ଭାଷା ଆନ୍ଦୋଳନ ହିଁ ଓଡ଼ିଆ ଅସ୍ମିତା ଆନ୍ଦୋଳନ :ପ୍ରଫେସର ହରିହର କାନୁନଗୋ

ଭାଷା ଅସ୍ମିତାର କଥା କହିବାକୁଯାଇ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଜଗନ୍ନାଥତତ୍ତ୍ଵର ପ୍ରସିଦ୍ଧ ଗବେଷକ ପ୍ରଫେସର ହରିହର କାନୁନଗୋ ଭାଷା ଆନ୍ଦୋଳନରେ ଝାସ ଦେଇ ସବୁ ଓଡ଼ିଆ ନିଜ ଭାଷା ମା ସହ ତାର ଭୟଙ୍କର ବିପତ୍ତି କାଳରେ ଠିଆ ହେବାକୁ ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି ଭାଷା ଆନ୍ଦୋଳନ ହିଁ ଓଡ଼ିଆ ଅସ୍ମିତାର ଆନ୍ଦୋଳନ, ଯାହା ମଧୁବାବୁଙ୍କ ଓଡ଼ିଶା ପ୍ରଦେଶ ସୃଷ୍ଟି ଆଂଦୋଳନ ପରେ ଓଡ଼ିଆ ଅସ୍ମିତା ପାଇଁ ସର୍ବଶ୍ରେଷ୍ଠ ଆନ୍ଦୋଳନ ।

ଭାଷା ଆଂଦୋଳନର ସାପ୍ତାହିକ ବୌଦ୍ଧିକ ଅଭିଯାନରେ ଯୋଗ ଦେଇ , ଅଗଷ୍ଟ ୯ ତାରିଖରେ ଫେସ୍ ବୁକ୍ ମାଧ୍ୟମରେ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ସିଧାପ୍ରସାରିତ ବକ୍ତବ୍ୟରେ ସେ ଓଡ଼ିଶାର ସଂସ୍କୃତିକ ଓ ଭୌଗୋଳିକ ଇତିହାସର ଗଭୀର ବିଶ୍ଳେଷଣ କରି ଓଡ଼ିଆ ଜାତିର ଗୌରବୋଜ୍ଜ୍ଵଳ ବୈଶିଷ୍ଟ୍ୟ ଉପରେ ଆଲୋକବର୍ଷୀ ଆଲୋଚନା କରିଥିଲେ ।

ବୈଦ୍ୟୁତିକ ବିଫଳତା ହେତୁ ଦୁଇଭାଗ ହୋଇଯାଇଥିବା ସିଧାପ୍ରସାରିତ ତାଙ୍କ ଭାଷଣ ନିଛିଦ୍ର ଭାବେ ୟୁଟ୍ୟୁବରେ ସ୍ଥାନିତ ହୋଇଛି । ଏହା ନିମ୍ନରେ ସ୍ଥାନିତ ହେଲା :

ଆରମ୍ଭ ହେଲା ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ର

ଦି ନିଉଜ୍ ସିଣ୍ଡିକେଟ୍

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ: ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା । :

ଭାଷା ଆନ୍ଦୋଳନର ଏକମାତ୍ର ଉଦ୍ଦେଶ୍ୟ : ଭାଷା ଆଇନର କାର୍ଯ୍ୟକାରୀତା ପଥରୁ ସମସ୍ତ ଅନ୍ତରାୟ ଅପସାରଣ ପାଇଁ ଏହାର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିର ସଭ୍ଯ ଭାବେ ସେପ୍ଟେମ୍ବର ୩, ୨୦୧୫ ତାରିଖରେ ଦେଇଥିବା ଆଇନ ସଂଶୋଧନ ପ୍ରସ୍ତାବ ଓ ନିୟମାବଳୀର ବିଧିକ ରୂପାୟନ ।

