Posts tagged Official Language

Choose another tag?

“ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆମ ଦଳ ପ୍ରତିଶୃତି ପ୍ରଦାନ କରୁଛି । ”

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଆନ୍ଦୋଳନର ସଭାପତିମଣ୍ଡଳୀ ସର୍ବଶ୍ରୀ ଗଜାନନ ମିଶ୍ର,ସୁଭାଷ ଚନ୍ଦ୍ର ପ୍ରଧାନ, କମଳଲୋଚନ ନାୟକ,ଅର୍ଜୁନ ଚରଣ ସାମନ୍ତରାୟ,ଡ଼.ଅଶୋକ ମିଶରର, ଗିରିଜକାନ୍ତ ମିଶ୍ର ଓ ଧ୍ରୁବଚରଣ ମହାନ୍ତି ସମସ୍ତ ରାଜନୈତିକ ଦଳକୁ ପତ୍ର ଲେଖି ସେମାନଙ୍କ ନିଜ ନିଜ ନିର୍ବାଚନ ଇସ୍ତାହାରରେ ଉପରୋକ୍ତ ପ୍ରତିଶୃତି ଦେବାପାଇଁ ଅନୁରୋଧ କରିଛନ୍ତି ।

ପ୍ରଦତ୍ତ ପତ୍ରର ନକଲ ନିମ୍ନରେ ପ୍ରଦାନ କରାଗଲା :

ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନା ପାଇଁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଏକ ଶାସନାଧୀନ କରିବା ସକାଶେ ସନ ୭୦ ସେପ୍ଟେମ୍ବର ୧୧ ତାରିଖରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଘୁମୁସରରେ ଯେଉଁ ସ୍ୱର ଉଠିଥିଲା, ତାହା ସମ୍ବଲପୁରର ଭାଷାଜାତୀୟତାରେ ଶାଣିତ ହୋଇ କୁଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ଐତିହାସିକ ଆନ୍ଦୋଳନ ଶୀର୍ଷରେ ୧୯୩୬ ଏପ୍ରିଲ ପହିଲାରେ ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସୃଷ୍ଟି କଲା । ଅତଏବ ଓଡ଼ିଆ ଭାଷାରେ ଶାସନ ହିଁ ଥିଲା ଓଡ଼ିଶା ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ।

ଦେଶ ସ୍ୱାଧୀନ ହେବା ପରେ ପାଳିତ ହୋଇଥିବା ପ୍ରଥମ ଉତ୍କଳ ଦିବସ ଦିନ ଅର୍ଥାତ୍ ୧୯୮ ଏପ୍ରିଲ ପହିଲା ଦିନ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ପୂର୍ବ-ବରଗଡ଼ର ପ୍ରତିନିଧି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓଡ଼ିଆ ଭାଷାକୁ ରାଜ୍ୟର ସରକାରୀ ଭାଷା କରିବା ପାଇଁ ସରକାରଙ୍କୁ ବିଧାନସଭା ପକ୍ଷରୁ ନିର୍ଦ୍ଦେଶ ଦିଆଯାଉ ବୋଲି ଏକ ପ୍ରସ୍ତାବ ଆଗତ କରିଥିଲେ।  କିନ୍ତୁ ତଦାନୀନ୍ତନ ସରକାରଙ୍କ ଅସହଯୋଗ ହେତୁ ତାହା ପାରିତ ହୋଇନଥିଲା ।

ଏହି ପ୍ରମାଦର  ଅପସାରଣ ପାଇଁ, ସମ୍ବିଧାନ ପ୍ରଣୟନ ପରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫ରେ ଓଡିଶା ସରକାରୀ ଭାଷା ଆଇନ ପ୍ରଣୟନ କଲେ ଓ ତାହା ତତ୍କାଳ ଲାଗୁ ହେଲା । ସମଗ୍ର ଓଡ଼ିଶା ତହିଁର ପରିସରଭୁକ୍ତ ଥିବାବେଳେ ଓଡ଼ିଶାର ସମସ୍ତ ଓ ଯେକୌଣସି ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ହେବାକୁ ତହିଁରେ ଉଲ୍ଲେଖ ଅଛି,  କିନ୍ତୁ ତହିଁର ଉଲ୍ଲଙ୍ଘନ ଦଣ୍ଡନୀୟ ହୋଇନଥିବା ହେତୁ, କେହି ତାହାକୁ ମାନୁନାହାନ୍ତି । ଏହି ତ୍ରୁଟି ସଂଶୋଧନ ସକାଶେ ଭାଷା ଆଇନରେ ବ୍ୟବସ୍ଥା କରାଯିବା ପାଇଁ ଆମର କଳାପତାକା ଅଭିଯାନ ଚାଲିଥିବା ବେଳେ ରାଜ୍ୟମନ୍ତ୍ରୀମଣ୍ଡଳ  ୨୬.୧୨.୨୦୧୭ ତାରିଖରେ ଭାଷା ସମ୍ପର୍କୀୟ ୨୦ ଟି  ପ୍ରସ୍ତାବ ଗ୍ରହଣ କରିଥିଲେ ତହିଁର ୩ ନମ୍ବର ପ୍ରସ୍ତାବଟି ନିମ୍ନପରି:

