରପକ୍ଷେ ସେ ଦେଇଥିବା ଚିଠା ନିୟମାବଳୀକୁ ସମ୍ପୂର୍ଣ୍ଣତଃ ଗ୍ରହଣ କରି ଯଦି ସେ ବର୍ଷ ଅଗଷ୍ଟରେ ପ୍ରବର୍ତ୍ତିତ ଓଡିଶା ସରକାରୀ ଭାଷା ନିୟମାବଳୀ ପ୍ରଣୀତ ହୋଇଥାନ୍ତା ତେବେ ତାହା ଅକାମି ହୋଇନଥାନ୍ତା ଓ ବର୍ତ୍ତମାନସୁଦ୍ଧା ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ ପୂର୍ଣ୍ଣତଃ କାର୍ଯ୍ୟକ୍ଷମ ହୋଇସାରିଥାନ୍ତା ।
ସୁତରାଂ ନିୟମାବଳୀ -୨୦୧୬ ପରି ପ୍ରହସନକୁ ସମ୍ପୂର୍ଣ ସଂଶୋଧନ କରି ସେ ଦେଇଥିବା ଚିଠା ନିୟମାବଳୀ – ଯାହାକୁ ସାଧାରଣ ପ୍ରଶାସନ ବିଭାଗର ଅଧସ୍ତନ ସ୍ତର ସରକାରୀ ଚିଠା ନିୟମାବଳୀ ଭାବେ ଗ୍ରହଣ କରିବାକୁ ଆଇନ ବିଭାଗକୁ ସୁପାରିଶ କରିବା ପାଇଁ ସେହି ବିଭାଗର ଉଚ୍ଚ ସ୍ତରକୁ ପଠାଇଥିଲା – ତାହାକୁ ଅବିଳମ୍ବେ ଗ୍ରହଣ କରାଯାଇ ତଦନୁଯାୟୀ ନିୟମାବଳୀ ସଂଶୋଧନ କରାଯାଉ ଓ ବିଭ୍ରାନ୍ତିଜନକ ଭାଷାରେ ପ୍ରସ୍ତୁତ କରାଯାଇ ସଂଶୋଧିତ ଭାଷା ଆଇନରେ ଯୋଗ କରାହୋଇଥିବା ଧାରା-୪କୁ ପୁନଶ୍ଚ ସଂଶୋଧନ କରିବାକୁ ଭାଷା ଆନ୍ଦୋଳନ ପକ୍ଷରୁ ଏକ ନୂତନ ଚିଠା ମୁଖ୍ୟମନ୍ତ୍ରୀଙ୍କୁ ଦିଆ ହେଲା । ମୁଖ୍ୟମନ୍ତ୍ରୀ ତାହାକୁ ଆଇନ ବିଭାଗକୁ ତୁରନ୍ତ ପଠାଇବାକୁ ସେଠାରେ ଉପସ୍ଥିତ ତାଙ୍କ ଦାପ୍ତରିକ ପଦାଧିକାରୀଙ୍କୁ ପ୍ରଦାନ କଲେ ।
ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ ଏବେ ରହସ୍ୟଜନକ ଭାବେ ସତ୍ତା ହରାଇଥିବା ଭାଷା ସଂକ୍ରାନ୍ତୀୟ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର , କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ରାଜ୍ୟସଭା ସଦସ୍ୟ ତଥା ଶାସକଦଳର ମୁଖ୍ୟ ମୁଖପତ୍ର ପ୍ରତାପ କେଶରୀ ଦେବ ।
Subhas Chandra Pattanayak

Veteran editor and author Asit Mohanty has discussed here how the Government of Orissa has been sabotaging the splendid mother tongue of the people of the State.