ଏହି ପ୍ରସ୍ତାବ ଅନୁସାରେ ଭାଷା ଆଇନରେ ଧାରା -୫ ଖଞ୍ଜିବାକୁ ସରକାର ବାଧ୍ୟ ହୋଇଥିଲେ ମଧ୍ୟ ଅଣଓଡ଼ିଆ ଅଫିସରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମିଳାଇ, ବିଧାନସଭାକୁ ମିଛ କହି, ପାଶବିକ ସଂଖ୍ୟାଗରିଷ୍ଠତା ବଳରେ ଭାଷା ଆଇନରେ ଧାରା-୪ ଓ ଧାରା – ୪କ ନାମକ ଦୁଇଟି ଓଡ଼ିଆ ବିରୋଧୀ ବ୍ୟବସ୍ଥା ଖଞ୍ଜିଛନ୍ତି । ମାର୍ଚ୍ଚ ୧୪, ୨୦୧୮ ତାରିଖର ଯେଉଁ କ୍ୟାବିନେଟ୍ ବୈଠକରେ ସୁଭାଷବାବୁଙ୍କ ପ୍ରସ୍ତାବ ଅନୁରୂପ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା, ସେହି କ୍ୟାବିନେଟ୍ ବୈଠକକୁ ମୁଖ୍ୟମନ୍ତ୍ରୀ ଗାଏବ କରିଦେବା ପରି ଅପରାଧ ବି କରିଛନ୍ତି ଓଡ଼ିଆ ଜାତିକୁ ତାର ଭାଷା ଅଧିକାର ନଦେବାପାଇଁ । କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଓ ସମଗ୍ର ବିଶ୍ଵରେ ବିଧାନ ପ୍ରଣଯନ କ୍ଷେତ୍ରରେ ଏପରି ଦୁଷ୍କର୍ମର ପଟାନ୍ତର ନାହିଁ । ଏହି ଦୁଷ୍କର୍ମ କରି ଖସିଯିବା ପାଇଁ ଭାଷା ଆନ୍ଦୋଳନରେ ସୁଭାଷବାବୁଙ୍କର ଘନିଷ୍ଠ ସହଯୋଗୀ ଭାବେ ପରିଚୟ ଲାଭ କରିଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ଯୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କ ଅର୍ଥଲୋଭର ଉପଯୋଗ ଏମାନଙ୍କ ଦ୍ଵାରା ପ୍ରଚାର କରିଛନ୍ତି ଯେ, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇଛି ଓ ସେହେତୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି । ଏପରିଲି ଏହି ବିଶ୍ଵାସଘାତକମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧିତ ହୋଇଥିବାର ସ୍ଵୀକୃତି ଭିତ୍ତିରେ ନିଜ ପାଇଁ ପ୍ରଶଂସାପତ୍ର ବି ଲେଖେଇନେଇଛନ୍ତି ! ନବୀନବାବୁଙ୍କ ଛଡ଼ା ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏତେ ନିର୍ଲଜ୍ଜ ଭାବେ ମିଥ୍ୟା ପ୍ରଶଂସାପତ୍ର ସଂଗ୍ରହ କରିଥିବାର ନଜିର ନାହିଁ । କିନ୍ତୁ ଓଡ଼ିଆଭାଷାବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କ ଏହି ଦଲାଳପଲ ଓ ଓ ତାଙ୍କ ଷଡ଼ଯନ୍ତ୍ର ସତ୍ତ୍ୱେ ଭାଷା ଆନ୍ଦୋଳନ ଚାଲିଛି ଯାହା ଗତକାଲି ଅତିକ୍ରମ କରିଛି ୧୫୫୧ ଦିବସ ।