“ସରକାରୀ ଭାଷା ଆଇନ ୧୯୫୪ ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ  ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋସ୍ଛାହିତ କରାଯିବ । ଏଥିପାଇଁ ବିଭାଗଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରସାଶନିକ ବ୍ୟବସ୍ଥା ତା୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ । ”

ଏହି ପ୍ରସ୍ତାବଟି ମୂଳ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ପାଇଁ ଉଦ୍ଦିଷ୍ଟ ଥିଲା । କାରଣ, ମୂଳ ଆଇନଟି ସାରା ଓଡ଼ିଶାରେ ପ୍ରଯୁକ୍ତ ହେବ  ଏବଂ ଓଡ଼ିଶାର ସମସ୍ତ ଓ ଯେକୌଣସି ସରକାରୀ କାର୍ଯ୍ୟ ପାଇଁ ଓଡ଼ିଆହିଁ ଭାଷା ହେବ ବୋଲି ବ୍ୟବସ୍ଥା ଥିଲାବେଳେ, ଉପୋରକ୍ତ ପ୍ରସ୍ତାବଟିରେ “ବହୁଳ ବ୍ୟବହାର” କଥା କହି ଆଇନଟିର ସାମଗ୍ରିକ ବ୍ୟବହାରକୁ ସଂକୁଚିତ କରାହୋଇଥିଲା ଓ କେଉଁ “କ୍ଷେତ୍ରରେ” ଓଡ଼ିଆ ଭାଷାରେ କାମହେବ ଏବଂ ତାର “ନିର୍ଦ୍ଦିଷ୍ଟ ମାନଦଣ୍ଡ” କଣ ହେବ ତାହା ସରକାରୀ ବିଭାଗ ଗୁଡିକ “ନିର୍ଦ୍ଧାରଣ କରିବେ” ବୋଲି କହି “ସମସ୍ତ ଓ ଯେକୌଣସି ସରକାରୀ କାମ ପାଇଁ ଭାଷା ହେବ ଓଡ଼ିଆ” ବୋଲି ମୂଳ ଆଇନରେ ଯେଉଁ ବ୍ୟବସ୍ଥା ଥିଲା ତାହାକୁ ଏହି ପ୍ରସ୍ତାବ ଉଡାଇ ଦେବାପାଇଁ ଚାହିଁଥିଲା । ତା ଭିନ୍ନ ମୂଳ ଭାଷା ଆଇନଟି ୧୯୫୪ରେ ତତ୍କାଳ ଲାଗୁହୋଇଥିଲେ ମଧ୍ୟ “ପ୍ରସାଶନିକ ବ୍ୟବସ୍ଥା ତା୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ” ବୋଲି କହି ଏହା ଆଇନଗତ ବିଭ୍ରାନ୍ତି ସୃଷ୍ଟି କରିବା ସମ୍ଭାବନରେ ଥିଲା ଜର୍ଜରିତ

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏହାର ବିଶ୍ଲେଷଣ କରି ସର୍ବସାଧାରଣରେ ରଖିବା ପରେ ଓ ଏହା ଅବଗତ ହୋଇ ଆମ୍ଭେମାନେ କଳାପତାକା ଅଭିଯାନକୁ ଜୋରଦାର କରିବାପରେ ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟହୋଇ .୦୩.୨୦୧୮ ଏହି ପ୍ରସଙ୍ଗ ଉପରେ ଆଉଥରେ ବସି ଉପରୋକ୍ତ ପ୍ରସ୍ତାବଟିକୁ ଅଳିଆଗଦାକୁ ଫିଙ୍ଗି ଦେଇଥିଲେ ଓ ଏକ ନୂତନ ପ୍ରସ୍ତାବ ଦ୍ୱାରା ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରସ୍ତାବ କରିଥିଲେ

କିନ୍ତୁ, ଦୁଃଖ ଓ ବିସ୍ମୟର କଥା ୦୧.୦୫.୨୦୧୮ ତାରିଖରେ ଯେତେବେଳେ ପ୍ରଟୀକ୍ଷିତ ସଂଶୋଧନ ଆସିଲା ଏବଂ “୪-କ” ନାମକ ଏକ ନୂତନ ଧାରା ଭାଷା ଆଇନରେ ସଂଯୋଜିତ ହେଲା, ସେତେବେଳେ ତହିଁର “ଉଦ୍ଦେଶ୍ୟ ଓ କାରଣ କଥନ”ରେ ୧.୦୩.୨୦୧୮ ର ପ୍ରସ୍ତାବ ପରିବର୍ତେ ୨୬.୧୨.୨୦୧୭ ର ପ୍ରସ୍ତାବକୁ ସେହି ସଂଶୋଧନର ଆଧାରଶିଳା ଭାବେ ଚିହ୍ନିତ କରାଗଲା ଏବଂ କେଵଳ  ସେତିକି ନୁହେଁ , ଉକ୍ତ ପ୍ରସ୍ତାବର ବିକୃତିକରଣ କରାଯାଇ ଭାଷା ଆଇନ ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହାହେଲା, ଯାହାର ଅର୍ଥ , କର୍ମଚାରୀଙ୍କ ଭୁଲ ପାଇଁ ତାଙ୍କୁ ବା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯିବଆମ୍ଭେ ଏହାର ପ୍ରତିବାଦ କରିବାରୁ ୨୦୧୮ ର ସେପ୍ଟେମ୍ବର ୧୯ ରେ “ଧାରା ୪-କ” ର ସଂଶୋଧନ କରାଯାଇ ତହିଁର ଅଵୈଧତାକୁ ଵୈଧ କରାଯାଇଛି । ଅତଏବ ଓଡ଼ିଶା  ସରକାରୀ ଭାଷା ଆଇନର  ମୂଳ ଉଦ୍ଦେଶ୍ୟକୁ ଓଡ଼ିଶା  ସରକାର ବିଧାନସଭାକୁ ବ୍ୟବହାର କରି ମାରିଦେଇଛନ୍ତି ।

ଏହାର ପ୍ରତିକାର ପାଇଁ ଓଡ଼ିଆଜାତିକୁ ସାହାଯ୍ୟ କରିବା ସକାଶେ ଆପଣଙ୍କ ଦଳର ନିର୍ବାଚନ ଇସ୍ତାହାରରେ ନିମ୍ନ ପ୍ରତିଶୃତି ପ୍ରଦାନ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଅଛୁ:

“ଓଡ଼ିଶା  ସରକାରୀ ଭାଷା ଆଇନ, ୧୯୫୪କୁ  ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆମ ଦଳ ପ୍ରତିଶୃତି ପ୍ରଦାନ କରୁଛି । ”

ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପୂରଣ ପାଇଁ ଆମ ଏହି ଅନୁରୋଧ ରକ୍ଷା କରିବାକୁ ଅନୁରୋଧ

ବିଶେଷ ପ୍ରତିନିଧି

ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଦାସଙ୍କ ଆହ୍ବାନ କ୍ରମେ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଗୁରୁବାର ପୂର୍ବାହ୍ନରେ ଆନ୍ଦୋଳନର କଳାପତାକା ଅଭିଯାନ ଆରମ୍ଭ ହୋଇ ସମଗ୍ର ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଅକାମି କରିଛି । ସୁତରାଂ ତାକୁ ବିଲୁପ୍ତ କରାଯାଇ ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଗତ ୯.୧୧.୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚରମପତ୍ର ଦେଇଥିଲେ, ତାହା ସପକ୍ଷରେ ଜିଲ୍ଲା ଶାଖା ପକ୍ଷରୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାର ବିଶିଷ୍ଟ ଜନନେତା, ପ୍ରକୃତିପ୍ରେମୀ ଓ ଭାଷାପ୍ରେମୀମାନେ ।