କରୋନା ମହାମାରୀ କାଳରେ ନୀତିଗତ କାରଣରୁ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବା ବେଳେ ବୌଦ୍ଧିକ ଅଭିଯାନ କାଏମ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ବିଖ୍ୟାତ ବ୍ୟକ୍ତି ଭାଷାଆନ୍ଦୋଳନର ଡିଜିଟାଲ ମଞ୍ଚ ‘ଭାଷା ମା ପାଇଁ ପଦେ’ ମାଧ୍ୟମରେ ଭାଷା ଆନ୍ଦୋଳନ ପ୍ରତି ସମର୍ଥବ ଜ୍ଞାପନ କରୁଛନ୍ତ, ଯାହା ସାମାଜିକ ଗଣମାଧ୍ୟମ ‘ଫେସ୍ ବୁକ୍’ ଦ୍ଵାରା ସିଧା ପ୍ରସାରିତ ହେଉଛି ।

ଏହିକ୍ରମରେ ଭାଷା ଆନ୍ଦୋଳନର ଏକ ସାପ୍ତାହିକ ପାଠଚକ୍ର ଆରମ୍ଭ ହୋଇଛି । ପ୍ରତି ରବିବାର ସନ୍ଧ୍ୟା ୭ଟାରୁ ଏହି ପାଠଚକ୍ର ଚାଲିବ ଯେଉଁଥିରେ ଆନ୍ଦୋଳନ ସମ୍ପର୍କରେ ଚର୍ଚ୍ଚା ସାଙ୍ଗକୁ ଆନ୍ଦୋଳନର ସପ୍ତାହନ୍ତ ସମୀକ୍ଷା ବି ହେବ ।

ଗତ ସନ୍ଧ୍ୟାର ପାଠଚକ୍ରରେ  ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ସର୍ବଶ୍ରୀ ରଞ୍ଜନ କୁମାର ସାହୁ, ନିର୍ମଲ କୁମାର ପତ୍ରୀ, ସୁଶାନ୍ତ ମହଲି, ମହେନ୍ଦ୍ର ତ୍ରିପାଠୀ , ଅନୀଲକୁମାର ମହାନ୍ତ, ରାଜେଶ ଶତପଥୀ, ଓ ସୁଧାଂଶୁ ଚୌଧୁରୀ  । ସେମାନଙ୍କ ସାଙ୍ଗକୁ ଜନସେବୀ ସଂଗଠନ ଜୀବନ ସଂଘର୍ଷ ମଧ୍ୟ ସାଙ୍ଗଠନିକ ଭାବେ ଅଂଶ ଗ୍ରହଣ କରିଥିଲେ ।

ଭାଷା ଆନ୍ଦୋଳନରୁ ଓହରିଯିବା ମାତୃଦ୍ରୋହ : ଜନନେତା ପ୍ରସାଦ ହରିଚନ୍ଦନ

କରୋନା ମହାମାରୀର ମୁକାବିଲାରେ ସରକାର କେନ୍ଦ୍ରୀଭୂତ ରହନ୍ତୁ – ଏଥିପାଇଁ କଳା ପତାକା ଅଭିଯାନର କାୟିକ ପ୍ରଦର୍ଶନ ସ୍ଥଗିତ ଥିବା ବେଳେ ବୌଦ୍ଧିକ ଅଭିଯାନ ଅକ୍ଷୁର୍ଣ୍ଣ ଅଛି । ଏହି କ୍ରମରେ ଫେସ୍ ବୁକ୍ ଅନ୍ତର୍ଗତ “ଭାଷା ମା ପାଇଁ ପଦେ” ପୃଷ୍ଠାରେ ସମ୍ମାନିତ ଜନନେତା ପ୍ରସାଦ ହରିଚନ୍ଦନ ଆଜି ପୂର୍ବାହ୍ନରେ ‘ଓଡ଼ିଆରେ ଓଡ଼ିଶା’ ବିଷୟରେ ଆଲୋଚନା କରିଥିଲେ ।