କେନ୍ଦ୍ରୀୟ ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ ଓ ଗିରିଜାକାନ୍ତ ମିଶ୍ର ତଥା ଭାଷାପ୍ରାଣ ବ୍ରହ୍ମାନନ୍ଦ ବେହେରା ଏବଂ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ସ୍ମାରକପତ୍ର ଗ୍ରହଣ କରିଛନ୍ତି ।

କଳାପତାକା ଅଭିଯାନରେ ଯୋଗଦେଇ ଭାଷା ବନ୍ଦନାରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ମାରକପତ୍ର ପ୍ରଦାନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜନନେତା ରବୀନ୍ଦ୍ର କୁମାର ବେହେରା, ବିଶିଷ୍ଟ ପରିବେଶବିତ୍ ଉଦୟନାଥ ଚୌଧୁରୀ, କାଜଲ୍ ଚୌଧୁରୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ବସନ୍ତ କୁମାର ମଲ୍ଲିକ, ନିରଞ୍ଜନ ପରିଡ଼ା,ସଞ୍ଜୟ କୁମାର ମହାପାତ୍ର, ପ୍ରଭାତ ଦାସ,ସଞ୍ଜୟ କୁମାର ସାହୁ, ସଞ୍ଜୟ ରାଉତ ଓ ମୀର୍ ମୁର୍ସିଦ ପ୍ରମୁଖ । ଚିତ୍ରୋତ୍ତଳନ ଦାୟିତ୍ବ ନିର୍ବାହ କରିଛନ୍ତି ଆଶିଷ କୁମାର ବେହେରା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁଷ୍ଠିତ ଏହି ଅଭୂତପୂର୍ବ ପ୍ରଦର୍ଶନର କେତେକ ଫଟୋଚିତ୍ର ପ୍ରଦାନ କରିଛନ୍ତି ଆଶିଷ କୁମାର ବେହେରା ।

ସ୍ମାରକପତ୍ର ଦିଆସରିବା ପରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସମବେତ ଭାଷାପ୍ରେମୀମାନଙ୍କୁ ଆନ୍ଦୋଳନର ଗୁରୁତ୍ବ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ବିଶେଷ ପ୍ରତିନିଧି

ନଭେମ୍ବର ମାସ ସରିବାର ପୂର୍ବ ଦିନଟି ଜଗତସିଂହପୁର ପାଇଁ ଅବିସ୍ମରଣୀୟ ହୋଇ ରହିବ ।

ଭାଷା ଆନ୍ଦୋଳନର ଜଗତସିଂହପୁର ଶାଖା ସେଦିନ ଜିଲ୍ଲାପାଳଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛି କି, ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଖର୍ବ କରିଥିବାରୁ ତାକୁ ବିଲୁପ୍ତ କରାଯାଇ ଏବଂ ମୂଳ ଆଇନଟିକୁ ଅକ୍ଷୁର୍ଣ୍ଣ ରଖି, ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯିବା ପାଇଁ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ଗତ ୯.୧୧.୨୦୧୮ ତାରିଖରେ ତାଙ୍କୁ ଯେଉଁ ଚରମପତ୍ର ଦିଆଯାଇଛି ତଦନୁଯାୟୀ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ହେଉ ।

ଓଡ଼ିଆ ଭାଷାର ପ୍ରଥମ ମହାକବି ସାରଳା ଦାସ ଓ ଓଡ଼ିଆ ଜାତିକୁ ନିଜ ଭାଷାରେ ସରକାରୀ ସେବା ପାଇବା ଅଧିକାର ଦେଇ ଯେଉଁ ଆଇନ ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲା ତାର ପ୍ରଦାତା , ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ଚୌଧୁରୀ – ଉଭୟଙ୍କ ଏନ୍ତୁଡ଼ିଶାଳ ନିଜ ବକ୍ଷରେ ବହନ କରୁଥିବା ଜିଲ୍ଲା ହେଉଛି ଜଗତସିଂହପୁର । ସୁତରାଂ ଭାଷା-ଗାରିମାର ଏହି ସମୁଜ୍ଜ୍ଵଳ ଜିଲ୍ଲାରେ ଭାଷା ଜନନୀଙ୍କ ବିଜୟଵନା ଭାବେ ସମାଦୃତ କଳାପତାକାର ଲହର ଲାଭ କରିଥିଲା ଅଭୂତପୂର୍ବ ଜନାଦୃତି ।

ଭାଷା ଆନ୍ଦୋଳନର ଜିଲ୍ଲା ସଂଯୋଜକ କୃଷ୍ଣାନନ୍ଦ ସାହୁଙ୍କ ଆହ୍ବାନକ୍ରମେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଦେବୀ ପ୍ରସାଦ ଚୌଧୁରୀ ,ପ୍ରାଣକୃଷ୍ଣ ସେଠି ,ମାଧବେନ୍ଦ୍ର ଗୋଛାୟତ,ରମାକାନ୍ତ ଦାଶ, ପ୍ରଶାନ୍ତ କୁମାର ମଲ୍ଲିକ, ସୁନୀଲ କୁମାର ମାଟିଆ, କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜ କୁମାର ସାହୁ, ସଚିନ କୁମାର ବେଉରା,ସରୋଜ କୁମାର ଲେଙ୍କା, ବଂଶୀଧର ବେହେରା,ଅରୁଣ ମହାନ୍ତି, ସୁଦର୍ଶନ ବେହେରା,ପ୍ରଶାନ୍ତ କୁମାର ମହାପାତ୍ର, ବାନାମ୍ବର ମାଟିଆ, ସୌମ୍ୟ ସଂଜୀବ ଦାସ ପ୍ରମୁଖଙ୍କ ନେତୃତ୍ବରେ ନଭେମ୍ବର ୨୯, ଦିବା ୧୧ଟାରେ ଭାଷା ଆନ୍ଦୋଳନର କଳାପତାକା ସହ ଅଭିଯାତ୍ରୀମାନେ ନିମାଇଁ ଭବନଠାରୁ ଏକ ନିରବ ଶାନ୍ତିପୂର୍ଣ ପଟୁଆରରେ ଆସି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ ।

ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ, କେନ୍ଦ୍ରୀୟ ସଭାପତିମଣ୍ଡଳୀ ସଭ୍ୟ କମଳଲୋଚନ ନାୟକ, କେନ୍ଦ୍ରୀୟ ଅଭିଯାତ୍ରୀ ଶିଶିର କୁମାର ସାହୁ ଓ ଜିତେନ୍ କୁମାର ରାଉତ ଉପସ୍ଥିତ ଥିଲେ । ଆଶିଷ କୁମାର ବେହେରା ଉତ୍ତୋଳନ କରିଥିବା ଏହି ଐତିହାସିକ ଘଟଣାର କେତେକ ଫଟୋ ଚିତ୍ର ଏଥିର ସନ୍ନିହିତ ହେଲା ।

ଏଇଠି ସରୁ ନାହିଁ । ସରକାର ଯଦି ନିଜ ଭୁଲ ସଂଶୋଧନ ନ କରନ୍ତି ତେବେ ଗାଁ ଗାଁ ବ୍ୟାପି ଏ ଆନ୍ଦୋଳନ ଚାଲିବ ବୋଲି ସ୍ମାରକପତ୍ର ଦେଇ ସାରିବା ପରେ ଘୋଷଣା କରିଥିଲେ ଜନପ୍ରିୟ ଜନନେତା ବିପ୍ଳବ ଚୌଧୁରୀ ।

ଓଡ଼ିଆରେ ଓଡ଼ିଶାର ସରକାରୀ କାମ ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ସକାଶେ ଆଇନ ପ୍ରଣୟନ ହେବା ଦାବିରେ ଭାଷା ଆନ୍ଦୋଳନ, ଓଡିଶା ଗତ ୧୩. ୪. ୨୦୧୬ ତାରିଖରୁ ଭୁବନେଶ୍ୱରରେ ଶାନ୍ତିପୂର୍ଣ କଳାପତାକା ପଦଯାତ୍ରା ଚଳାଇଛି ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଏକା ଶୃଙ୍ଖଳାରେ ମଧ୍ୟ ଏହିପରି ସାମୟିକ ପଦଯାତ୍ରା ହେଉଛି । ଏହିକ୍ରମରେ ଆଜି ଦିବା ୧୧ଟାରେ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାର ପ୍ରତୀକ ଭାବେ ୧୬ଟି କଳାପତାକା ଓ ଦାବିଫଳକ ସହ ଭାଷାପ୍ରେମୀମାନଙ୍କର ଶାନ୍ତିପୂର୍ଣ୍ଣ ନିରବ ପଦଯାତ୍ରା ବାହାରି ପୁରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ଏହା ଗ୍ରହଣ କରିଛନ୍ତି । ଭାଷା ଆନ୍ଦୋଳନର ଛତ୍ରପୁର ମୁଖ୍ୟ ସୌମ୍ୟ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକ ଜରିଆରେ ଏହାର ସିଧା ପ୍ରସାରଣ କରିଥିବା ବେଳେ ଆମ ଫଟୋଗ୍ରାଫର ଆଶିଷ ଆଶିଷ କୁମାର ଉଠାଇଥିବା ଫଟୋଚିତ୍ରରୁ କେତେକ ନିମ୍ନରେ ଦିଆଗଲା :