ଶିକ୍ଷିତ ଓଡ଼ିଆମାନଙ୍କ ମାତୃଭାଷା ପ୍ରତି ବିମୁଖତା, ସରକାରଙ୍କ ଉଦାସୀନତା ଏବଂ ଓଡ଼ିଆମନସ୍କ ନେତୃତ୍ଵର ଅଭାବ ହେତୁ ଓଡ଼ିଆ ଭାଷା ଆଜି ସଙ୍କଟକବଳିତ ବୋଲି କହି ଶ୍ରୀ ପ୍ରସାଦ ଓଡ଼ିଆ ଜାତିର ଜନ୍ମସିଦ୍ଧ ଅଧିକାର ହାସଲ ପାଇଁ ଚାଲିଥିବା ଭାଷା ଆନ୍ଦୋଳନରୁ କୌଣସି ଆନ୍ଦୋଳନକାରୀ ଓହରିଯିବା ମାତୃଦ୍ରୋହ ବୋଲି ଅଭିହିତ କରିଥିଲେ ।  ପ୍ରତି ଓଡ଼ିଆ ନିଜ ପାଇଁ ନିଜର ଆଚରଣ ସଂହିତା ପ୍ରସ୍ତୁତ କରି ଭାଷା ମା ପାଇଁ ଜୀବନ ପଣ କରିବାକୁ ଆହ୍ଵାନ ଦେଇଦେଇଥିଲେ ଶ୍ରୀ ହରିଚନ୍ଦନ ।

ଓଡ଼ିଆରେ ଓଡ଼ିଶା // ଶୁଣିବା ହେଉ ସରକାର : ସୌଭାଗ୍ୟ ରାଉତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାର ଏକନିଷ୍ଠ ଗବେଷକ ସୌଭାଗ୍ୟ ରାଉତ ଜୁନ ୨୧ ସନ୍ଧ୍ୟାରେ ଫେସ୍ ବୁକ୍ ଅନ୍ତର୍ଗତ “ଭାଷା ମା ପାଇଁ ପଦେ” ପୃଷ୍ଠାରୁ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି କି, ଓଡ଼ିଶାର ପରିଚାଳନା ଓଡ଼ିଆରେ ହେବାକୁ ୧୯୫୪ର ପ୍ରଣୀତ ହୋଇଥିବା ଆଇନକୁ ଦୁର୍ବଳ କରିବା ପରିବର୍ତ୍ତେ ସବଳ କରିବାକୁ ସଂଶୋଧନ କରନ୍ତୁ ଓ କାର୍ଯ୍ୟକାରୀକରନ୍ତୁ ।

ସିଧା ପ୍ରସାରିତ ହୋଇଥିବା ତାଙ୍କ ଭାଷଣ ସମସ୍ତଙ୍କ ସମେତ ଓଡ଼ିଆ ଭାଷା ପଠନ ପାଇଁ ଯୋଗ୍ୟ ହୋଇପାରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଶେଷ ପ୍ରଣିଧାନଯୋଗ୍ୟ ।

Posted by ଭାଷା ମାଆ ପାଇଁ ପଦେ on Sunday, June 21, 2020

 

ଭାଷା ନିୟମାବଳୀକୁ ଭାଷା ଆନ୍ଦୋଳନ ପ୍ରତ୍ୟାଖ୍ୟାନ କଲା, ଆନ୍ଦୋଳନ ଚାଲିଲା

ନିଉଜ ସିଣ୍ଡିକେଟ

ଦୁଇଜଣ ଦଲାଲଙ୍କୁ ଲଗାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ସରକାର ଯେଉଁ ଉଦ୍ୟମ କରିଥିଲେ ତାହା ଫସରଫାଟି ଯାଇଛି । ଯେଉଁ ନିୟାମବଳୀକୁ ଅଶୁଦ୍ଧ ବୋଲି କହି ଭାଷା ଆନ୍ଦୋଳନ ତାହାକୁ ମଞ୍ଜୁରୀ ନ ଦେବାକୁ ରାଜ୍ୟପାଳଙ୍କୁ କହିଥିଲା, ସେହି ଅଶୁଦ୍ଧ ନିୟମାବଳୀକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ଓ ତାହା ତତ୍କାଳ ଅଧିସୂଚନା ଦ୍ଵାରା ପ୍ରବର୍ତ୍ତିତ ହୋଇଛି ।

ଯଦି ଜୁଲାଇ ୧୭ରେ ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଆହ୍ଵାନରେ ଅନୁଷ୍ଠିତ ମାତୃଭାଷାପ୍ରେମୀ ସମ୍ମିଳନୀରେ ଆମ ଭାଷାକୁ ମାରିଦେବାପାଇଁ ଚାଲିଥିବା ସରକାରୀ ଚକ୍ରାନ୍ତକୁ ଭର୍ତ୍ସନା କରାଯାଇନଥାନ୍ତା ଏବଂ “ଆମ ଭାଷା ଆମ ଅଧିକାର” ଗୋଷ୍ଠୀ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଏକ ସମୀକ୍ଷାତ୍ମକ ଭିଡ଼ିଓ ପ୍ରକାଶ କରିନଥାନ୍ତେ ତେବେ ହୁଏତ ଏ ନିୟମାବଳୀ ଏଯାଏଁ ରାଜ୍ୟପାଳଙ୍କ ମେଜ ଉପରକୁ ଆସିନଥାନ୍ତା । ଜୁଲାଇ ୧୭ ତାରିଖର ସମ୍ମିଳନୀ ତଥା ସୁଭାଷ ବାବୁଙ୍କ ସାକ୍ଷାତ୍କାର ସରକାରଙ୍କୁ ଏତେ ଅତର୍ଚ୍ଛାଇ ଦେଇଛି ଯେ, ନିସ୍ତାର ପାଇବା ପାଇଁ ପୋଷାମନା ଦଲାଲମାନଙ୍କୁ ଡାକି ସେହିମାନଙ୍କ ଦ୍ଵାରା ଭାଷା ନିୟମାବଳୀ ସଂଶୋଧନ ହୋଇଥିବା କଥା ସରକାର ପ୍ରଚାର କରାଇଛନ୍ତି । ଜନଚେତନରୁ ଜୁଲାଇ ୧୭ ମାତୃଭାଷାପ୍ରେମୀ ସମ୍ମିଳନୀ ଓ “ଆମ ଭାଷା ଆମ ଅଧିକାର” ପ୍ରସାର କରିଥିବା ଭିଡ଼ିଓର ପ୍ରଭାବ ହ୍ରାସ କରିବା ପାଇଁ ଏହା ଯୋଜନା ଅନୁସାରେ କରାଯାଇଥିବା ଏବେ ସମସ୍ତଙ୍କର ହୃଦ୍ବୋଧ ହେଲାଣି । ଏହି ପ୍ରେକ୍ଷାପଟରେ ନିୟମାବଳୀ ସଂଶୋଧନର ସରକାରୀ ନାଟକକୁ ଭାଷା ଆନ୍ଦୋଳନ ପ୍ରତ୍ୟାକ୍ୟାନ କରିଛି ଓ ଯଥାପୂର୍ବ କଳା ପତାକା ଅଭିଯାନ ଚାଲୁରହିଛି ।

ଆଜି ଥିଲା ତ୍ରିରଙ୍ଗା ପତାକାର ଦିବସ । ତେଣୁ, ଭାଷା ଆନ୍ଦୋଳନର କଳାପତାକା ରାଜଧାନୀରେ ବନ୍ଦ ଥିଲା ସବୁଥର ପରି । ଓଡ଼ିଆ ଭାଷାଜନନୀର ଶ୍ରେଷ୍ଠ ସନ୍ତାନମାନଙ୍କ ହାତରେ ଥିଲା ଦୁଇଟି ଫଳକ । ଗୋଟିକରେ ଲେଖା ଥିଲା –