ସି.ପି.ଆଇ (ମାର୍କ୍ସବାଦୀ)ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓଡିଶା ସରକାରୀ ଭାଷା ଆଇନ (ତୃତୀୟ ସଂଶୋଧନ) ବିଧେୟକ,୨୦୧୮ ଆଗତ କରିବାକୁ ଚିଠା ସହ ନୋଟିସ ଦେବାପରେ ଅତି ପ୍ରଚଣ୍ଡ ବେଗରେ ବିଧାନସଭା ବନ୍ଦ କରାଯାଇ ଯେପରି ଭାଷା ଆଇନର ନିର୍ଭୁଲ ସଂଶୋଧନ ପଥ ଅବରୁଦ୍ଧ କରାଯାଇଛି, ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାର ତୀବ୍ର ନିନ୍ଦାକରି, ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଶ୍ରୀ ମୁଣ୍ଡାଙ୍କ ବିଧେୟକ ଗ୍ରହଣ କରି ଭାଷା ଆଇନରୁ ଧାରା ୪-କର ବିଲୋପନ କରିବାକୁ ଓ ମୂଳ ଆଇନକୁ ଅକ୍ଷୁର୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡ ବିଧାନ ବ୍ୟବସ୍ତା କରିବାକୁ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ।

ଭାଷା ଆନ୍ଦୋଳନର ପୁରୀ ଜିଲ୍ଲା ଶାଖା ଅନୁକୁଲ୍ୟରେ ଆଜି ଅନୁଷ୍ଠିତ ଅଭୂତପୂର୍ବ କଳାପତାକା ଅଭିଯାନରେ ଅଂଶଗ୍ରହଣ କରି ଶ୍ରୀ ପଟ୍ଟନାୟକ ଏହି ଆହ୍ବାନ ଦେଇଛନ୍ତି ।

ଆନ୍ଦୋଳନର ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ ସୁଭାଷ ଚନ୍ଦ୍ର ପ୍ରଧାନ, କମଳଲୋଚନା ନାୟକ ଓ ଗିରିଜକାନ୍ତ ମିଶ୍ର ତଥା ଜିଲ୍ଲା ଶାଖାର ନେତୃତ୍ବ ସର୍ବଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ,ଗୋବିନ୍ଦ ଚନ୍ଦ୍ର ମହାନ୍ତି,ନୀଳକଣ୍ଠ ବେହେରା, ବିବୁଧେନ୍ଦ୍ର ବିଦ୍ୟାଧର,ନରେନ୍ଦ୍ର ସାହୁ,ଶୁଭାଶିଷ ପଟ୍ଟନାୟକ,ସଞ୍ଜୟ କୁମାର ସାହୁ,ଜିତେନ୍ କୁମାର ରାଉତ,ଆଶିଷ କୁମାର ବେହେରା,ଶିଶିର କୁମାର ସାହୁ,ଆଶିଷ କୁମାର ସାହୁ,ରବିନାରାୟଣ ମିଶ୍ର,ପ୍ରବୀର ଦେଓ,କୁନିମଣି ଦେଓ,ଅଚ୍ୟୁତାନନ୍ଦ ପଟେଲ ପ୍ରମୁଖ କଳାପତାକା ଅଭିଯାନର ନେତୃତ୍ବ ନେଇ ଓଡ଼ିଆ ଭାଷା ବିରୁଦ୍ଧରେ ସରକାରୀ ଷଡଯନ୍ତ୍ର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଦେଇଛନ୍ତି । ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଏହି ସ୍ମାରକପତ୍ର ଗ୍ରହଣ କରିଥିଲେ ।