“ସରକାରୀ ଷଡ଼ଯନ୍ତ୍ର ବନ୍ଦ ହେଉ
ଭାଷା ଆଇନ ନିର୍ଭୁଲ ହେଉ ”

ଓ ଅନ୍ୟଟିରେ ଲେଖା ହୋଇଥିଲା –

“ଓଡ଼ିଶା ଗଠିତ ଓଡ଼ିଆ ପାଇଁ
ଇଂରେଜୀ ରାଜୁତି ଚଳିବ ନାଇଁ ”

ଏକୁ ସଗର୍ବେ ଧାରଣ କରିଥିଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଭାଇ ଶିଶିର କୁମାର ସାହୁ

ଭାଇ କମଳଲୋଚନ ନାୟକ ଆଜି ନେତୃତ୍ବ ଦେଇଥିଲେ । ସାଙ୍ଗରେ ଥିଲେ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଓ କୃଷ୍ଣାନନ୍ଦ ସାହୁ ।

ଓଡ଼ିଆ ଜାତିକୁ ପ୍ରତାରିତ କରିବାକୁ ସରକାର ଯେତେ କଳକୌଶଳ ପ୍ରୟୋଗ କଲେ ସବୁ ବ୍ୟର୍ଥ ହୋଇଛି । ଆର୍ଥିକ ଫାଇଦା ପାଇଁ ସରକାରଙ୍କ ସହ ହାତ ମିଳାଇଥିବା ଦଲାଲ୍ ମାନେ ଭାଷା ଆନ୍ଦୋଳନର ନାମ ବ୍ୟବହାର କରି ଯେତେ ବୟାନ ଦେଲେ ମଧ୍ୟ ଓଡ଼ିଆ ଜାତି ତହିଁରେ ବିଭ୍ରାନ୍ତ ହେବାର ନାହିଁ ।

ସବୁ ଦିନପାଇଁ ଆମ ଭାଷାଜନନୀଙ୍କୁ ବିପଦମୁକ୍ତ କରିବାକୁ ଏ ଆନ୍ଦୋଳନ ଆଜି ଟପିଲା ୧୨୧୮ ଦିନ । ଏବଂ ଏ ଆନ୍ଦୋଳନ ଚାଲିବ ଯେଉଁଯାଏଁ ଆମ ଭାଷା ଆଇନରେ ଖଞା ହୋଇଥିବା ମାରକ ଧାରା ୪କ ବିଲୁପ୍ତ ନ ହୋଇଛି ଏବଂ ଓଡ଼ିଆବିରୋଧୀ ନିୟମାବଳୀ ପ୍ରତ୍ୟାହୃତ ହୋଇ ଆମ ଭାଷା ପାଇଁ ଅନୁକୂଳ ନିୟମାବଳୀ ପ୍ରଣୟନ ଓ ପ୍ରବର୍ତ୍ତନ ନ ହୋଇଛି ।

ଫୁଲବାଣୀରେ ମଧ୍ୟ ଆଜି କଳାପତାକା ଅଭିଯାନ ଯଥାପୂର୍ବ ଅନୁଷ୍ଠିତ ହୋଇଛି । ଭାଷା ଆନ୍ଦୋଳନକୁ ସମର୍ଥନ କରି ସରକାରୀ ତଞ୍ଚକତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ଓଡ଼ିଆ ମାଟିର ତିନି ଶ୍ରେଷ୍ଠ ସନ୍ତାନ ସର୍ବଶ୍ରୀ ଅଶୋକ ପରିଡ଼ା, କାହ୍ନୁ ଚରଣ ଶତପଥୀ ଓ ସୁରେନ୍ଦ୍ର ମହାନ୍ତି ।

ସରକାର ସୁଧୁରି ଯାଆନ୍ତୁ ।